Skip to main content

ଭାରତର ‘ଆକ୍ଟ ଇଷ୍ଟ’ ଯୋଜନାରେ ଭିଏତନାମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ



ଭାରତ ଏବଂ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ବରାନ୍ବିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଭିଏତନାମ ପ୍ରତିପକ୍ଷ ନଗୁଏନ ଜୁଆନ୍ ଫୁକ୍ ଏକ ଭର୍ଚୁଆଲ୍ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଭାରତ ଏବଂ ଭିଏତନାମର ନିଜସ୍ୱ ଆବଶ୍ୟକତା ରହିଛି ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ବିଶେଷ ଭାବରେ ଦକ୍ଷିଣ ଚୀନ୍ ସାଗରରେ ଏବଂ ଭାରତ-ଚୀନ୍ ସୀମାରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ମଧ୍ୟ ଉଭୟଙ୍କର ଦ୍ୱିପାକ୍ଷିକ ରଣନୀତିକ ଦିଗ ସମ୍ପର୍କକୁ ଦୃଢ଼ତର କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମକୁ ଭାରତର ‘ଆକ୍ଟ ଇଷ୍ଟ’ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ନୂଆଦିଲ୍ଲୀର ‘ଇଣ୍ଡୋ-ପାସିଫିକ୍ ଦର୍ଶନ’ର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଭିଏତନାମ ସହିତ ଏହାର ସମ୍ପର୍କକୁ ଦୀର୍ଘମିଆଦୀ ଏବଂ ରଣନୀତିକ ଦୃଷ୍ଟିକୋଣରୁ ଦେଖିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ “ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆମର ନିହିତ ଉଦ୍ଦେଶ୍ୟ” ଏବଂ “ଆମର ଅଂଶଗ୍ରହଣ ଏହି ଅଞ୍ଚଳରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବାରେ ଯଥେଷ୍ଟ ସହାୟକ ହେବ ।” ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଜବରଦସ୍ତ ଆଚରଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଙ୍ଗିତ ରହିଛି ଯେଉଁଠାରେ ଭିଏତନାମର ଅଧିକାର ରହିଛି । ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଭାବନାକୁ ସମର୍ଥନ କରି ଭିଏତନାମ ପ୍ରଧାନମନ୍ତ୍ରୀ ନଗୁଏନ ଜୁଆନ୍ ଫୁକ୍ କହିଛନ୍ତି ଯେ 2016 ରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ‘ବ୍ୟାପକ କୌଶଳ ଭାଗିଦାରୀ’ ସ୍ତରକୁ ଉନ୍ନୀତ କରିବାରେ ପରସ୍ପରର ଦୃଷ୍ଟିକୋଣ, ଆଗ୍ରହ ଏବଂ ପ୍ରସଙ୍ଗ ବୁଝିବାରେ ସହାୟକ ହୋଇଛି।

ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଦଲିଲ, ଚୁକ୍ତିନାମା ଏବଂ ବୁଝାମଣାପତ୍ର (ଏମଓୟୁ) ଘୋଷଣା କରାଯାଇଛି ଯାହା ମଧ୍ୟରେ ଏହି ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ସ୍ପେକ୍ଟ୍ରମକୁ ଅନ୍ତର୍ଭୁକ୍ତ । ଦୁଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ହେଉଛି ‘ଶାନ୍ତି, ସମୃଦ୍ଧି ଏବଂ ଲୋକଙ୍କ ପାଇଁ ଭାରତ-ଭିଏତନାମ ମିଳିତ ଦର୍ଶନ’। ଭିଜନ୍ ଡକ୍ୟୁମେଣ୍ଟ୍ ହେଉଛି “ଭାରତ-ଭିଏତନାମ ବିସ୍ତୃତ ରଣନୀତିକ ଭାଗିଦାରୀର ଭବିଷ୍ୟତ ବିକାଶ ପାଇଁ ମାର୍ଗଦର୍ଶନ କରିବା” । “2021-2023 ଅବଧି ପାଇଁ କାର୍ଯ୍ୟ ଯୋଜନା” ବିସ୍ତୃତ କୌଶଳ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଭିଏତନାମର ସୀମା ଗାର୍ଡ କମାଣ୍ଡ ପାଇଁ ହାଇ ସ୍ପିଡ୍ ଗାର୍ଡ ବୋଟ ଉତ୍ପାଦନ ପ୍ରକଳ୍ପର ଭାରତ ପକ୍ଷରୁ ଭିଏତନାମକୁ 100 ମିଲିୟନ ଆମେରିକୀୟ ଡଲାରର ପ୍ରତିରକ୍ଷା ଲାଇନ୍ ଅଫ୍ କ୍ରେଡିଟ୍ ଅଧୀନରେ କାର୍ଯ୍ୟକାରୀ କରିବା ହେଉଛି ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଗୋଟିଏ ସଂପୂର୍ଣ୍ଣ ହାଇ ସ୍ପିଡ୍ ଗାର୍ଡ ବୋଟ ଭିଏତନାମକୁ ହସ୍ତାନ୍ତର କରାଯାଇଛି । ଭାରତରେ ନିମିର୍ର୍ତ ହେବାକୁ ଥିବା ଦୁଇଟି ବୋଟକୁ ଉନ୍ମୋଚନ କରାଯାଇଛି । ଭିଏତନାମରେ ଅବଶିଷ୍ଟ ସାତୋଟି ହାଇ ସ୍ପିଡ୍ ବୋଟ ଉତ୍ପାଦିତ ହେବ ।

ଭିଏତନାମର ନାହା ଟ୍ରାଙ୍ଗରେ ଥିବା ନ୍ୟାସନାଲ ଟେଲି ଯୋଗାଯୋଗ ବିଶ୍ୱବିଦ୍ୟାଳୟରେ ଆର୍ମି ସଫ୍ଟୱେୟାର ପାର୍କ ପାଇଁ 5 ମିଲିୟନ୍ ଆମେରିକୀୟ ଡଲାର ଅନୁଦାନ ସହାୟତା ଘୋଷଣା କରିଛି ନୂଆଦିଲ୍ଲୀ । ଏହି ଚୁକ୍ତିନାମା ସଫ୍ଟୱେୟାର ପ୍ରୟୋଗ କ୍ଷେତ୍ରରେ ତାଲିମ ଏବଂ ସେବା ପାଇଁ ନାହା ଟ୍ରାଙ୍ଗରେ ଥିବା ଟେଲି ଯୋଗାଯୋଗ ବିଶ୍ୱବିଦ୍ୟାଳୟର ଆର୍ମି ସଫ୍ଟୱେୟାର ପାର୍କରେ ଆଇଟି ଭିତ୍ତିଭୂମି ସ୍ଥାପନକୁ ସହଜ କରିବ । ସମ୍ମିଳନୀ ସମୟରେ ଦିଆଯାଇଥିବା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ ଐତିହ୍ୟ ସଂରକ୍ଷଣରେ ତିନୋଟି ନୂତନ ବିକାଶ ଭାଗିଦାରୀ ପ୍ରକଳ୍ପ, ଭାରତ-ଭିଏତନାମ ସଭ୍ୟତା ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଏକ ଏନସାଇକ୍ଲୋପିଡିଆ ପ୍ରସ୍ତୁତ ପାଇଁ ଦ୍ୱିପାକ୍ଷିକ ପ୍ରକଳ୍ପ ଆରମ୍ଭ ହୋଇଛି ।

ବୁଝାମଣାର ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ରରେ ଭାରତର ଆଣବିକ ଶକ୍ତି ନିୟାମକ ବୋର୍ଡ ଏବଂ ଭିଏତନାମ ଏଜେନ୍ସି ଫର ରେଡିଏସନ ଏବଂ ଆଣବିକ ନିରାପତ୍ତା ମଧ୍ୟରେ ଏମଓୟୁ ଅନ୍ତର୍ଭୁକ୍ତ ଯାହାକି ବିକିରଣ ସୁରକ୍ଷା ଏବଂ ଆଣବିକ ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶର ନିୟାମକ ସଂସ୍ଥା ମଧ୍ୟରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) - ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ଏବଂ ଭିଏତନାମ ପେଟ୍ରୋଲିୟମ ପ୍ରତିଷ୍ଠାନ ମଧ୍ୟରେ ଏମଓୟୁ ପେଟ୍ରୋଲିୟମ ଅନୁସନ୍ଧାନ ଏବଂ ତାଲିମରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ଟାଟା ମେମୋରିଆଲ୍ ସେଣ୍ଟର ଅଫ୍ ଇଣ୍ଡିଆ ଏବଂ ଭିଏତନାମ ନ୍ୟାସନାଲ କ୍ୟାନସର ହସପିଟାଲ ମଧ୍ୟରେ ହୋଇଥିବା ଏମଓୟୁ ତାଲିମ ଏବଂ ବୈଜ୍ଞାନିକ ଅନୁସନ୍ଧାନ, ସ୍ୱାସ୍ଥ୍ୟ ସେବା ସେବା, କର୍କଟ ରୋଗୀଙ୍କ ନିରାକରଣ ଏବଂ ଚିକିତ୍ସାରେ ସହଯୋଗ କ୍ଷେତ୍ରରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରିଛି । ନ୍ୟାସନାଲ ସୋଲାର ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଭିଏତନାମ କ୍ଲିନ୍ ଏନର୍ଜି ଆସୋସିଏସନ୍ ମଧ୍ୟରେ ହୋଇଥିବା ଏମଓୟୁ ଦ୍ବାରା ଜ୍ଞାନ, ସର୍ବୋତ୍ତମ ଅଭ୍ୟାସ ଏବଂ ସୂଚନା ଆଦାନପ୍ରଦାନ ହେବ ଏବଂ ଭାରତ ଏବଂ ଭିଏତନାମରେ ସୌର ଶକ୍ତି ବୃଦ୍ଧି ପାଇଁ ନୂତନ ବ୍ୟବସାୟ ସୁଯୋଗ ଅନ୍ୱେଷଣ କରିବ ।

ଚୁକ୍ତିନାମା ଏବଂ ଏମଓୟୁଗୁଡ଼ିକର ଗଭୀର ଉପଯୋଗ ଭାରତର ବିକାଶ ସହାୟତାର ଦର୍ଶନ ଏବଂ ମାର୍ଗଦର୍ଶିକାକୁ ସ୍ପଷ୍ଟ ଭାବରେ ସୂଚିତ କରେ ଯାହା ଉଭୟ ସରକାରୀ ଏବଂ କର୍ପୋରେଟ୍ କ୍ଷେତ୍ର ଦ୍ୱାରା ପରିଚାଳିତ ଲୋକକେନ୍ଦ୍ରିକ ଅଟେ । ସାମ୍ପ୍ରତିକ ବର୍ଷଗୁଡିକରେ କେତେକ ଦେଶରୁ ଏପରି ସାହାଯ୍ୟର ସୁଅ ଛୁଟୁଛି ଯାହା ଭିଏତନାମକୁ ଋଣ ଜାଲ ଏବଂ ଆର୍ଥିକ ସମସ୍ୟା​‌ ମଧ୍ୟକୁ ଠେଲି ଦେବାକୁ ଉଦ୍ଦିଷ୍ଟ ହୋଇଥିବା ସ୍ଥଳେ ଭାରତ କୌଣସି ଶୋଷଣ ବା ଲୁକ୍କାୟିତ ମନ୍ଦ ଉଦ୍ଦେଶ୍ୟ ପରିବର୍ତ୍ତେ ଏସବୁ ପ୍ରକଳ୍ପ ଏବଂ ସହାୟତା ଭିତ୍ତିରେ ଭିଏତନାମବାସୀଙ୍କୁ ସ୍ଥାୟୀ ଭାବରେରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଭିଏତନାମକୁ ଭାରତର ବିକାଶ କୈନ୍ଦ୍ରିକ ସହଯୋଗ ଫଳରେ ଲୋକ ତଥା ସରକାରଙ୍କ ଏକ ସ୍ଥିର ତଥା ଦୀର୍ଘସ୍ଥାୟୀ ଶୁଭ କାମନା ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ଆଲେଖ୍ୟ : ରୂପ ନାରାୟଣ ଦାସ, ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...