Skip to main content

ଚୀନର ଗୁଲେଗ୍ସ –ଉଇଘୁର କାରାରୁଦ୍ଧ ଶିବିର



ଅଗଷ୍ଟ 2018ରେ ଜାତିଗତ ଭେଦଭାବ ଦୂରୀକରଣ ସଙ୍କ୍ରାନ୍ତୀୟ ଜାତିସଂଘ କମିଟି, ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏକ ନିୟୁତ ରୁ ଅଧିକ ଉଇଘୁରଙ୍କ କାରାରୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଇଘୁର ମାନଙ୍କ ପରିସ୍ଥିତି ଏବେ ମଧ୍ୟ ସେତେଟା ଭଲ ଥିବା ପରି ଜଣାପଡୁନାହିଁ | ଅନ୍ୟ ପକ୍ଷରେ ଉଇଘୁରଙ୍କ ବିରୁଦ୍ଧରେ ଗଠନମୂଳକ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି |

ଉଇଘୁର ମାନବୀୟ , ଧାର୍ମିକ ତଥା ସାଂସ୍କୃତିକ ଅଧିକାରରେ ଉନ୍ନତି ହେବା ପରିବର୍ତ୍ତେ ପରିସ୍ଥିତି ଖରାପ ଆଡକୁ ଗତି କରୁଥିବା ବିଷୟ ନେଇ ଲଗାତାର ଖବର ମିଳୁଛି | ତେଣେ ଉଇଘୁର ମାନଙ୍କ ଧର୍ମ ଏବଂ ସଂସ୍କୃତି ଉପରେ ଆଧାରିତ କାରାରୁଦ୍ଧ ନେଇ ଚୀନର କାର୍ଯ୍ୟସୂଚୀ ସଂପୂର୍ଣ୍ଣ ଭିନ୍ନ ଥିବା ପରି ମନେକରାଯାଏ |

‘ହାନ’ ସମ୍ପ୍ରଦାୟରର ସ୍ଵପ୍ନ କୁ ସାକାର କରିବା ପାଇଁ ଚୀନ ଏହାର ସଂଖ୍ୟାଲଘୁ ନାଗରିକମାନଙ୍କୁ ପୁଙ୍କାନୁପୁଙ୍ଖ ତର୍ଜମା କରିବା ଆରମ୍ଭ କରିଦେଇଛି | 1982ର ଏହାର ସମ୍ବିଧାନରେ ଧର୍ମ, ସଭା, ବକ୍ତବ୍ୟ ତଥା ଏ ସଙ୍କ୍ରାନ୍ତୀୟ ଅନ୍ୟାନ୍ୟ ଅଧିକାର ବିଷୟରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ଚୀନର ପ୍ରକୃତ କାର୍ଯ୍ୟକାରିତା ସନ୍ଦେହାସ୍ପଦ ହୋଇଛି ଏବଂ ଆନ୍ତର୍ଜାତୀୟ ସମୁଦାୟ ଏହା ଉପରେ ତୀକ୍ଷଣ ନଜର ରଖିଛି |

ସର୍ବସାଧାରଣରେ ଉପଲବ୍ଧ ଉପଗ୍ରହ ଚିତ୍ର ଉପଯୋଗ କରି ଚୀନର ଇଣ୍ଟର୍ନମେଣ୍ଟ କ୍ୟାମ୍ପ ପଦ୍ଧତିର ବିସ୍ତୃତ ଅନୁସନ୍ଧାନରେ, ବିଶେଷକରି ପୂର୍ବତନ ବନ୍ଦୀ ମାନଙ୍କ ସହ ଅନେକ ସାକ୍ଷାତକାର କରିବା ପରେ, ବଜଫିଡ ସମ୍ବାଦ ସଂସ୍ଥା କିଛି ବର୍ଷ ମଧ୍ୟରେ ନିର୍ମିତ 260 ରୁ ଅଧିକଟି ଢାଞ୍ଚାର ନିର୍ମାଣ କରାଯାଇଥିଲା ବୋଲି ପ୍ରମାଣ ପାଇଛି, ଯାହାକି ଦୁର୍ଗଭଳି ଅଟକ କେନ୍ଦ୍ରରେ ପରିଣତ ହୋଇଥିଲା | ଜିନଝିଆଙ୍ଗ ପ୍ରଦେଶର ପ୍ରତ୍ୟେକ କାଉଣ୍ଟିରେ ଅତି କମରେ ଗୋଟିଏ ଲେଖାଏଁ ଅଟକ କେନ୍ଦ୍ର ରହିଛି | ଚୀନ, ହଜାର ହଜାର ସଂଖ୍ୟାରେ ଉଇଘୁର, କାଜାକ ଏବଂ ଅନ୍ୟ ମୁସଲମାନ ତଥା ସଂଖ୍ୟାଲଘୁଙ୍କୁ ଅଟକ ରଖିବା ଏବଂ ବନ୍ଦୀ କରିବା ପାଇଁ ଏକ ବିଶାଳ ବ୍ୟବସ୍ଥା ପ୍ରତିଷ୍ଠା କରିଛି ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏତେ ସଂଖ୍ୟାରେ ଅଟକ ରଖିଥିବା ଘଟଣା ଦେଖାଦେଇନଥିଲା |



ସୂଚନା ଯୋଗ୍ୟ ଯେ ଜିନଝିଆଙ୍ଗର ବିଭିନ୍ନ ଭାଗରେ ଥିବା ତଥାକଥିତ “ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର” ଗୁଡିକୁ କାରାରୁଦ୍ଧ କେନ୍ଦ୍ରରେ ପରିଣତ କରାଯାଇଛି | ଚୀନର କମ୍ୟୁନିଷ୍ଟ ଦଳର ସାମାଜିକ ରି-ଇଞ୍ଜ୍ଣିନିୟରିଙ୍ଗ ପ୍ରକଳ୍ପକୁ ପରିପୂରଣ ଲାଗି ଜିନଝିଆଙ୍ଗରେ ଅଟକ କେନ୍ଦ୍ର ଗୁଡିକର ନିର୍ମାଣ କରାଯାଇଛି |

ଏପଲ, ନାଇକି, ଭୋଲ୍ସ ୱେଗନ ଏବଂ ଅନ୍ୟାନ୍ୟ ବିଶ୍ଵ ସ୍ତରୀୟ ବ୍ରାଣ୍ଡ ପାଇଁ ସାମଗ୍ରୀ ଉତ୍ପାଦନ କରୁଥିବା ଜିନଜିଆଙ୍ଗର କାରଖାନା ଗୁଡିକରେ ଉଇଘୁର ସମ୍ପ୍ରଦାୟର 80, 000ରୁ ଅଧିକ ଲୋକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅଷ୍ଟ୍ରେଲିଆନ ଷ୍ଟ୍ରାଟେଜିକ ପୋଲିସି ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି |

ଜିନଝିଆଙ୍ଗରେ ମୂଳ ସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚୀନ, ଆନ୍ତର୍ଜାତୀୟ ସମାଲୋଚନାର ଶିକାର ହୋଇଛି | ଚଳିତ ବର୍ଷ ଜୁନ 30 ତାରିଖରେ 27ଟି ଦେଶ ଜାତିସଂଘ ମାନବାଧିକାର ପରିଷଦକୁ ତଦନ୍ତ କରିବାକୁ ଆହ୍ଵାନ ଜଣାଇଛନ୍ତି | ଜୁଲାଇରେ ଚୀନ ସଙ୍କ୍ରାନ୍ତୀୟ ଆନ୍ତଃ-ସଂସଦୀୟ ମେଣ୍ଟ ଜିନଝିଆଙ୍ଗରେ ତଦନ୍ତ ପାଇଁ ଜାତିସଂଘ ନିକଟରେ ଦାବି କରିଥିଲା |

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜୁନ 2020ରେ ଉଇଘର ମାନବ ଅଧିକାର ନୀତି 2020 ଅଧିନିୟମକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ଉଇଘର ମାନଙ୍କ ଉପରେ ବ୍ୟାପକ ନିଘା ତଥା ଅଟକ ପାଇଁ ଚୀନକୁ ଦଣ୍ଡ ଦେବାର ପ୍ରାବଧାନ ରହିଛି | ଆମେରିକାର ବୈଦେଶିକ ବିଭାଗ ଉଇଘୁର ସମ୍ପ୍ରଦାୟ ର ଜଣେ କର୍ମୀ ସାୟରାଗୁଲ ସାଉତବେଙ୍କୁ 2020ର ଆନ୍ତର୍ଜାତୀୟ ମହିଳା ସାହସିକତା ପୁରସ୍କାରରେ ସମ୍ମାନିତ କରିଛି |

ଆହୁରି ମଧ୍ୟ ଜୁଲାଇ 9, 2020ରେ ଗ୍ଲୋବାଲ ମାଗ୍ନିତସ୍କି ଆଇନ ଅଧୀନରେ ଆମେରିକା, ମାନବାଧିକାର ଲଙ୍ଘନ ପାଇଁ ଜିନଝିଆଙ୍ଗ କମ୍ୟୁନିଷ୍ଟ ଦଳର ସମ୍ପାଦକ ଚେନ କ୍ଵାଙ୍ଗୋ ଏବଂ ଅନ୍ୟ ତିନିଜଣଙ୍କ ବିରୁଦ୍ଧରେ କଟକଣା ଲଗାଇଥିଲେ | ଏହା ପୂର୍ବରୁ ଚେନ 2011 ରୁ 2016 ପର୍ଯ୍ୟନ୍ତ ତିବ୍ବତରେ ପାର୍ଟିର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ଆଉ ସେତେବେଳେ ସେ ଦଳାଇ ଲାମାଙ୍କୁ “ଏକ ମେଣ୍ଢାର ପୋଷାକରେ ଏକ ଗଧିଆ” ବୋଲି ସମାଲୋଚନା କରିଥିଲେ | ସେ ପୋଲିସ ଦ୍ୱାରା ନିୟନ୍ତ୍ରଣ କରିବାପାଇଁ ଅନେକ ପଦକ୍ଷେପ ନେଇଥିଲେ | 2016 ମସିହା ଠାରୁ ଜିନଝିଆଙ୍ଗରେ ପାର୍ଟିର ସମ୍ପାଦକ ଭାବେ ଚେନ, ଉଇଘୁର ମାନଙ୍କ ଉପରେ ବ୍ୟାପକ ନଜର ରଖିବା “ନିରୀକ୍ଷଣ ପ୍ରଣାଳୀ” ନୀତି ପ୍ରଣୟନ କରିଥିଲେ |

ଆନ୍ତର୍ଜାତୀୟ ସମୁଦାୟ ଦ୍ଵାରା ବୃଦ୍ଧି ପାଉଥିବା ସମାଲୋଚନାର ସମ୍ମୁଖୀନ ହେଉଥିବା ଚୀନର ରଣନୀତି ହେଉଛି ଉଇଘୁର ସମ୍ପ୍ରଦାୟକୁ ପୃଥକ କରିବା ଜାରି ରଖିବା , ଜିନଝିଆଙ୍ଗରେ ଏହାର ନୀତି ପାଇଁ କ୍ଷ୍ୟମାତାସୀନ ଶାସନ ଠାରୁ ସହାୟତା ଲୋଡିବା, ଏହାର ସ୍ଵତନ୍ତ୍ର ସାର୍ବଭୌମତ୍ଵ ଉପରେ ଗୁରୁତ୍ଵ ଦେବା, ଜିନଝିଆଙ୍ଗକୁ ମଧ୍ୟଏସିଆ ଓ ୟୁରୋପସ ସହ ସଂଯୋଗ କରୁଥିବା ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ ପ୍ରକଳ୍ପକୁ ଆଗେଇନେବା ଏବଂ ଏହି ଅଞ୍ଚଳର “ବିକାଶମୂଳକ କାର୍ଯ୍ୟସୂଚୀ” ଉପରେ ଧ୍ୟାନ ଦେବା ତଥା ଏହି ଅଞ୍ଚଳରେ ଏହାର ପ୍ରକଳ୍ପ ପାଇଁ ଋଣ ନେବା ସକାଶେ ଆଇଏମଏଫ, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବ୍ୟାଙ୍କ ଭଳି ବହୁପକ୍ଷୀୟ ଅନୁଷ୍ଠାନରୁ ସହାୟତା ଲୋଡିବା | ତେବେ ଏହି “ବିକାଶମୂଳକ କାର୍ଯ୍ୟସୂଚୀ” ସତ୍ତ୍ୱେ ଚୀନର ନୀତି ବିରୁଦ୍ଧରେ ଉଇଘୁରର ବିରୋଧ ବୃଦ୍ଧି ପାଉଛି |

ଚୀନର ନୀତି ଗୁଡିକ ବିରୁଦ୍ଧରେ ଉଇଘୁରର ବିରୋଧ ଅନେକ ରୂପରେ ଦେଖା ଦେଉଛି | ଏଥିମଧ୍ୟରେ ପୋଲିସ ଷ୍ଟେସନ, ପାର୍ଟି କ୍ୟାଡର , ସୈନ୍ୟ ଦଳ ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଟାର୍ଗେଟ କରିବା ଅନ୍ତର୍ଭୁକ୍ତ ଅଛି | କୋର୍ଟ ମାମଲାରୁ ଜଣା ପଡିଛି ଯେ ଜିନଝିଆଙ୍ଗରେ ଜାତୀୟ ମାମଲା ତୁଳନାରେ ବିପଦପୂର୍ଣ୍ଣ ରାଜ୍ୟ ସୁରକ୍ଷା ମାମଲା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି | ତେଣୁ ସମ୍ପ୍ରତ୍ତି ପାର୍ଟି ଦ୍ଵାରା ଜିନଝିଆଙ୍ଗରେ ଅତିରିକ୍ତ ନ୍ୟାୟିକ ବନ୍ଦୀ କରିବାର ଏକ ପ୍ରବୃତ୍ତି ହୋଇଗଲାଣି |



ମୂଳଲେଖା : ପ୍ରଫେସର ଶ୍ରୀକାନ୍ତ କୋଣ୍ଡାପାଲ୍ଲୀ, ଜେଏନୟୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...