Skip to main content

ଇମ୍ରାନ ଖାଁଙ୍କ ରିୟାସତ-ଇ-ମଦିନାର ଦିବାସ୍ଵପ୍ନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ତାଙ୍କର ଏକ ଦୁର୍ନୀତିମୁକ୍ତ ‘ନୟା ପାକିସ୍ତାନ’ ର ସ୍ଵପ୍ନ ସହିତ ତାଙ୍କ ଦେଶର ଭାବମୂର୍ତ୍ତିକୁ ବଦଳେଇବା ଲାଗି ପ୍ରତିଶୃତି ଦେଇଥିଲେ | ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ପ୍ରୋଫେଟ୍ ଙ୍କ ମାର୍ଗଦର୍ଶିକା ଉପରେ ଆଧାରିତ ମଦିନାର ମଡେଲକୁ ଆଧାର କରି ପାକିସ୍ତାନକୁ ଏକ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ | ଏକ ମାନ୍ଦା ଅର୍ଥବ୍ୟବସ୍ଥା, ମେଣ୍ଟ ସରକାରରୁ ସହଯୋଗୀ ମାନେ ଓହରିଯିବା , ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (ଏଫଏଟିଏଫ) ଦ୍ଵାରା କଳା ତାଲିକାଭୁକ୍ତ ହେବାର ଆଶଙ୍କା, ପାର୍ଟି ମଧ୍ୟରେ ଆନ୍ତଃ କନ୍ଦଳ ତଥା କ୍ଷମତାରେ ଦ୍ଵିତୀୟ ବର୍ଷ ଶେଷ ହେବା ପରେ ପିଟିଆଇ ସରକାରଙ୍କ ବାଲାନ୍ସ ସିଟ ନିଶ୍ଚିତ ଭାବେ ଆଦୌ ଉତ୍ସାହଜନକ ନଥିବା ପରି ମନେକରାଯାଉଛି |

ତାଙ୍କ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଇମ୍ରାନ ଖାଁ ଟେଲିଭିଜନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ନିଜ ଉପଲବ୍ଧି ବଖାଣିଥିଲେ | ତାଙ୍କ କହିବାନୁଯାୟୀ ବୈଦେଶିକ ନୀତିରେ ତାଙ୍କ ଇଚ୍ଛା ମୁତାବକ ପାକିସ୍ତାନର ଭାବମୂର୍ତ୍ତି ବଦଳିବା ସହ କାରୋନାଭାଇରସ ମହାମାରୀ ସମୟରେ ଦୃଷ୍ଟାନ୍ତ ମୂଳକ ପରିଚାଳନା ତଥା ପାକିସ୍ତାନ ଏକ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ର ଗଠନ ଦିଗରେ ପାକିସ୍ତାନ ଆଗେଇଚାଲିଛି ଯେଉଁଥିପାଇଁ ଦେଶ ମୂଳତଃ ସୃଷ୍ଟି ହୋଇଥିଲା ଓ ଏହା ହେଉଛି ତାଙ୍କ ସରକାରଙ୍କ ଏକ ପ୍ରମୁଖ ଉପଲବ୍ଧି ମଧ୍ୟରୁ ଅନ୍ୟତମ | ଏକ ସାକ୍ଷାତକାର ବେଳେ ଶ୍ରୀ ଇମ୍ରାନ କହିଥିଲେ ଯେ ପ୍ରୋଫେଟ ମହମ୍ମଦଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ରିୟାସତ-ଇ-ମଦିନା ଭଳି ସେ ପାକିସ୍ତାନକୁ ଇସଲାମିକ ଜଗତ ପାଇଁ ଏକ ଉଦାହରଣ ସ୍ୱରୂପ କରିବାକୁ ଚାହୁଁଛନ୍ତି |

ପାକିସ୍ତାନ ସରକାର ମଦ୍ରାସା ମାନଙ୍କୁ ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ବିବାଦୀୟ ଏକକ ଜାତୀୟ ପାଠ୍ୟକ୍ରମ ନୀତି (ଏସଏନସିପି)ର ଶୁଭାରମ୍ଭ କରିଛନ୍ତି | ଏହି ନୀତି ଅଧୀନରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଡିନ-ୟାଟ (ଇସଲାମ ଉପରେ ଧାର୍ମିକ ପୁସ୍ତକ ) ବିଷୟରେ ଶିକ୍ଷା ଦେବା ବାଧ୍ୟତାମୂଳକ କରାଗଲା ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ସ୍କୁଲ ପାଠ୍ୟକ୍ରମରେ ପ୍ରୋଫେଟଙ୍କ ଜୀବନୀ ଓ ଇତିହାସ ଉପରେ ଆଧାରିତ ଏକ ଅତିରିକ୍ତ ଅଧ୍ୟାୟ ଅନ୍ତର୍ଭୁକ୍ତ ହେବ ଯଦ୍ଵାରା ଛାତ୍ରଛାତ୍ରୀ ମାନେ ତାଙ୍କ ଜୀବନରେ ଉତ୍ତମ ଶିକ୍ଷା ଆହରଣ କରିପାରିବେ | ତେବେ ସମାଲୋଚକ ମାନେ ଏହି ପରିବର୍ତ୍ତନ ନୀତି ଶିକ୍ଷାଗତ ଅପେକ୍ଷା ଅଧିକ ଆଦର୍ଶଗତ ବୋଲି ମତ ଦେଇଥିଲେ | ଏହି ନୀତିରେ ଧର୍ମର ଅତ୍ୟଧିକ ପ୍ରଭାବ ରହିଛି ଯାହା ଏକ ଛୋଟ ବୟସରୁ ପିଲା ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିପାରେ ବୋଲି ସେମାନେ ଯୁକ୍ତି ବାଢିଛନ୍ତି | ଏହା ଦ୍ଵାରା ମଦ୍ରାସାର ମୁଖ୍ୟସ୍ରୋତକୁ ବଦଳାଯାଇଛି ବୋଲି ପାକିସ୍ତାନୀ ଶିକ୍ଷାବିତ ମାନେ କହିଛନ୍ତି | ଭବିଷ୍ୟତରେ ମୁଖ୍ୟସ୍ରୋତର ଛାତ୍ରଛାତ୍ରୀ ମାନେ ମଦ୍ରାସା ଦ୍ଵାରା ଅଧିକ ପ୍ରଭାବିତ ହୋଇପାରନ୍ତି | ସମ୍ପ୍ରତ୍ତି ଇମ୍ରାନ ଖାଁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଧିକାଂଶ ସମୟରେ ଇସଲାମିକ ଷ୍ଟେଟ ବିଷୟରେ କହିବୁଲୁଛନ୍ତି | 

ପାକିସ୍ତାନର ପ୍ରଖ୍ୟାତ ଶିକ୍ଷାବିତ ପରଭେଜ ହୁଡଭୋୟ ଏସଏନସିପି ବିଷୟରେ ଚର୍ଚ୍ଚା କରି କହିଛନ୍ତି ଯେ ଏହି ନୂତନ ପାଠ୍ୟକ୍ରମ ସ୍କୁଲ ପିଲା ମାନଙ୍କ ମଧ୍ୟରେ କୌଣସି ମତେ ସମାନତା ଆଣିବ ନାହିଁ | ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଉପରେ କେବଳ ଧର୍ମର ଅତ୍ୟଧିକ ପ୍ରଭାବ ପଡିବ ତାହା ନୁହେଁ ବରଂ ସେମାନଙ୍କୁ କୁରାନ, ଏହାର ଅନୁବାଦ ଓ ଦୁଆ (ପ୍ରାର୍ଥନା) ମଧ୍ୟ ଶିଖିବାକୁ ପଡିବ ବୋଲି ସେ ଜୋର ଦେଇ କହିଛନ୍ତି | ଧର୍ମର ଏଭଳି ଅତ୍ୟଧିକ ବୋଝ ସହ ଅନ୍ୟ ବିଷୟ ଗୁଡିକ ପାଇଁ ସ୍ଥାନ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି | ମଦ୍ରାସା ଗୁଡିକ ପରବର୍ତ୍ତୀ ଜୀବନ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଦ୍ୟାଳୟ ଗୁଡିକ ଏହି ଜୀବନ ପାଇଁ ଯୁବ ମନମସ୍ତିଷ୍କକୁ ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ, ତେଣୁ ଏହି ଦୁଇଟିକୁ କିପରି ସମ୍ମିଳିତ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି | ସେ ମଧ୍ୟ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିବା 400 ଜଣ ବିଶେଷଜ୍ଞଙ୍କ ବିଶ୍ଵସନୀୟତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି | ସୂଚନା ଯୋଗ୍ୟ ଯେ ନିଷିଦ୍ଧ କରିବା ପାଇଁ ଅନେକ ପୁସ୍ତକକୁ ତାଲିକାଭୁକ୍ତ କରାଯାଇଛି ଯାହା ନୂତନ ନୀତି ଗୁଡିକୁ ଅନୁପାଳନ କରୁନାହିଁ | 

ଗତ ଦୁଇବର୍ଷ ମଧ୍ୟରେ ପିଟିଆଇ ସରକାରଙ୍କ ପ୍ରଦର୍ଶନ ଉପରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ବର୍ତ୍ତମାନର ସରକାର ଏହି ଦୁଇ ବର୍ଷରେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ଓ ଠିକ ଭାବେ କାର୍ଯ୍ୟ ସମ୍ପାଦନ କରିନାହାନ୍ତି ବୋଲି ପାକିସ୍ତାନର 54 ପ୍ରତିଶତ ଲୋକ ମତ ଦେଇଛନ୍ତି | ସରକାରଙ୍କ ଖରାପ ପ୍ରଦର୍ଶନର ପାଞ୍ଚୋଟି ମୁଖ୍ୟ ସୂଚକ ହେଉଛି : ମୁଦ୍ରାସ୍ଫୀତି ବୃଦ୍ଧି, ବେରୋଜଗାର ବୃଦ୍ଧି, ଖରାପ କ୍ୟାବିନେଟ ଚୟନ, ଦୁର୍ନୀତି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ‘ୟୁ ଟର୍ଣ୍ଣ ’ ବା ଓଲଟା ନୀତି ଅବଲମ୍ବନ କରିବା | ଶ୍ରୀ ଖାଁ ଏକ ‘ନୟା’ ପାକିସ୍ତାନ ଗଠନ ଲାଗି ନୂତନ ପ୍ରତିଭାଙ୍କୁ ସୁଯୋଗ ଦେବାଲାଗି ପ୍ରତିଶ୍ରୁତି ଦେଇଥିଲେ ହେଲେ ନୂଆଁ ପ୍ରତିଭା କାହିଁ ? ଏହା ଖାଁଙ୍କ ନିଜ ପାର୍ଟି ଭିତର ଏବଂ ବାହାର ଲୋକଙ୍କ ପାଖରେ ମଧ୍ୟ ଉତ୍ତର ନ ଥିବ |


ପାକିସ୍ତାନରେ ବହୁ ବର୍ଷ ଧରି ସୁରକ୍ଷା ପ୍ରତିଷ୍ଠାନକୁ ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତିର ନିର୍ଣ୍ଣୟକାରୀ ଭାବେ ବିବେଚନା କରାଯାଉଥିଲା, ହେଲେ ପିଟିଆଇ ସରକାରଙ୍କ ଅଧୀନରେ ଏହାର ଭୂମିକା ଅଧିକ ସ୍ପଷ୍ଟ ହୋଇଥିବାର ପ୍ରତୀୟମାନ ହୋଇଛି | ସେନାଧ୍ୟକ୍ଷ ଜେନେରାଲ କାମାର ବାଜୱା ଅନେକ ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ କ୍ୟାବିନେଟର ସ୍ଵେଚ୍ଛାପ୍ରବୃତ୍ତ ନିଷ୍ପତ୍ତି ଯୋଗୁଁ ସରକାରଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆଣିବାରୁ ରକ୍ଷା କରିଛନ୍ତି | ଓଆଇସି ଉପରେ ଶାହ ମେହେମୁଦ କ୍ୟୁରେସିଙ୍କ ବିବୃତ୍ତି ଦ୍ଵାରା ଉପୁଜିଥିବା ପରିସ୍ଥିତିକୁ ସୁଧାରିବା ଲାଗି ସମ୍ପ୍ରତ୍ତି ସେ ସାଉଦୀଆରବ ଗସ୍ତରେ ଯାଇଥିଲେ | ଏପରିକି କୋଭିଡ-19 ମହାମାରୀର ପ୍ରତିହତ କରିବା ପାଇଁ ସେନା, ଜାତୀୟ କମାଣ୍ଡ ଓ ଅପରେସନ କେନ୍ଦ୍ର (ଏନସିଓସି) ସହ ଆଗେଇ ଆସିଥିଲା ଯାହା ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଜାତୀୟ ସମନ୍ଵୟ କମିଟି (ଏନସିସି) ଅପେକ୍ଷା ଅଧିକ ସଫଳ ହୋଇଥିଲା ବୋଲି ବିବେଚନା କରାଯାଉଛି |

ପିଟିଆଇ ସରକାରଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ର ଗଠନ ଲାଗି ଇମ୍ରାନଙ୍କ ମିସନକୁ ସବୁ ସଦସ୍ୟ ସମର୍ଥନ କରୁନାହାନ୍ତି ବୋଲି ଖବର ପ୍ରକାଶ ପାଇଛି | ଇମ୍ରାନ ଖାଁ ତାଙ୍କ ଅବଶିଷ୍ଟ କାର୍ଯ୍ୟକାଳ ମଧ୍ୟରେ ସାଲିସହୀନ ବିରୋଧୀ ପକ୍ଷ, ଦୁର୍ବଳ ଅର୍ଥନୀତି ଓ ଏଫଏଟିଏଫ ଦ୍ଵାରା କାର୍ଯ୍ୟାନୁଷ୍ଠାନର ଭୟ ସହିତ ରିୟାସତ-ଇ-ମଦିନା ପ୍ରତିଷ୍ଠା କରିପାରିବେ କି ସ୍ଵପ୍ନ ରାଇଜରୁ ଫେରି ମୂଳ ବାସ୍ତବତାକୁ ଗ୍ରହଣ କରିବେ ତାହା ଦେଖିବାକୁ ବାକି ଅଛି | 

ମୂଳ ଲେଖା : ଡଃ ଜୈନାବ ଅଖତର, ପାକିସ୍ତାନ ଉପରେ ବିଶ୍ଳେଷକ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...