Skip to main content

ଇଣ୍ଡିଆ-ଆଫ୍ରିକା ସ୍ୱାସ୍ଥ୍ୟ ସହଯୋଗ

ଭାରତ, ଇଥିଓପିଆ, ଆଫ୍ରିକୀୟ ୟୁନିଅନ୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ଦ୍ବାରା ଭାରତ-ଆଫ୍ରିକା ସ୍ୱାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବଦ୍ରର୍ଦ୍ଧନ ତଥା କାର୍ଯ୍ୟନିର୍ବାହୀ ବୋର୍ଡ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧ୍ୟକ୍ଷ ଶ୍ରୀ ଭି ମୁରଲୀଧରନ୍, ଭାରତର ବୈଦେଶିକ ବ୍ୟାପାର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ଲିଆ ତାଡେସେଙ୍କ ସହ ଇଥିଓପିଆ ସରକାର, ଆମିରା ଏଲଫାଡିଲ, ସାମାଜିକ ବ୍ୟାପାର କମିଶନର, ଆଫ୍ରିକୀୟ ୟୁନିୟନ କମିଶନ, ଆଲେମ ତେହେଏ ୱୋଲେମାରିୟମ, ଭାରତ-ଆଫ୍ରିକାର ଆଫ୍ରିକୀୟ ମିଶନର ଡିନ ତଥା ଭାରତ, ଇଥିଓପିଆ ଏବଂ ଆଫ୍ରିକୀୟ ୟୁନିଅନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସହଭାଗୀ ସଭ୍ୟତା ମୂଲ୍ୟବୋଧ, ଉପନିବେଶ ବିରୋଧୀ ସଂଗ୍ରାମ ଏବଂ ଲୋକମାନଙ୍କ ସହିତ ଲୋକମାନଙ୍କ ସମ୍ପର୍କ ଆଧାରିତ ଆଫ୍ରିକୀୟ ଦେଶମାନଙ୍କ ସହିତ ଭାରତର ବିଶେ​‌ଷ​‌ ସମ୍ପର୍କ ରହିଛି । ଭାରତର ସ୍ବାଧୀନତା ପରେ ଆଫ୍ରିକୀୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ଅନେକ ଗୁଣ ବୃଦ୍ଧି ପାଇଛି ଏବଂ ଉଭୟ ଆଞ୍ଚଳିକ ତଥା ବିଶ୍ବସ୍ତରରେ ଏକ ସ୍ଥାୟୀ ସହଭାଗୀତାରେ ପରିପକ୍ବ ହୋଇଛନ୍ତି । ଉଭୟ ଭାରତ ଏବଂ ଆଫ୍ରିକା ପରି ସହଯୋଗୀ ବିକାଶଶୀଳ ଦେଶରେ କୋଭିଡ -19 ମହାମାରୀ ଦ୍ବାରା ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି ।

ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାର ବିବିଧତା ଏବଂ ସନ୍ତୁଳନକୁ ସୁନିଶ୍ଚିତ କରିବା ପାଇଁ କୋଭିଡ୍-19 ମହାମାରୀ ସମୟରେ ଗୁରୁତ୍ୱ ଦିଆଯାଇଛି । ଏହା ଦେଶମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଆବଶ୍ୟକତାକୁ ପୁନଃମୂଲ୍ୟାଙ୍କନ କରାଇଛି; ଔଷଧର ଉପଲବ୍ଧତା ଏବଂ ସୁଲଭତା ଉପରେ ଧ୍ୟାନ ଦେବା ସହିତ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଉତ୍ପାଦଗୁଡ଼ିକ ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳାର ବିକାଶ ଉପରେ ଧ୍ୟାନ ଦିଅଯାଇଛି । ବିଶ୍ବ ମଧ୍ୟ ହୃଦୟଙ୍ଗମ କରିଛି ଯେ ଏହା ବର୍ତ୍ତମାନ ଅଧିକ ବିଶ୍ୱସ୍ତ ଏବଂ ଦକ୍ଷ କର୍ମୀର ଆବଶ୍ୟକତା ରହିଛି । ଭାରତର ଏକ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା ଏବଂ ସାମର୍ଥ୍ୟ ରହିଛି ଯେହେତୁ ଆମେ ବିଶ୍ୱ ଗୋଟିଏ ପରିବାର ‘ବସୁଧୈବ କୁଟୁମ୍ବକମ୍‌’ର ପ୍ରାଚୀନ ଦର୍ଶନ ଦ୍ୱାରା ମାର୍ଗଦର୍ଶନ କରୁଛୁ ।

ମହାମାରୀ ସତ୍ତ୍ବେ ବିଶ୍ବର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଭାରତ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକୁ ଶୀଘ୍ର ବୃଦ୍ଧି କରିବାରେ ସକ୍ଷମ ହୋଇଛି । ଆମେ 35 ଆଫ୍ରିକୀୟ ଦେଶ ସମେତ 150 ଦେଶକୁ ଔଷଧ ଯୋଗାଇ ବିପଦ ସମୟରେ ଡାକ୍ତରୀ ଦଳ ନିୟୋଜିତ କରିପାରିଛୁ । ଅଭାବୀ ଦେଶମାନଙ୍କୁ ଆମର ସକ୍ରିୟ ସହାୟତା ହେତୁ ଭାରତକୁ ‘ଫାର୍ମାସି ଅଫ୍ ୱାର୍ଲ୍ଡ’ ଭାବରେ ଦେଖିବାକୁ ମିଳିଛି ।

ଏହି ଲକ୍ଷ୍ୟ ଦିଗରେ ବିଶ୍ୱ ବିଶେଷ କରି ଆଫ୍ରିକା ସହିତ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି । ଆଫ୍ରିକା ସହ ଭାରତର ଯୋଗଦାନରେ ଭାରତ ସ୍ୱାସ୍ଥ୍ୟ ସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଦେଖିଥାଏ । ନୂଆଦିଲ୍ଲୀ ତାଙ୍କ ଆଫ୍ରିକୀୟ ଅଂଶୀଦାରମାନଙ୍କ ପ୍ରାଥମିକତାକୁ ବୁଝିିଥାଏ। ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶ ମାଧ୍ୟମରେ ଅଧିକ ସମୃଦ୍ଧ ଆଫ୍ରିକା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଏଜେଣ୍ଡା 2063 କୁ ଭାରତ ଧ୍ୟାନ ଦେଇଛି । ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) 3 ଏବଂ ଏଜେଣ୍ଡା 2063 ର ମୁଖ୍ୟ ଉପାଦାନ ହେଉଛି 2063 ସୁଦ୍ଧା ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଏକ ସହଜଲବ୍ଧ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସେବା କ୍ଷେତ୍ରରେ ପ୍ରବେଶ କରିବା ।

ଭାରତର ଜାତୀୟ ସ୍ୱାସ୍ଥ୍ୟ ନୀତି 2017 ଆଧାରରେ ଭାରତ ମଧ୍ୟ SDGଗୁଡ଼ିକ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଉତ୍ତମ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବଭାରତୀୟ ପ୍ରବେଶ ପାଇଁ ପ୍ରତିବଦ୍ଧ । ଏହା ଭାରତ-ଆଫ୍ରିକା ବିକାଶ ଭାଗିଦାରୀରେ ବିଶେଷ ଭାବରେ ସେହି କ୍ଷେତ୍ରରେ ଯେଉଁଠାରେ ଭାରତୀୟ ଅଭିଜ୍ଞତା ରହିଛି, ଆଫ୍ରିକାର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପାଇଁ ଅଧିକ ଅନୁକୂଳ ହୋଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଗଠନମୂଳକ ସହଭାଗୀତା ମାଧ୍ୟମରେ ଭାରତ ଆଫ୍ରିକା ଫୋରମ୍ ସମ୍ମିଳନୀ -3 ର ରଣନୀତିକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଭାଗିତାରେ ପ୍ରଥମ ଭାରତ-ଆଫ୍ରିକା ସ୍ୱାସ୍ଥ୍ୟ ବିଜ୍ଞାନ ବୈଠକ 2016 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ 2009 ମସିହାରେ ପାନ୍ ଆଫ୍ରିକୀୟ ଇ-ନେଟୱାର୍କ ପ୍ରୋଜେକ୍ଟ (PAENP) ଆରମ୍ଭ କରିଥିଲା । 542 କୋଟିର ଏହି ପ୍ରକଳ୍ପରେ ଉପଗ୍ରହ ଏବଂ ଫାଇବର ଅପ୍ଟିକ୍ ଲିଙ୍କ ମାଧ୍ୟମରେ ଆଫ୍ରିକାର 53 ଟି ଦେଶ ସହିତ ଭାରତୀୟ ଅନୁଷ୍ଠାନକୁ ସଂଯୋଗ କରୁଥିବା ଏକ ଇ-ନେଟୱାର୍କର ସ୍ଥାପନା ଏବଂ ସେମାନଙ୍କୁ ଟେଲି-ଶିକ୍ଷା ଏବଂ ଟେଲି ମେଡିସିନ୍ ସେବା ଯୋଗାଇବାର ଯୋଜନା ରହିଛି । 48 ଟି ଦେଶରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିରେ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଏଲ୍) ଅଂଶଗ୍ରହଣ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ 2017ରେ ଶେଷ ହୋଇଥିଲା ଏବଂ ବର୍ତ୍ତମାନ ଆମେ ଇ-ବିଦ୍ୟା ଭାରତୀ ଏବଂ ଇ-ଆରୋଗ୍ୟ ଭାରତୀ ନେଟୱାର୍କ ପ୍ରୋଜେକ୍ଟ (E-VBAB) ନାମରେ ନାମିତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମରେ 5 ବର୍ଷ ମଧ୍ୟରେ 1500 ଛାତ୍ରବୃତ୍ତି ପ୍ରଦାନ କରୁଛୁ ।

ଭାରତ-ଆଫ୍ରିକା ସଂପର୍କରେ ଟେଲି ମେଡିସିନ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ପାଲଟିଛି । ଏହି ଯାନ୍ତ୍ରିକ କୌଶଳ ମାଧ୍ୟମରେ ଆଫ୍ରିକାର ରୋଗୀ ତଥା ଚିକିତ୍ସକମାନେ ଆଫ୍ରିକୀୟ ୟୁନିଅନ୍ ଦ୍ୱାରା ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ମନୋନୀତ ବିଭିନ୍ନ ବିଭାଗରେ ଅନ୍‌ଲାଇନରେ ଥିବା ଭାରତୀୟ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ । ନୂଆଦିଲ୍ଲୀରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସମେତ 12 ଟି ଭାରତୀୟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ରୋଗୀ ପରାମର୍ଶ କେନ୍ଦ୍ର ସ୍ଥାପନ ହୋଇସାରିଛି ।

ଉଭୟ ଭାରତ ଏବଂ ଆଫ୍ରିକୀୟ ଦେଶରେ ସରକାରୀ ଏବଂ ଶିଳ୍ପପତିମାନେ ଏକତ୍ରିତ ହୋଇ ଏକ ଯନ୍ତ୍ରକୌଶଳ ସୃଷ୍ଟି କରିବାରେ ସାହାଯ୍ୟ କରିବା ଜରୁରୀ ଯାହା ମାଧ୍ୟମରେ ଆମର ଏକ ଅନୁକୂଳ ନୀତି, ନିୟାମକ ଏବଂ ଆଇନଗତ ଢାଞ୍ଚା ରହିପାରିବ ଓ ଯାହାକୁ ଭିତ୍ତିକରି ସରକାରୀ-ବେସରକାରୀ ଭାଗିଦାରୀ ମଡେଲଗୁଡିକ ନିରନ୍ତର ଭିତ୍ତିରେ ବିକଶିତ ହୋଇପାରିବ ।

ଆଲେଖ୍ୟ : ପଦମ୍‌ ସିଂହ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...