Skip to main content

ନୂତନ ଶିଖର ଛୁଇଁବ ଭାରତୀୟ ମହାକାଶ କାର୍ଯ୍ୟକ୍ରମ

ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ (PSLV) ଦ୍ୱାରା ଯୋଗାଯୋଗ ଉପଗ୍ରହ CMS-01 ର କକ୍ଷପଥରେ ସଫଳତାର ପହଞ୍ଚାଇ ଭାରତ ମହାକାଶରେ ବର୍ଷକୁ ବିଦାୟ ଦେଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ PSLV ଉତ୍‌କ୍ଷେପଣ କରିଛି ।

ଉପଗ୍ରହକୁ ଉତ୍‌କ୍ଷେପଣର ପ୍ରାୟ 20 ମିନିଟ୍ ପରେ ନିର୍ଭୁଲ ଭାବରେ ଜିଓ-ସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥରେ ରଖାଯାଇଥିଲା । ଏହା 2011 ରେ ଯାଇଥିବା ପୁରୁଣା GSAT-12 ଉପଗ୍ରହକୁ ବଦଳରେ କାର୍ଯ୍ୟ କରିବ । CMS-01 ହେଉଛି ଭାରତର 42 ତମ ଯୋଗାଯୋଗ ଉପଗ୍ରହ । INSAT ଏବଂ GSAT ସିରିଜ୍ ପରେ ଯୋଗାଯୋଗ ଉପଗ୍ରହର ଏକ ନୂତନ କ୍ରମରେ ଏହା ପ୍ରଥମ ।

ISRO ପାଇଁ, ଚଳିତ ବର୍ଷ ଏହା ଥିଲା ତୃତୀୟ ଉତ୍‌କ୍ଷେପଣ । କୋଭିଡ -19 ମହାମାରୀ ହେତୁ ‘ଗଗନଯାନ’ର ପ୍ରଥମ ମାନବବିହୀନ ଉଡ଼ାଣ ସମେତ ଅଧିକାଂଶ ମିଶନ ବିଳମ୍ବିତ ହୋଇଛି । ମହାମାରୀ ପୂର୍ବରୁ ଭାରତ କେବଳ ଗୋଟିଏ ଉପଗ୍ରହ ମିଶନ - GSAT-30 ସଂପୂର୍ଣ୍ଣ କରିବାରେ ସକ୍ଷମ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ଫ୍ରେଞ୍ଚ ଗୁଇନାର କୋରୁରୁ ଆନ୍ତର୍ଜାତୀୟ ଲଞ୍ଚର ଆରିଆନ ସ୍ପେସ୍ ଦ୍ୱାରା ଏହା ଉତ୍‌କ୍ଷେପଣ କରାଯାଇଥିଲା । ମହାମାରୀ ସ​‌​‌େ​‌ତ୍ତ୍ବ ନଭେମ୍ବରରେ ISRO ନଅଟି ବିଦେଶୀ ଉପଗ୍ରହ ସହିତ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-01 କୁ ସଫଳତାର ସହ ଉତକ୍ଷେପଣ କରିଛି । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ କୃଷି, ବନବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସହାୟତା ଯୋଗାଇବ ।

ନୂତନ ଉପଗ୍ରହ CMS-01 ଦେଶର ଯୋଗାଯୋଗ ନେଟୱାର୍କ ଏବଂ ଇ-ଲର୍ଣ୍ଣିଂ, ଟେଲି ମେଡିସିନ୍ ଏବଂ ବିପର୍ଯ୍ୟୟ ପରିଚାଳନା ସେବାରେ ସହାୟତା କରିବ । ଏହାର ପରିଧିରେ ଦେଶର ମୁଖ୍ୟ ଭୂଭାଗ ସହ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ ହେବ । ଏହି ଉପଗ୍ରହର କାର୍ଯ୍ୟକାଳ ସାତ ବର୍ଷରୁ ଅଧିକ ।

ବ୍ରାଜିଲର ପର୍ଯ୍ୟବେକ୍ଷଣ ଉପଗ୍ରହ ଆମାଜନିଆର ବ୍ୟାବସାୟିକ ଉତକ୍ଷେପଣ ସହିତ ତିନୋଟି ଭାରତୀୟ ଉପଗ୍ରହ ଉତ୍‌କ୍ଷେପଣ କରି ଭାରତ ନୂଆବର୍ଷକୁ ସ୍ବାଗତ କରିବ । ଏହି ଉପଗ୍ରହଗୁଡିକ ISRO ର ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ- C51 (PSLV-C51) ରେ ପରିବହନ କରାଯିବ । ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରାରମ୍ଭରେ ଧାର୍ଯ୍ୟ ହୋଇଥିବା PSLV-C51 ମିଶନ୍ କେବଳ ISRO ପାଇଁ ନୁହେଁ ଭାରତ ପାଇଁ ମଧ୍ୟ ଏକ ବିଶେଷ ଉପଲବ୍‌ଧି ହେବ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ପ୍ରତିଭାତ କରିବା ପାଇଁ ISRO ଆଣିଥିବା ମହାକାଶ ସଂସ୍କାର ଏକ ନୂତନ ଯୁଗର ଅୟମାରମ୍ଭ ହେବ । ଏହି ରକେଟରେ ‘ଆନନ୍ଦ‘ ନାମକ ଏକ ଭାରତ ନିର୍ମିତ ପର୍ଯ୍ୟବେକ୍ଷଣ ଉପଗ୍ରହ ବହନ କରିବ । ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACe) ଆରମ୍ଭ ହେବା ସହିତ ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ସ୍ପେସ୍ ସେକ୍ଟର ଦ୍ବାର ଖୋଲିଯାଇଛି ।

‘ଆନନ୍ଦ’ ଭାରତୀୟ ଷ୍ଟାର୍ଟ ଅପ୍ ଉଦ୍ୟୋଗ ପିକ୍ସେଲ (ସିଜିଜି ସ୍ପେସ୍ ଟେକ୍ନୋଲୋଜିସ୍ ପିଭି ଲିମିଟେଡ୍ ଅନ୍ତର୍ଭୂକ୍ତ) ଦ୍ୱାରା ନିର୍ମିତ । ପର୍ଯ୍ୟବେକ୍ଷଣ ସାଟେଲାଇଟଗୁଡିକ ଅବସ୍ଥାପନରେ ଏହା ପ୍ରଥମ ଯାହା ପ୍ରତି 24 ଘଣ୍ଟାରେ ବିଶ୍ୱସ୍ତରୀୟ କଭରେଜ୍ ପ୍ରଦାନ କରିବା ସହ ଉପଯୁକ୍ତ ସମୟରେ ବିଶ୍ୱସ୍ତରୀୟ ଘଟଣାକୁ ଚିହ୍ନଟ ଏବଂ ତଦାରଖ କରିବାକୁ ସଂଗଠନଗୁଡ଼ିକୁ ସକ୍ଷମ କରିବ । କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ଲାଟଫର୍ମରେ ତଥ୍ୟ ଉପଲବ୍ଧ ହେବ । ଏହାର କୃଷି, ଜଙ୍ଗଲ, ସହରୀ ତଦାରଖ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣରେ ଏହାର ବ୍ୟବହାର ହେବ । ପିକ୍ସେଲ 2022 ଶେଷ ସୁଦ୍ଧା ଆକାଶରେ 30 ଟି କ୍ଷୁଦ୍ର ପର୍ଯ୍ୟବେକ୍ଷଣ ଉପଗ୍ରହର ପ୍ରେରଣ କରିବାକୁ ଯୋଜନା କରିଛି ।

‘ଆନନ୍ଦ’ ସହ ISRO ସ୍ପେସ୍ କିଡ୍‌ଜ ଇଣ୍ଡିଆର ‘ସତୀଶ ସାଟ୍‌’ ଏବଂ କନ୍ସୋର୍ଟିୟମ୍‌ ଅଫ୍ ୟୁନିଭର୍ସିଟିଜ୍‌ରୁ ‘ୟୁନିଟି ସାଟ୍‌’ ନାମରେ ଆହୁରି ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ । ସ୍ପେସ୍ କିଡ୍‌ଜ ଇଣ୍ଡିଆ ପାଇଁ ଏହା ISRO ଦ୍ୱାରା ଉତକ୍ଷେପଣ ହେବାକୁ ଥିବା ଏହାର ଦ୍ୱିତୀୟ ଉପଗ୍ରହ ହେବ । ଛାତ୍ରଙ୍କ ଦ୍ବାରା ନିର୍ମିତ ପ୍ରଥମ ଉପଗ୍ରହ କଲାମସାଟ PSLV ର ଚତୁର୍ଥ ପର୍ଯ୍ୟାୟରେ ଏହାର ପ୍ରଥମ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଇଥିଲା ।

2021 ର ପ୍ରଥମ ତ୍ରୈମାସରେ ମହାକାଶକୁ ନିକ୍ଷେପ ହେବାକୁ ଥିବା ଅନେକ ବାଣିଜ୍ୟିକ ଉପଗ୍ରହ ମଧ୍ୟରେ ଏଗୁଡିକ ରହିଛି | PSLV-C51 ମିଶନ୍ ବ୍ୟତୀତ ISRO ସ୍ମଲ ସାଟେଲାଇଟ ଲଞ୍ଚ ଭେହିକଲ (SSLV) ର ପ୍ରଥମ ଉଡ଼ାଣ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଏହାର ନିମ୍ନ ପୃଥିବୀ କକ୍ଷପଥରେ ହାଲୁକା 500 କିଲୋଗ୍ରାମ ଉପଗ୍ରହ ଉତକ୍ଷେପଣ କରିବାର କ୍ଷମତା ରହିବ । ଏକ ବଡ଼ ଦଳ ଓ କିଛି ମାସ ତୁଳନାରେ ମାତ୍ର ସାତ ଦିନ ମଧ୍ୟରେ ଛଅଜଣ ଇଞ୍ଜିନିୟରଙ୍କ ଦ୍ୱାରା SSLV ପ୍ରସ୍ତୁତ ହୋଇପାରିବ । ଏହା ମୁଖ୍ୟତଃ ବାଣିଜ୍ୟିକ ଉତ୍‌କ୍ଷେପଣ ପାଇଁ ଏହା ISRO ଦ୍ୱାରା ବିକଶିତ ହୋଇଛି ।

ଭାରତ ବୃହତ ଲକ୍ଷ୍ୟରେ କାର୍ଯ୍ୟ କରୁଛି । ଚନ୍ଦ୍ରଯାନ 3, ଆଦିତ୍ୟ L1 ଏବଂ ଗଗନଯାନ ମିଶନ ପାଇଁ କାମ ଚାଲିଛି । ଚନ୍ଦ୍ରଯାନ 3 ଏକ ଲ୍ୟାଣ୍ଡର୍-ରୋଭର ମିଶନ୍ ହେବ ଯାହାକି ପୃଥିବୀ ସହିତ ଯୋଗାଯୋଗ କରିବା ପାଇଁ ଭାରତର ଚନ୍ଦ୍ରାୟନ-2 ମିଶନ୍‌ କକ୍ଷପଥକୁ ବ୍ୟବହାର କରିବ । ଆଦିତ୍ୟ- L1 ହେଉଛି ଭାରତର ପ୍ରଥମ ସୌର ମିଶନ୍ ଯାହା ମାଧ୍ୟମରେ ପୃଥିବୀଠାରୁ ସୂର୍ଯ୍ୟର L1 ପଏଣ୍ଟ ପର୍ଯ୍ୟନ୍ତ 1.5 ମିଲିୟନ୍ କିଲୋମିଟର ଦୂରକୁ ଏକ ଉପଗ୍ରହ ଯାତ୍ରା କରିବ । L1 ବା ଲାଗ୍ରାଞ୍ଜ ବିନ୍ଦୁ ହେଉଛି ପୃଥିବୀ କେନ୍ଦ୍ରସ୍ଥଳରୁ ସୂର୍ଯ୍ୟର କେନ୍ଦ୍ର ମଧ୍ୟରେ ଏକ ସରଳରେଖାରେ ଏପରି ଏକ ବିନ୍ଦୁ ଯେଉଁଠାରେ ଉଭୟର ଆକର୍ଷଣ ଶକ୍ତି ସମାନ ରହିଥାଏ । ଭାରତୀୟ ମହାକାଶଚାରୀମାନଙ୍କୁ ନିମ୍ନ ପୃଥିବୀ କକ୍ଷପଥରେ ପହଞ୍ଚାଇବା ପାଇଁ ଗଗନଯାନ ମିଶନ ଲକ୍ଷ୍ୟ ରଖିଛି।

ଆଲେଖ୍ୟ : କେ ଭି ଭେଙ୍କଟସୁବ୍ରମଣ୍ୟନ୍, ବିଜ୍ଞାନ ସାମ୍ବାଦିକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...