Skip to main content

ସଂସ୍କାର ହିଁ ପ୍ରଗତିର ପଥ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟପାଳଙ୍କ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଜାତୀୟ ଶିକ୍ଷା ନୀତି (NEP) 2020 ର ଗୁରୁତ୍ୱ ବିଷୟରେ କହିଛନ୍ତି । ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ମଧ୍ୟ ଏହି ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି (NEP) କୌଣସି ସରକାରଙ୍କର ନୁହେଁ ବରଂ ସମଗ୍ର ଦେଶର । କ୍ଷମତାରେ ଥିବା ସରକାର ନିର୍ବିଶେଷରେ ଏହା କାର୍ଯ୍ୟକାରୀ ହେବା ଉଚିତ ।

ନୀତି ପ୍ରଣୟନ ଉପରେ ଦେଶରେ ବ୍ୟାପକ ଆଲୋଚନା ପାଇଁ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ NEP ବିଷୟରେ ସଚେତନତା ବ୍ୟାପକ ହେବା ଉଚିତ । NEP ର ସଫଳତାର ଚାବି ହିତାଧିକାରୀଙ୍କ ସମ୍ପୃକ୍ତିରେ ଅଛି ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, “ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମର ସଚେତନତା (NEP ଏବଂ ଏହାର ବ୍ୟବସ୍ଥା ବିଷୟରେ) ପରାମର୍ଶ ପ୍ରକ୍ରିୟା ପରି ଗଭୀର ଏବଂ ବ୍ୟାପକ ହେବା ଆବଶ୍ୟକ । ଏହି ଡକ୍ୟୁମେଣ୍ଟର ସମସ୍ତ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନରେ ଥିବା ସମସ୍ତ ସନ୍ଦେହ ଏବଂ ପ୍ରଶ୍ନର ସମାଧାନ ହେବା ପରେ ଏହା କାର୍ଯ୍ୟକାରୀ ହୋଇପାରିବ ।

ଯେତେବେଳେ ଆମେ ପରିବର୍ତ୍ତନ ଆଡକୁ ଗତି କରୁ, ଲୋକଙ୍କ ମନରେ ସନ୍ଦେହ ଏବଂ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ ା ପିତାମାତାମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବିଷୟ ଗୁଡ଼ିକୁ ଭାଙ୍ଗିବା ପଦକ୍ଷେପ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଉପରେ କିପରି ପ୍ରଭାବ ପକାଇବ । ଶିକ୍ଷକମାନେ ହୁଏତ ଜାଣିବାକୁ ଚାହିଁପାରନ୍ତି ଯେ ଏହିପରି ଅଧ୍ୟୟନ ପାଇଁ ପାଠ୍ୟକ୍ରମ କିପରି ଡିଜାଇନ୍ ହେବ ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ NEP ର ଲକ୍ଷ୍ୟ ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ବଳର ଉପଲବ୍ଧତା ଉପରେ ହିତାଧିକାରୀଙ୍କ ପ୍ରଶ୍ନ ରହିପାରେ । ଏହି ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ଗଭର୍ନରଙ୍କୁ ହିତାଧିକାରୀଙ୍କ ମଧ୍ୟରେ ନୀତିର ବୁଝାମଣାରେ ଉନ୍ନତି ଆଣିବା ପାଇଁ ସେପ୍ଟେମ୍ବର 25 ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରିବାକୁ ସେ ଅନୁରୋଧ କରିଥିଲେ ।

ଦେଶରେ NEP ର ଗ୍ରହଣ ପାଇଁ ଡ୍ରାଫ୍ଟ ପର୍ଯ୍ୟାୟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ବ୍ୟାପକ ପରାମର୍ଶକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି । ବୃତ୍ତିଗୁଡ଼ିକର ଏକ୍ସପୋଜର୍ ଉପରେ ସେ NEPର ବ୍ୟବସ୍ଥା ଉପରେ ଅଧିକ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଅଳ୍ପ ବୟସରେ ବ୍ୟାବହାରିକ ତାଲିମ କିମ୍ବା ଧନ୍ଦାମୂଳକ ତାଲିମ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ।

ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆମର ଯୁବକମାନେ ଦକ୍ଷ ହେବା ଜରୁରୀ । ଅଳ୍ପବୟସରେ ଧନ୍ଦାମୂଳକ ଏକ୍ସପୋଜର ଏବଂ ବ୍ୟାବହାରିକ ଶିକ୍ଷା ସେମାନଙ୍କୁ ନିଯୁକ୍ତି ଦେବାରେ ସାହାଯ୍ୟ କରିବ ଏବଂ ଏହା ବିଶ୍ବ ବଜାରରେ ଆମର ଅଂଶ ବଢ଼ାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତି ମଧ୍ୟ ବ୍ରେନ ଡ୍ରେନ ମୁକାବିଲା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ଯଦି ଦୁନିଆର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତକୁ ଆସିବେ ତେବେ ଛାତ୍ରମାନେ ବିଦେଶରେ ପଢ଼ିବାକୁ ଇଚ୍ଛା କରିବେ ନାହିଁ । ଏଥିସହ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶୀ ବିଶ୍ୱବିଦ୍ୟାଳୟର ପ୍ରବେଶ ସହିତ ଅଧିକ ପ୍ରତିଯୋଗିତା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗକୁ ଆମେ ଯେତେ ଅଧିକ ଜାଣିବା ଏବଂ ବୁଝିବା ଏହା ସେତେ ଗ୍ରହଣୀୟ ହେବ । ସେ କହିଛନ୍ତି ଯେ ତିନିରୁ ଚାରି ବର୍ଷ ମଧ୍ୟରେ ଏହି ନୀତି ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନର ଶିକ୍ଷା ନୀତି ମଡେଲ ଗଠନ ଏବଂ ଯୋଜନା ପାଇଁ ବିପୁଳ ଚିନ୍ତନ ଏବଂ ଅନୁସନ୍ଧାନ ତଥା ଅଧ୍ୟୟନ ଓ ସମ୍ବଳର ଉପଯୋଗ କରାଯାଇଛି ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ବୋଧିତ କରି କହିଛନ୍ତି ଯେ ସମଗ୍ର ଦେଶରେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା, ବିତର୍କ ଏବଂ ସମୀକ୍ଷା କରାଯାଇଛି ଯାହା ଏକ ସୁସ୍ଥ ଏବଂ ସଫଳ କାର୍ଯ୍ୟକାରିତା ହାସଲ କରିବା ସହିତ ଦେଶର ଶିକ୍ଷାଗତ ଲକ୍ଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସ୍କାର ହେଉଛି ଏକମାତ୍ର ମାର୍ଗ ଏବଂ ଏହା କେବଳ ବର୍ତ୍ତମାନର ନୁହେଁ ବରଂ ଏହାର ଆଭିମୁଖ୍ୟ ଏବଂ ପରିସରରେ ଭବିଷ୍ୟତ ପିଢ଼ି ମଧ୍ୟ ଲାଭବାନ ହେବ । ସେ କହିଛନ୍ତି ଯେ ଭାରତର ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଭାରତର ପ୍ରତିଷ୍ଠା ସ୍ତମ୍ଭ ହେବ ଏବଂ ଏହାକୁ ଏକ ନୂତନ ଯୁଗ ମଧ୍ୟ ଗ୍ରହଣ କରିବ । ଏହି ନୀତି ନିଶ୍ଚିତ କରିବ ଯେ ଆମର ଯୁବକମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୀଘ୍ର ଶିକ୍ଷା ସଂସ୍କାର ଆମ ଯୁବକମାନଙ୍କୁ ଅଧିକ ବ୍ୟାପକ ଭାବରେ ଶିଖିବାରେ ସକ୍ଷମ କରିବ ।

ଜାତୀୟ ଶିକ୍ଷା ନୀତିରେ କୌଣସି ପକ୍ଷପାତିତା ନାହିଁ ଏବଂ ଏହା ସମସସ୍ତଙ୍କୁ ସମ୍ମିଳିତ କରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରବର୍ତ୍ତିତ ସଂସ୍କାରଗୁଡ଼ିକ ଦ୍ରୁତ ପରିବର୍ତ୍ତନଶୀଳ ସମୟର ଆବଶ୍ୟକତା ଏବଂ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଆହ୍ବାନର ଗତିଶୀଳତାକୁ ଆହୁରି ସଶକ୍ତ କରିବ ।

ଆଲେଖ୍ୟ : ଶାଜି ଜାହ, ଶିକ୍ଷାବିତ୍‌

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...