Skip to main content

ଦାତା ଦରବାରରେ ଆତ୍ମଘାତୀ ଆକ୍ରମଣ

 ପବିତ୍ର ରମଜାନ ମାସର ଦ୍ବିତୀୟ ଦିନରେ ଲାହୋରର ପ୍ରସିଦ୍ଧ ସୁଫି ଦରଘା ଦାତା ଦରବାରରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି 10 ଜଣ ଲୋକ ପ୍ରାଣ ହରାଇବା ଏବଂ 25ରୁ ଅଧିକ ଲୋକ ଆହତ ହେବା ଘଟଣା ମନେ ପକାଇଦେଉଛି ଯେ ପାକିସ୍ତାନ ପ୍ରଶ୍ରୟ ଦେଉଥିବା ସନ୍ତ୍ରାସବାଦି ଗୋଷ୍ଠି ଏବେ ନିଜ ଦେଶରେ ମଧ୍ୟ ଉତ୍ପାତ କଲେଣି ।  ରମଜାନ ମାସରେ ଭକ୍ତମାନଙ୍କ ଭିଡ ଜମୁଥିବାରୁ ଏହି ପ୍ରସିଦ୍ଧ ସୁଫି ପୀଠରେ ଆଇନ ଶୃଙ୍ଖଳା ପାଇଁ ମୁତୟନ ଥିବା ନିରାପତ୍ତା ବାହିନୀକୁ ଲକ୍ଷ୍ୟ କରି ବୋଧହୁଏ ଏହି ଆତ୍ମଘାତୀ ଆକ୍ରମଣ ହୋଇଥାଇପାରେ ।
ପାକିସ୍ତାନରେ କୌଣସି ସୁଫି ପୀଠ ଉପରେ ସନ୍ତ୍ରାସବାଦିମାନେ ଆକ୍ରମଣ କରିବା ଏହା ପ୍ରଥମ ଘଟଣା ନୁହେଁ।  ସେୱାନରେ ଲାଲ ଶାହବାଜ କଲନ୍ଦର, ପକପଟ୍ଟାନରେ ବାବା ଫରିଦ ଏବଂ କରାଚିରେ ଅବଦ୍ଦୁଲ୍ଲା ଶାହା ଗାଜିଙ୍କ ମଜାର ଉପରେ ଅତିତରେ ଆକ୍ରମଣ ହୋଇଛି । ପାକିସ୍ତାନରେ ସୁଫି ପୀଠରେ ସନ୍ତ୍ରାସବାଦିମାନେ ଅନେକ ଥର ଆକ୍ରମଣ କଲେଣି । ପାକିସ୍ତାନରେ ଥିବା ପାକିସ୍ତାନ ତାଲିବାନ, ଲସ୍କରେ ଜଙ୍ଗଭି ଏବଂ ହିଜିବୁଲ ଅହରର ଦାତା ଦରବାରରେ ହୋଇଥିବା ଆତ୍ମଘାତୀ ଆକ୍ରମଣ କରିଥିବା ଦାବି କରିଛନ୍ତି ଏବଂ ସୁଫି ସନ୍ଥମାନେ ବହୁ ଈଶ୍ବରବାଦି ବୋଲି ସନ୍ତ୍ରାସବାଦିମାନେ ଦୋଷାରୋପ କରିବା ସହିତ ସୁଫି ପୀଠମାନଙ୍କ ପ୍ରତି ସେମାନଙ୍କର ଅତ୍ୟନ୍ତ ଘୃଣାଭାବ ରହିଛି । ସୁଫିମାନେ ସେମାନଙ୍କ ଧର୍ମର ମତବାଦ ସହିତ ସାମଞ୍ଜସ୍ୟ ରଖନ୍ତି ନାହିଁ ବୋଲି ସନ୍ତ୍ରାସବାଦିମାନେ ଅଭିଯୋଗ ଆଣିଥାନ୍ତି ।
ଦାତା ଦରବାର ହେଉଛି ଦକ୍ଷିଣ ଏସିଆର ସବୁଠୁ ବଡ ସୁଫି ପୀଠ ଏବଂ ବର୍ଷ ଶେଷରେ ଏଠାରେ ହେଉଥିବା ତିନି ଦିନ ବ୍ୟାପି ବାର୍ଷିକ ଉର୍ଷ ଉତ୍ସବରେ ପାକିସ୍ତାନର ପ୍ରାୟ ସମସ୍ତ ଭାଗରୁ ଶିଆ ଏବଂ ସୁନ୍ନି ଉଭୟ ମତବାଦର ମୁସଲମାନମାନେ ଭାଗ ନେଇଥାନ୍ତି । ଦାତା ଦରବାର ପ୍ରତି ବ୍ୟାପକ ଶ୍ରଦ୍ଧା ଥିବାରୁ ରାଜନୈତିକ ବ୍ୟକ୍ତିମାନଙ୍କ ସମେତ ପାକିସ୍ତାନର ପ୍ରଭାବଶାଳି ଲୋକେ ଏବଂ ସାଧାରଣ ଲୋକମାନଙ୍କର ଏହି ପୀଠ ଉପରେ ଏକ ସ୍ବତନ୍ତ୍ର ଆସ୍ଥା ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସପ୍ତାହ ପାଇଁ ଜାମିନରେ ଆସିଥିବା ବେଳେ ଆକ୍ରମଣର ଦୁଇ ଦିନ ପୂର୍ବରୁ ଏଠାକୁ ପ୍ରାର୍ଥନା କରିବାକୁ ଆସିଥିଲେ । ପାକିସ୍ତାନର ଅନେକ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ ନୱାଜ ସରିଫଙ୍କର ଏଠାକୁ ଆସିବାର ଅର୍ଥ ପାକିସ୍ତାନ ମୁସଲିମ ଲିଗର ଆଗମନର ସୂଚନା ଦେଉଛି । ଏପରି ସ୍ଥିତିରେ ପୀଠର ସୁରକ୍ଷା ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହେଇପଡିଛି । ଏହି ପୀଠକୁ ସୁରକ୍ଷା ବାହିନୀ ଏବଂ ଆଇନ ବିଭାଗ ରାଷ୍ଟ୍ରର ପ୍ରତୀକ ବୋଲି ବିବେଚନା କରୁଥିବାରୁ ସନ୍ତ୍ରାସବାଦିମାନେ ଆହାକୁ ଆକ୍ରମଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ପ୍ରସିଦ୍ଧ ସୁଫି ପୀଠର ସୁରକ୍ଷା କରୁଥିବା ନିରାପତ୍ତା ବାହିନୀ ଉପରେ ଆକ୍ରମଣକୁ ଗୁରୁତ୍ବର ସହିତ ବିବେଚନା କରାଯାଉଛି ।  ଆତ୍ମଘାତୀ ବୋମା ବିସ୍ଫୋରଣ ଦର୍ଶାଉଛି ଯେ ପାକିସ୍ତାନରେ ସନ୍ତ୍ରାସବାଦିମାନେ ସକ୍ରୀୟ ଅଛନ୍ତି ଏବଂ ସେମାନେ ସୁଫି ପୀଠଗୁଡିକ ଉପରେ ଆକ୍ରମଣ କରିବା ଜାରି ରଖିବେ । ଦାତା ଦରବାରରେ ଆୟୋଜନ କରାଯାଉଥିବା ନୃତ୍ୟ ସଂଗୀତର ଆସରରେ ଭକ୍ତମାନେ ମସଗୁଲ ହୋଇଥାନ୍ତି ଯାହାକୁକି ଅନେକ ମୌଳବାଦି ଗୋଷ୍ଠି ଅଣ ଇସଲାମ ବୋଲି ବିବେଚନା କରିଥାନ୍ତି ।
ଦାତା ଦରବାର ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ, 2010ରେ ଏହି ପୀଠ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଯେଉଁଥିରେ 50 ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ 200 ଭକ୍ତ ଆହତ ହୋଇଥିଲେ ।
ପାକିସ୍ତାନ ପାଇଁ ଏହା ବାସ୍ତବିକ ବଡ ଚିନ୍ତାର ବିଷୟ ଯେ ସନ୍ତ୍ରସବାଦିମାନେ ଯୁବକମାନଙ୍କୁ ସୁଫି ପୀଠ ଉପରେ ଆକ୍ରମଣ ପାଇଁ ମାନବ ବୋମା ଭାବେ ବ୍ୟବହାର କରୁଛନ୍ତି । ପ୍ରାଦେଶିକ ଅଧିକାରୀ କହିଛନ୍ତି ଯେ ଏଥର ହୋଇଥିବା ଆତ୍ମଘାତୀ ଆକ୍ରମଣ ଜଣେ 15 ବର୍ଷର ପିଲା ଦ୍ବାରା କରାଯାଇଥିଲା । ଏହା ଦର୍ଶାଉଛି ଯେ ସନ୍ତ୍ରାସବାଦିମାନେ ସକ୍ରୀୟ ଅଛନ୍ତି ଏବଂ  ହିଜିବୁଲ ଅହରର ଗୋଷ୍ଠିକୁ ମୂଳପୋଛ କରାଯାଇଥିବା କହୁଥିବା ଏବଂ ପାକିସ୍ତାନର ସନ୍ତ୍ରାସବାଦି ମୁକାବିଲା କୌଶଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଦୁଇ ବର୍ଷ ହେଲା ପାକିସ୍ତାନର ପଞ୍ଜାବ ପ୍ରଦେଶରେ କୌଣସି ବଡ ଧରଣର ସନ୍ତ୍ରାସବାଦି ଆକ୍ରମଣ ହୋଇନଥିଲା । ଦାତା ଦରବାରରେ ହୋଇଥିବା ଆକ୍ରମଣ ଇମରାନ ଖାନ ସରକାରଙ୍କୁ ମନେ ପକାଇଦେଇଛି ଯେ ମୌଳବାଦି ଗୋଷ୍ଠି ପୁଣି ଫେରିଛନ୍ତି ଏବଂ ଏହାର ସମାପ୍ତି ହୋଇନାହିଁ । ଯେଉଁ ସମୟରେ ସମୁଦ ଅଝରକୁ ଶେଷରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦି ବୋଲି ଘୋଷଣା କରାଯାଇଛି ଏବଂ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଦ୍ବାରା କଳା ତାଲିକାଭୁକ୍ତ ହେବାରୁ ରକ୍ଷା ପାଇବା ପାଇଁ ପାକିସ୍ତାନକୁ ସନ୍ତ୍ରାସବାଦି ଗୋଷ୍ଠିଗୁଡିକୁ ଶେଷ କରିବାକୁ ଦାୟିତ୍ବ ରହିଛି ସେପରି ସମୟରେ ଦାତା ଦରବାର ଆକ୍ରମଣ ପାକିସ୍ତାନ ପାଇଁ ଏକ ସତର୍କ ଘଣ୍ଟି ସାଜିଛି ଯେ ବହୁତ ବିଳମ୍ବ ହେବା ପୂର୍ବରୁ ଜରୁରିକାଳିନ ଭାବେ ପାକିସ୍ତାନ ସନ୍ତ୍ରାସବାଦ ଉପରେ ଲଗାମ ଲଗାଉ ।
                                                    
ମୂଳ ଲେଖା:  ଡକ୍ଟର ନଜୀବ ଅଖତର
ଅନୁବାଦ :  ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...