Skip to main content

“ଇନଭେଷ୍ଟ ଇଣ୍ଡିଆ” ଜିଣିଲା ୟୁଏନସିଟିଏଡ଼ି ନିବେଶ ପ୍ରୋତ୍ସାହନ ପୁରସ୍କାର

ଇନଭେଷ୍ଟ ଇଣ୍ଡିଆ ବା ନିବେଶ ଭାରତ ହେଉଛି ଭାରତର ଜାତୀୟ ନିବେଶ ପ୍ରୋତ୍ସାହନ ସଂସ୍ଥା | ଜାତିସଂଘ ବାଣିଜ୍ୟ ଓ ବିକାଶ କନଫରେନ୍ସ ସମ୍ମିଳନୀ (ୟୁଏନସିଟିଏଡ଼ି) 2020ର ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର ଲାଗି ଇନଭେଷ୍ଟ ଇଣ୍ଡିଆକୁ ବିଜେତା ଘୋଷିତ କରିଛି। ଏହି ପୁରସ୍କାର ସମଗ୍ର ବିଶ୍ୱରେ ନିବେଶ ପ୍ରୋତ୍ସାହନ ଏଜେନ୍ସି (ଆଇପିଏସ୍) ର ସର୍ବୋତ୍ତମ ଉପଲବ୍ଧି ଓ ଉତ୍ତମ କାର୍ଯ୍ୟକୁ ପ୍ରତିବିମ୍ବିତ କରିଥାଏ | ୟୁଏନସିଟିଏଡ଼ି 180 ଆଇପିଏର ମୂଲ୍ୟାଙ୍କନ କରିଛି ଏବଂ ନିବେଶ ଭାରତକୁ ବିଜେତା ଭାବରେ ଘୋଷଣା କରିଛି | ଚଳିତ ସପ୍ତାହରେ, ଜେନେଭାର ୟୁଏନସିଟିଏଡ଼ି ମୁଖ୍ୟାଳୟରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା | ଜାତିସଂଘର ନିବେଶ ପ୍ରୋତ୍ସାହନ ପୁରସ୍କାର ହେଉଛି ନିବେଶ ପ୍ରୋତ୍ସାହନ ସଂସ୍ଥା ଗୁଡ଼ିକ ପାଇଁ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର | ଏହା ପୂର୍ବରୁ କୋରିଆ, ସିଙ୍ଗାପୁର ଏବଂ ଜର୍ମାନୀ ଏହି ପୁରସ୍କାର ଜିଣି ସାରିଛନ୍ତି | ୟୁଏନସିଟିଏଡ଼ି ହେଉଛି ଏକ କେନ୍ଦ୍ରୀୟ ଏଜେନ୍ସି ଯାହା ଆଇପିଏ ର ପ୍ରଦର୍ଶନ ଉପରେ ନଜର ରଖେ ଏବଂ ବୈଶ୍ଵିକ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ଗୁଡ଼ିକୁ ଚିହ୍ନଟ କରେ |

କୋଭିଡ 19 ମହାମାରୀର ପୃଷ୍ଠଭୂମିରେ, ନିବେଶ ପ୍ରୋତ୍ସାହନ ଏଜେନ୍ସି ଗୁଡିକ ବହୁ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି | ସେମାନଙ୍କୁ ନିୟମିତ ନିବେଶ ପ୍ରୋତ୍ସାହନ ଓ ସୁବିଧାରୁ ଧ୍ୟାନ ହଟାଇ ସଙ୍କଟ ପରିଚାଳନା , ସରକାରୀ ଜରୁରୀକାଳିନ ତଥା ଆର୍ଥିକ ସହାୟତା ପଦକ୍ଷେପ, ସଙ୍କଟ ସହାୟତା ସେବାର ପ୍ରାବଧାନ ଓ ଜାତୀୟ କୋଭିଡ-19 ପ୍ରୟାସରେ ଯୋଗଦାନ କ୍ଷେତ୍ରକୁ କରିଦେଇଛି | ଏହି ପ୍ରୋତ୍ସାହନମୂଳକ ସେବା ଗୁଡ଼ିକ ଅନଲାଇନରେ ଡିଜିଟାଲ୍ ପ୍ଲାଟଫର୍ମରେ ପରିଚାଳିତ ହୋଇଥିଲା ଏବଂ କର୍ମଚାରୀମାନଙ୍କୁ “ଘରୁ କାମ” କରିବାକୁ କୁହାଯାଇଥିଲା | ମାର୍ଚ୍ଚ 2020ରେ, ୟୁଏନସିଟିଏଡ଼ି ମହାମାରୀକୁ ଦୃଷ୍ଟିରେ ରଖି ଆଇପିଏର ପ୍ରତିକ୍ରିୟା ଉପରେ ନଜର ରଖିବା ଲାଗି ଏକ ଟିମ ଗଠନ କରିଥିଲା । ଜାତିସଂଘ , ଏପ୍ରିଲ୍ ଏବଂ ଜୁଲାଇ 2020 ରେ ଆଇପିଏ ପର୍ଯ୍ୟବେକ୍ଷକ ପ୍ରକାଶନରେ ନିବେଶ ପ୍ରୋତ୍ସାହନ ଏଜେନ୍ସିଗୁଡିକର ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ନେଇ ପ୍ରକାଶ କରିଥିଲା। ଏହି ପ୍ରକାଶନରେ ଦୀର୍ଘକାଳୀନ ବ୍ୟବସାୟ ରଣନୀତି, ଷ୍ଟେକହୋଲ୍ଡର ଆଉଟରିଚ, ବ୍ୟାପାର ପୁନଃନିର୍ମାଣ ଏବଂ ଯୋଗାଣକାରୀ ଯୋଗାଯୋଗ ଆଦି ଉପରେ ଧ୍ୟାନ ଦିଆଯାଇଥିଲା | ସେମାନେ ସାମାଜିକ ଗଣମାଧ୍ୟମର ସକ୍ରିୟତା ଏବଂ କୋବିଡ ର ମୁକାବିଲା ଲାଗି ଗଠିତ ସମୂହ ଉପରେ ଧ୍ୟାନ ଦେଇଥିଲେ | ଇନଭେଷ୍ଟ ଇଣ୍ଡିଆର ସର୍ବୋତ୍ତମ ଗତିବିଧି ଯେପରିକି ବିଜନେସ୍ ଇମ୍ୟୁନିଟି ପ୍ଲାଟଫର୍ମ, ଏକ୍ସକ୍ଲୁସିଭ୍ ଇନଭେଷ୍ଟମେଣ୍ଟ୍ ଫୋରମ୍ ୱେବିନାର୍ ସିରିଜ୍ ଆଦି ଉପରେ ୟୁଏନସିଟିଏଡ଼ି ଦ୍ୱାରା ଅଧିକ ଜୋର ଦିଆଯାଇଥିଲା | ଇନଭେଷ୍ଟ ଇଣ୍ଡିଆ ମଧ୍ୟ ୟୁଏନସିଟିଏଡ଼ି ର ଉଚ୍ଚ ସ୍ତରୀୟ ଅଧିବେଶନରେ ନିବେଶ ପ୍ରୋତ୍ସାହନ, ସୁବିଧା ଏବଂ ସଂରକ୍ଷଣ ପାଇଁ ଅନୁକରଣ କରାଯାଉଥିବା ଦୀର୍ଘକାଳୀନ ରଣନୀତି ଓ କାର୍ଯ୍ୟ ପ୍ରଣାଳୀ ଗୁଡିକ ନେଇ ମତ ଆଦାନ ପ୍ରଦାନ କରିଥିଲା |

ସମ୍ପ୍ରତ୍ତି ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗାଯୋଗ ପରିଷଦ ତଥା ବିଜ୍ଞାନ ପ୍ରସାର ଦ୍ଵାରା ଆୟୋଜିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ଵର୍ଣ୍ଣ ଜୟନ୍ତୀ ଆଲୋଚନା ସିରିଜରେ “ମହାମାରୀ ର ଅନ୍ୟ ପାର୍ଶ୍ୱରେ” ଶୀର୍ଷକ ଏକ ୱେବିନାରରେ ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି ଯେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ସମସ୍ତ କ୍ଷେତ୍ରରେ ଅଭିନବତା ଉପଯୋଗ କରି ଆଗାମୀ କିଛି ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଶୀର୍ଷ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ଓ କୋଭିଡ-19 ପରବର୍ତ୍ତୀ ସମୟରେ ଅର୍ଥବ୍ୟବସ୍ଥା ପୁଣିଥରେ ଅଭିବୃଦ୍ଧି ପଥରେ ଆଗେଇବ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ, ଅଭିନବତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟ ଅପ୍ ବ୍ୟବହାର କରି ଭାରତୀୟ ଅର୍ଥନୀତିକୁ ଆବଶ୍ୟକୀୟ ହାରରେ ବୃଦ୍ଧି କରିବାରେ ସହାୟତା କରିଛି ବୋଲି ବିଭାଗର ସଚିବ ଦର୍ଶାଇଛନ୍ତି। କାଶ୍ମୀର, ସିକ୍କିମ ଏବଂ ଆସାମର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରିବା ପାଇଁ ‘ଉତ୍କର୍ଷ କେନ୍ଦ୍ର’ ସ୍ଥାପନ କରିଛନ୍ତି। ମହାମାରୀ ସମୟରେ ସବୁ କ୍ଷେତ୍ରରେ ବହୁ କ୍ଷତି ପହଞ୍ଚିଛି ଏବଂ କୋଭିଡ 19 ମହାମାରୀ ବହୁ କିଛି ବଦଳାଇ ଦେବା ସହ କାର୍ଯ୍ୟ କରିବାର ନୂତନ ମାର୍ଗ ଦେଖାଇଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରୂପାନ୍ତରିତ କୋଭିଡ ପରବର୍ତ୍ତୀ ସମୟ ଆଗକୁ ମଧ୍ୟ ରହିବାକୁ ଯାଉଛି। ସେ କୋଭିଡ ପରବର୍ତ୍ତୀ ଦୁନିଆରେ ଏକ ଅଭିନବ ଅର୍ଥନୈତିକ ବ୍ୟବସ୍ଥାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ |

ଜାତୀୟ ପରିସଂଖ୍ୟାନ ସଂଗଠନର ସର୍ବଶେଷ ଜିଡିପି ଆକଳନ ଅନୁଯାୟୀ, ପ୍ରଥମ ତ୍ରୟୋମାସ ପରେ ଭାରତୀୟ ଅର୍ଥନୀତି କୋଭିଡ ପରବର୍ତ୍ତୀ ସମୟରେ ଅଭିବୃଦ୍ଧି ଦିଗରେ ଆଗେଇଛି | ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥା, କୋଭିଡ -19 ମହାମାରୀ ପ୍ରଭାବରୁ ଆସନ୍ତା କିଛି ତ୍ରୟୋମାସରେ ପୂର୍ବ ଅବସ୍ଥାକୁ ପୁଣି ଥରେ ଫେରି ଆସିବ । ଆସନ୍ତା 20-30 ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ହାରାହାରି 7-8 ପ୍ରତିଶତ ବୃଦ୍ଧି ପାଇବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ 2047 ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ । ସରକାର ବ୍ୟବସାୟ ସୁଗମତା, ଅଭିନବତା ଇକୋସିଷ୍ଟମ ଭଳି କ୍ଷେତ୍ରରେ ସୁଧାର ଆଣି ଭାରତରେ “ଗଠନମୂଳକ ସଂସ୍କାର” ପାଇଁ ପ୍ରତିବଦ୍ଧ ଅଟନ୍ତି । ବିଶ୍ଵ ଯୋଗାଣ ଶୃଙ୍ଖଳାରେ ବର୍ତ୍ତମାନ ସ୍ଥିତିରୁ ଫାଇଦା ଉଠାଇବା ଲାଗି ଭାରତ ସରକାରଙ୍କ ଆର୍ଥିକ ଏବଂ ନୀତି ପ୍ରୟାସ ଦିଗରେ ବହୁ ପଦକ୍ଷେପ ନିଆଯାଉଛି | ଏଥି ସହିତ, ଷ୍ଟାର୍ଟ ଅପ୍, ଅତି କ୍ଷୁଦ୍ର , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ତଥା ସ୍ଥାନୀୟ ଉତ୍ପାଦ ପାଇଁ ଏକ ବିଶ୍ୱ ବଜାରକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସରକାର ସଂସ୍କାରମୂଳକ ପଦକ୍ଷେପ ଉପରେ ଧ୍ୟାନ ଦେଉଛନ୍ତି |

ଆଲେଖ୍ୟ : ଡଃ ଲେଖା ଏସ ଚକ୍ରବର୍ତ୍ତୀ, ପ୍ରଫେସର ଏନଆଇପିଏଫପି

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...