Skip to main content

ପାର୍ଲିଆମେଣ୍ଟରେ ଚଳିତ ସପ୍ତାହ



ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହିତ ହେବା ପରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନକୁ ବୁଧବାର ଦିନ ଆଗୁଆ ମୁଲତବୀ ଘୋଷଣା କରାଯାଇଛି | କୋଭିଡ-19 ମହାମାରୀ ଯୋଗୁଁ ଏହାର କାର୍ଯ୍ୟଧାରା ଶେଷ ହେବାର ଆଠ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରାକୁ ଅନିର୍ଦ୍ଦିଷ୍ଟ କାଳୀନ ମୁଲତବୀ ରଖାଯାଇଛି | ଦଶଟି କାର୍ଯ୍ୟଦିବସ ହୋଇଥିବା ଏହି ଅଧିବେଶନ ଚଳିତ ମାସ 14 ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ପହିଲାରେ ଶେଷ ହେବାର କାର୍ଯ୍ୟସୂଚୀ ରହିଥିଲା | ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ତାଙ୍କ ସମାପନ ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ଦ୍ଵାରା ବିରୋଧ ମଧ୍ୟରେ ସଦନରେ 25ଟି ବିଲ ପାସ ହୋଇଛି ଓ 6ଟି ନୂତନ ବିଲ ଆଗତ କରାଯାଇଛି |

ପାର୍ଲିଆମେଣ୍ଟରେ ଶ୍ରମିକଙ୍କ କଲ୍ୟାଣ ଓ ସୁରକ୍ଷା ନିମନ୍ତେ ତିନୋଟି ଶ୍ରମ କୋଡ ବିଲ ପାସ କରାଯାଇଛି | ଯେକୌଣସି ପ୍ରତିଷ୍ଠାନରେ ନିୟୋଜିତ ବ୍ୟକ୍ତିଙ୍କ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥିତିକୁ ନିୟନ୍ତ୍ରିତ କରୁଥିବା ଆଇନରେ ସଂଶୋଧନ କରିବାକୁ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସର୍ତ୍ତାବଳୀ କୋଡ 2020ରେ ବ୍ୟବସ୍ଥା ରହିଛି | ଶିଳ୍ପାଞ୍ଚଳ ସମ୍ପର୍କ କୋଡ 2020ରେ ବାଣିଜ୍ୟ ସଂଘ, ଶିଳ୍ପ ପ୍ରତିଷ୍ଠାନରେ ନିଯୁକ୍ତି ସର୍ତ୍ତାବଳୀ ବା ଶିଳ୍ପ ବିବାଦର ଅନୁସନ୍ଧାନ ଓ ସମାଧାନ ସଙ୍କ୍ରାନ୍ତୀୟ ଆଇନ ଗୁଡିକରେ ସଂଶୋଧନ ଆଣିବାକୁ ଲକ୍ଷ ରଖାଯାଇଛି | ତୃତୀୟ ବିଲଟି ହେଉଛି ସାମାଜିକ ସୁରକ୍ଷା କୋଡ 2020, ଯେଉଁଥିରେ ଦେଶରେ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସହ ଜଡିତ ଆଇନରେ ସଂଶୋଧନ କରିବାକୁ ଲକ୍ଷ ରଖାଯାଇଛି |

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏକ ଆଲୋଚନା ବେଳେ ଜବାବ ଦେଇ ଏହି ବିଲ ଗୁଡିକୁ ଐତିହାସିକ ବୋଲି ବର୍ଣ୍ଣନା କରି ଏକ ସମୟ ସୀମା ମଧ୍ୟରେ ଆପତ୍ତି ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା ଦ୍ଵାରା ଶ୍ରମିକ ମାନଙ୍କ ସ୍ଵାର୍ଥ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିବ ବୋଲି ଜଣାଇଛନ୍ତି | ସେ କହିଛନ୍ତି ଶ୍ରମିକ ମାନଙ୍କୁ ଏକ ନିରାପଦ ପରିବେଶ ତଥା ଦୃଢ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ ବିଲରେ ଅନେକ ବ୍ୟବସ୍ଥା ସାମିଲ କରାଯାଇଛି |

ଏହି ଆଲୋଚନାରେ ଭାଗ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହି ବିଲ କର୍ମଚାରୀଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବ | ସେ କହିଛନ୍ତି ଏହି ବିଲରେ ନିଶ୍ଚିତ ସର୍ବନିମ୍ନ ଓ ସମୟାନୁଯାୟୀ ମଜୁରି, ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ବର୍ଷକୁ ଥରେ ସେମାନଙ୍କ ଘରକୁ ଯିବା ଲାଗି ଭତ୍ତା ଆଦି ସମେତ ଅନେକ ପ୍ରାବଧାନ ରହିଛି |

ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ରେଳବାଇ 2023 ସୁଦ୍ଧା ଏହାର ବ୍ରଡ ଗେଜ ମାର୍ଗରେ ଶତ ପ୍ରତିଶତ ବିଦ୍ୟୁତିକରଣ ଲାଗି ଯୋଜନା କରିଛି | ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ମହୋଦୟ କହିଛନ୍ତି ଯେ 63 ହଜାର 631 କିଲୋମିଟର ମାର୍ଗର ପ୍ରାୟ 63 ପ୍ରତିଶତ ବ୍ରଡ ଗେଜ ଲାଇନ ବିଦ୍ୟୁତିକରଣ ହୋଇସାରିଛି |

ଲୋକସଭାରେ ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ବିଲ, 2020 ପାସ ହୋଇଛି ଯେଉଁଥିରେ ଦେଶର ପ୍ରମୁଖ ବନ୍ଦର ଗୁଡିକର ନିୟନ୍ତ୍ରଣ, କାର୍ଯ୍ୟ ଏବଂ ଯୋଜନା ତଥା ଏହି ବନ୍ଦର ଗୁଡିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି | ଜାହାଜ ଚଳାଚଳ ବିଭାଗ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମଣ୍ଡାବିୟା କହିଛନ୍ତି ଯେ ଏହି ବିଲ ସାମୁଦ୍ରିକ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେବ |

ଲୋକସଭାରେ ମଧ୍ୟ ଜାମ୍ମୁ ଓ କାଶ୍ମୀର ସରକାରୀ ଭାଷା ବିଲ 2020 ପାସ ହୋଇଛି | କାଶ୍ମିରୀ, ଡୋଗ୍ରୀ, ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁକୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ସରକାରୀ ଭାଷା ଭାବେ ପରିଣତ କରିବା ହେଉଛି ଏହି ବିଲର ଲକ୍ଷ୍ୟ | ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଏହି ବିଧେୟକ ଜାମ୍ମୁ ଓ କାଶ୍ମୀର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିବ | ପାର୍ଲିଆମେଣ୍ଟରେ ବ୍ୟାଙ୍କୀଙ୍ଗ ନିୟନ୍ତ୍ରଣ (ସଂଶୋଧନ) ବିଲ, 2020 ଗୃହିତ ହୋଇଛି | ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ କହିଛନ୍ତି ଯେ ନିକଟ ଅତୀତରେ ଅନେକ ସମବାୟ ବ୍ୟାଙ୍କ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଏହି ବିଲକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି |

ପାର୍ଲିଆମେଣ୍ଟର ଉଭୟ ସଦନରେ ଜାତୀୟ ଫୋରେଂସିକ ସାଇନ୍ସ ୟୁନିଭର୍ସିଟି ବିଲ, 2020 ଗୃହିତ ହୋଇଛି | ଏହି ବିଲରେ ଗୁଜରାଟ ଫରେନସିକ ସାଇନ୍ସ ୟୁନିଭର୍ସିଟି, ଗାନ୍ଧିନଗର ଓ ଲୋକନାୟକ ଜୟପ୍ରକାଶ ନାରାୟଣ ନେସନାଲ ଇନଷ୍ଟିଚ୍ୟୁଟ ଅଫ କ୍ରିମିନୋଲୋଜି ଏଣ୍ଡ ଫରେନସିକ ସାଇନସେସ, ନୂଆଦିଲ୍ଲୀ ଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି |

ପାର୍ଲିଆମେଣ୍ଟରେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ (ସଂଶୋଧନ) ବିଲ 2020 ମଧ୍ୟ ପାସ ହୋଇଛି | ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ କହିଛନ୍ତି ଯେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି | ମହାମାରୀ ରୋଗ (ସଂଶୋଧନ) ବିଲ, 2020 ମଧ୍ୟ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଛି | ମହାମାରୀ ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବା ଏବଂ ଏହି ରୋଗର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରସରକାରଙ୍କ କ୍ଷମତାକୁ ବିସ୍ତାର କରିବା ଲାଗି ମହାମାରୀ ରୋଗ ଆଇନ, 1897ରେ ସଂଶୋଧନ ଆଣିବା ଲାଗି ଏହି ବିଲରେ ପ୍ରାବଧାନ ରହିଛି |

ଲୋକସଭାରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ (ସଂଶୋଧନ) ବିଲ 2020 (ଏଫସିଆରଏ) ପାରିତ ହୋଇଛି | ତେଣେ ପ୍ରସ୍ତାବିତ ଆଇନ, କୌଣସି ଧର୍ମ କିମ୍ବା ଏନଜିଓ ବିରୁଦ୍ଧରେ ନୁହେଁ ବୋଲି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍ପଷ୍ଟ କରିଛନ୍ତି |

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ



Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...