ବହୁପକ୍ଷୀୟ ଯୋଗଦାନ ଏବଂ ୟୁରେସିଆ ସହିତ ଏହାର ବଢ଼ୁଥିବା ସହଯୋଗ ଉପରେ ଅବିରତ ବିଶ୍ବାସକୁ ଦର୍ଶାଇ ଭାରତ ଏହି ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ରାଷ୍ଟ୍ର ସରକାରଙ୍କ ମୁଖ୍ୟମାନଙ୍କ ଉନବିଂଶ ବୈଠକ ଆୟୋଜନ କରିଛି । ଗୁରୁତ୍ୱପୂର୍ଣ୍ଣ ୟୁରେସିଆ ଅଞ୍ଚଳରୁ ଏସ୍ସିଓ ଏକ ଦୃଢ଼ ସ୍ୱର ଭାବରେ ଉଭା ହୋଇଛି । 2017 ରେ ଭାରତ ଏସ୍ସିଓର ପୂର୍ଣ୍ଣ ସଦସ୍ୟ ହେଲା ଏବଂ ଏହା ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ହୋଇଥିବା ପ୍ରଥମ ଏସସିଓ ହେଡସ୍ ସରକାରୀ ବୈଠକ ଥିଲା । କାଉନସିଲ୍ ଅଫ୍ ହେଡସ୍ ବୈଠକ ପରେ,ଏହା ଏସ୍ସିଓର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମହାମାରୀ ସତ୍ତ୍ବେ ଭର୍ଚୁଆଲ୍ ଫର୍ମାଟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଭାରତ ଏସ୍ସିଓ ସରକାରୀ ପରିଷଦର ମୁଖ୍ୟ ରହିଥିଲା । ଏହି ବୈଠକ ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ କାଜାଖସ୍ତାନ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, ପାକିସ୍ଥାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରମୁଖ ଏସ୍ସିଓ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୁର୍କମେନିସ୍ତାନ ଏକ ବିଶେଷ ଅତିଥି ଭାବରେ ଅଂଶଗ୍ରହଣ କରିଥିଲା ଏବଂ ଏସ୍ସିଓ ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଆଫଗାନିସ୍ତାନ, ବେଲାରୁଷ, ଇରାନ, ମୋଙ୍ଗୋଲିଆ ଏବଂ ଏସ୍ସିଓ ବ୍ୟବସାୟ ପରିଷଦ ଓ ଏସ୍ସିଓର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଇଣ୍ଟରବ୍ୟାଙ୍କ ଆଲାଇନ୍ସ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲା ।
ଭର୍ଚୁଆଲ୍ ମିଟ୍ର ମୁଖ୍ୟ କେନ୍ଦ୍ର ଥିଲା କରୋନା ମହାମାରୀ ଏବଂ ଏହାର ସାମାଜିକ-ଅର୍ଥନୈତିକ ପ୍ରଭାବ । ଅର୍ଥନୀତି କ୍ଷେତ୍ରରେ ଅଂଶଗ୍ରହଣକାରୀଙ୍କ ସହଯୋଗ ଆଶା କରାଯାଇଥିଲା । ସମସ୍ତ ଏସ୍ସିଓ ସଦସ୍ୟ ଏବଂ ଅଂଶଗ୍ରହଣକାରୀମାନେ ମହାମାରୀ ଏବଂ ଏହି ଅଞ୍ଚଳ ଉପରେ ଏହାର ପ୍ରଭାବ ଉଲ୍ଲେଖ କରିଥିଲେ । ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି ଯେ ଭାରତ COVID-19 ମହାମାରୀ ସହ ସାହସର ସହିତ ଲଢ଼ିଛି । ଲଜିଷ୍ଟିକ୍ ପ୍ରତିବନ୍ଧକ ସତ୍ତ୍ୱେ ଏହା ଏସ୍ସିଓ ସଦସ୍ୟଙ୍କ ସମେତ 150ରୁ ଅଧିକ ଦେଶକୁ ଚିକିତ୍ସା ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛି । କମ୍ ମୂଲ୍ୟରେ ଗୁଣାତ୍ମକ ଔଷଧ ଏବଂ ଟିକା ଉତ୍ପାଦନ ତଥା ଯୋଗାଣରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱ ଅନୁଷ୍ଠାନଗୁଡ଼ିକେର ସଂସ୍କାର ଆଣିବାକୁ ଏଠାରେ କୁହାଯାଇଛି ।
ପ୍ରଗତି ପାଇଁ ଶାନ୍ତିକୁ ‘ଅତ୍ୟାବଶ୍ୟକ ସର୍ତ୍ତ’ ବୋଲି କହି ଭାରତର ଉପରାଷ୍ଟ୍ରପତି କହିଛନ୍ତି ଯେ ଏହି ଅଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ହେଉଛି ଆତଙ୍କବାଦ, ବିଶେଷ କରି ସୀମା ପାର ଆତଙ୍କବାଦ । ଏହି ବିପଦକୁ ମୁକାବିଲା କରିବା ପାଇଁ ସାମୂହିକ ଯୁଦ୍ଧ ଆବଶ୍ୟକ । ଆତଙ୍କବାଦକୁ ଏକ ଉପକରଣ ଭାବରେ ବ୍ୟବହାର କରୁଥିବା ରାଜ୍ୟଗୁଡିକ ଏସ୍ସିଓ ଚାର୍ଟରର ମୂଲ୍ୟବୋଧ ଏବଂ ଆଦର୍ଶର ସମ୍ପୂର୍ଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି ।
ଏକାଧିକ କ୍ଷେତ୍ରରେ ୟୁରେସିଆ ସହିତ ଯୋଗାଯୋଗ ବୃଦ୍ଧି ପାଇଁ ଭାରତ ଏସ୍ସିଓକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ବୋଲି ବିବେଚନା କରେ । ଭୌଗୋଳିକ ଦୃଷ୍ଟିରୁ ନିକଟତର ହୋଇଥିଲେ ମଧ୍ୟ ଏହି ଅଞ୍ଚଳକୁ ସିଧାସଳଖ ସ୍ଥଳପଥ ଯୋଗାଯୋଗ ଅଭାବରୁ ମଧ୍ୟ ଏସିଆ ସହିତ ବାଣିଜ୍ୟିକ ସମ୍ପର୍କ ସମ୍ଭାବନାଠାରୁ କମ୍ ରହିଛି । ଆର୍ଥିକ ସହଯୋଗ ବୃଦ୍ଧିରେ ଏସ୍ସିଓ ସହାୟକ ହୋଇପାରେ । ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଉପରେ ଏକ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ୍ ଗଠନ ଭଳି ଭାରତ ଦ୍ୱାରା ଅନେକ ପ୍ରସ୍ତାବ ଦିଆଯାଇଛି । ଏହା ବାର୍ଷିକ ଷ୍ଟାର୍ଟ ଅପ୍ ଏବଂ ଇନୋଭେସନ୍ ଉପରେ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ୍ ଆୟୋଜନ କରିବ। ସହିତ ଏସ୍ସିଓ ଷ୍ଟାର୍ଟ ଅପ୍ ଫୋରମ୍ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ଅନ୍ୟ ଏକ ପ୍ରସ୍ତାବ ହେଉଛି ବାର୍ଷିକ ଏସ୍ସିଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକରେ ପାରମ୍ପାରିକ ଔଷଧ ଉପରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ । ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ବିକାଶ ଉପରେ ନିରନ୍ତର ଧ୍ୟାନ ଦିଆଯାଇଛି । ଏହି କ୍ଷେତ୍ରରେ ଭାରତ ନିଜର ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରସ୍ତୁତ ଏବଂ ଏକ ଡିଜିଟାଲ୍ ଏସ୍ସିଓ ଏମ୍ଏସ୍ଏମ୍ଇ କେନ୍ଦ୍ର ପ୍ରତିଷ୍ଠା ଏବଂ ବାର୍ଷିକ ଏସ୍ସିଓ ଏମ୍ଏସ୍ଏମ୍ଇ ବଜାର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ।
ଭାରତ ମଧ୍ୟ ଏସ୍ସିଓ ଇକୋନୋମିକ୍ ଥିଙ୍କ ଟ୍ୟାଙ୍କର ପ୍ରଥମ କନ୍ସୋର୍ଟିୟମ୍ ଆୟୋଜନ କରିଛି । କନ୍ସୋର୍ଟିୟମ୍ ‘ଦିଲ୍ଲୀ ଆକ୍ସନ୍ ପ୍ଲାନ୍’ ବିକଶିତ କରିଛି, ଯାହା ବହୁପକ୍ଷୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରଦାନ କରିଥାଏ । ପ୍ରତିନିଧି ସଦସ୍ୟମାନେ ଏହି ଆକ୍ସନ ପ୍ଲାନକୁ ସମର୍ଥନ କରିଛନ୍ତି ।
ଯୁବ ସମ୍ଭାବନା ଉପରେ ଧ୍ୟାନ ଦେଇ ଭାରତ ସର୍ବପ୍ରଥମ ଏସ୍ସିଓ ୟଙ୍ଗ ସାଇଣ୍ଟିଷ୍ଟ କନକ୍ଲେଭ ଆୟୋଜନ କରିଥିଲା ଏବଂ ବାର୍ଷିକ ଏହି ଫୋରମ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । 30 ନଭେମ୍ବରରେ ଭର୍ଚୁଆଲ୍ ଫର୍ମାଟରେ ଏସ୍ସିଓ ଅଂଶୀଦାର ସଦସ୍ୟ ରାଷ୍ଟ୍ରମାନଙ୍କର ବୌଦ୍ଧ ଐତିହ୍ୟ ଉପରେ ଏକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ଭାରତର ଜାତୀୟ ସଂଗ୍ରହାଳୟ ଦ୍ୱାରା ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହା ବ୍ୟତୀତ ଆଞ୍ଚଳିକ ଭାରତୀୟ ସାହିତ୍ୟର 10 ଟି ପୁସ୍ତକ ରୁଷ ଏବଂ ଚାଇନିଜରେ ଅନୁବାଦ ହୋଇଛି । 2021 ମସିହାରେ ଏସ୍ସିଓର ବିଂଶତିତମ ବାର୍ଷିକୀ ପାଳନ ପାଇଁ ଏକ ଏସ୍ସିଓ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଭର୍ଚୁଆଲ୍ ମିଟିଂରେ ଏହା ଦର୍ଶାଯାଇଛି ଯେ ଭାରତ ଏସ୍ସିଓ ଅଭିବୃଦ୍ଧିର କାହାଣୀରେ ଗଠନମୂଳକ ଅଂଶଗ୍ରହଣ ପାଇଁ ପ୍ରତିବଦ୍ଧ । ପ୍ରତିନିଧି ସଦସ୍ୟମାନେ ଭାରତର କାଉନସିଲ୍ ଅଫ୍ ହେଡ୍ସର ଅଧ୍ୟକ୍ଷତାକୁ ପ୍ରଶଂସା କରିଛନ୍ତି । କାଜାଖସ୍ତାନ ଏହି ପରିଷଦର ନୂତନ ଅଧ୍ୟକ୍ଷ ଦାୟିତ୍ବ ବହନ କରିଛି ।
ଆଲେଖ୍ୟ : ଅତହର ଜାଫର, ମଧ୍ୟ ଏସିଆର ଷ୍ଟ୍ରାଟେଜିକ୍ ଆନାଲିଷ୍ଟ

Comments
Post a Comment