Skip to main content

  ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ

ଇରାନ ରାଷ୍ଟ୍ରପତି ହାସନ ରୌହାନୀ ଘୋଷଣା କରିଛନ୍ତି ଯେ ଇରାନ ମିଳିତ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା କିମ୍ବା JCPOA ଅଧୀନରେ ଏହାର କିଛି ପ୍ରତିଶୃତିର ସୋପାନବଦ୍ଧ ହୋଇଛି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ସମ୍ପ୍ରତି ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରରେ ଆମେରିକା ଦ୍ୱାରା ସାମରିକ ବାହିନୀର ମୁତୟନ ପରିପ୍ରେକ୍ଷୀରେ ଏହି ଘୋଷଣା କରାଯଇଛି | ଡୋନାଲଡ ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତି ହେବା ପରେ ପରମାଣୁ ରାଜିନାମାରୁ ଓହରିଯାଇଥିଲେ | JCPOA ରୁ ଓହରିଯିବା ପରଠାରୁ ଆମେରିକା କ୍ରମାଗତ ଭାବେ ଇରାନ ବିରୁଦ୍ଧରେ ଏଭଳି ଧରଣର ନିଷ୍ପତି ନେଉଛି ଯଦ୍ୱାରା ଉଭୟ ଦେଶ ମଧ୍ୟରେ ବିବାଦ ଘନୀଭୂତ ହୋଇଛି |

ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଇରାନ ନୀତି ଅଧୀନରେ, ଆମେରିକା ଇରାନ ପ୍ରତି ଅତି କଠୋର ମନୋବୃତି ଆପଣାଇଛି ଯାହାଦ୍ୱାରା JPCOAର କାର୍ଯ୍ୟକାରୀତା ହେବା ଫଳରେ ବାସନ୍ଦ ବ୍ୟବସ୍ଥା ଉଛେଦ କରାଯାଇଥିବା ଦେଶ ଗୁଡିକ ଉପରେ ପୁଣି କଟକଣା ଲାଗୁ କରାଯାଇଛି | ଏହା ପରେ ଆମେରିକା ଇରାନର IRGC କିମ୍ବା ଇରାନିଆନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ କୁ ସନ୍ତ୍ରାସବାଦୀ ସଙ୍ଗଠନରେ ତାଲିକାଭୁକ୍ତ କରିଛି | ପ୍ରଥମ ଥର ପାଇଁ ଆମେରିକା ଏକ ବିଦେଶୀ ସରକାରଙ୍କର ସମ୍ପୂର୍ଣ୍ଣ ଶାଖାକୁ ଏକ 'ସନ୍ତ୍ରାସବାଦୀ' ସଙ୍ଗଠନରେ ତାଲିକାଭୁକ୍ତ କରିଛି | ଗତମାସରେ ମଧ୍ୟ ଆମେରିକା, ଇରାନରୁ ତୈଳ ଆମଦାନୀ କରୁଥିବା ଦେଶ ଭାରତ, ଚୀନ ଓ ଦକ୍ଷିଣ କୋରିଆ ଭଳି ଦେଶ ଗୁଡିକ ଉପରେ ଛାଡ଼ ବ୍ୟବସ୍ଥା ପ୍ରଦାନ କରିବାକୁ ମଧ୍ୟ ବାରଣ କରିଦେଇଛି |

ଆମେରିକାର ଏହି ସବୁ କାର୍ଯ୍ୟାନୁଷ୍ଠାନ ଇରାନ ଏବଂ ଆମେରିକା ମଧ୍ୟରେ ବିବାଦକୁ ଆହୁରି ଘନୀଭୂତ କରିଛି | ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରରେ ଆମେରିକାର ସ୍ୱାର୍ଥ ବିରୁଦ୍ଧରେ ଇରାନ ଆକ୍ରମଣ କରିବାକୁ ଯୋଜନା କରୁଥିବା ବିଷୟରେ ସମ୍ପ୍ରତି ଆମେରିକାର ଗୁଇନ୍ଦା ଆକଳନ ପ୍ରସଙ୍ଗ ଉଭୟ ଦେଶ ମଧ୍ୟରେ ବିବାଦକୁ ଆହୁରି ଖରାପ ସ୍ଥିତିକୁ ନେଇଯାଇଛି | ଆମେରିକୀୟ ନୌବାହିନୀ ଜାହାଜ ଆବ୍ରାହାମ ଲିଙ୍କନକୁ ମଧ୍ୟ ପ୍ରାଚ୍ୟ ଅଞ୍ଚଳ ପ୍ରେରିତ କରାଯାଇ ଏଭଳି ଆକଳନକୁ ଆମେରିକା ବିଶ୍ୱସନୀୟ ଭାବେ ବିବେଚନା କରିଛି | ଆମେରିକାର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ଇରାନର ସର୍ବୋଚ୍ଚ ଜାତୀୟ ନିରାପତ୍ତା ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା | JCPOAର କିଛି ପ୍ରତିଶୃତିରୁ ଇରାନ ଓହରିଯିବା ଏହି ବୈଠକରେ ନିଷ୍ପତି ନିଆଯାଇଥିଲା | ଇରାନ ରାଷ୍ଟ୍ରପତି ହାସନ ରୌହାନୀ ଇରାନର ସର୍ବୋଚ୍ଚ ଜାତୀୟ ନିରାପତ୍ତା ପରିଷଦର ମୁଖ୍ୟ ଅଛନ୍ତି ଏବଂ ସେ ବିଶ୍ବ ସମୁଦାୟକୁ ପ୍ରତିଶୃତି ଦେଇଛନ୍ତି ଯେ ଏହି ନିଷ୍ପତି ଦ୍ୱାରା ଇରାନ JCPOA ରୁ ଓହରିଯିବା ଆଦୌ ସୂଚାଉନାହିଁ ବରଂ ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଏହା ଏକ ଅସ୍ଥାୟୀ ଆୟୋଜନ ଥିବା ସେ କହିଛନ୍ତି | ୟୁରାନିଅମ ଏବଂ ମଧ୍ୟବର୍ତ୍ତୀକାଳୀନ ସମୟ ସୀମାକୁ ଇରାନ 60 ଦିନ ନିର୍ଦ୍ଧାରିତ କରିଥିବା ଇତ୍ୟାଦି ଏହି ନିଷ୍ପତିରେ ଅନ୍ତର୍ଭୂକ୍ତ ରହିଛି |

ଇତିମଧ୍ୟରେ, ପରମାଣୁ ଚୁକ୍ତିରେ ସାମିଲ ଥିବା ଅନ୍ୟ ରାଷ୍ଟ୍ର ଓ ଅଂଶୀଦାର ଗୁଡିକ ଆମେରିକା ପରମାଣୁ ରାଜିନାମାରୁ ଓହରିଯିବା ଏବଂ ଇରାନ ଉପରେ କଟକଣା ଲାଗୁ କରାଯିବା ପାଇଁ ଆମେରିକାର ନିଷ୍ପତିକୁ ଦୁର୍ଭାଗ୍ୟଜନକ ଭାବେ ବର୍ଣ୍ଣନା କରିଛନ୍ତି | ଚୁକ୍ତିର ଅନ୍ୟତମ ପ୍ରମୁଖ ଅଂଶୀଦାର ୟୁରୋପୀୟ ସଂଘ ମଧ୍ୟ ପରମାଣୁ ଚୁକ୍ତିକୁ ସକ୍ରିୟ ରଖିବାକୁ ଆପ୍ରାଣ ଉଦ୍ୟମ କରିଥିଲା କିନ୍ତୁ ଫଳପ୍ରଦ ହୋଇନଥିଲା | ଯଦି ସାମ୍ପ୍ରତିକ ବିବାଦ ଲାଗି ରହେ ଏବଂ ଇରାନ ଏହାର ନିଷ୍ପତି ଜାରି ରଖେ ତେବେ ଆମେରିକା ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଇରାନର ପରମାଣୁ କାର୍ଯ୍ୟକ୍ରମ ପ୍ରସଙ୍ଗକୁ ଜାତିସଂଘ ନିରାପତ୍ତା ପରିଷଦରେ ଉତଥାପାନ କରିପାରେ | ଏବଂ ଏହା ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଆହୁରି ଘନୀଭୂତ କରାଇବାର ମଧ୍ୟ ଅନୁମାନ କରାଯାଉଛି | ଏଭଳି ଜଟିଳ ସମୟରେ ୟୁରୋପୀୟ ସଂଘ ସମେତ ଆନ୍ତର୍ଜାତୀୟ ସମୁଦାୟ, ବିବାଦ ଘେର ମଧ୍ୟରେ ଥିବା ଦୁଇଟି ଯାକ ଦେଶ ଆମେରିକା ଓ ଇରାନ ସହ କଠିନ ପରିଶ୍ରମ କରିବା ଉଚିତ ଯାହାଦ୍ୱାରା ଏହି ପ୍ରସଙ୍ଗ ଏକ ବୁଝାମଣା ସ୍ଥିତିକୁ ଅଣାଯାଇ ପାରିବ ଏବଂ ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଇ ବିବାଦର ପରିସମାପ୍ତି କରାଯାଇପାରିବ |

ଅନେକ ବିବାଦ ଘେରରେ ଥିବା ମଧ୍ୟ ପ୍ରାଚ୍ୟ ପୂର୍ବରୁ ବିଶୃଙ୍ଖଳିତ ସ୍ଥିତିରେ ରହିଛି ଏବଂ ଇରାନ ଓ ଆମେରିକା ମଧ୍ୟରେ ଘନୀଭୂତ ହେଉଥିବା ଏହି ବିବାଦ କେବଳ ସେହି ଅଞ୍ଚଳ ପାଇଁ ନୁହେଁ ବରଂ ସମଗ୍ର ବିଶ୍ବ ପାଇଁ ବିଧ୍ଵଂଶକାରୀ ସଦୃଶ ମନେକରାଯାଏ | ଭାରତ ସର୍ବଦା ଏହାର ଆଭିମୁଖ୍ୟର ସ୍ପଷ୍ଟ ଅଛି ଯେ ଏହା ଜାତିସଂଘର ନିଷ୍ପତିକୁ ପାଳନ କରିବ ଏବଂ କୌଣସି ନିର୍ଦ୍ଦିଷ୍ଟ ଦେଶର ନିଷ୍ପତିକୁ ନୁହେଁ | ବିବାଦ ଘେର ମଧ୍ୟରେ ଥିବା ଉଭୟ ଦେଶ ମଧ୍ୟରେ ବୁଝାମଣା ଜରିଆରେ ଆପୋଷ ମୂଳକ ସମାଧାନ ପାଇଁ ମଧ୍ୟ ଭାରତ ଆହ୍ୱାନ ଦେଇଛି | ଇରାନ ଭାରତକୁ ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ର ଥିବାରୁ, ଆମେରିକା ଦ୍ୱାରା ଇରାନ ଉପରେ ପୁଣି କଟକଣା ଲାଗୁ କରାଯିବା ନିଷ୍ପତି ଦ୍ୱାରା ଏହା ଭାରତର ଶକ୍ତି ସୁରକ୍ଷା ଉପରେ ପ୍ରଭାବ ପକାଇଛି | ଭାରତ, ଉଭୟ ଇରାନ ଏବଂ ଆମେରିକାର ବନ୍ଧୁ ରାଷ୍ଟ୍ର ଏବଂ ଏହାର ଦୁଇଟି ବନ୍ଧୁ ମଧ୍ୟରେ ବିବାଦ ଆଦୌ ନୂଆଦିଲ୍ଲୀର ସ୍ୱାର୍ଥ ସମ୍ବଳିତ ନଥିବା କୁହାଯାଇଛି |

ମୂଳ ଲେଖା : ଡକ୍ଟର ଆସିଫ ଶୁଜା, ଇରାନ ସଂକ୍ରାନ୍ତରେ ସାମରିକ ବ୍ୟାପାର ବିଶ୍ଳେଷକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...