Skip to main content

ଆପୋଷ ସମ୍ବେଦନଶୀଳତା ଉପରେ ଆଧାରିତ ଭାରତ-ଶ୍ରୀଲଙ୍କା ସହଭାଗିତା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ତାଙ୍କ ଶ୍ରୀଲଙ୍କା ପ୍ରତିପକ୍ଷଙ୍କ ନିମନ୍ତ୍ରଣ କ୍ରମେ କଲମ୍ବୋକୁ ଦୁଇ ଦିନିଆ ସରକାରୀ ଗସ୍ତ କରିଥିଲେ। 2021 ମସିହାରେ ଏହା ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ ଥିଲା ଏବଂ ନୂତନ ବର୍ଷରେ ଶ୍ରୀଲଙ୍କାକୁ ଜଣେ ବିଦେଶୀ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟ ପ୍ରଥମ ଗସ୍ତ ଥିଲା । ଡକ୍ଟର ଏସ ଜୟଶଙ୍କର ତାଙ୍କ ଗସ୍ତ କାଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ବୈଦେଶିକ ମନ୍ତ୍ରୀ ଦୀନେଶ ଗୁନାୱାର୍ଡେନା, ମତ୍ସ୍ୟବିଭାଗ ମନ୍ତ୍ରୀ ଡଗଲାସ ଦେବନାଣ୍ଡା, ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରେମେସିଂହ, ବିରୋଧୀଦଳର ନେତା ସାଜିଥ ପ୍ରେମାଦାସା, ଇଷ୍ଟେଟ ଆବାସିକ ରାଜ୍ୟ ମନ୍ତ୍ରୀ ତଥା ସମ୍ପ୍ରଦାୟ ଭିତ୍ତିଭୂମି ମନ୍ତ୍ରୀ ଜୀୱାନ ଥୋଣ୍ଡମାନ ଏବଂ ପଛୁଆ ଗ୍ରାମୀଣ କ୍ଷେତ୍ର ବିକାଶରାଷ୍ଟ୍ର ମନ୍ତ୍ରୀ ସାଥାସିଭାନ୍ ଭିଆଲେଣ୍ଡିରନ୍, ତାମିଲ ନେତା ତଥା ଶ୍ରୀଲଙ୍କା ବ୍ୟବସାୟ ସମୁଦାୟ ସହ ସାକ୍ଷାତ ଆଲୋଚନା କରିଛନ୍ତି |

ସମଗ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ଚାଲେଞ୍ଜ ଗୁଡିକର ମୁକାବିଲା କରିବା ଲାଗି ପ୍ରକ୍ରିୟାଗୁଡ଼ିକୁ ସହଜ କରିବା ଥିଲା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ | ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣା ପତ୍ର (ଏମଓୟୁ) ଏବଂ ରାଜିନାମା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା ବିଷୟ ମଧ୍ୟ ଏକ ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପାରସ୍ପରିକ ଅର୍ଥନୈତିକ ଫାଇଦା ପାଇଁ ଭିତ୍ତିଭୂମି, ଶକ୍ତି ଏବଂ ସଂଯୋଗ କ୍ଷେତ୍ରରେ ଆଲୋଚନା ହୋଇଥିବା ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟକାରୀ କରିବାକୁ ଏବଂ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଆହ୍ଵାନ ଜଣାଇଛନ୍ତି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଶେଷକରି ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ ଏବଂ ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଜୋନରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ବିଷୟ ନେଇ ଡଃ ଜୟଶଙ୍କର ଅବଗତ କରାଇଥିଲେ।

କଲମ୍ବୋ ବନ୍ଦରର ଇଷ୍ଟ କଣ୍ଟେନର ଟର୍ମିନାଲ (ECT) ର ବିକାଶ ଉପରେ ମଧ୍ୟ ଶ୍ରୀ ଜୟଶଙ୍କର ଆଲୋଚନା କରିଥିବା ବିଷୟ ଜଣାପଡିଛି । ମେ 2019 ରେ, ଶ୍ରୀଲଙ୍କାର ପୂର୍ବ ପ୍ରଶାସନ ଅଧୀନରେ, ଶ୍ରୀଲଙ୍କା, ଭାରତ ଏବଂ ଜାପାନ ମଧ୍ୟରେ ECT ର ବିକାଶ ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା | କଲମ୍ବୋ ବନ୍ଦରକୁ ବ୍ୟବସାୟର 60 ରୁ 70 ପ୍ରତିଶତ ଭାରତୀୟ ପରିବହନରୁ ଆସୁଥିବାରୁ ଟର୍ମିନାଲ୍ ର ବିକାଶ ପାଇଁ ଭାରତର ପ୍ରବଳ ଆଗ୍ରହ ରହିଛି |

ସାମାଜିକ, ସମ୍ପ୍ରଦାୟ ଏବଂ ମାନବ ସମ୍ବଳ କ୍ଷେତ୍ରରେ ଭାରତର ବିକାଶ ସହଭାଗିତା ଶ୍ରୀଲଙ୍କାର ସାଧାରଣ ଲୋକଙ୍କ ଜୀବନର ମାନକୁ ଉନ୍ନତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଶ୍ରୀଲଙ୍କା ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା ସମୟରେ ଡଃ ଜୟଶଙ୍କର ଶ୍ରୀଲଙ୍କା ସହିତ କୃଷି, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଏବଂ ସହରାଞ୍ଚଳ ବିକାଶକ୍ଷେତ୍ରରେ ବିକାଶ ସହଭାଗିତା ଜାରି ରଖିବା ତଥା ବୃତ୍ତିଗତ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ଭାରତର ଇଚ୍ଛା ଥିବା ବିଷୟରେ ଜଣାଇଥିଲେ। ବର୍ତ୍ତମାନ ଉଭା ହେଉଥିବା ସାମୁଦ୍ରିକ ତଥା ସୁରକ୍ଷା ଚାଲେଞ୍ଜ ଗୁଡିକର ମୁକାବିଲା କରିବା ପାଇଁ ଶ୍ରୀଲଙ୍କାର ଦକ୍ଷତା ବୃଦ୍ଧି କରିବାକୁ ଭାରତ ପ୍ରସ୍ତୁତ ଥିବା କଥା ମଧ୍ୟ ମନ୍ତ୍ରୀ ମହୋଦୟ ଆଶ୍ଵାସନା ଦେଇଛନ୍ତି ।

ଭାରତରୁ କୋଭିଡ -19 ଟିକା ପାଇବାଲାଗି ଶ୍ରୀଲଙ୍କାର ଅନୁରୋଧ ଉପରେ ସକାରାତ୍ମକ ଜବାବ ଦେଇ ଡକ୍ଟର ଜୟଶଙ୍କର କୋଭିଡ -19 ମହାମାରୀ ସମୟରେ ତଥା କୋଭିଡ -19 ପରବର୍ତ୍ତୀ ସମୟରେ ସହଯୋଗ କରିବାକୁ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରକଟ କରିଥିଲେ ।

ମତ୍ସ୍ୟଜୀବୀ ପ୍ରସଙ୍ଗ ଏବଂ ତାମିଲମାନଙ୍କର ପୁନଃସ୍ଥାପନା ଆଦି ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଗତ ବର୍ଷ ଡିସେମ୍ବର 30ରେ ଶ୍ରୀଲଙ୍କା ମତ୍ସ୍ୟବିଭାଗ ମନ୍ତ୍ରୀ ଡଗଲାସ ଦେବନାଣ୍ଡାଙ୍କ ସହ ମତ୍ସ୍ୟପାଳନ ବିଭାଗ ଉପରେ ହୋଇଥିବା ମିଳିତ କାର୍ଯ୍ୟଗୋଷ୍ଠୀର ଶେଷ ବୈଠକ ପରେ ମତ୍ସ୍ୟପାଳନ କ୍ଷେତ୍ରରେ ଶ୍ରୀଲଙ୍କା ସହିତ ଭାରତର ସହଯୋଗ ନେଇ ଶ୍ରୀ ଜୟଶଙ୍କର ସମୀକ୍ଷା କରିଥିଲେ। ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଦ୍ଵାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶୀଘ୍ରଛାଡି ଦେବା ଲାଗି ମଧ୍ୟ ଏହି ଅବସରରେ ଅନୁରୋଧ କରାଯାଇଥିଲା।

ଶ୍ରୀଲଙ୍କାରେ ବର୍ତ୍ତମାନର ପ୍ରଶାସନର କିଛି ସଦସ୍ୟ ଶ୍ରୀଲଙ୍କା ସମ୍ବିଧାନର 13 ତମ ସଂଶୋଧନକୁ ରଦ୍ଦ କରିବାକୁ ଯୁକ୍ତି ବାଢିଛନ୍ତି । ଏହି ସଂଶୋଧନ ଜରିଆରେ ପ୍ରାଦେଶିକ ପରିଷଦକୁ କ୍ଷମତା ବଣ୍ଟନ କରିବାର ବ୍ୟବସ୍ଥା ରହିଛି। 1987 ରେ ଭାରତ-ଶ୍ରୀଲଙ୍କା ଚୁକ୍ତିନାମା ସ୍ୱାକ୍ଷର ସମୟରେ ଏହି ସଂଶୋଧନକୁ ସୁପାରିଶ କରାଯାଇଥିଲା ଏବଂ ପରେ ଶ୍ରୀଲଙ୍କା ସଂସଦଦ୍ଵାରା ଗୃହିତ ହୋଇଥିଲା । ଶ୍ରୀଲଙ୍କାର ଏକତା, ସ୍ଥିରତା ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତ ପ୍ରତିବଦ୍ଧ ଥିବାରୁ ଶ୍ରୀଲଙ୍କା ସରକାର 13 ତମ ସଂଶୋଧନର ଅର୍ଥପୂର୍ଣ୍ଣ ବିବର୍ତ୍ତନ ଏବଂ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି ନୂଆଦିଲ୍ଲୀ ବିଶ୍ଵାସ କରେ ।

ଏହି ଅଞ୍ଚଳର ଭୌଗୋଳିକ ଘଟଣାକ୍ରମ ଦୃଷ୍ଟିରୁ ଏବଂ ଆଞ୍ଚଳିକ ତଥା ଅତିରିକ୍ତ ଆଞ୍ଚଳିକ ଶକ୍ତି ଦ୍ଵାରା କଲମ୍ବୋକୁ ସହଯୋଗ ସହଭାଗିତା ପରିପ୍ରେକ୍ଷୀରେ ଜାରି ରହିଥିବା ବ୍ୟାପକ କଳ୍ପନା ଜଳ୍ପନା ସମୟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆପୋଷ ବିଶ୍ଵାସ, ଆଗ୍ରହ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାର କରି ଏହାର ସମ୍ପର୍କକୁ ଆହୁରି ମଜବୁତ କରି ଭାରତ ସଦା ସର୍ବଦା ଶ୍ରୀଲଙ୍କାର ନିର୍ଭରଯୋଗ୍ୟ ସହଯୋଗୀ ଏବଂ ବିଶ୍ଵସନୀୟ ବନ୍ଧୁ ଭାବେ କାର୍ଯ୍ୟ ଜାରି ରଖିବ ବୋଲି ବାର୍ତ୍ତା ଦେଇଛି ।

ଆଲେଖ୍ୟ : ଡଃ ଗୁଲବୀନ ସୁଲତାନା, ଶ୍ରୀଲଙ୍କା ମାମଲା ଉପରେ ବିଶ୍ଲେଷକ





Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...