Skip to main content

ଚୀନର ଗୁଲେଗ୍ସ –ଉଇଘୁର କାରାରୁଦ୍ଧ ଶିବିର



ଅଗଷ୍ଟ 2018ରେ ଜାତିଗତ ଭେଦଭାବ ଦୂରୀକରଣ ସଙ୍କ୍ରାନ୍ତୀୟ ଜାତିସଂଘ କମିଟି, ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏକ ନିୟୁତ ରୁ ଅଧିକ ଉଇଘୁରଙ୍କ କାରାରୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଇଘୁର ମାନଙ୍କ ପରିସ୍ଥିତି ଏବେ ମଧ୍ୟ ସେତେଟା ଭଲ ଥିବା ପରି ଜଣାପଡୁନାହିଁ | ଅନ୍ୟ ପକ୍ଷରେ ଉଇଘୁରଙ୍କ ବିରୁଦ୍ଧରେ ଗଠନମୂଳକ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି |

ଉଇଘୁର ମାନବୀୟ , ଧାର୍ମିକ ତଥା ସାଂସ୍କୃତିକ ଅଧିକାରରେ ଉନ୍ନତି ହେବା ପରିବର୍ତ୍ତେ ପରିସ୍ଥିତି ଖରାପ ଆଡକୁ ଗତି କରୁଥିବା ବିଷୟ ନେଇ ଲଗାତାର ଖବର ମିଳୁଛି | ତେଣେ ଉଇଘୁର ମାନଙ୍କ ଧର୍ମ ଏବଂ ସଂସ୍କୃତି ଉପରେ ଆଧାରିତ କାରାରୁଦ୍ଧ ନେଇ ଚୀନର କାର୍ଯ୍ୟସୂଚୀ ସଂପୂର୍ଣ୍ଣ ଭିନ୍ନ ଥିବା ପରି ମନେକରାଯାଏ |

‘ହାନ’ ସମ୍ପ୍ରଦାୟରର ସ୍ଵପ୍ନ କୁ ସାକାର କରିବା ପାଇଁ ଚୀନ ଏହାର ସଂଖ୍ୟାଲଘୁ ନାଗରିକମାନଙ୍କୁ ପୁଙ୍କାନୁପୁଙ୍ଖ ତର୍ଜମା କରିବା ଆରମ୍ଭ କରିଦେଇଛି | 1982ର ଏହାର ସମ୍ବିଧାନରେ ଧର୍ମ, ସଭା, ବକ୍ତବ୍ୟ ତଥା ଏ ସଙ୍କ୍ରାନ୍ତୀୟ ଅନ୍ୟାନ୍ୟ ଅଧିକାର ବିଷୟରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ଚୀନର ପ୍ରକୃତ କାର୍ଯ୍ୟକାରିତା ସନ୍ଦେହାସ୍ପଦ ହୋଇଛି ଏବଂ ଆନ୍ତର୍ଜାତୀୟ ସମୁଦାୟ ଏହା ଉପରେ ତୀକ୍ଷଣ ନଜର ରଖିଛି |

ସର୍ବସାଧାରଣରେ ଉପଲବ୍ଧ ଉପଗ୍ରହ ଚିତ୍ର ଉପଯୋଗ କରି ଚୀନର ଇଣ୍ଟର୍ନମେଣ୍ଟ କ୍ୟାମ୍ପ ପଦ୍ଧତିର ବିସ୍ତୃତ ଅନୁସନ୍ଧାନରେ, ବିଶେଷକରି ପୂର୍ବତନ ବନ୍ଦୀ ମାନଙ୍କ ସହ ଅନେକ ସାକ୍ଷାତକାର କରିବା ପରେ, ବଜଫିଡ ସମ୍ବାଦ ସଂସ୍ଥା କିଛି ବର୍ଷ ମଧ୍ୟରେ ନିର୍ମିତ 260 ରୁ ଅଧିକଟି ଢାଞ୍ଚାର ନିର୍ମାଣ କରାଯାଇଥିଲା ବୋଲି ପ୍ରମାଣ ପାଇଛି, ଯାହାକି ଦୁର୍ଗଭଳି ଅଟକ କେନ୍ଦ୍ରରେ ପରିଣତ ହୋଇଥିଲା | ଜିନଝିଆଙ୍ଗ ପ୍ରଦେଶର ପ୍ରତ୍ୟେକ କାଉଣ୍ଟିରେ ଅତି କମରେ ଗୋଟିଏ ଲେଖାଏଁ ଅଟକ କେନ୍ଦ୍ର ରହିଛି | ଚୀନ, ହଜାର ହଜାର ସଂଖ୍ୟାରେ ଉଇଘୁର, କାଜାକ ଏବଂ ଅନ୍ୟ ମୁସଲମାନ ତଥା ସଂଖ୍ୟାଲଘୁଙ୍କୁ ଅଟକ ରଖିବା ଏବଂ ବନ୍ଦୀ କରିବା ପାଇଁ ଏକ ବିଶାଳ ବ୍ୟବସ୍ଥା ପ୍ରତିଷ୍ଠା କରିଛି ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏତେ ସଂଖ୍ୟାରେ ଅଟକ ରଖିଥିବା ଘଟଣା ଦେଖାଦେଇନଥିଲା |



ସୂଚନା ଯୋଗ୍ୟ ଯେ ଜିନଝିଆଙ୍ଗର ବିଭିନ୍ନ ଭାଗରେ ଥିବା ତଥାକଥିତ “ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର” ଗୁଡିକୁ କାରାରୁଦ୍ଧ କେନ୍ଦ୍ରରେ ପରିଣତ କରାଯାଇଛି | ଚୀନର କମ୍ୟୁନିଷ୍ଟ ଦଳର ସାମାଜିକ ରି-ଇଞ୍ଜ୍ଣିନିୟରିଙ୍ଗ ପ୍ରକଳ୍ପକୁ ପରିପୂରଣ ଲାଗି ଜିନଝିଆଙ୍ଗରେ ଅଟକ କେନ୍ଦ୍ର ଗୁଡିକର ନିର୍ମାଣ କରାଯାଇଛି |

ଏପଲ, ନାଇକି, ଭୋଲ୍ସ ୱେଗନ ଏବଂ ଅନ୍ୟାନ୍ୟ ବିଶ୍ଵ ସ୍ତରୀୟ ବ୍ରାଣ୍ଡ ପାଇଁ ସାମଗ୍ରୀ ଉତ୍ପାଦନ କରୁଥିବା ଜିନଜିଆଙ୍ଗର କାରଖାନା ଗୁଡିକରେ ଉଇଘୁର ସମ୍ପ୍ରଦାୟର 80, 000ରୁ ଅଧିକ ଲୋକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅଷ୍ଟ୍ରେଲିଆନ ଷ୍ଟ୍ରାଟେଜିକ ପୋଲିସି ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି |

ଜିନଝିଆଙ୍ଗରେ ମୂଳ ସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚୀନ, ଆନ୍ତର୍ଜାତୀୟ ସମାଲୋଚନାର ଶିକାର ହୋଇଛି | ଚଳିତ ବର୍ଷ ଜୁନ 30 ତାରିଖରେ 27ଟି ଦେଶ ଜାତିସଂଘ ମାନବାଧିକାର ପରିଷଦକୁ ତଦନ୍ତ କରିବାକୁ ଆହ୍ଵାନ ଜଣାଇଛନ୍ତି | ଜୁଲାଇରେ ଚୀନ ସଙ୍କ୍ରାନ୍ତୀୟ ଆନ୍ତଃ-ସଂସଦୀୟ ମେଣ୍ଟ ଜିନଝିଆଙ୍ଗରେ ତଦନ୍ତ ପାଇଁ ଜାତିସଂଘ ନିକଟରେ ଦାବି କରିଥିଲା |

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜୁନ 2020ରେ ଉଇଘର ମାନବ ଅଧିକାର ନୀତି 2020 ଅଧିନିୟମକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ଉଇଘର ମାନଙ୍କ ଉପରେ ବ୍ୟାପକ ନିଘା ତଥା ଅଟକ ପାଇଁ ଚୀନକୁ ଦଣ୍ଡ ଦେବାର ପ୍ରାବଧାନ ରହିଛି | ଆମେରିକାର ବୈଦେଶିକ ବିଭାଗ ଉଇଘୁର ସମ୍ପ୍ରଦାୟ ର ଜଣେ କର୍ମୀ ସାୟରାଗୁଲ ସାଉତବେଙ୍କୁ 2020ର ଆନ୍ତର୍ଜାତୀୟ ମହିଳା ସାହସିକତା ପୁରସ୍କାରରେ ସମ୍ମାନିତ କରିଛି |

ଆହୁରି ମଧ୍ୟ ଜୁଲାଇ 9, 2020ରେ ଗ୍ଲୋବାଲ ମାଗ୍ନିତସ୍କି ଆଇନ ଅଧୀନରେ ଆମେରିକା, ମାନବାଧିକାର ଲଙ୍ଘନ ପାଇଁ ଜିନଝିଆଙ୍ଗ କମ୍ୟୁନିଷ୍ଟ ଦଳର ସମ୍ପାଦକ ଚେନ କ୍ଵାଙ୍ଗୋ ଏବଂ ଅନ୍ୟ ତିନିଜଣଙ୍କ ବିରୁଦ୍ଧରେ କଟକଣା ଲଗାଇଥିଲେ | ଏହା ପୂର୍ବରୁ ଚେନ 2011 ରୁ 2016 ପର୍ଯ୍ୟନ୍ତ ତିବ୍ବତରେ ପାର୍ଟିର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ଆଉ ସେତେବେଳେ ସେ ଦଳାଇ ଲାମାଙ୍କୁ “ଏକ ମେଣ୍ଢାର ପୋଷାକରେ ଏକ ଗଧିଆ” ବୋଲି ସମାଲୋଚନା କରିଥିଲେ | ସେ ପୋଲିସ ଦ୍ୱାରା ନିୟନ୍ତ୍ରଣ କରିବାପାଇଁ ଅନେକ ପଦକ୍ଷେପ ନେଇଥିଲେ | 2016 ମସିହା ଠାରୁ ଜିନଝିଆଙ୍ଗରେ ପାର୍ଟିର ସମ୍ପାଦକ ଭାବେ ଚେନ, ଉଇଘୁର ମାନଙ୍କ ଉପରେ ବ୍ୟାପକ ନଜର ରଖିବା “ନିରୀକ୍ଷଣ ପ୍ରଣାଳୀ” ନୀତି ପ୍ରଣୟନ କରିଥିଲେ |

ଆନ୍ତର୍ଜାତୀୟ ସମୁଦାୟ ଦ୍ଵାରା ବୃଦ୍ଧି ପାଉଥିବା ସମାଲୋଚନାର ସମ୍ମୁଖୀନ ହେଉଥିବା ଚୀନର ରଣନୀତି ହେଉଛି ଉଇଘୁର ସମ୍ପ୍ରଦାୟକୁ ପୃଥକ କରିବା ଜାରି ରଖିବା , ଜିନଝିଆଙ୍ଗରେ ଏହାର ନୀତି ପାଇଁ କ୍ଷ୍ୟମାତାସୀନ ଶାସନ ଠାରୁ ସହାୟତା ଲୋଡିବା, ଏହାର ସ୍ଵତନ୍ତ୍ର ସାର୍ବଭୌମତ୍ଵ ଉପରେ ଗୁରୁତ୍ଵ ଦେବା, ଜିନଝିଆଙ୍ଗକୁ ମଧ୍ୟଏସିଆ ଓ ୟୁରୋପସ ସହ ସଂଯୋଗ କରୁଥିବା ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ ପ୍ରକଳ୍ପକୁ ଆଗେଇନେବା ଏବଂ ଏହି ଅଞ୍ଚଳର “ବିକାଶମୂଳକ କାର୍ଯ୍ୟସୂଚୀ” ଉପରେ ଧ୍ୟାନ ଦେବା ତଥା ଏହି ଅଞ୍ଚଳରେ ଏହାର ପ୍ରକଳ୍ପ ପାଇଁ ଋଣ ନେବା ସକାଶେ ଆଇଏମଏଫ, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବ୍ୟାଙ୍କ ଭଳି ବହୁପକ୍ଷୀୟ ଅନୁଷ୍ଠାନରୁ ସହାୟତା ଲୋଡିବା | ତେବେ ଏହି “ବିକାଶମୂଳକ କାର୍ଯ୍ୟସୂଚୀ” ସତ୍ତ୍ୱେ ଚୀନର ନୀତି ବିରୁଦ୍ଧରେ ଉଇଘୁରର ବିରୋଧ ବୃଦ୍ଧି ପାଉଛି |

ଚୀନର ନୀତି ଗୁଡିକ ବିରୁଦ୍ଧରେ ଉଇଘୁରର ବିରୋଧ ଅନେକ ରୂପରେ ଦେଖା ଦେଉଛି | ଏଥିମଧ୍ୟରେ ପୋଲିସ ଷ୍ଟେସନ, ପାର୍ଟି କ୍ୟାଡର , ସୈନ୍ୟ ଦଳ ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଟାର୍ଗେଟ କରିବା ଅନ୍ତର୍ଭୁକ୍ତ ଅଛି | କୋର୍ଟ ମାମଲାରୁ ଜଣା ପଡିଛି ଯେ ଜିନଝିଆଙ୍ଗରେ ଜାତୀୟ ମାମଲା ତୁଳନାରେ ବିପଦପୂର୍ଣ୍ଣ ରାଜ୍ୟ ସୁରକ୍ଷା ମାମଲା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି | ତେଣୁ ସମ୍ପ୍ରତ୍ତି ପାର୍ଟି ଦ୍ଵାରା ଜିନଝିଆଙ୍ଗରେ ଅତିରିକ୍ତ ନ୍ୟାୟିକ ବନ୍ଦୀ କରିବାର ଏକ ପ୍ରବୃତ୍ତି ହୋଇଗଲାଣି |



ମୂଳଲେଖା : ପ୍ରଫେସର ଶ୍ରୀକାନ୍ତ କୋଣ୍ଡାପାଲ୍ଲୀ, ଜେଏନୟୁ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...