Skip to main content

ଭାରତ ଶାନ୍ତି ଚାହେଁ; ମାତ୍ର ଦେଶର ଅଖଣ୍ଡତା ପାଇଁ ପ୍ରସ୍ତୁତ: ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାକୁ ପୂର୍ବ ଲଦାଖର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ବାସ କରେ ଯେ ଭାରତ-ଚୀନ୍ ସୀମା ଆଲାଇନ୍‌ମେଣ୍ଟ ବୁଝାମଣାପତ୍ର ଏବଂ ଚୁକ୍ତିନାମା ଦ୍ବାରା ପ୍ରମାଣିତ ସୁ-ସ୍ଥାପିତ ଭୌଗୋଳିକ ନୀତି ଉପରେ ଆଧାରିତ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଉଭୟ ପକ୍ଷ ଏପରି ଐତିହାସିକ ବ୍ୟବସ୍ଥାରେ ଅଭ୍ୟସ୍ତ । ଚୀନ୍‌ର ଆଭିମୁଖ୍ୟ ହେଉଛି ଯେ ଦୁଇ ଦେଶ ମଧ୍ୟରେ ସୀମା ଆନୁଷ୍ଠାନିକ ଭାବେ ନିର୍ଣ୍ଣିତ ହୋଇନାହିଁ ।




ଉଭୟ ଭାରତ ଏବଂ ଚୀନ୍ ଆନୁଷ୍ଠାନିକ ଭାବରେ ସହମତ ହୋଇଛନ୍ତି ଯେ ସୀମା ପ୍ରଶ୍ନ ଏକ ଜଟିଳ ପ୍ରସଙ୍ଗ ଯାହା ଧୈର୍ଯ୍ୟ ଆବଶ୍ୟକ କରେ ଏବଂ କଥାବାର୍ତ୍ତା ଏବଂ ଶାନ୍ତିପୂର୍ଣ୍ଣ ବୁଝାମଣା ମାଧ୍ୟମରେ ଏକ ଉଚିତ, ଯୁକ୍ତିଯୁକ୍ତ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନ ଖୋଜିବାକୁ ଉଭୟପକ୍ଷ ପ୍ରତିଶ୍ରୁତିବଦ୍ଧ । ମଧ୍ୟବର୍ତ୍ତୀକାଳରେ ଉଭୟ ପକ୍ଷ ମଧ୍ୟ ସହମତ ହୋଇଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କର ପରବର୍ତ୍ତୀ ବିକାଶ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଏକାନ୍ତ ଜରୁରୀ ।




ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ଚୁକ୍ତିନାମା ଅନୁଯାୟୀ, ଏଲ୍‌ଏସିର ଆଲାଇନ୍‌ମେଣ୍ଟ ତଥା ସୀମା ଉପରେ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ କରି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି । ଏହି ଆଧାରରେ, 1988 ମସିହାରୁ ଆମର ସାମଗ୍ରିକ ସମ୍ପର୍କ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଥିଲା ​​। ଭାରତର ଆଭିମୁଖ୍ୟ ହେଉଛି ଯେ ସୀମା ସମାଧାନ ଉପରେ ଆଲୋଚନା ସହିତ ସମାନ୍ତରାଳ ଭାବରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଜାରି ରଖାଯାଇପାରେ ।




ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ ଏପ୍ରିଲରୁ ପୂର୍ବ ଲଦାଖ ନିକଟବର୍ତ୍ତୀ ଭାରତର ସୀମାନ୍ତ ଅଞ୍ଚଳରେ ଚୀନ୍ ପକ୍ଷରୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଠୁଳକରିବା ଲକ୍ଷ୍ୟ କରାଯାଇଛି । ମେ ମାସ ଆରମ୍ଭରେ ଗାଲୱାନ୍ ଉପତ୍ୟକା ଅଞ୍ଚଳରେ ଭାରତୀୟ ସୈନ୍ୟମାନଙ୍କର ସାଧାରଣ, ପାରମ୍ପାରିକ ପାଟ୍ରୋଲିଂରେ ବାଧା ସୃଷ୍ଟି କରିବାକୁ ଚୀନ୍ ପକ୍ଷ ଚେଷ୍ଟା କରିଥିଲା, ଯାହାଫଳରେ ସେମାନେ ମୁହାଁମୁହିଁ ହୋଇଥିଲେ । ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଅନୁଯାୟୀ ଗ୍ରାଉଣ୍ଡ କମାଣ୍ଡରଙ୍କ ଦ୍ବାରା ମଧ୍ୟ ଏହି ପରିସ୍ଥିତିକୁ ସମାଧାନ କରାଯାଉଥିବାରୁ ମେ ମଧ୍ୟଭାଗରେ ଚୀନ୍ ପଶ୍ଚିମ କ୍ଷେତ୍ରର ଅନ୍ୟାନ୍ୟ ଅଞ୍ଚଳରେ ଏଲ୍‌ଏସିକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲା । ଏଥିରେ କଙ୍ଗକା ଲା, ଗୋଗ୍ରା ଏବଂ ପାନ୍‌ଗଙ୍ଗ ହ୍ରଦର ଉତ୍ତର ତଟ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରୟାସଗୁଡିକ ଶୀଘ୍ର ଚିହ୍ନଟ ହୋଇଥିଲା ଏବଂ ଫଳସ୍ୱରୂପ ଆମର ସଶସ୍ତ୍ର ବାହିନୀ ଦ୍ୱାରା ଉପଯୁକ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।




ଉଭୟ କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ଚୀନ୍‌କୁ ଭାରତ ସ୍ପଷ୍ଟ କରିଛି ଯେ ବେଜିଂ ଏକପାଖିଆ ଭାବରେ ସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରୁଛି । ଏହା ଗ୍ରହଣୀୟ ନୁହେଁ ବୋଲି ବିଶେଷ ଭାବରେ ଜଣାଇ ଦିଆଯାଇଛି ।




ଏହି ସମସ୍ତ ଘଟଣାରେ ଆମର ସଶସ୍ତ୍ର ବାହିନୀ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନରେ ସଂଯମତା ବଜାୟ ରଖିଥିବାବେଳେ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ସେମାନେ ସମାନ ଭାବରେ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି ।



ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତର ସୀମା ରକ୍ଷା କରିବା ପାଇଁ ଭାରତର ସଂକଳ୍ପ ଉପରେ କେହି ସନ୍ଦେହ କରିବା ଉଚିତ୍ ନୁହେଁ । ଭାରତ ବିଶ୍ୱାସ କରେ ଯେ ପଡ଼ୋଶୀମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ପାଇଁ ପାରସ୍ପରିକ ସମ୍ମାନ ଏବଂ ସମ୍ବେଦନଶୀଳତା ହେଉଛି ଆଧାର । ସେ କହିଛନ୍ତି, ଭାରତ ଆଲୋଚନା ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ କରିବାକୁ ଚାହୁଁଛି । ଚୀନ୍ ସହିତ ଆଲୋଚନାରେ, ଭାରତ ତିନୋଟି ମୁଖ୍ୟ ନୀତି ବଜାୟ ରଖିଛି, ଯାହାକି ନୂଆଦିଲ୍ଲୀର ଆଭିମୁଖ୍ୟ ନିର୍ଣ୍ଣୟ କରେ: ଉଭୟ ପକ୍ଷ ଏଲ୍‌ଏସିକୁ ସମ୍ମାନ ଏବଂ ପାଳନ କରିବା ଉଚିତ୍; ଉଭୟ ପକ୍ଷ ଏକପାଖିଆ ଭାବରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ଏବଂ ଉଭୟ ପକ୍ଷ ମଧ୍ୟରେ ଥିବା ସମସ୍ତ ଚୁକ୍ତିନାମା ଏବଂ ବୁଝାମଣାଗୁଡିକ ସମ୍ପୁର୍ଣ୍ଣ ଭାବରେ ପାଳନ କରାଯିବା ଉଚିତ୍‌ ।

ଚୀନ୍‌ର କାର୍ଯ୍ୟକଳାପ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଖୋଲାଖୋଲି ଅବମାନନା କରୁଛି । ଚୀନ୍ ଦ୍ବାରା ସୈନ୍ୟବୃଦ୍ଧି ପୂର୍ବ ଚୁକ୍ତିନାମାର ବିରୋଧାଚରଣ କରୁଛି । ପ୍ରକୃତ ନିୟନ୍ତ୍ରଣ ରେଖାକୁ ସମ୍ମାନ ଏବଂ କଠୋର ଭାବରେ ପାଳନ କରିବା ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଆଧାର ଏବଂ ଉଭୟ 1993 ଏବଂ 1996 ଚୁକ୍ତିରେ ସ୍ପଷ୍ଟ ଭାବରେ ସ୍ୱୀକୃତିପ୍ରାପ୍ତ । ଭାରତୀୟ ସଶସ୍ତ୍ର ବାହିନୀ ଏହାକୁ ପାଳନ କରୁଥିବାବେଳେ ଚୀନ୍ ପକ୍ଷରୁ ଏହାର ପାଳନ କରାଯାଇ ନାହିଁ ।




ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏବଂ ପରାମର୍ଶ ମାଧ୍ୟମରେ ଆମ ସୀମା ଅଞ୍ଚଳରେ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରତିବଦ୍ଧ ରହିଛି । ଏହି ଉଦ୍ଦେଶ୍ୟକୁ ଅନୁସରଣ କରି ସେ ମସ୍କୋରେ ତାଙ୍କର ଚୀନ୍ ପ୍ରତିପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ସ୍ପଷ୍ଟ ଶବ୍ଦରେ ଜଣାଇ ଦିଆଯାଇଥିଲା ଯେ ଚୀନ୍ ସୀମାରେ ବହୁ ସଂଖ୍ୟକ ସୈନ୍ୟ ଠୁଳ କରିବା, ସେମାନଙ୍କର ଆକ୍ରମଣାତ୍ମକ ଆଚରଣ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରି ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଭଳି କାର୍ଯ୍ୟକଳାପ ଭାରତର ଚିନ୍ତା ବଢ଼ାଇଛି । ମସ୍କୋରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ସାକ୍ଷାତ କରିଛନ୍ତି ।




ଦୁଇ ପକ୍ଷ ଏକ ଚୁକ୍ତି କରିଛନ୍ତି ଯେ ଯଦି ଚୀନ୍ ପକ୍ଷରୁ ଆନ୍ତରିକତାର ସହ ଏହାକୁ କାର୍ଯ୍ୟକାରୀ କରାଯାଏ, ତେବେ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବା ସମ୍ଭବ ।




ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତର ସଶସ୍ତ୍ର ବାହିନୀର ମନୋବଳ ବହୁତ ଅଧିକ । ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନାମୂଳକ ଗସ୍ତ ଯୋଗୁଁ ଆମର କମାଣ୍ଡର ଏବଂ ସୈନିକମାନେ ଜାଣୁଛନ୍ତି ଯେ ପୂରା ଦେଶ ସେମାନଙ୍କ ପଛରେ ରହିଛି । ଅତ୍ୟନ୍ତ ପ୍ରତିକୂଳ ପାଣିପାଗରେ ଅନେକ ଉଚ୍ଚତାରେ ଆମର ନିରାପତ୍ତା ତଥା ସୁରକ୍ଷା ପାଇଁ ଲଦାଖରେ ନିୟୋଜିତ ମାତୃଭୂମିର ରକ୍ଷା କରୁଥିବା ସଶସ୍ତ୍ର ବାହିନୀର ସମର୍ଥନରେ ଏକ ସଂକଳ୍ପ ପାରିତ କରିବାକୁ ଶ୍ରୀ ସିଂହ ଗୃହକୁ ପ୍ରସ୍ତାବ ଦେଇଛନ୍ତି ।




ମୂଳ ଲେଖା: ପଦମ୍‌ ସିଂହ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...