Skip to main content

ଭାରତ-ଆଫ୍ରିକା ସହଭାଗୀତା ଉପରେ ପଞ୍ଚଦଶ ଡିଜିଟାଲ୍ ସମ୍ମିଳନୀ

ଭାରତ-ଆଫ୍ରିକା ଭାଗିଦାରୀ ଉପରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏକ୍ସିମ୍ ବ୍ୟାଙ୍କର ପଞ୍ଚଦଶ ଡିଜିଟାଲ୍ ସମ୍ମିଳନୀ ବୈଦେଶିକ ମନ୍ତ୍ରଣାଳୟ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ସହଯୋଗରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା | କୋଭିଡ୍ -19 ମହାମାରୀର ପୃଷ୍ଠଭୂମିରେ ଭର୍ଚୁଆଲ୍ ମୋଡ୍ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ ଦୁଇ ଅଞ୍ଚଳ ମଧ୍ୟରେ ସହଭାଗିତାକୁ ମଜବୁତ କରିବା ପାଇଁ ସକ୍ରିୟ ଭାବରେ ଯୋଗଦାନ କରିଥିବା ଆଫ୍ରିକା ଏବଂ ଭାରତର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ | ଦୁଇ ଅଞ୍ଚଳ ମଧ୍ୟରେ ଅର୍ଥନୈତିକ ସହଯୋଗ ତଥା ସାମରିକ ସହଭାଗିତାକୁ ମଜବୁତ କରିବା ପାଇଁ ଏହି ସମ୍ମିଳନୀ ବରିଷ୍ଠ ମନ୍ତ୍ରୀ, ନୀତି ନିର୍ମାତା ଏବଂ ଶିଳ୍ପପତିମାନଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିଛି | ଏହା ଭାରତ - ଆଫ୍ରିକା ସମ୍ପର୍କର 10 ଟି ମାର୍ଗଦର୍ଶିକା ସହିତ ମେଳ ଖାଉଛି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2018 ରେ ଉଗାଣ୍ଡାର ସଂସଦରେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ ଆଫ୍ରିକାର 500 ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପ୍ରଧାନମନ୍ତ୍ରୀ ଶ୍ରୀ ସିଲଭେଷ୍ଟ୍ରେ ଇଲୁଙ୍ଗା, ମରିସସର ଉପ-ପ୍ରଧାନମନ୍ତ୍ରୀ ଡକ୍ଟର ମହମ୍ମଦ ଅନୱର ହୁସ୍ନୋ, କେନିଆର ବୈଦେଶିକ ବ୍ୟାପାର କ୍ୟାବିନେଟ ସଚିବ ଶ୍ରୀମତୀ ରାଇଚେଲ ଆୱୋର ଓମାମୋ ଏବଂ ନାଇଜେରିଆର ଶିଳ୍ପ, ବାଣିଜ୍ୟ ଏବଂ ବିନିଯୋଗ ମନ୍ତ୍ରୀ ଯୋଗ ଦେଇଥିଲେ |

ଉଲ୍ଲେଖଯୋଗ୍ୟ ଯେ ଭାରତର ବୈଦେଶିକ ନୀତିରେ ଆଫ୍ରିକା ପାରମ୍ପାରିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। 1990 ଦଶକରୁ ଭାରତ ମାଳଦ୍ୱୀପ ସହିତ ସମ୍ପର୍କକୁ ଯଥେଷ୍ଟ ବୃଦ୍ଧି କରିଛି। ତିନୋଟି ଶିଖର ସମ୍ମିଳନୀ, ଏବଂ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଆଦି ଆଫ୍ରିକା ମହାଦେଶର ଭାରତର ବୈଦେଶିକ ନୀତିର ଗୁରୁତ୍ୱକୁ ଦର୍ଶାଉଛି | ଆଜି ଆଫ୍ରିକା କେବଳ ଏକ ବୃହତ ବଜାର ଏବଂ ବ୍ୟବସାୟ ପାଇଁ ସୁଯୋଗ ପ୍ରଦାନ କରୁନାହିଁ ବରଂ ଏହା ମଧ୍ୟ ଖଣିଜ ପଦାର୍ଥ, ପ୍ରାକୃତିକ ସମ୍ପଦ ଏବଂ କୃଷି-ସାଂସ୍କୃତିକ ଦ୍ରବ୍ୟର ଏକ ଭଣ୍ଡାର ମଧ୍ୟ |

ଆଫ୍ରିକା ସହିତ ଦୀର୍ଘମିଆଦୀ ଯୋଗଦାନର ଦୃଷ୍ଟିକୋଣ ଏବଂ ଭାରତ-ଆଫ୍ରିକା ଅର୍ଥନୈତିକ ଭାଗିଦାରୀର ଚିତ୍ରପଟ୍ଟକୁ ବିସ୍ତାର କରିବା ପାଇଁ ଭାରତର ଅଦମ୍ୟ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପଗୁଡିକ ପ୍ରତିଫଳିତ ହୋଇଥିଲା |

ବଜାର ଖୋଲିବା ଏବଂ ଆଫ୍ରିକାରେ ନିବେଶ କରିବାକୁ ଭାରତୀୟ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଭାରତ ପ୍ରତିବଦ୍ଧ। ଏହା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ଉଦ୍‌ଘାଟନୀ ଭାଷଣରେ ପ୍ରତିଫଳିତ ହୋଇଛି। ସେ ଭାରତ ଏବଂ ଆଫ୍ରିକା ମଧ୍ୟରେ ବଢୁଥିବା ସମ୍ପର୍କକୁ ପ୍ରଶଂସା କରିବା ସହ ଆର୍ଥିକ ବିକାଶ ପାଇଁ ଆଫ୍ରିକୀୟ ଦେଶମାନଙ୍କୁ ସମର୍ଥନ କରିବାକୁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଡକ୍ଟର ଜୟଶଙ୍କର ଆଫ୍ରିକା ପ୍ରତି ଭାରତର ପ୍ରତିବଦ୍ଧତାକୁ ବର୍ଣ୍ଣନା କରିଛନ୍ତି ଯାହା ବିକାଶ ସହଭାଗୀତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଦୃଢ ଲୋକ-ସମ୍ପର୍କ, ବିଶେଷକରି ଯୁବ ଆଫ୍ରିକୀୟମାନଙ୍କ ପାଇଁ ଶିକ୍ଷା ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଏବଂ ନିକଟରେ ପ୍ରତିରକ୍ଷା କ୍ଷେତ୍ରରେ ଦର୍ଶାଯାଇଛି |

37 ଟି ଆଫ୍ରିକୀୟ ଦେଶରେ ଭାରତ 194 ଟି ପ୍ରକଳ୍ପ ହାତକୁ ନେଇଛି। ଭିତ୍ତିଭୂମି ଠାରୁ ଆରମ୍ଭ କରି ଆଇସିଟି, ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳ ଏବଂ ଜଳସେଚନ ପ୍ରକଳ୍ପ, ରେଳପଥ ପର୍ଯ୍ୟନ୍ତ ରାସ୍ତା ଏବଂ କୃଷି, ଚିନି କାରଖାନା ପର୍ଯ୍ୟନ୍ତ ପରିବ୍ୟାପ୍ତ | ଆଫ୍ରିକୀୟ ଦେଶମାନଙ୍କରେ ଭାରତୀୟ ସେକ୍ଟରରେ କିପରି ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଛି ତାହା ବୈଦେଶିକ ବ୍ୟାପାର ମନ୍ତ୍ରୀ ବିସ୍ତୃତ ଭାବରେ କହିଛନ୍ତି।

ଆଫ୍ରିକାର ମାନ୍ୟଗଣ୍ୟ ବ୍ୟକ୍ତିମାନେ କୋଭିଡ 19 ମହାମାରୀ ସଙ୍କଟ ସମୟରେ ଡାକ୍ତର, ଔଷଧ ଏବଂ ଚିକିତ୍ସା ଉପକରଣ ଏବଂ ଖାଦ୍ୟ ସାମଗ୍ରୀକୁ ବିଭିନ୍ନ ଆଫ୍ରିକୀୟ ଦେଶକୁ ପଠାଇବା ପାଇଁ ଭାରତର ଉଦାରତାକୁ ପ୍ରଶଂସା କରିଥିଲେ।

2009 ପରଠାରୁ ଭାରତ ପାନ-ଆଫ୍ରିକା ଇ-ନେଟୱାର୍କ ପ୍ରକଳ୍ପ ମାଧ୍ୟମରେ ଆଫ୍ରିକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ପଦକ୍ଷେପ ନେଇଛି। ସର୍ବଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଆଫ୍ରିକା ସକ୍ରିୟ ଭାବରେ ଭାରତରୁ ସାହାଯ୍ୟ ଲୋଡିଛି, ବିଶେଷ କରି ମଧ୍ୟବିତ୍ତଙ୍କ ପାଇଁ, ଯେଉଁମାନେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାକୁ ଅନ୍ୟ ଦେଶକୁ ଯାଇପାରିବେ ନାହିଁ। ଆଫ୍ରିକୀୟ ଦେଶମାନେ ମଧ୍ୟ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବାକୁ ଟେଲି ମେଡିସିନ୍ ଯୋଗାଇବାର ଆଶା ଉପରେ ଦୃଷ୍ଟି ରଖିଛନ୍ତି। ଆଫ୍ରିକାର ପ୍ରତିନିଧିମାନେ ଡିଜିଟାଲ୍ ବୈଜ୍ଞାନିକ ଅନୁସନ୍ଧାନ, ମହାକାଶ ବିଜ୍ଞାନ ଏବଂ ଉପଗ୍ରହ ବିକାଶ କାର୍ଯ୍ୟକ୍ରମ ତଥା ଫାର୍ମାସ୍ୟୁଟିକାଲ୍ସ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତ-ଆଫ୍ରିକା ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କନକ୍ଲେଭରେ କୃଷି, ସ୍ୱାସ୍ଥ୍ୟସେବା ଏବଂ ଫାର୍ମାସ୍ୟୁଟିକାଲ୍ସ, ଶକ୍ତି, ଭିତ୍ତିଭୂମି, ଉତ୍ପାଦନ, ଅର୍ଥ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗର ପ୍ରମୁଖ କ୍ଷେତ୍ର ଚିହ୍ନଟ କରାଯାଇଥିଲା।

ଭାରତ-ଆଫ୍ରିକା ଭାଗିଦାରୀ ଉପରେ ପଞ୍ଚଦଶ ଡିଜିଟାଲ୍ ସମ୍ମିଳନୀ ଅନେକ ନୂତନ ସୀମାପାର ଭାଗିଦାରୀତା ପାଇଁ ପଥ ପରିସ୍କାର କରିଛି | 2005 ରେ ଏହାର ଆରମ୍ଭରୁ, ଏହି ସମ୍ମିଳନୀ ଭାରତ ଏବଂ ଆଫ୍ରିକା ମଧ୍ୟରେ ଅର୍ଥନୈତିକ ଯୋଗଦାନକୁ ବୃଦ୍ଧି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି |

ଆଲେଖ୍ୟ: ଅପରାଜିତା ବିଶ୍ଵାସ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...