Skip to main content

ଭାରତର ପ୍ରଥମ ଏସ୍‌ସିଓ ସମ୍ମିଳନୀ

ବହୁପକ୍ଷୀୟ ଯୋଗଦାନ ଏବଂ ୟୁରେସିଆ ସହିତ ଏହାର ବଢ଼ୁଥିବା ସହଯୋଗ ଉପରେ ଅବିରତ ବିଶ୍ବାସକୁ ଦର୍ଶାଇ ଭାରତ ଏହି ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ରାଷ୍ଟ୍ର ସରକାରଙ୍କ ମୁଖ୍ୟମାନଙ୍କ ଉନବିଂଶ ବୈଠକ ଆୟୋଜନ କରିଛି । ଗୁରୁତ୍ୱପୂର୍ଣ୍ଣ ୟୁରେସିଆ ଅଞ୍ଚଳରୁ ଏସ୍‌ସିଓ ଏକ ଦୃଢ଼ ସ୍ୱର ଭାବରେ ଉଭା ହୋଇଛି । 2017 ରେ ଭାରତ ଏସ୍‌ସିଓର ପୂର୍ଣ୍ଣ ସଦସ୍ୟ ହେଲା ଏବଂ ଏହା ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ହୋଇଥିବା ପ୍ରଥମ ଏସସିଓ ହେଡସ୍ ସରକାରୀ ବୈଠକ ଥିଲା । କାଉନସିଲ୍ ଅଫ୍ ହେଡସ୍ ବୈଠକ ପରେ,ଏହା ଏସ୍‌ସିଓର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମହାମାରୀ ସତ୍ତ୍ବେ ଭର୍ଚୁଆଲ୍ ଫର୍ମାଟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଭାରତ ଏସ୍‌ସିଓ ସରକାରୀ ପରିଷଦର ମୁଖ୍ୟ ରହିଥିଲା । ଏହି ବୈଠକ ଭାରତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ କାଜାଖସ୍ତାନ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, ପାକିସ୍ଥାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରମୁଖ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୁର୍କମେନିସ୍ତାନ ଏକ ବିଶେଷ ଅତିଥି ଭାବରେ ଅଂଶଗ୍ରହଣ କରିଥିଲା ଏବଂ ଏସ୍‌ସିଓ ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଆଫଗାନିସ୍ତାନ, ବେଲାରୁଷ, ଇରାନ, ମୋଙ୍ଗୋଲିଆ ଏବଂ ଏସ୍‌ସିଓ ବ୍ୟବସାୟ ପରିଷଦ ଓ ଏସ୍‌ସିଓର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଇଣ୍ଟରବ୍ୟାଙ୍କ ଆଲାଇନ୍ସ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲା ।


ଭର୍ଚୁଆଲ୍ ମିଟ୍‌ର ମୁଖ୍ୟ କେନ୍ଦ୍ର ଥିଲା କରୋନା ମହାମାରୀ ଏବଂ ଏହାର ସାମାଜିକ-ଅର୍ଥନୈତିକ ପ୍ରଭାବ । ଅର୍ଥନୀତି କ୍ଷେତ୍ରରେ ଅଂଶଗ୍ରହଣକାରୀଙ୍କ ସହଯୋଗ ଆଶା କରାଯାଇଥିଲା । ସମସ୍ତ ଏସ୍‌ସିଓ ସଦସ୍ୟ ଏବଂ ଅଂଶଗ୍ରହଣକାରୀମାନେ ମହାମାରୀ ଏବଂ ଏହି ଅଞ୍ଚଳ ଉପରେ ଏହାର ପ୍ରଭାବ ଉଲ୍ଲେଖ କରିଥିଲେ । ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି ଯେ ଭାରତ COVID-19 ମହାମାରୀ ସହ ସାହସର ସହିତ ଲଢ଼ିଛି । ଲଜିଷ୍ଟିକ୍ ପ୍ରତିବନ୍ଧକ ସତ୍ତ୍ୱେ ଏହା ଏସ୍‌ସିଓ ସଦସ୍ୟଙ୍କ ସମେତ 150ରୁ ଅଧିକ ଦେଶକୁ ଚିକିତ୍ସା ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛି । କମ୍ ମୂଲ୍ୟରେ ଗୁଣାତ୍ମକ ଔଷଧ ଏବଂ ଟିକା ଉତ୍ପାଦନ ତଥା ଯୋଗାଣରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱ ଅନୁଷ୍ଠାନଗୁଡ଼ିକ​‌େ​‌ର ସଂସ୍କାର ଆଣିବାକୁ ଏଠାରେ କୁହାଯାଇଛି ।


ପ୍ରଗତି ପାଇଁ ଶାନ୍ତିକୁ ‘ଅତ୍ୟାବଶ୍ୟକ ସର୍ତ୍ତ’ ବୋଲି କହି ଭାରତର ଉପରାଷ୍ଟ୍ରପତି କହିଛନ୍ତି ଯେ ଏହି ଅଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ହେଉଛି ଆତଙ୍କବାଦ, ବିଶେଷ କରି ସୀମା ପାର ଆତଙ୍କବାଦ । ଏହି ବିପଦକୁ ମୁକାବିଲା କରିବା ପାଇଁ ସାମୂହିକ ଯୁଦ୍ଧ ଆବଶ୍ୟକ । ଆତଙ୍କବାଦକୁ ଏକ ଉପକରଣ ଭାବରେ ବ୍ୟବହାର କରୁଥିବା ରାଜ୍ୟଗୁଡିକ ଏସ୍‌ସିଓ ଚାର୍ଟରର ମୂଲ୍ୟବୋଧ ​ଏବଂ ଆଦର୍ଶର ସମ୍ପୂର୍ଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି ।


ଏକାଧିକ କ୍ଷେତ୍ରରେ ୟୁରେସିଆ ସହିତ ଯୋଗାଯୋଗ ବୃଦ୍ଧି ପାଇଁ ଭାରତ ଏସ୍‌ସିଓକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ବୋଲି ବିବେଚନା କରେ । ଭୌଗୋଳିକ ଦୃଷ୍ଟିରୁ ନିକଟତର ହୋଇଥିଲେ ମଧ୍ୟ ଏହି ଅଞ୍ଚଳକୁ ସିଧାସଳଖ ସ୍ଥଳପଥ ଯୋଗାଯୋଗ ଅଭାବରୁ ମଧ୍ୟ ଏସିଆ ସହିତ ବାଣିଜ୍ୟିକ ସମ୍ପର୍କ ସମ୍ଭାବନାଠାରୁ କମ୍ ରହିଛି । ଆର୍ଥିକ ସହଯୋଗ ବୃଦ୍ଧିରେ ଏସ୍‌ସିଓ ସହାୟକ ହୋଇପାରେ । ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଉପରେ ଏକ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ୍ ଗଠନ ଭଳି ଭାରତ ଦ୍ୱାରା ଅନେକ ପ୍ରସ୍ତାବ ଦିଆଯାଇଛି । ଏହା ବାର୍ଷିକ ଷ୍ଟାର୍ଟ ଅପ୍ ଏବଂ ଇନୋଭେସନ୍ ଉପରେ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ୍ ଆୟୋଜନ କରିବ। ସହିତ ଏସ୍‌ସିଓ ଷ୍ଟାର୍ଟ ଅପ୍ ଫୋରମ୍ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ଅନ୍ୟ ଏକ ପ୍ରସ୍ତାବ ହେଉଛି ବାର୍ଷିକ ଏସ୍‌ସିଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକରେ ପାରମ୍ପାରିକ ଔଷଧ ଉପରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ । ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବିକାଶ ଉପରେ ନିରନ୍ତର ଧ୍ୟାନ ଦିଆଯାଇଛି । ଏହି କ୍ଷେତ୍ରରେ ଭାରତ ନିଜର ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରସ୍ତୁତ ଏବଂ ଏକ ଡିଜିଟାଲ୍ ଏସ୍‌ସିଓ ଏମ୍‌ଏସ୍‌ଏମ୍‌ଇ କେନ୍ଦ୍ର ପ୍ରତିଷ୍ଠା ଏବଂ ବାର୍ଷିକ ଏସ୍‌ସିଓ ଏମ୍‌ଏସ୍‌ଏମ୍‌ଇ ବଜାର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ।


ଭାରତ ମଧ୍ୟ ଏସ୍‌ସିଓ ଇକୋନୋମିକ୍ ଥିଙ୍କ ଟ୍ୟାଙ୍କର ପ୍ରଥମ କନ୍ସୋର୍ଟିୟମ୍ ଆୟୋଜନ କରିଛି । କନ୍ସୋର୍ଟିୟମ୍ ‘ଦିଲ୍ଲୀ ଆକ୍ସନ୍ ପ୍ଲାନ୍’ ବିକଶିତ କରିଛି, ଯାହା ବହୁପକ୍ଷୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରଦାନ କରିଥାଏ । ପ୍ରତିନିଧି ସଦସ୍ୟମାନେ ଏହି ଆକ୍ସନ ପ୍ଲାନକୁ ସମର୍ଥନ କରିଛନ୍ତି ।


ଯୁବ ସମ୍ଭାବନା ଉପରେ ଧ୍ୟାନ ଦେଇ ଭାରତ ସର୍ବପ୍ରଥମ ଏସ୍‌ସିଓ ୟଙ୍ଗ ସାଇଣ୍ଟିଷ୍ଟ କନକ୍ଲେଭ ଆୟୋଜନ କରିଥିଲା ଏବଂ ବାର୍ଷିକ ଏହି ଫୋରମ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । 30 ନଭେମ୍ବରରେ ଭର୍ଚୁଆଲ୍ ଫର୍ମାଟରେ ଏସ୍‌ସିଓ ଅଂଶୀଦାର ସଦସ୍ୟ ରାଷ୍ଟ୍ରମାନଙ୍କର ବୌଦ୍ଧ ଐତିହ୍ୟ ଉପରେ ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଭାରତର ଜାତୀୟ ସଂଗ୍ରହାଳୟ ଦ୍ୱାରା ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହା ବ୍ୟତୀତ ଆଞ୍ଚଳିକ ଭାରତୀୟ ସାହିତ୍ୟର 10 ଟି ପୁସ୍ତକ ରୁଷ ଏବଂ ଚାଇନିଜରେ ଅନୁବାଦ ହୋଇଛି । 2021 ମସିହାରେ ଏସ୍‌ସିଓର ବିଂଶତିତମ ବାର୍ଷିକୀ ପାଳନ ପାଇଁ ଏକ ଏସ୍‌ସିଓ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।


ଭର୍ଚୁଆଲ୍ ମିଟିଂରେ ଏହା ଦର୍ଶାଯାଇଛି ଯେ ଭାରତ ଏସ୍‌ସିଓ ଅଭିବୃଦ୍ଧିର କାହାଣୀରେ ଗଠନମୂଳକ ଅଂଶଗ୍ରହଣ ପାଇଁ ପ୍ରତିବଦ୍ଧ । ପ୍ରତିନିଧି ସଦସ୍ୟମାନେ ଭାରତର କାଉନସିଲ୍ ଅଫ୍ ହେଡ୍ସର ଅଧ୍ୟକ୍ଷତାକୁ ପ୍ରଶଂସା କରିଛନ୍ତି । କାଜାଖସ୍ତାନ ଏହି ପରିଷଦର ନୂତନ ଅଧ୍ୟକ୍ଷ ଦାୟିତ୍ବ ବହନ କରିଛି ।


ଆଲେଖ୍ୟ : ଅତହର ଜାଫର, ମଧ୍ୟ ଏସିଆର ଷ୍ଟ୍ରାଟେଜିକ୍ ଆନାଲିଷ୍ଟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...