Skip to main content

ପାର୍ଲିଆମେଣ୍ଟରେ ଚଳିତ ସପ୍ତାହ



ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହିତ ହେବା ପରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନକୁ ବୁଧବାର ଦିନ ଆଗୁଆ ମୁଲତବୀ ଘୋଷଣା କରାଯାଇଛି | କୋଭିଡ-19 ମହାମାରୀ ଯୋଗୁଁ ଏହାର କାର୍ଯ୍ୟଧାରା ଶେଷ ହେବାର ଆଠ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରାକୁ ଅନିର୍ଦ୍ଦିଷ୍ଟ କାଳୀନ ମୁଲତବୀ ରଖାଯାଇଛି | ଦଶଟି କାର୍ଯ୍ୟଦିବସ ହୋଇଥିବା ଏହି ଅଧିବେଶନ ଚଳିତ ମାସ 14 ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ପହିଲାରେ ଶେଷ ହେବାର କାର୍ଯ୍ୟସୂଚୀ ରହିଥିଲା | ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ତାଙ୍କ ସମାପନ ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ଦ୍ଵାରା ବିରୋଧ ମଧ୍ୟରେ ସଦନରେ 25ଟି ବିଲ ପାସ ହୋଇଛି ଓ 6ଟି ନୂତନ ବିଲ ଆଗତ କରାଯାଇଛି |

ପାର୍ଲିଆମେଣ୍ଟରେ ଶ୍ରମିକଙ୍କ କଲ୍ୟାଣ ଓ ସୁରକ୍ଷା ନିମନ୍ତେ ତିନୋଟି ଶ୍ରମ କୋଡ ବିଲ ପାସ କରାଯାଇଛି | ଯେକୌଣସି ପ୍ରତିଷ୍ଠାନରେ ନିୟୋଜିତ ବ୍ୟକ୍ତିଙ୍କ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥିତିକୁ ନିୟନ୍ତ୍ରିତ କରୁଥିବା ଆଇନରେ ସଂଶୋଧନ କରିବାକୁ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସର୍ତ୍ତାବଳୀ କୋଡ 2020ରେ ବ୍ୟବସ୍ଥା ରହିଛି | ଶିଳ୍ପାଞ୍ଚଳ ସମ୍ପର୍କ କୋଡ 2020ରେ ବାଣିଜ୍ୟ ସଂଘ, ଶିଳ୍ପ ପ୍ରତିଷ୍ଠାନରେ ନିଯୁକ୍ତି ସର୍ତ୍ତାବଳୀ ବା ଶିଳ୍ପ ବିବାଦର ଅନୁସନ୍ଧାନ ଓ ସମାଧାନ ସଙ୍କ୍ରାନ୍ତୀୟ ଆଇନ ଗୁଡିକରେ ସଂଶୋଧନ ଆଣିବାକୁ ଲକ୍ଷ ରଖାଯାଇଛି | ତୃତୀୟ ବିଲଟି ହେଉଛି ସାମାଜିକ ସୁରକ୍ଷା କୋଡ 2020, ଯେଉଁଥିରେ ଦେଶରେ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସହ ଜଡିତ ଆଇନରେ ସଂଶୋଧନ କରିବାକୁ ଲକ୍ଷ ରଖାଯାଇଛି |

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏକ ଆଲୋଚନା ବେଳେ ଜବାବ ଦେଇ ଏହି ବିଲ ଗୁଡିକୁ ଐତିହାସିକ ବୋଲି ବର୍ଣ୍ଣନା କରି ଏକ ସମୟ ସୀମା ମଧ୍ୟରେ ଆପତ୍ତି ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା ଦ୍ଵାରା ଶ୍ରମିକ ମାନଙ୍କ ସ୍ଵାର୍ଥ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିବ ବୋଲି ଜଣାଇଛନ୍ତି | ସେ କହିଛନ୍ତି ଶ୍ରମିକ ମାନଙ୍କୁ ଏକ ନିରାପଦ ପରିବେଶ ତଥା ଦୃଢ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ ବିଲରେ ଅନେକ ବ୍ୟବସ୍ଥା ସାମିଲ କରାଯାଇଛି |

ଏହି ଆଲୋଚନାରେ ଭାଗ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହି ବିଲ କର୍ମଚାରୀଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବ | ସେ କହିଛନ୍ତି ଏହି ବିଲରେ ନିଶ୍ଚିତ ସର୍ବନିମ୍ନ ଓ ସମୟାନୁଯାୟୀ ମଜୁରି, ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ବର୍ଷକୁ ଥରେ ସେମାନଙ୍କ ଘରକୁ ଯିବା ଲାଗି ଭତ୍ତା ଆଦି ସମେତ ଅନେକ ପ୍ରାବଧାନ ରହିଛି |

ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ରେଳବାଇ 2023 ସୁଦ୍ଧା ଏହାର ବ୍ରଡ ଗେଜ ମାର୍ଗରେ ଶତ ପ୍ରତିଶତ ବିଦ୍ୟୁତିକରଣ ଲାଗି ଯୋଜନା କରିଛି | ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ମହୋଦୟ କହିଛନ୍ତି ଯେ 63 ହଜାର 631 କିଲୋମିଟର ମାର୍ଗର ପ୍ରାୟ 63 ପ୍ରତିଶତ ବ୍ରଡ ଗେଜ ଲାଇନ ବିଦ୍ୟୁତିକରଣ ହୋଇସାରିଛି |

ଲୋକସଭାରେ ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ବିଲ, 2020 ପାସ ହୋଇଛି ଯେଉଁଥିରେ ଦେଶର ପ୍ରମୁଖ ବନ୍ଦର ଗୁଡିକର ନିୟନ୍ତ୍ରଣ, କାର୍ଯ୍ୟ ଏବଂ ଯୋଜନା ତଥା ଏହି ବନ୍ଦର ଗୁଡିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି | ଜାହାଜ ଚଳାଚଳ ବିଭାଗ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମଣ୍ଡାବିୟା କହିଛନ୍ତି ଯେ ଏହି ବିଲ ସାମୁଦ୍ରିକ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେବ |

ଲୋକସଭାରେ ମଧ୍ୟ ଜାମ୍ମୁ ଓ କାଶ୍ମୀର ସରକାରୀ ଭାଷା ବିଲ 2020 ପାସ ହୋଇଛି | କାଶ୍ମିରୀ, ଡୋଗ୍ରୀ, ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁକୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ସରକାରୀ ଭାଷା ଭାବେ ପରିଣତ କରିବା ହେଉଛି ଏହି ବିଲର ଲକ୍ଷ୍ୟ | ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଏହି ବିଧେୟକ ଜାମ୍ମୁ ଓ କାଶ୍ମୀର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିବ | ପାର୍ଲିଆମେଣ୍ଟରେ ବ୍ୟାଙ୍କୀଙ୍ଗ ନିୟନ୍ତ୍ରଣ (ସଂଶୋଧନ) ବିଲ, 2020 ଗୃହିତ ହୋଇଛି | ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ କହିଛନ୍ତି ଯେ ନିକଟ ଅତୀତରେ ଅନେକ ସମବାୟ ବ୍ୟାଙ୍କ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଏହି ବିଲକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି |

ପାର୍ଲିଆମେଣ୍ଟର ଉଭୟ ସଦନରେ ଜାତୀୟ ଫୋରେଂସିକ ସାଇନ୍ସ ୟୁନିଭର୍ସିଟି ବିଲ, 2020 ଗୃହିତ ହୋଇଛି | ଏହି ବିଲରେ ଗୁଜରାଟ ଫରେନସିକ ସାଇନ୍ସ ୟୁନିଭର୍ସିଟି, ଗାନ୍ଧିନଗର ଓ ଲୋକନାୟକ ଜୟପ୍ରକାଶ ନାରାୟଣ ନେସନାଲ ଇନଷ୍ଟିଚ୍ୟୁଟ ଅଫ କ୍ରିମିନୋଲୋଜି ଏଣ୍ଡ ଫରେନସିକ ସାଇନସେସ, ନୂଆଦିଲ୍ଲୀ ଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି |

ପାର୍ଲିଆମେଣ୍ଟରେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ (ସଂଶୋଧନ) ବିଲ 2020 ମଧ୍ୟ ପାସ ହୋଇଛି | ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ କହିଛନ୍ତି ଯେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି | ମହାମାରୀ ରୋଗ (ସଂଶୋଧନ) ବିଲ, 2020 ମଧ୍ୟ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଛି | ମହାମାରୀ ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବା ଏବଂ ଏହି ରୋଗର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରସରକାରଙ୍କ କ୍ଷମତାକୁ ବିସ୍ତାର କରିବା ଲାଗି ମହାମାରୀ ରୋଗ ଆଇନ, 1897ରେ ସଂଶୋଧନ ଆଣିବା ଲାଗି ଏହି ବିଲରେ ପ୍ରାବଧାନ ରହିଛି |

ଲୋକସଭାରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ (ସଂଶୋଧନ) ବିଲ 2020 (ଏଫସିଆରଏ) ପାରିତ ହୋଇଛି | ତେଣେ ପ୍ରସ୍ତାବିତ ଆଇନ, କୌଣସି ଧର୍ମ କିମ୍ବା ଏନଜିଓ ବିରୁଦ୍ଧରେ ନୁହେଁ ବୋଲି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍ପଷ୍ଟ କରିଛନ୍ତି |

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ



Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...