Skip to main content

ଅଭିବୃଦ୍ଧି ଆଡ଼କୁ ଭାରତ-ଆସିଆନ୍ ସମ୍ପର୍କ

ଆସୋସିଏସନ୍ ଅଫ୍ ସାଉଥ୍-ଇଷ୍ଟ ଏସିଆନ୍ ନେସନ୍ସ (ASEAN) ସହିତ ଏକ ଦୃଢ଼ ତଥା ବହୁମୁଖୀ ସମ୍ପର୍କ ଉପରେ ଭାରତର ପ୍ରାଥମିକତା 1990 ଦଶକ ଆରମ୍ଭରୁ ବିଶ୍ବର ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଉଲ୍ଲେଖନୀୟ ପରିବର୍ତ୍ତନ ଏବଂ ଅର୍ଥନୈତିକ ଉଦାରୀକରଣ ଆଡକୁ ଭାରତର ନିଜସ୍ୱ ଜୟଯାତ୍ରା । ଆକ୍ଟ ଇଷ୍ଟ ପଲିସି ଆଜି ଏକ ଗତିଶୀଳ ଏବଂ କାର୍ଯ୍ୟ ଭିତ୍ତିକ ନୀତିରେ ପରିପକ୍ବ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଆସିଆନ୍‌ ଭାରତ ସମ୍ମିଳନୀରେ ଏବଂ ମିଆଁମାରର ନାଇ ପାଇ ଟାଉ ଠାରେ ଅନୁଷ୍ଠିତ ନବମ ପୂର୍ବ ଏସିଆ ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ‘ଆକ୍ଟ ଇଷ୍ଟ ପଲିସି’ ଘୋଷଣା କରିଥିଲେ ।

ଆସିଆନ୍‌ ବ୍ୟତୀତ, ଭାରତ ଏହି ଅଞ୍ଚଳରେ ଅନ୍ୟାନ୍ୟ ନୀତିଗତ ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ଆସିଆନ୍‌ର କେତେକ ସଦସ୍ୟ BIMSTEC, MGC ଆଦି ଅନ୍ତର୍ଭୁକ୍ତ । ଭାରତ ମଧ୍ୟ ଏସିଆ-ୟୁରୋପ ମିଟିଂ (ASEM), ପୂର୍ବ ଏସିଆ ସମ୍ମିଳନୀ (EAS), ଆସିଆନ୍‌ ଆଞ୍ଚଳିକ ଫୋରମ୍ (ARF), ଆସିଆନ୍‌ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ବୈଠକ (ADMM) ଏବଂ ବିସ୍ତାରିତ ଆସିଆନ୍‌ ସାମୁଦ୍ରିକ ଫୋରମ୍ (EAMF) ଭଳି ଅନେକ ଆଞ୍ଚଳିକ ଫୋରମରେ ସକ୍ରିୟ ଅଂଶଗ୍ରହଣକାରୀ ।

ଆସିଆନ୍‌ ସହିତ ଭାରତର ସମ୍ପର୍କ ହେଉଛି ତାଙ୍କର ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ଏବଂ ଏହାର ‘ଆକ୍ଟ ଇଷ୍ଟ ପଲିସି’ର ମୂଳଦୁଆ । 2012ରେ ଏକ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ମଧ୍ୟରେ ସମ୍ପର୍କର ଅପ-ଗ୍ରେଡେସନ୍ 1992 ରେ ଆସିଆନ୍‌ର ସେକ୍ଟରାଲ୍ ପାର୍ଟନର, 1996 ରେ ଡାୟଲଗ୍ ପାର୍ଟନର ଏବଂ 2002 ରେ ସମ୍ମିଟ୍ ଲେଭଲ୍ ପାର୍ଟନର ହେବା ପରଠାରୁ ଏହା ଏକ ସ୍ବାଭାବିକ ପ୍ରଗତି ଥିଲା । ଭାରତ ଏବଂ ଆସିଆନ୍‌ ମଧ୍ୟରେ ବିଭିନ୍ନ କ୍ଷେତ୍ରକୁ ନେଇ 30 ଟି ବାର୍ତ୍ତା ବିନିମୟ ସମ୍ପାଦିତ ହୋଇଛି । 

ଆସିଆନ୍‌ ଏବଂ ଆସିଆନ୍‌- କେନ୍ଦ୍ରିକ ପ୍ରକ୍ରିୟା ସହ ସମ୍ପର୍କକୁ ଦୃ ଢ଼ କରିବା ପାଇଁ ଭାରତ ଏପ୍ରିଲ୍ 2015 ରେ ଜାକର୍ତ୍ତାରେ ଆସିଆନ୍‌ ଏବଂ ପୂର୍ବ ଏସିଆ ସମ୍ମିଳନୀ ପାଇଁ ଏକ ପୃଥକ ମିଶନ୍ ସ୍ଥାପନ କରିଛି ।

ବିଭିନ୍ନ ବୈଦେଶିକ ନୀତି ପ୍ରଣାଳୀ ମାଧ୍ୟମରେ ଉତ୍ତର-ପୂର୍ବ ଅଞ୍ଚଳ ପାଇଁ ମୁକ୍ତ ସୁଯୋଗ ସୃଷ୍ଟି କରିବାକୁ ଭାରତ ବିଭିନ୍ନ ଉଦ୍ୟମ କରିଛି । ଭାରତର ଉତ୍ତର ପୂର୍ବ ହେଉଛି ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ଆମର ଦ୍ୱାର । ବୈଦେଶିକ ନୀତି ଅନୁଯାୟୀ, ଉତ୍ତର ପୂର୍ବର ରାଜ୍ୟଗୁଡ଼ିକ ହେଉଛି ଆମର ବୈଦେଶିକ ନୀତିର ଦୁଇଟି ମୌଳିକ ସ୍ତମ୍ଭ, “ପଡ଼ୋଶୀ ପ୍ରଥମ” ଏବଂ “ଆକ୍ଟ ଇଷ୍ଟ” ନୀତି ମଧ୍ୟରେ ଯୋଗସୂତ୍ର ।

ଏହି ଅଞ୍ଚଳ ପାଇଁ ଭାରତର ଦୃଷ୍ଟିକୋଣ ଯାହା ଥ୍ରି-ସି; ଯୋଗାଯୋଗ, ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପ୍ରଦାୟରେ ବାନ୍ଧି ହୋଇଛି । ପୂର୍ବରେ ଆମର ପଡ଼ୋଶୀ ଏବଂ ବନ୍ଧୁମାନଙ୍କ ସହଭାଗିତାରେ, ଆମେ ଆମର ଉତ୍ତର ପୂର୍ବାଞ୍ଚଳର ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛୁ ଏବଂ ବୃହତ ଆଞ୍ଚଳିକ ଏକୀକରଣକୁ ମଧ୍ୟ ସୁଗମ କରୁଛୁ ।

ଗତ ସପ୍ତାହରେ ଥାଇଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡନ୍ ପ୍ରମୁଦୱିନାଇଙ୍କ ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର ଆସିଆନ୍‌-ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେଇଥିଲେ । ଏହି ଭର୍ଚୁଆଲ ବୈଠକରେ ଦଶଟି ଆସିଆନ୍‌ ସଦସ୍ୟ ରାଷ୍ଟ୍ର ଏବଂ ଭାରତର ବୈଦେଶିକ ମନ୍ତ୍ରୀଅଂଶଗ୍ରହଣ କରିଥିଲେ ।

ବୈଠକରେ ସାମୁଦ୍ରିକ ସହଯୋଗ, ସଂଯୋଗୀକରଣ, ଶିକ୍ଷା ଏବଂ ଦକ୍ଷତା ବିକାଶ ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ସହିତ ଅନେକ କ୍ଷେତ୍ରରେ ଆସିଆନ୍‌-ଭାରତ ରଣନୀତିକ ଭାଗିଦାରୀର ସ୍ଥିତି ସମୀକ୍ଷା କରାଯାଇଥିଲା । ଏହା ଆସିଆନ୍‌-ଭାରତ କାର୍ଯ୍ୟ ଯୋଜନା (2016-2020) ର କାର୍ଯ୍ୟାନ୍ୱୟନରେ ଅଗ୍ରଗତିର ସମୀକ୍ଷା କରିବା ସହିତ ନଭେମ୍ବର 2019 ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ 16 ତମ ଆସିଆନ୍‌- ଭାରତ ସମ୍ମିଳନୀରେ ଭାରତର ଉପସ୍ଥିତି ଏବଂ ପୂର୍ବ ସମ୍ମିଳନୀଗୁଡ଼ିକର ଫଳାଫଳ ଏବଂ ଆସନ୍ତା 17 ତମ ଆସିଆନ୍‌- ଭାରତ ସମ୍ମିଳନୀର ପ୍ରସ୍ତୁତି ତଥା ଆସିଆନ୍‌ସଦସ୍ୟ ରାଷ୍ଟ୍ର (AMS)ର ପ୍ରମୁଖ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଅଗ୍ରଗତି ସମୀକ୍ଷା କରିଥିଲା ।

ଏହି ବୈଠକରେ ନୂତନ ଆସିଆନ୍‌-ଭାରତ କାର୍ଯ୍ୟ ଯୋଜନା (2021-2025) ଗ୍ରହଣ କରାଯାଇଥିଲା । COVID-19 ମହାମାରୀର ମୁକାବିଲା ପାଇଁ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ମନ୍ତ୍ରୀମାନେ ଆଲୋଚନା କରିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ବିକାଶ ଉପରେ ମତ ବିନିମୟ କରିଥିଲେ ।

ଭିଏତନାମର ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସିଆନ୍‌ ଆଞ୍ଚଳିକ ଫୋରମ୍‌ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସପ୍ତବିଂଶତିତମ ଆସିଆନ୍‌ ଆଞ୍ଚଳିକ ଫୋରମ୍ ବୈଦେଶିକ ମନ୍ତ୍ରୀ ବୈଠକ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ପ୍ରସଙ୍ଗରେ ମତ ବିନିମୟ କରିଛି । ଆତଙ୍କବାଦ ବିପଦ ପ୍ରେକ୍ଷାପଟ୍ଟରେ ମିଳିତ ଜାତିସଂଘର ସମ୍ମିଳନୀ ଆଇନ (UNCLOS) ଢାଞ୍ଚା ପରିପ୍ରେକ୍ଷୀରେ ସାମୁଦ୍ରିକ ପ୍ରସଙ୍ଗ ଏବଂ COVID-19 ପାଇଁ ସାମୂହିକ ପ୍ରତିକ୍ରିୟା ପାଇଁ ସହଯୋଗ ଉପରେ ମନ୍ତ୍ରୀ ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପକୁ ନେଇ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି ।

ସଂକ୍ରାମକ ରୋଗ ବିସ୍ତାରକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ସହଯୋଗ ବୃଦ୍ଧି କରିବା, ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ନିଯୁକ୍ତ କିମ୍ବା ଜଡ଼ିତ ପିଲାମାନଙ୍କର ଚିକିତ୍ସା ଏବଂ ଆନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ଭଳି ତିନୋଟି ପ୍ରସଙ୍ଗ ଆସିଆନ୍‌ ଆଞ୍ଚଳିକ ଫୋରମ୍‌ର ମନ୍ତ୍ରୀମାନେ ଗ୍ରହଣ କରିଛନ୍ତି । 

ଆତଙ୍କବାଦ ମୁକାବିଲା, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ଏବଂ ବିପର୍ଯ୍ୟୟ ପ୍ରଶମନ, ଭାରତ ସାମୁଦ୍ରିକ ସୁରକ୍ଷା ଆଦି ଆସିଆନ୍‌ ଆଞ୍ଚଳିକ ଫୋରମ୍ କାର୍ଯ୍ୟକଳାପ ଏବଂ ପଦକ୍ଷେପ ସହିତ ଜଡିତ । ଏହି ବୈଠକରେ 2020-21 ପାଇଁ ଅନୁମୋଦିତ ଆସିଆନ୍‌ ଆଞ୍ଚଳିକ ଫୋରମ୍‌ କାର୍ଯ୍ୟକ୍ରମ ଅନୁଯାୟୀ ଭାରତ ଅନ୍ତର୍ଜାତୀୟ ଜାହାଜ ଏବଂ ବନ୍ଦର ସୁବିଧା ସୁରକ୍ଷା ସଂକେତ (ଆଇଏସପିଏସ୍ କୋଡ୍) ଏବଂ ମିଳିତ ଜାତିସଂଘର ସମ୍ମିଳନୀ ଆଇନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ କର୍ମଶାଳାରେ ଉପାଧ୍ୟକ୍ଷ ଭୂମିକା ତୁଲାଇବ




ଆଲେଖ୍ୟ: ପଦମ୍‌ ସିଂହ, ଆକଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...