ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା (ଆଇବିଏସଏ) ଡାଏଲଗ ଫୋରମ ଅନେକ କ୍ଷେତ୍ରରେ ଅଦ୍ଵିତୀୟ ଅଟେ | ଏହା ଏକ ଆନୁଷ୍ଠାନିକ ସଂଗଠନ ନୁହେଁ, ଏହାର ମୁଖ୍ୟାଳୟ ବା ସଚିବାଳୟ ନାହିଁ , ଏହା ଏକ ବ୍ଲକ କିମ୍ବା ଏକ ମେଣ୍ଟ ନୁହେଁ ଏବଂ ଏହା ଏକ ଆଦର୍ଶଗତ ସମୂହ ମଧ୍ୟ ନୁହେଁ | ବିକଶିତ ତଥା ବିକାଶଶୀଳ ଦେଶ ଗୁଡିକ ମଧ୍ୟରେ କ୍ଷମତାର ସନ୍ତୁଳନକୁ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ବୈଶ୍ୱିକ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥାଗୁଡିକୁ ପରିବର୍ତ୍ତନ କରିବାର ଲକ୍ଷ, ବୈଶ୍ବିକରଣର ସମସାମୟିକ ମଡେଲର ବିକଳ୍ପ ପନ୍ଥା ବିକଶିତ କରିବା ଓ ଦକ୍ଷିଣର ଅର୍ଥନୈତିକ ଓ ସାମାଜିକ ସ୍ଵାର୍ଥ ପ୍ରୋତ୍ସାହନ ଦେବା ଲାଗି ଏକ ବଳିଷ୍ଠ ରୂପ ଦେବା ହେଉଛି ଇବସାର ମିଶନ ଏବଂ କାର୍ଯ୍ୟସୂଚୀର ମୂଳ ଲକ୍ଷ |
ପ୍ରାରମ୍ଭରେ ବ୍ରିକ୍ସର ଆବିର୍ଭାବ ଇବସାର ବୈଧାନିକ ସ୍ଥିତି ଉପରେ ପ୍ରଭାବ ପକାଇଲା ନାହିଁ ଏବଂ ଏଥିରେ କୌଣସି ସ୍ଵାର୍ଥର ଦ୍ଵନ୍ଦ ନଥିଲା | ଆଇବିଏସଏ (ଇବସା) ତିନୋଟି ଦେଶର ସମାନ ଧରଣର ସମସ୍ୟା ଉପରେ ପ୍ରାଧାନ୍ୟ ଦେବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି ଏହାର କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେଉଥିବା ବେଳେ ବ୍ରିକ୍ସ, ଅର୍ଥନୀତି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲା | ଚୀନ ଇବସାର ବିଘଟନ ପାଇଁ ଆଗ୍ରହ ପ୍ରକାଶ କରିଥିଲା ହେଲେ ଭାରତ ଏଥିରେ ରାଜି ନ ଥିଲା ଓ ଏହା ପଛରେ ଚୀନର ଉଦ୍ଦେଶ୍ୟ ଠିକ ଭାବେ ବୁଝି ପାରିଥିଲା | ଏହାପରେ ଚୀନ ବ୍ରିକ୍ସ ପ୍ଲସ ପ୍ରସଙ୍ଗ ଉଠାଇଲା | ଇବସା ଧୀରେ ଧୀରେ ବ୍ରିକ୍ସର ଆଢୁଆଳରେ ରହିଗଲା | ଇବସା ଡାଏଲଗ ଫୋରମର ଶିଖର ବୈଠକ ଯେତେବେଳେ ହୋଇପାରିନଥିଲା ସେତେବେଳେ ଏହାକୁ ନେଇ ସନ୍ଦେହ ଜାତ ହୋଇଥିଲା |
ଯଦିଓ 2011 ମସିହାରୁ ସମ୍ମିଳନୀର ଏକ ସ୍ଵତନ୍ତ୍ର ଶିଖର ବୈଠକ ଅନୁଷ୍ଠିତ ହୋଇନାହିଁ ତେବେ ମଧ୍ୟ ଭାରତର ପ୍ରୟାସ ଯୋଗୁଁ ଏହି ବୈଶ୍ଵିକ ଡାଏଲଗ ଫୋରମରେ ଏକ ନୂତନ ଗତିଶୀଳତା ଅନୁଭୂତ ହୋଇଛି | ଏହିସବୁ ବର୍ଷରେ ‘ସେରପା’, ବରିଷ୍ଠ ଅଧିକାରୀ ଓ ଇବସା ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକ ହୋଇଆସୁଛି |
ଚଳିତ ସପ୍ତାହରେ ଏକ ଭିଡିଓ କନଫରେଂସିଙ୍ଗ ଜରିଆରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ସମୟରେ ଅଧିକ ସମାବେଶୀ, ପ୍ରତିକ୍ରିୟାଶୀଳ ଓ ଅଂଶଗ୍ରହଣକାରୀ ଆନ୍ତର୍ଜାତୀୟ ଶାସନ ସ୍ଥାପତ୍ୟକୁ ସମର୍ଥନ କରିବା ଲାଗି ମନ୍ତ୍ରିବୃନ୍ଦ, ସେମାନଙ୍କ ପ୍ରତିବଦ୍ଧତାକୁ ଦୋହୋରାଇ ଥିଲେ | ତିନିଜଣ ଇବସା ବୈଦେଶିକ ମନ୍ତ୍ରୀ ପ୍ରଚଳିତ ଆନ୍ତର୍ଜାତୀୟ ଶାସନ ଢାଞ୍ଚାକୁ “କ୍ରମଲୁପ୍ତ” ବୋଲି ଅଭିହିତ କରି ବର୍ତ୍ତମାନ ଉଭା ହୋଇଥିବା ଶାନ୍ତି ତଥା ସୁରକ୍ଷା ସଙ୍କ୍ରାନ୍ତୀୟ ଚାଲେଞ୍ଜ ଗୁଡିକର ମୁକାବିଲା ଲାଗି ଏହା ଉପଯୁକ୍ତ ନୁହେଁ ବୋଲି ବର୍ଣ୍ଣନା କରିଛନ୍ତି | ସେମାନେ ଆହୁରି ମଧ୍ୟ ମତ ଦେଇଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆଣିଲେ, ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ଉପରେ ଏହାର ଗମ୍ଭୀର ପ୍ରଭାବ ପଡିବ | ଏହି ତିନି ବୈଦେଶିକ ମନ୍ତ୍ରୀ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବର୍ଗରେ ସୁରକ୍ଷା ପରିଷଦର ସଂପ୍ରସାରଣ ଲାଗି ମଧ୍ୟ ଆହ୍ଵାନ ଜଣାଇଛନ୍ତି | ଏହା ପୂର୍ବରୁ 2018 ମସିହା ସେପ୍ଟେମ୍ବରରେ ନ୍ୟୁୟର୍କ ଠାରେ ତ୍ରିପକ୍ଷୀୟ ମନ୍ତ୍ରୀସ୍ତରୀୟ କମିଶନର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା |
ବର୍ତ୍ତମାନ ଚୀନର ଆକ୍ରମଣାତ୍ମକ ବ୍ୟବହାର ଏବଂ ଏହାର ଅର୍ଥନୈତିକ ପ୍ରଭାବ ବ୍ରିକ୍ସକୁ ଦୁର୍ବଳ କରିବାରେ ଲାଗିଛି | ବେଜିଂ ନିଜର ଫାଇଦା ପାଇଁ ଆନ୍ତର୍ଜାତୀୟ ଅନୁଷ୍ଠାନ ଏବଂ ବୈଶ୍ଵିକ ବ୍ୟବସ୍ଥାର ଉପଯୋଗ କରୁଛି | ଆଫ୍ରିକା ଏବଂ କିଛିକାଂଶରେ ଲାଟିନ ଆମେରିକା ଚୀନର ଆକ୍ରାତ୍ମକ ଆଚରଣର ଶିକାର ହୋଇଛନ୍ତି | କିଛି ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲୀନ୍ଟନ ଆଫ୍ରିକୀୟ ଦେଶ ଗୁଡିକୁ ଚେତାବନୀ ଦେଇ କହିଥିଲେ ଯେ ଚୀନ “ନୂତନ ଉପନିବେଶବାଦ” ଆରମ୍ଭ କରୁଛି | ଚୀନ ବହୁପକ୍ଷୀୟବାଦ ବିଷୟରେ ବଖାଣେ ହେଲେ ବାସ୍ତବରେ ଏକତରଫା କାର୍ଯ୍ୟସୂଚୀ ଅବଲମ୍ବନ କରି ଆସୁଛି | ଚୀନର ନେତା ମାନେ କେବେ ହେଲେ ଅନ୍ୟ ବିକାଶଶୀଳ ଦେଶ ମାନଙ୍କ ସହ ସର୍ବ ହିତକାରୀ ସ୍ଥିତି ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ |
ନିୟମ ଭିତ୍ତିକ ଆନ୍ତର୍ଜାତୀୟ ପରିବେଶ ଚୀନର ବୃଦ୍ଧି ପାଉଥିବା ପ୍ରାଦୁର୍ଭାବର ଶିକାର ହେଉଛି | ଏହି ଦୁର୍ବଳ ଆନ୍ତର୍ଜାତୀୟ ବାତାବରଣରେ ଭାରତ ବ୍ରିକ୍ସ ବାହାରେ କୌଣସି ମେଣ୍ଟ କରିବା ପ୍ରତି ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି | ଉଭୟ ଦକ୍ଷିଣ ଓ ଉତ୍ତରରେ ସମାନ ଚିନ୍ତାଧାରା ବିଶିଷ୍ଟ ବୈଶ୍ଵିକ ସହଯୋଗୀ ସହ ହାତ ମିଳାଇବା ଉଚିତ ଯେଉଁମାନେ ଏକ ସ୍ଵତନ୍ତ୍ର , ଖୋଲା ଏବଂ ଉଦାରବାଦୀ ଆନ୍ତର୍ଜାତୀୟ ପରିବେଶ ପାଇଁ ନିଜର ଯୋଗଦାନ ଦେବା ପାଇଁ ଆଗେଇ ଆସିବେ |
ଭାରତ ସଦା ସର୍ବଦା ସଜାଗ ରହି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ | ରାଷ୍ଟ୍ର ଗୁଡିକ ମଧ୍ୟରେ ଏକ ଉପଯୁକ୍ତ ସ୍ଥାନ ହାସଲ କରିବା ଲାଗି ନୂଆଦିଲ୍ଲୀ ପାଖରେ ଅର୍ଥନୈତିକ, ସାମରିକ, ବୈଷୟିକ ଓ ଜନସାଙ୍ଖ୍ୟିକ ଭଳି ଆବଶ୍ୟକୀୟ ସାମର୍ଥ୍ୟ ଅଛି |
ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଶ୍ଵିକ ସହଯୋଗ ପାଇଁ ଭାରତକୁ ନିଜର ସ୍ଵାର୍ଥ ଅନୁଯାୟୀ ଅବସର ସୃଷ୍ଟି କରିବାକୁ ପଡିବ | ଦକ୍ଷିଣ-ଦକ୍ଷିଣ ସହଯୋଗ ଗୋଟିଏ ଟେମ୍ପଲେଟ ହୋଇଥିବା ବେଳେ ଉଭୟ ଦକ୍ଷିଣ ଏବଂ ଉତ୍ତର ସ୍ଥିତ ଦେଶ ସହ ଜଡିତ ତ୍ରିପକ୍ଷୀୟ ଓ ଚତୁର୍ପକ୍ଷୀୟ ଗୋଷ୍ଠୀ ଗଠନ କରିବା ଅନ୍ୟତମ ଟେମ୍ପଲେଟ ହୋଇପାରିବ |
ଦେଶ ଗୁଡିକୁ ଏକତା ସୂତ୍ରରେ ବାନ୍ଧିରଖୁଥିବା ସାଧାରଣ କାର୍ଯ୍ୟସୂଚୀ ଏବଂ ସଙ୍କୁଚିତ ବୈଶ୍ଵିକ ପରିବେଶରେ ସାମ୍ନା କରୁଥିବା ସମାନ ଧରଣର ଚାଲେଞ୍ଜ ଗୁଡିକର ମୁକାବିଲା କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ଏକ ଗମ୍ଭୀର ଏବଂ ସମାନ ଭାଗୀଦାରୀତାର ଆବଶ୍ୟକତା ଅଛି | ଏଠାରେ ଭାରତ ପାଇଁ ଏକ ବଡ ସୁଯୋଗ ରହିଛି | ସାଧାରଣ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜ ଗୁଡିକ ର ମୁକାବିଲା କରିବା ପାଇଁ ଦାତା ଓ ଗ୍ରହଣକାରୀ ସମ୍ପର୍କର ଧାରଣାରୁ ଆଗକୁ ବଢିବା ସହିତ ଆପୋଷ ଲାଭକାରୀ ବିଶ୍ଵସ୍ତରୀୟ ଓ ଆଞ୍ଚଳିକ ଯୋଗାଯୋଗର ନୂତନ ଓ ସ୍ଥାୟୀ ରୂପର ଆବଶ୍ୟକତା ରହିଛି |
ମୂଳ ଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ , ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ଦିଲ୍ଲୀ

Comments
Post a Comment