Skip to main content

ଆଇବିଏସଏ  ବୈଦେଶିକ ମନ୍ତ୍ରୀଙ୍କ  ଭର୍ଚୁଆଲ ବୈଠକ          

ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା (ଆଇବିଏସଏ) ଡାଏଲଗ ଫୋରମ ଅନେକ କ୍ଷେତ୍ରରେ ଅଦ୍ଵିତୀୟ ଅଟେ | ଏହା ଏକ ଆନୁଷ୍ଠାନିକ ସଂଗଠନ ନୁହେଁ, ଏହାର ମୁଖ୍ୟାଳୟ ବା ସଚିବାଳୟ ନାହିଁ , ଏହା ଏକ ବ୍ଲକ କିମ୍ବା ଏକ ମେଣ୍ଟ ନୁହେଁ ଏବଂ ଏହା ଏକ ଆଦର୍ଶଗତ ସମୂହ ମଧ୍ୟ ନୁହେଁ | ବିକଶିତ ତଥା ବିକାଶଶୀଳ ଦେଶ ଗୁଡିକ ମଧ୍ୟରେ କ୍ଷମତାର ସନ୍ତୁଳନକୁ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ବୈଶ୍ୱିକ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥାଗୁଡିକୁ ପରିବର୍ତ୍ତନ କରିବାର ଲକ୍ଷ, ବୈଶ୍ବିକରଣର ସମସାମୟିକ ମଡେଲର ବିକଳ୍ପ ପନ୍ଥା ବିକଶିତ କରିବା ଓ ଦକ୍ଷିଣର ଅର୍ଥନୈତିକ ଓ ସାମାଜିକ ସ୍ଵାର୍ଥ ପ୍ରୋତ୍ସାହନ ଦେବା ଲାଗି ଏକ ବଳିଷ୍ଠ ରୂପ ଦେବା ହେଉଛି ଇବସାର ମିଶନ ଏବଂ କାର୍ଯ୍ୟସୂଚୀର ମୂଳ ଲକ୍ଷ |

ପ୍ରାରମ୍ଭରେ ବ୍ରିକ୍ସର ଆବିର୍ଭାବ ଇବସାର ବୈଧାନିକ ସ୍ଥିତି ଉପରେ ପ୍ରଭାବ ପକାଇଲା ନାହିଁ ଏବଂ ଏଥିରେ କୌଣସି ସ୍ଵାର୍ଥର ଦ୍ଵନ୍ଦ ନଥିଲା | ଆଇବିଏସଏ (ଇବସା) ତିନୋଟି ଦେଶର ସମାନ ଧରଣର ସମସ୍ୟା ଉପରେ ପ୍ରାଧାନ୍ୟ ଦେବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି ଏହାର କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେଉଥିବା ବେଳେ ବ୍ରିକ୍ସ, ଅର୍ଥନୀତି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲା | ଚୀନ ଇବସାର ବିଘଟନ ପାଇଁ ଆଗ୍ରହ ପ୍ରକାଶ କରିଥିଲା ହେଲେ ଭାରତ ଏଥିରେ ରାଜି ନ ଥିଲା ଓ ଏହା ପଛରେ ଚୀନର ଉଦ୍ଦେଶ୍ୟ ଠିକ ଭାବେ ବୁଝି ପାରିଥିଲା | ଏହାପରେ ଚୀନ ବ୍ରିକ୍ସ ପ୍ଲସ ପ୍ରସଙ୍ଗ ଉଠାଇଲା | ଇବସା ଧୀରେ ଧୀରେ ବ୍ରିକ୍ସର ଆଢୁଆଳରେ ରହିଗଲା | ଇବସା ଡାଏଲଗ ଫୋରମର ଶିଖର ବୈଠକ ଯେତେବେଳେ ହୋଇପାରିନଥିଲା ସେତେବେଳେ ଏହାକୁ ନେଇ ସନ୍ଦେହ ଜାତ ହୋଇଥିଲା |

ଯଦିଓ 2011 ମସିହାରୁ ସମ୍ମିଳନୀର ଏକ ସ୍ଵତନ୍ତ୍ର ଶିଖର ବୈଠକ ଅନୁଷ୍ଠିତ ହୋଇନାହିଁ ତେବେ ମଧ୍ୟ ଭାରତର ପ୍ରୟାସ ଯୋଗୁଁ ଏହି ବୈଶ୍ଵିକ ଡାଏଲଗ ଫୋରମରେ ଏକ ନୂତନ ଗତିଶୀଳତା ଅନୁଭୂତ ହୋଇଛି | ଏହିସବୁ ବର୍ଷରେ ‘ସେରପା’, ବରିଷ୍ଠ ଅଧିକାରୀ ଓ ଇବସା ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକ ହୋଇଆସୁଛି |

ଚଳିତ ସପ୍ତାହରେ ଏକ ଭିଡିଓ କନଫରେଂସିଙ୍ଗ ଜରିଆରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ସମୟରେ ଅଧିକ ସମାବେଶୀ, ପ୍ରତିକ୍ରିୟାଶୀଳ ଓ ଅଂଶଗ୍ରହଣକାରୀ ଆନ୍ତର୍ଜାତୀୟ ଶାସନ ସ୍ଥାପତ୍ୟକୁ ସମର୍ଥନ କରିବା ଲାଗି ମନ୍ତ୍ରିବୃନ୍ଦ, ସେମାନଙ୍କ ପ୍ରତିବଦ୍ଧତାକୁ ଦୋହୋରାଇ ଥିଲେ | ତିନିଜଣ ଇବସା ବୈଦେଶିକ ମନ୍ତ୍ରୀ ପ୍ରଚଳିତ ଆନ୍ତର୍ଜାତୀୟ ଶାସନ ଢାଞ୍ଚାକୁ “କ୍ରମଲୁପ୍ତ” ବୋଲି ଅଭିହିତ କରି ବର୍ତ୍ତମାନ ଉଭା ହୋଇଥିବା ଶାନ୍ତି ତଥା ସୁରକ୍ଷା ସଙ୍କ୍ରାନ୍ତୀୟ ଚାଲେଞ୍ଜ ଗୁଡିକର ମୁକାବିଲା ଲାଗି ଏହା ଉପଯୁକ୍ତ ନୁହେଁ ବୋଲି ବର୍ଣ୍ଣନା କରିଛନ୍ତି | ସେମାନେ ଆହୁରି ମଧ୍ୟ ମତ ଦେଇଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆଣିଲେ, ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ଉପରେ ଏହାର ଗମ୍ଭୀର ପ୍ରଭାବ ପଡିବ | ଏହି ତିନି ବୈଦେଶିକ ମନ୍ତ୍ରୀ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବର୍ଗରେ ସୁରକ୍ଷା ପରିଷଦର ସଂପ୍ରସାରଣ ଲାଗି ମଧ୍ୟ ଆହ୍ଵାନ ଜଣାଇଛନ୍ତି | ଏହା ପୂର୍ବରୁ 2018 ମସିହା ସେପ୍ଟେମ୍ବରରେ ନ୍ୟୁୟର୍କ ଠାରେ ତ୍ରିପକ୍ଷୀୟ ମନ୍ତ୍ରୀସ୍ତରୀୟ କମିଶନର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା |

ବର୍ତ୍ତମାନ ଚୀନର ଆକ୍ରମଣାତ୍ମକ ବ୍ୟବହାର ଏବଂ ଏହାର ଅର୍ଥନୈତିକ ପ୍ରଭାବ ବ୍ରିକ୍ସକୁ ଦୁର୍ବଳ କରିବାରେ ଲାଗିଛି | ବେଜିଂ ନିଜର ଫାଇଦା ପାଇଁ ଆନ୍ତର୍ଜାତୀୟ ଅନୁଷ୍ଠାନ ଏବଂ ବୈଶ୍ଵିକ ବ୍ୟବସ୍ଥାର ଉପଯୋଗ କରୁଛି | ଆଫ୍ରିକା ଏବଂ କିଛିକାଂଶରେ ଲାଟିନ ଆମେରିକା ଚୀନର ଆକ୍ରାତ୍ମକ ଆଚରଣର ଶିକାର ହୋଇଛନ୍ତି | କିଛି ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲୀନ୍ଟନ ଆଫ୍ରିକୀୟ ଦେଶ ଗୁଡିକୁ ଚେତାବନୀ ଦେଇ କହିଥିଲେ ଯେ ଚୀନ “ନୂତନ ଉପନିବେଶବାଦ” ଆରମ୍ଭ କରୁଛି | ଚୀନ ବହୁପକ୍ଷୀୟବାଦ ବିଷୟରେ ବଖାଣେ ହେଲେ ବାସ୍ତବରେ ଏକତରଫା କାର୍ଯ୍ୟସୂଚୀ ଅବଲମ୍ବନ କରି ଆସୁଛି | ଚୀନର ନେତା ମାନେ କେବେ ହେଲେ ଅନ୍ୟ ବିକାଶଶୀଳ ଦେଶ ମାନଙ୍କ ସହ ସର୍ବ ହିତକାରୀ ସ୍ଥିତି ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ |

ନିୟମ ଭିତ୍ତିକ ଆନ୍ତର୍ଜାତୀୟ ପରିବେଶ ଚୀନର ବୃଦ୍ଧି ପାଉଥିବା ପ୍ରାଦୁର୍ଭାବର ଶିକାର ହେଉଛି | ଏହି ଦୁର୍ବଳ ଆନ୍ତର୍ଜାତୀୟ ବାତାବରଣରେ ଭାରତ ବ୍ରିକ୍ସ ବାହାରେ କୌଣସି ମେଣ୍ଟ କରିବା ପ୍ରତି ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି | ଉଭୟ ଦକ୍ଷିଣ ଓ ଉତ୍ତରରେ ସମାନ ଚିନ୍ତାଧାରା ବିଶିଷ୍ଟ ବୈଶ୍ଵିକ ସହଯୋଗୀ ସହ ହାତ ମିଳାଇବା ଉଚିତ ଯେଉଁମାନେ ଏକ ସ୍ଵତନ୍ତ୍ର , ଖୋଲା ଏବଂ ଉଦାରବାଦୀ ଆନ୍ତର୍ଜାତୀୟ ପରିବେଶ ପାଇଁ ନିଜର ଯୋଗଦାନ ଦେବା ପାଇଁ ଆଗେଇ ଆସିବେ |

ଭାରତ ସଦା ସର୍ବଦା ସଜାଗ ରହି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ | ରାଷ୍ଟ୍ର ଗୁଡିକ ମଧ୍ୟରେ ଏକ ଉପଯୁକ୍ତ ସ୍ଥାନ ହାସଲ କରିବା ଲାଗି ନୂଆଦିଲ୍ଲୀ ପାଖରେ ଅର୍ଥନୈତିକ, ସାମରିକ, ବୈଷୟିକ ଓ ଜନସାଙ୍ଖ୍ୟିକ ଭଳି ଆବଶ୍ୟକୀୟ ସାମର୍ଥ୍ୟ ଅଛି |

ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଶ୍ଵିକ ସହଯୋଗ ପାଇଁ ଭାରତକୁ ନିଜର ସ୍ଵାର୍ଥ ଅନୁଯାୟୀ ଅବସର ସୃଷ୍ଟି କରିବାକୁ ପଡିବ | ଦକ୍ଷିଣ-ଦକ୍ଷିଣ ସହଯୋଗ ଗୋଟିଏ ଟେମ୍ପଲେଟ ହୋଇଥିବା ବେଳେ ଉଭୟ ଦକ୍ଷିଣ ଏବଂ ଉତ୍ତର ସ୍ଥିତ ଦେଶ ସହ ଜଡିତ ତ୍ରିପକ୍ଷୀୟ ଓ ଚତୁର୍ପକ୍ଷୀୟ ଗୋଷ୍ଠୀ ଗଠନ କରିବା ଅନ୍ୟତମ ଟେମ୍ପଲେଟ ହୋଇପାରିବ |

ଦେଶ ଗୁଡିକୁ ଏକତା ସୂତ୍ରରେ ବାନ୍ଧିରଖୁଥିବା ସାଧାରଣ କାର୍ଯ୍ୟସୂଚୀ ଏବଂ ସଙ୍କୁଚିତ ବୈଶ୍ଵିକ ପରିବେଶରେ ସାମ୍ନା କରୁଥିବା ସମାନ ଧରଣର ଚାଲେଞ୍ଜ ଗୁଡିକର ମୁକାବିଲା କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ଏକ ଗମ୍ଭୀର ଏବଂ ସମାନ ଭାଗୀଦାରୀତାର ଆବଶ୍ୟକତା ଅଛି | ଏଠାରେ ଭାରତ ପାଇଁ ଏକ ବଡ ସୁଯୋଗ ରହିଛି | ସାଧାରଣ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜ ଗୁଡିକ ର ମୁକାବିଲା କରିବା ପାଇଁ ଦାତା ଓ ଗ୍ରହଣକାରୀ ସମ୍ପର୍କର ଧାରଣାରୁ ଆଗକୁ ବଢିବା ସହିତ ଆପୋଷ ଲାଭକାରୀ ବିଶ୍ଵସ୍ତରୀୟ ଓ ଆଞ୍ଚଳିକ ଯୋଗାଯୋଗର ନୂତନ ଓ ସ୍ଥାୟୀ ରୂପର ଆବଶ୍ୟକତା ରହିଛି |

ମୂଳ ଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ , ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ଦିଲ୍ଲୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...