Skip to main content

ନୂତନ ଶିଖର ଛୁଇଁବ ଭାରତୀୟ ମହାକାଶ କାର୍ଯ୍ୟକ୍ରମ

ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ (PSLV) ଦ୍ୱାରା ଯୋଗାଯୋଗ ଉପଗ୍ରହ CMS-01 ର କକ୍ଷପଥରେ ସଫଳତାର ପହଞ୍ଚାଇ ଭାରତ ମହାକାଶରେ ବର୍ଷକୁ ବିଦାୟ ଦେଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ PSLV ଉତ୍‌କ୍ଷେପଣ କରିଛି ।

ଉପଗ୍ରହକୁ ଉତ୍‌କ୍ଷେପଣର ପ୍ରାୟ 20 ମିନିଟ୍ ପରେ ନିର୍ଭୁଲ ଭାବରେ ଜିଓ-ସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥରେ ରଖାଯାଇଥିଲା । ଏହା 2011 ରେ ଯାଇଥିବା ପୁରୁଣା GSAT-12 ଉପଗ୍ରହକୁ ବଦଳରେ କାର୍ଯ୍ୟ କରିବ । CMS-01 ହେଉଛି ଭାରତର 42 ତମ ଯୋଗାଯୋଗ ଉପଗ୍ରହ । INSAT ଏବଂ GSAT ସିରିଜ୍ ପରେ ଯୋଗାଯୋଗ ଉପଗ୍ରହର ଏକ ନୂତନ କ୍ରମରେ ଏହା ପ୍ରଥମ ।

ISRO ପାଇଁ, ଚଳିତ ବର୍ଷ ଏହା ଥିଲା ତୃତୀୟ ଉତ୍‌କ୍ଷେପଣ । କୋଭିଡ -19 ମହାମାରୀ ହେତୁ ‘ଗଗନଯାନ’ର ପ୍ରଥମ ମାନବବିହୀନ ଉଡ଼ାଣ ସମେତ ଅଧିକାଂଶ ମିଶନ ବିଳମ୍ବିତ ହୋଇଛି । ମହାମାରୀ ପୂର୍ବରୁ ଭାରତ କେବଳ ଗୋଟିଏ ଉପଗ୍ରହ ମିଶନ - GSAT-30 ସଂପୂର୍ଣ୍ଣ କରିବାରେ ସକ୍ଷମ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ଫ୍ରେଞ୍ଚ ଗୁଇନାର କୋରୁରୁ ଆନ୍ତର୍ଜାତୀୟ ଲଞ୍ଚର ଆରିଆନ ସ୍ପେସ୍ ଦ୍ୱାରା ଏହା ଉତ୍‌କ୍ଷେପଣ କରାଯାଇଥିଲା । ମହାମାରୀ ସ​‌​‌େ​‌ତ୍ତ୍ବ ନଭେମ୍ବରରେ ISRO ନଅଟି ବିଦେଶୀ ଉପଗ୍ରହ ସହିତ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-01 କୁ ସଫଳତାର ସହ ଉତକ୍ଷେପଣ କରିଛି । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ କୃଷି, ବନବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସହାୟତା ଯୋଗାଇବ ।

ନୂତନ ଉପଗ୍ରହ CMS-01 ଦେଶର ଯୋଗାଯୋଗ ନେଟୱାର୍କ ଏବଂ ଇ-ଲର୍ଣ୍ଣିଂ, ଟେଲି ମେଡିସିନ୍ ଏବଂ ବିପର୍ଯ୍ୟୟ ପରିଚାଳନା ସେବାରେ ସହାୟତା କରିବ । ଏହାର ପରିଧିରେ ଦେଶର ମୁଖ୍ୟ ଭୂଭାଗ ସହ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ ହେବ । ଏହି ଉପଗ୍ରହର କାର୍ଯ୍ୟକାଳ ସାତ ବର୍ଷରୁ ଅଧିକ ।

ବ୍ରାଜିଲର ପର୍ଯ୍ୟବେକ୍ଷଣ ଉପଗ୍ରହ ଆମାଜନିଆର ବ୍ୟାବସାୟିକ ଉତକ୍ଷେପଣ ସହିତ ତିନୋଟି ଭାରତୀୟ ଉପଗ୍ରହ ଉତ୍‌କ୍ଷେପଣ କରି ଭାରତ ନୂଆବର୍ଷକୁ ସ୍ବାଗତ କରିବ । ଏହି ଉପଗ୍ରହଗୁଡିକ ISRO ର ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ- C51 (PSLV-C51) ରେ ପରିବହନ କରାଯିବ । ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରାରମ୍ଭରେ ଧାର୍ଯ୍ୟ ହୋଇଥିବା PSLV-C51 ମିଶନ୍ କେବଳ ISRO ପାଇଁ ନୁହେଁ ଭାରତ ପାଇଁ ମଧ୍ୟ ଏକ ବିଶେଷ ଉପଲବ୍‌ଧି ହେବ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ପ୍ରତିଭାତ କରିବା ପାଇଁ ISRO ଆଣିଥିବା ମହାକାଶ ସଂସ୍କାର ଏକ ନୂତନ ଯୁଗର ଅୟମାରମ୍ଭ ହେବ । ଏହି ରକେଟରେ ‘ଆନନ୍ଦ‘ ନାମକ ଏକ ଭାରତ ନିର୍ମିତ ପର୍ଯ୍ୟବେକ୍ଷଣ ଉପଗ୍ରହ ବହନ କରିବ । ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACe) ଆରମ୍ଭ ହେବା ସହିତ ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ସ୍ପେସ୍ ସେକ୍ଟର ଦ୍ବାର ଖୋଲିଯାଇଛି ।

‘ଆନନ୍ଦ’ ଭାରତୀୟ ଷ୍ଟାର୍ଟ ଅପ୍ ଉଦ୍ୟୋଗ ପିକ୍ସେଲ (ସିଜିଜି ସ୍ପେସ୍ ଟେକ୍ନୋଲୋଜିସ୍ ପିଭି ଲିମିଟେଡ୍ ଅନ୍ତର୍ଭୂକ୍ତ) ଦ୍ୱାରା ନିର୍ମିତ । ପର୍ଯ୍ୟବେକ୍ଷଣ ସାଟେଲାଇଟଗୁଡିକ ଅବସ୍ଥାପନରେ ଏହା ପ୍ରଥମ ଯାହା ପ୍ରତି 24 ଘଣ୍ଟାରେ ବିଶ୍ୱସ୍ତରୀୟ କଭରେଜ୍ ପ୍ରଦାନ କରିବା ସହ ଉପଯୁକ୍ତ ସମୟରେ ବିଶ୍ୱସ୍ତରୀୟ ଘଟଣାକୁ ଚିହ୍ନଟ ଏବଂ ତଦାରଖ କରିବାକୁ ସଂଗଠନଗୁଡ଼ିକୁ ସକ୍ଷମ କରିବ । କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ଲାଟଫର୍ମରେ ତଥ୍ୟ ଉପଲବ୍ଧ ହେବ । ଏହାର କୃଷି, ଜଙ୍ଗଲ, ସହରୀ ତଦାରଖ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣରେ ଏହାର ବ୍ୟବହାର ହେବ । ପିକ୍ସେଲ 2022 ଶେଷ ସୁଦ୍ଧା ଆକାଶରେ 30 ଟି କ୍ଷୁଦ୍ର ପର୍ଯ୍ୟବେକ୍ଷଣ ଉପଗ୍ରହର ପ୍ରେରଣ କରିବାକୁ ଯୋଜନା କରିଛି ।

‘ଆନନ୍ଦ’ ସହ ISRO ସ୍ପେସ୍ କିଡ୍‌ଜ ଇଣ୍ଡିଆର ‘ସତୀଶ ସାଟ୍‌’ ଏବଂ କନ୍ସୋର୍ଟିୟମ୍‌ ଅଫ୍ ୟୁନିଭର୍ସିଟିଜ୍‌ରୁ ‘ୟୁନିଟି ସାଟ୍‌’ ନାମରେ ଆହୁରି ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ । ସ୍ପେସ୍ କିଡ୍‌ଜ ଇଣ୍ଡିଆ ପାଇଁ ଏହା ISRO ଦ୍ୱାରା ଉତକ୍ଷେପଣ ହେବାକୁ ଥିବା ଏହାର ଦ୍ୱିତୀୟ ଉପଗ୍ରହ ହେବ । ଛାତ୍ରଙ୍କ ଦ୍ବାରା ନିର୍ମିତ ପ୍ରଥମ ଉପଗ୍ରହ କଲାମସାଟ PSLV ର ଚତୁର୍ଥ ପର୍ଯ୍ୟାୟରେ ଏହାର ପ୍ରଥମ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଇଥିଲା ।

2021 ର ପ୍ରଥମ ତ୍ରୈମାସରେ ମହାକାଶକୁ ନିକ୍ଷେପ ହେବାକୁ ଥିବା ଅନେକ ବାଣିଜ୍ୟିକ ଉପଗ୍ରହ ମଧ୍ୟରେ ଏଗୁଡିକ ରହିଛି | PSLV-C51 ମିଶନ୍ ବ୍ୟତୀତ ISRO ସ୍ମଲ ସାଟେଲାଇଟ ଲଞ୍ଚ ଭେହିକଲ (SSLV) ର ପ୍ରଥମ ଉଡ଼ାଣ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଏହାର ନିମ୍ନ ପୃଥିବୀ କକ୍ଷପଥରେ ହାଲୁକା 500 କିଲୋଗ୍ରାମ ଉପଗ୍ରହ ଉତକ୍ଷେପଣ କରିବାର କ୍ଷମତା ରହିବ । ଏକ ବଡ଼ ଦଳ ଓ କିଛି ମାସ ତୁଳନାରେ ମାତ୍ର ସାତ ଦିନ ମଧ୍ୟରେ ଛଅଜଣ ଇଞ୍ଜିନିୟରଙ୍କ ଦ୍ୱାରା SSLV ପ୍ରସ୍ତୁତ ହୋଇପାରିବ । ଏହା ମୁଖ୍ୟତଃ ବାଣିଜ୍ୟିକ ଉତ୍‌କ୍ଷେପଣ ପାଇଁ ଏହା ISRO ଦ୍ୱାରା ବିକଶିତ ହୋଇଛି ।

ଭାରତ ବୃହତ ଲକ୍ଷ୍ୟରେ କାର୍ଯ୍ୟ କରୁଛି । ଚନ୍ଦ୍ରଯାନ 3, ଆଦିତ୍ୟ L1 ଏବଂ ଗଗନଯାନ ମିଶନ ପାଇଁ କାମ ଚାଲିଛି । ଚନ୍ଦ୍ରଯାନ 3 ଏକ ଲ୍ୟାଣ୍ଡର୍-ରୋଭର ମିଶନ୍ ହେବ ଯାହାକି ପୃଥିବୀ ସହିତ ଯୋଗାଯୋଗ କରିବା ପାଇଁ ଭାରତର ଚନ୍ଦ୍ରାୟନ-2 ମିଶନ୍‌ କକ୍ଷପଥକୁ ବ୍ୟବହାର କରିବ । ଆଦିତ୍ୟ- L1 ହେଉଛି ଭାରତର ପ୍ରଥମ ସୌର ମିଶନ୍ ଯାହା ମାଧ୍ୟମରେ ପୃଥିବୀଠାରୁ ସୂର୍ଯ୍ୟର L1 ପଏଣ୍ଟ ପର୍ଯ୍ୟନ୍ତ 1.5 ମିଲିୟନ୍ କିଲୋମିଟର ଦୂରକୁ ଏକ ଉପଗ୍ରହ ଯାତ୍ରା କରିବ । L1 ବା ଲାଗ୍ରାଞ୍ଜ ବିନ୍ଦୁ ହେଉଛି ପୃଥିବୀ କେନ୍ଦ୍ରସ୍ଥଳରୁ ସୂର୍ଯ୍ୟର କେନ୍ଦ୍ର ମଧ୍ୟରେ ଏକ ସରଳରେଖାରେ ଏପରି ଏକ ବିନ୍ଦୁ ଯେଉଁଠାରେ ଉଭୟର ଆକର୍ଷଣ ଶକ୍ତି ସମାନ ରହିଥାଏ । ଭାରତୀୟ ମହାକାଶଚାରୀମାନଙ୍କୁ ନିମ୍ନ ପୃଥିବୀ କକ୍ଷପଥରେ ପହଞ୍ଚାଇବା ପାଇଁ ଗଗନଯାନ ମିଶନ ଲକ୍ଷ୍ୟ ରଖିଛି।

ଆଲେଖ୍ୟ : କେ ଭି ଭେଙ୍କଟସୁବ୍ରମଣ୍ୟନ୍, ବିଜ୍ଞାନ ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...