Skip to main content

ମୂଳ ଅଭିବୃଦ୍ଧି ପଥକୁ ଫେରାଇଆଣିବା ଲାଗି ଅର୍ଥନୈତିକ ବ୍ୟବସ୍ଥା

ଶରତ ଋତୁର ଆଗମନ ସହିତ ରିଏଲ ସେକ୍ଟରରେ ଦେଶୀୟ ଅର୍ଥନୀତିରେ କିଛିଟା ସକାରାତ୍ମକ ଲକ୍ଷଣ ଦେଖିବାକୁ ମିଳିଛି | ସମ୍ପ୍ରତ୍ତି ଅର୍ଥ ମନ୍ତ୍ରଣାଳୟ, ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ଵାରା କରାଯାଇଥିବା ସବିଶେଷ ସମୀକ୍ଷା ଜାରି କରିଛି | 

କୋଭିଡ-19 ମହାମାରୀ ଯୋଗୁଁ ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ଅର୍ଥବ୍ୟବସ୍ଥାର ଅତ୍ୟଧିକ ପ୍ରଭାବିତ ହୋଇଥିବା କ୍ଷେତ୍ର ଲାଗି ଜରୁରୀକାଳିନ ରିଲିଫ ତଥା ଗଠନ ମୂଳକ କାର୍ଯ୍ୟ ଜାରି ରଖିଥିବା ସହ ସରକାରଙ୍କୁ କଡା ଲକଡାଉନ ମଧ୍ୟ ଲାଗୁ କରିବାକୁ ପଡିଥିଲା | ଏହି ସମୀକ୍ଷା ରିପୋର୍ଟରେ ଦର୍ଶାଯାଇଛି ଯେ 2020-21 ଆର୍ଥିକ ବର୍ଷର ଅପ୍ରେଲ-ଜୁନ ତ୍ରୟୋମାସିକ ମୋଟ ଘରୋଇ ଉତ୍ପାଦ (ଜିଡ଼ିପି) ଅଭିବୃଦ୍ଧି ହାର 23.9 ପ୍ରତିଶତ ହ୍ରାସ ପାଇଛି | ତେବେ ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁଁ ଆମ ଦେଶର ମହାମାରୀ ଜନିତ ମୃତ୍ୟୁ ହାରକୁ ଅନ୍ୟ ଦେଶ ତୁଳନାରେ ନିମ୍ନତର ରହିପାରିଛି | ସରକାର ଦ୍ଵାରା ଏକ ସକ୍ରିୟ ପ୍ରତିଷେଧକ ପ୍ରଣାଳୀ ଅବଲମ୍ବନ କରିବା ଦ୍ଵାରା ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥା ଏବେ ଧୀରେ ଧୀରେ ମଜବୁତ ହେବାରେ ଲାଗିଛି |

ଏହି ସମୀକ୍ଷା ରିପୋର୍ଟରୁ ଜଣାପଡିଛି ଯେ ବିଶ୍ଵର ଅଧିକାଂଶ ଦେଶ ଅନଲକ ପ୍ରକ୍ରିୟା ଆରମ୍ଭ କରି ଜୁଲାଇରୁ ଆରମ୍ଭ ହୋଇଥିବା ତ୍ରୟୋମାସରେ ଅର୍ଥନୈତିକ କାର୍ଯ୍ୟକଳାପ ପୁଣିଥରେ ଆରମ୍ଭ କରିଦେଇଛନ୍ତି ଏବଂ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତର ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ ହେବା ଦିଗରେ ଅଗ୍ରସର ହେଉଛି | ଅଟୋ ବିକ୍ରୟ, ଟ୍ରାକ୍ଟର ବିକ୍ରୟ, ସାର ବିକ୍ରୟ, ରେଳ ମାଳ ପରିବହନ ଟ୍ରାଫିକ, ଇସ୍ପାତ ବ୍ୟବହାର ଓ ଉତ୍ପାଦନ, ଇ-ୱେ ବିଲ୍ସ, ଜିଏସଟି ରାଜସ୍ୱ ସଂଗ୍ରହ, ରାଜପଥରେ ଦୈନିକ ଟୋଲ ସଂଗ୍ରହ, ଖୁଚୁରା ଆର୍ଥିକ ଦେଣନେଣ , ଉତ୍ପାଦନକାରୀଙ୍କ ଉତ୍ପାଦନ ସୂଚକାଙ୍କ (ପିଏମଆଇ), ମୂଳ ଉଦ୍ୟୋଗର ପ୍ରଦର୍ଶନ , ପୁଞ୍ଜି ପ୍ରବାହ ଓ ରପ୍ତାନି ସମେତ ବିଭିନ୍ନ ଉଚ୍ଚ ଫ୍ରିକ୍ୱେନ୍ସି ସଙ୍କେତକରେ ଅର୍ଥବ୍ୟବସ୍ଥା ସୁଦୃଢ ହେବାରେ ଲାଗିଛି | ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ, ରପ୍ତାନି ପ୍ରୋତ୍ସାହନ ପରିଷଦ ବୈଠକରେ ଯୋଗଦେଇ କହିଛନ୍ତି ଯେ ଦେଶର ରପ୍ତାନି ତଥା ଆମଦାନୀ କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି କାରଣ ଏହି ରପ୍ତାନି ପରିବହନ ପ୍ରକ୍ରିୟା ଗତବର୍ଷ ସ୍ତରରେ ନିକଟତର ହେବାରେ ଲାଗିଛି | ମହାମାରୀ ଯୋଗୁଁ ଚଳିତ ବର୍ଷ ଏପ୍ରିଲରେ ଦେଶର ରପ୍ତାନି ଓ ଆମଦାନୀ ପ୍ରକ୍ରିୟା ଅତ୍ୟଧିକ ହ୍ରାସ ପାଇଯାଇଥିଲା ବୋଲି ମନ୍ତ୍ରୀ ମହୋଦୟ ଜଣାଇଥିଲେ |

ଅର୍ଥ ମନ୍ତ୍ରଣାଳୟର ସମୀକ୍ଷା ଅନୁଯାୟୀ ଜୁନ ପରଠାରୁ ଖରାପ ସ୍ଥିତିରେ ସୁଧାର ଆସିଛି ଓ ଉଚ୍ଚ ଫ୍ରିକ୍ୱେନ୍ସି ସଙ୍କେତକରେ ପ୍ରଗତି ପରିଲକ୍ଷିତ ହୋଇଛି | ମନ୍ତ୍ରଣାଳୟ ଦ୍ଵାରା ବହୁ ସତର୍କତାର ସହ ଏହି ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଯଦିଓ କ୍ଷୁଦ୍ର-ଅର୍ଥନୈତିକ ସଙ୍କେତକ ମଜବୁତ ପଥରେ ଆଗେଇଚାଲିଛି, ହେଲେ ଏହା ଉପରେ ମହାମାରୀ ତଥା ଇଚ୍ଛାମୂଳକ ଚାହିଦାର ମିଳିତ ପ୍ରଭାବ ଏବେ ମଧ୍ୟ ଅନିଶ୍ଚିତତା ଦେଇ ଗତି କରୁଛି | 

ପୂର୍ବରୁ ଏହିଭଳି ସଙ୍କଟ ଅର୍ଥନୈତିକ କାରଣରୁ ହୋଇଥିବା ବେଳେ, ମହାମାରୀ ଯୋଗୁଁ ଉତ୍ପର୍ଣ୍ଣ ସ୍ୱାସ୍ଥ୍ୟ ଗତ କାରଣରୁ ବର୍ତ୍ତମାନର ସଙ୍କଟରେ ଅନିଶ୍ଚିତତା ଦେଖାଦେଇଛି ବୋଲି ଏହି ସମୀକ୍ଷା ରିପୋର୍ଟ ରେ ଦର୍ଶାଯାଇଛି | ଫଳସ୍ଵରୂପ, ଅର୍ଥବ୍ୟବସ୍ଥା. ସୁଧୁରିବାରେ ଅନିଶ୍ଚିତତା ରହିବା ସ୍ଵାଭାବିକ | ତେବେ କୋଭିଡ ଟୀକା ଉପଲବ୍ଧ ହେବା ପରେ ଏହି ଅନିଶ୍ଚିତତାର ପରିସମାପ୍ତି ଘଟିବ ଓ ଏହା ଅର୍ଥବ୍ୟବସ୍ଥାକୁ ପୁଣି ଥରେ ପ୍ରାକ କୋଭିଡ ସ୍ତରକୁ ଫେରାଇଆଣିବ |

ଏହି ସମୀକ୍ଷାରେ ଏହା ଉପରେ ମଧ୍ୟ ଜୋର ଦିଆଯାଇଛି ଯେ ଅସ୍ଥିର ଅର୍ଥବ୍ୟବସ୍ଥା ସୁଧୁରିବା ପଥକୁ ଫେରୁଥିବାରୁ ବିଶ୍ଵସ୍ତରୀୟ ତଥା ଘରୋଇ ଅଂଶଧନ ବଜାରରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକାରୀ ମାନେ ଆଗେଇ ଆସୁଛନ୍ତି | ଭାରତୀୟ କମ୍ପାନୀ ଗୁଡିକ 2020ରେ ଅଂଶଧନ ପୁଞ୍ଜିରେ 31 ବିଲିୟନ ଆମେରିକୀୟ ଡଲାର ସଂଗ୍ରହ କରିଛନ୍ତି ଯାହା ଭବିଷ୍ୟତ ଅର୍ଥନୈତିକ ଅନିଶ୍ଚିତତା ଲାଗି ପ୍ରସ୍ତୁତ ହେବା ପାଇଁ ବ୍ୟାଙ୍କଗୁଡିକ ନିଜର ବାଲାନ୍ସ ସିଟ ପ୍ରସୂତ କରୁଛନ୍ତି | ଶୀର୍ଷ 100ଟି କମ୍ପାନୀରୁ ବଜାରରେ ପ୍ରଦାନକାରୀଙ୍କ ଗୁଣବତ୍ତା ସହିତ ଜୁନ ରୁ ଅଗଷ୍ଟ ପର୍ଯ୍ୟନ୍ତ ତିନି ମାସରେ 10.3 ବିଲିୟନ ଆମେରିକୀୟ ଡଲାରର ନୂତନ ସେଆର ବିଦେଶୀ ନିବେଶକାରୀ ମାନେ କିଣିବା ସହ ଭାରତରେ ବିଦେଶୀ ଅଂଶଧନ ବୃଦ୍ଧି ପାଇଛି |

ପ୍ରଥମ ତ୍ରୟୋମାସିକରେ ଜିଡ଼ିପିର ହ୍ରାସରେ କୃଷି କ୍ଷେତ୍ର ହେଉଛି ଏକ ବ୍ୟତିକ୍ରମ ଯାହାକି ଏ ବର୍ଷ ଏପ୍ରିଲ-ଜୁନରେ 3.4 ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି ଏବଂ ବିଶ୍ଵ ଖାଦ୍ୟ ମୂଲ୍ୟ ମୁଦ୍ରାସ୍ଫୀତି ସକାରାତ୍ମକ ଆଡକୁ ଗତି କରୁଛି | ଖରିଫ ଫସଲ ପାଇଁ ଅମଳ ଋତୁ ପୂର୍ବରୁ ଘରୋଇ ଚାଷୀ ମାନଙ୍କ ପାଇଁ .ଏହା ଏକ ବଡଧରଣର ବିକାଶ ଯାହା ସେମାନଙ୍କ ବାଣିଜ୍ୟ କାରବାର ଲାଗି ଫାଇଦା ପହଞ୍ଚାଇବାରେ ସାହାର୍ଯ୍ୟ କରିବ |

ଯେହେତୁ ଅର୍ଥବ୍ୟବସ୍ଥା ପୁଣିଥରେ ଅଭିବୃଦ୍ଧି ପଥକୁ ଧୀରେ ଧୀରେ ଫେରିଆସୁଛି, ସରକାରଙ୍କ ଆର୍ଥିକ ତଥା ଆବଶ୍ୟକୀୟ ସମର୍ଥନ ନୀତି ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବ ବୋଲି ରିଏଲ ସେକ୍ଟରର ଅଂଶୀଦାର ମାନଙ୍କ ଦୃଢ ଆତ୍ମବିଶ୍ଵାସ ରହିଛି | 

ମୂଳ ଲେଖା : ଜି. ଶ୍ରୀନିବାସନ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ 








Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...