Skip to main content

ଇଣ୍ଡିଆ-ଆଫ୍ରିକା ସ୍ୱାସ୍ଥ୍ୟ ସହଯୋଗ

ଭାରତ, ଇଥିଓପିଆ, ଆଫ୍ରିକୀୟ ୟୁନିଅନ୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ଦ୍ବାରା ଭାରତ-ଆଫ୍ରିକା ସ୍ୱାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବଦ୍ରର୍ଦ୍ଧନ ତଥା କାର୍ଯ୍ୟନିର୍ବାହୀ ବୋର୍ଡ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧ୍ୟକ୍ଷ ଶ୍ରୀ ଭି ମୁରଲୀଧରନ୍, ଭାରତର ବୈଦେଶିକ ବ୍ୟାପାର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ଲିଆ ତାଡେସେଙ୍କ ସହ ଇଥିଓପିଆ ସରକାର, ଆମିରା ଏଲଫାଡିଲ, ସାମାଜିକ ବ୍ୟାପାର କମିଶନର, ଆଫ୍ରିକୀୟ ୟୁନିୟନ କମିଶନ, ଆଲେମ ତେହେଏ ୱୋଲେମାରିୟମ, ଭାରତ-ଆଫ୍ରିକାର ଆଫ୍ରିକୀୟ ମିଶନର ଡିନ ତଥା ଭାରତ, ଇଥିଓପିଆ ଏବଂ ଆଫ୍ରିକୀୟ ୟୁନିଅନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସହଭାଗୀ ସଭ୍ୟତା ମୂଲ୍ୟବୋଧ, ଉପନିବେଶ ବିରୋଧୀ ସଂଗ୍ରାମ ଏବଂ ଲୋକମାନଙ୍କ ସହିତ ଲୋକମାନଙ୍କ ସମ୍ପର୍କ ଆଧାରିତ ଆଫ୍ରିକୀୟ ଦେଶମାନଙ୍କ ସହିତ ଭାରତର ବିଶେ​‌ଷ​‌ ସମ୍ପର୍କ ରହିଛି । ଭାରତର ସ୍ବାଧୀନତା ପରେ ଆଫ୍ରିକୀୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ଅନେକ ଗୁଣ ବୃଦ୍ଧି ପାଇଛି ଏବଂ ଉଭୟ ଆଞ୍ଚଳିକ ତଥା ବିଶ୍ବସ୍ତରରେ ଏକ ସ୍ଥାୟୀ ସହଭାଗୀତାରେ ପରିପକ୍ବ ହୋଇଛନ୍ତି । ଉଭୟ ଭାରତ ଏବଂ ଆଫ୍ରିକା ପରି ସହଯୋଗୀ ବିକାଶଶୀଳ ଦେଶରେ କୋଭିଡ -19 ମହାମାରୀ ଦ୍ବାରା ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି ।

ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାର ବିବିଧତା ଏବଂ ସନ୍ତୁଳନକୁ ସୁନିଶ୍ଚିତ କରିବା ପାଇଁ କୋଭିଡ୍-19 ମହାମାରୀ ସମୟରେ ଗୁରୁତ୍ୱ ଦିଆଯାଇଛି । ଏହା ଦେଶମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଆବଶ୍ୟକତାକୁ ପୁନଃମୂଲ୍ୟାଙ୍କନ କରାଇଛି; ଔଷଧର ଉପଲବ୍ଧତା ଏବଂ ସୁଲଭତା ଉପରେ ଧ୍ୟାନ ଦେବା ସହିତ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଉତ୍ପାଦଗୁଡ଼ିକ ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳାର ବିକାଶ ଉପରେ ଧ୍ୟାନ ଦିଅଯାଇଛି । ବିଶ୍ବ ମଧ୍ୟ ହୃଦୟଙ୍ଗମ କରିଛି ଯେ ଏହା ବର୍ତ୍ତମାନ ଅଧିକ ବିଶ୍ୱସ୍ତ ଏବଂ ଦକ୍ଷ କର୍ମୀର ଆବଶ୍ୟକତା ରହିଛି । ଭାରତର ଏକ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା ଏବଂ ସାମର୍ଥ୍ୟ ରହିଛି ଯେହେତୁ ଆମେ ବିଶ୍ୱ ଗୋଟିଏ ପରିବାର ‘ବସୁଧୈବ କୁଟୁମ୍ବକମ୍‌’ର ପ୍ରାଚୀନ ଦର୍ଶନ ଦ୍ୱାରା ମାର୍ଗଦର୍ଶନ କରୁଛୁ ।

ମହାମାରୀ ସତ୍ତ୍ବେ ବିଶ୍ବର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଭାରତ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକୁ ଶୀଘ୍ର ବୃଦ୍ଧି କରିବାରେ ସକ୍ଷମ ହୋଇଛି । ଆମେ 35 ଆଫ୍ରିକୀୟ ଦେଶ ସମେତ 150 ଦେଶକୁ ଔଷଧ ଯୋଗାଇ ବିପଦ ସମୟରେ ଡାକ୍ତରୀ ଦଳ ନିୟୋଜିତ କରିପାରିଛୁ । ଅଭାବୀ ଦେଶମାନଙ୍କୁ ଆମର ସକ୍ରିୟ ସହାୟତା ହେତୁ ଭାରତକୁ ‘ଫାର୍ମାସି ଅଫ୍ ୱାର୍ଲ୍ଡ’ ଭାବରେ ଦେଖିବାକୁ ମିଳିଛି ।

ଏହି ଲକ୍ଷ୍ୟ ଦିଗରେ ବିଶ୍ୱ ବିଶେଷ କରି ଆଫ୍ରିକା ସହିତ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି । ଆଫ୍ରିକା ସହ ଭାରତର ଯୋଗଦାନରେ ଭାରତ ସ୍ୱାସ୍ଥ୍ୟ ସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଦେଖିଥାଏ । ନୂଆଦିଲ୍ଲୀ ତାଙ୍କ ଆଫ୍ରିକୀୟ ଅଂଶୀଦାରମାନଙ୍କ ପ୍ରାଥମିକତାକୁ ବୁଝିିଥାଏ। ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶ ମାଧ୍ୟମରେ ଅଧିକ ସମୃଦ୍ଧ ଆଫ୍ରିକା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଏଜେଣ୍ଡା 2063 କୁ ଭାରତ ଧ୍ୟାନ ଦେଇଛି । ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) 3 ଏବଂ ଏଜେଣ୍ଡା 2063 ର ମୁଖ୍ୟ ଉପାଦାନ ହେଉଛି 2063 ସୁଦ୍ଧା ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଏକ ସହଜଲବ୍ଧ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସେବା କ୍ଷେତ୍ରରେ ପ୍ରବେଶ କରିବା ।

ଭାରତର ଜାତୀୟ ସ୍ୱାସ୍ଥ୍ୟ ନୀତି 2017 ଆଧାରରେ ଭାରତ ମଧ୍ୟ SDGଗୁଡ଼ିକ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଉତ୍ତମ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବଭାରତୀୟ ପ୍ରବେଶ ପାଇଁ ପ୍ରତିବଦ୍ଧ । ଏହା ଭାରତ-ଆଫ୍ରିକା ବିକାଶ ଭାଗିଦାରୀରେ ବିଶେଷ ଭାବରେ ସେହି କ୍ଷେତ୍ରରେ ଯେଉଁଠାରେ ଭାରତୀୟ ଅଭିଜ୍ଞତା ରହିଛି, ଆଫ୍ରିକାର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପାଇଁ ଅଧିକ ଅନୁକୂଳ ହୋଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଗଠନମୂଳକ ସହଭାଗୀତା ମାଧ୍ୟମରେ ଭାରତ ଆଫ୍ରିକା ଫୋରମ୍ ସମ୍ମିଳନୀ -3 ର ରଣନୀତିକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଭାଗିତାରେ ପ୍ରଥମ ଭାରତ-ଆଫ୍ରିକା ସ୍ୱାସ୍ଥ୍ୟ ବିଜ୍ଞାନ ବୈଠକ 2016 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ 2009 ମସିହାରେ ପାନ୍ ଆଫ୍ରିକୀୟ ଇ-ନେଟୱାର୍କ ପ୍ରୋଜେକ୍ଟ (PAENP) ଆରମ୍ଭ କରିଥିଲା । 542 କୋଟିର ଏହି ପ୍ରକଳ୍ପରେ ଉପଗ୍ରହ ଏବଂ ଫାଇବର ଅପ୍ଟିକ୍ ଲିଙ୍କ ମାଧ୍ୟମରେ ଆଫ୍ରିକାର 53 ଟି ଦେଶ ସହିତ ଭାରତୀୟ ଅନୁଷ୍ଠାନକୁ ସଂଯୋଗ କରୁଥିବା ଏକ ଇ-ନେଟୱାର୍କର ସ୍ଥାପନା ଏବଂ ସେମାନଙ୍କୁ ଟେଲି-ଶିକ୍ଷା ଏବଂ ଟେଲି ମେଡିସିନ୍ ସେବା ଯୋଗାଇବାର ଯୋଜନା ରହିଛି । 48 ଟି ଦେଶରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିରେ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଏଲ୍) ଅଂଶଗ୍ରହଣ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ 2017ରେ ଶେଷ ହୋଇଥିଲା ଏବଂ ବର୍ତ୍ତମାନ ଆମେ ଇ-ବିଦ୍ୟା ଭାରତୀ ଏବଂ ଇ-ଆରୋଗ୍ୟ ଭାରତୀ ନେଟୱାର୍କ ପ୍ରୋଜେକ୍ଟ (E-VBAB) ନାମରେ ନାମିତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମରେ 5 ବର୍ଷ ମଧ୍ୟରେ 1500 ଛାତ୍ରବୃତ୍ତି ପ୍ରଦାନ କରୁଛୁ ।

ଭାରତ-ଆଫ୍ରିକା ସଂପର୍କରେ ଟେଲି ମେଡିସିନ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ପାଲଟିଛି । ଏହି ଯାନ୍ତ୍ରିକ କୌଶଳ ମାଧ୍ୟମରେ ଆଫ୍ରିକାର ରୋଗୀ ତଥା ଚିକିତ୍ସକମାନେ ଆଫ୍ରିକୀୟ ୟୁନିଅନ୍ ଦ୍ୱାରା ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ମନୋନୀତ ବିଭିନ୍ନ ବିଭାଗରେ ଅନ୍‌ଲାଇନରେ ଥିବା ଭାରତୀୟ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ । ନୂଆଦିଲ୍ଲୀରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସମେତ 12 ଟି ଭାରତୀୟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ରୋଗୀ ପରାମର୍ଶ କେନ୍ଦ୍ର ସ୍ଥାପନ ହୋଇସାରିଛି ।

ଉଭୟ ଭାରତ ଏବଂ ଆଫ୍ରିକୀୟ ଦେଶରେ ସରକାରୀ ଏବଂ ଶିଳ୍ପପତିମାନେ ଏକତ୍ରିତ ହୋଇ ଏକ ଯନ୍ତ୍ରକୌଶଳ ସୃଷ୍ଟି କରିବାରେ ସାହାଯ୍ୟ କରିବା ଜରୁରୀ ଯାହା ମାଧ୍ୟମରେ ଆମର ଏକ ଅନୁକୂଳ ନୀତି, ନିୟାମକ ଏବଂ ଆଇନଗତ ଢାଞ୍ଚା ରହିପାରିବ ଓ ଯାହାକୁ ଭିତ୍ତିକରି ସରକାରୀ-ବେସରକାରୀ ଭାଗିଦାରୀ ମଡେଲଗୁଡିକ ନିରନ୍ତର ଭିତ୍ତିରେ ବିକଶିତ ହୋଇପାରିବ ।

ଆଲେଖ୍ୟ : ପଦମ୍‌ ସିଂହ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...