Skip to main content

ଭାରତ-ଭିଏତନାମ ସମ୍ପର୍କ ବୃଦ୍ଧି

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ଭିଏତନାମ ସହ ଭାରତର ବ୍ୟାପକ  ରଣନୀତିକ ଭାଗୀଦାରୀତା ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟରେ ଭିଏତନାମକୁ ଚାରିଦିନିଆ ଗସ୍ତରେ ଯାଇଥିଲେ | ଏହା ସର୍ବବିଦିତ ଯେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା କରି ଭାରତ-ଭିଏତନାମ ମଧ୍ୟରେ ସହଭାଗିତା ସୁଦୃଢ ରହିଛି  |ଶ୍ରୀ ନାଇଡୁ ତାଙ୍କ ଗସ୍ତ କାଳରେ ପ୍ରମୁଖ ରାଜନୈତିକ ନେତା ମାନଙ୍କ ସହ  ଆଳାପ ଆଲୋଚନା କରିବା ସହିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ଭୂୟସୀ ପ୍ରଶଂସା କରିଥିଲେ |ଶ୍ରୀ ନାଇଡୁ, ଭିଏତନାମରେ ତାଙ୍କ ପ୍ରତିପକ୍ଷ ଡାଙ୍ଗ ଥି ଗୋକ  ଥି, ଭିଏତନାମର  ପ୍ରଧାନମନ୍ତ୍ରୀ ଗୁଏନ ଝୁଆନ ଫୁକ ଓ ନେସନାଲ ଏସେମ୍ବ୍ଲିର ଅଧ୍ୟକ୍ଷା ଗୁଏନ ଥି କିମ ଗାନ ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି|ଭିଏତନାମର ହା ନାମ ପ୍ରଦେଶର ତାମ ଚୁକ ପାଗୋଡା ଠାରେ ଆୟୋଜିତ ଷୋଡଶ ମିଳିତ ଜାତିସଂଘ ‘ଭେସାକ’ ଦିବସ ପାଳନ ଅବସରରେ ମଧ୍ୟ ଶ୍ରୀ ନାଇଡୁ  ସମ୍ବୋଧିତ କରିଥିଲେ | ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା “ବୈଶ୍ଵିକ ନେତୃତ୍ଵ ପାଇଁ ବୌଦ୍ଧ ଦୃଷ୍ଟିକୋଣ ଓ ସ୍ଥାୟୀ ସମାଜ ପାଇଁ ମିଳିତ ଦାୟିତ୍ଵ”|
ଦୁଇ ଦେଶର ଶୀର୍ଷ ରାଜନୈତିକ ନେତା ମାନଙ୍କ ଦ୍ଵାରା ନିୟମିତ ଭାବେ ଗସ୍ତର ଆଦାନ ପ୍ରଦାନ ଦ୍ଵିପକ୍ଷୀୟ ସମ୍ପର୍କ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ 2016 ରେ ଭିଏତନାମ ଗସ୍ତ ସମୟରେ ଏକ ବ୍ୟାପକ ରଣନୀତିକ ଭାଗିଦାରୀତା ଭାବେ ରୂପାନ୍ତରିତ  ହୋଇଥିଲା | 2018 ଜାନୁଆରୀରେ ଭିଏତନାମର ପ୍ରଧାନମନ୍ତ୍ରୀ ଓ ମାର୍ଚ୍ଚ 2018ରେ  ରାଷ୍ଟ୍ରପତିଙ୍କ  ଭାରତ ଗସ୍ତ ସମେତ ଭାରତରେ କ୍ରମଶଃ  ବହୁ ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନ ପରେ ଉପରାଷ୍ଟ୍ରପତି ନାଇଡୁ ଏହି ଗସ୍ତ କରିଥିଲେ | ରୀତିମତ ଉଚ୍ଚ ସ୍ତରୀୟ ବୈଠକ ଯୋଗୁଁ ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ବୃଦ୍ଧି ହେବା ସହ ନୂତନ ଅର୍ଥନୈତିକ ଓ ବ୍ଯବସାୟିକ ସଂଯୋଗୀକରଣ ଓ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ଘନୀଭୂତ ହୋଇଛି  |ଉଭୟ ପକ୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି,ସୁରକ୍ଷା ଓ ସମୃଦ୍ଧି ପ୍ରୋତ୍ସାହନ ଲାଗି ଏକ ସମମତ ଥିବା ବିଷୟ ଆଦାନ ପ୍ରଦାନ କରିଛନ୍ତି |
ବିଦେଶରେ ଭାରତୀୟ ମାନଙ୍କ ନିକଟରେ ପହଞ୍ଚିବା ଭାରତର ବିଦେଶ ନୀତି ର ଏକ ମହତ୍ବପୂର୍ଣ୍ଣ ସାଧନ ଭାବେ ଉଭା ହୋଇଛି|ଭାରତୀୟ ଉପରାଷ୍ଟ୍ରପତି ହାନୋଇରେ ଭାରତୀୟ ସମୁଦାୟ ଓ ଭାରତର ଘନିଷ୍ଠ ବନ୍ଧୁ ମାନଙ୍କୁ ସମ୍ବୋଧିତ କରିଥିଲେ ଓ ବିଦେଶରେ ଭାରତୀୟ ସମୁଦାୟ  ନିକଟରେ ପହଞ୍ଚିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ଉପରେ ଜୋର ଦେଇଥିଲେ |
ଶ୍ରୀ ନାଇଡୁ, ଭିଏତନାମ ଉପରାଷ୍ଟ୍ରପତି ଡାଙ୍ଗ ଥି ଗୋକ ଥିଙ୍କ ସହ ଦ୍ଵିପକ୍ଷୀୟ ଓ ବହୁ ପକ୍ଷୀୟ ସହଯୋଗ ବୃଦ୍ଧି ଲାଗି ବ୍ୟାପକ କଥାବାର୍ତ୍ତା ହେବା ବେଳେ ଜାତୀୟ ସାର୍ବଭୌମତା ଓ ଆନ୍ତର୍ଜାତୀୟ ନିୟମ ବ୍ୟବସ୍ଥା ଆଧାରରେ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେବା  ବିଷୟ ଦୋହୋରାଇଥିଲେ | ଉଭୟ ଦେଶ ମଧ୍ୟରେ ରହିଥିବା ଦୃଢ ଦ୍ଵିପକ୍ଷୀୟ ସମ୍ପର୍କ ମୁଖ୍ଯତଃ ଆପୋଷ ବିଶ୍ଵାସ, ବୁଝାମଣା ଓ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ନେଇ ଏକାଭିମୁଖତା ବିଚାରଧାରା  ଆଦି ଉପରେ ନିହିତ ରହିଛି  |
ବାସ୍ତବରେ ଭିଏତନାମ ଭାରତର ଆକ୍ଟ ଇଷ୍ଟ ନୀତି ଓ ଆସିଆନ ରେ ଭାରତର ପ୍ରମୁଖ ବାର୍ତ୍ତାକାର ର  ଏକ ରଣନୀତିକ ସ୍ତମ୍ଭ ଅଟେ ତେଣୁ ଦୁଇ ଦେଶର ଏହା ଇଚ୍ଛା ରହିଛି ଯେ ସଙ୍କ୍ରାନ୍ତୀୟ ଦେଶ ଦକ୍ଷିଣ ଚୀନ ସାଗରରେ ଏକ ଆଚାର ସଂହିତା ଉପରେ ସର୍ବ ସହମତିରେ ଉପନୀତ ହେବାରେ ସକ୍ଷମ ଅଛି | ଭାରତ-ପ୍ରଶାନ୍ତ ଆଞ୍ଚଳ ଏକ ଜୈବ ଭୌଗୋଳିକ କ୍ଷେତ୍ର ଅଟେ ଯେଉଁଥିରେ ଭାରତୀୟ ମହାସାଗର ଓ ଦକ୍ଷିଣ ଚୀନ ସାଗର ସହିତ ପଶ୍ଚିମ ଓ ମଧ୍ୟ ପ୍ରଶାନ୍ତ ମହାସାଗର ସାମିଲ ଅଛି |ଆମେରିକା ବିବାଦୀୟ ଦକ୍ଷିଣ ଚୀନ ସାଗରରେ “ନେଭିଗେସନ ର ସ୍ଵତନ୍ତ୍ରତା” ସମାରାଭ୍ୟାସ ର ଆୟୋଜନ କରିଥିବା ବେଳେ ଏହାର ପ୍ରତିବାଦ ଜଣାଇ ବେଜିଂ କହିଛି ଯେ ଏହା ତାର ସାର୍ବଭୌମତା ପ୍ରତି  ଲଙ୍ଘନ କରୁଛି |ଯେତେବେଳେକି ଚୀନ ପ୍ରାୟ ସମଗ୍ର ଅଞ୍ଚଳରେ  ଏହି ସାମୁଦ୍ରିକ ସ୍ଥାନର ଦାବି କରୁଛି, ବୃନେଇ, ମାଳୟେସିଆ, ଫିଲିପାଇନ୍ସ, ଭିଏତନାମ ଓ ତାଇଵାନ ମଧ୍ୟ ଏହାର ବିଶେଷ ଆର୍ଥିକ କ୍ଷେତ୍ର ପରିଧିରେ ଆସୁଥିବା ଆଞ୍ଚଳ ଗୁଡିକ ଉପରେ ଦାବି ଉତଥାପନ କରୁଛନ୍ତି |ଏହା ଦକ୍ଷିଣ ଚୀନ ସାଗରକୁ ଏକ ସମ୍ଭାବିତ ଲକ୍ଷସ୍ଥଳୀ ରେ ପରିଣତ କରିଦେଇଛି |
ଦ୍ଵିପକ୍ଷୀୟ ସ୍ତରରେ ଭାରତ-ଭିଏତନାମ ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଅଧିକ ମଜବୁତ ହେବା ସହ ସମ୍ପର୍କକୁ  ବହୁମୁଖୀ କରିବାରେ ସଫଳ ହୋଇଛି |ଉଭୟ ଦେଶ ପ୍ରତିରକ୍ଷା ଓ ସୁରକ୍ଷା, ପରମାଣୁ ଶକ୍ତି ଓ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା , ତୈଳ ଓ ଗ୍ଯାସ, ପୁନଃ ବ୍ୟବହାରକ୍ଷମ ଶକ୍ତି, ମୌଳିକଢାଞ୍ଚା ବିକାଶ, କୃଷି ଓ ନବାଚାର ଆଧାରିତ କ୍ଷେତ୍ର ଗୁଡିକରେ ସହଯୋଗ ଆହୁରି ମଜବୁତ କରୁଛନ୍ତି |
ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ବର୍ତ୍ତମାନ 14 ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ତିନି ବର୍ଷ ପୂର୍ବେ ଏହା 7.8 ବିଲିୟନ ଡଲାର ଥିଲା | ଉଭୟ ନୂଆଦିଲ୍ଲୀ ଓ ହାନୋଇ 2020 ସୁଦ୍ଧା ବାଣିଜ୍ୟ କାରବାରକୁ  15 ବିଲିୟନ ଡଲାର ରେ ପହଞ୍ଚାଇବା ଲାଗି  ଲକ୍ଷ ରଖିଛନ୍ତି | ଏକ୍ଷେତ୍ରରେ ଅତୀତର ଗତିକୁ ଦୃଷ୍ଟିରେ ରଖିଲେ ଏହା ସମ୍ଭବ ପ୍ରତୀତ ହେଉଛି |
ଦୀର୍ଘ ସମୟ ହେଲା ଦୁଇ ଦେଶ ମଧ୍ୟରେ ଯୋଗାଯୋଗ  ଏକ ପ୍ରମୁଖ ସମସ୍ଯା ଭାବେ ଦେଖାଦେଇଛି |ଏବେ ନୂଆଦିଲ୍ଲୀ ଓ ହାନୋଇ ମଧ୍ୟରେ କୌଣସି ପ୍ରତ୍ଯକ୍ଷ ବିମାନ ଚଳାଚଳ କରୁନାହିଁ |ଏହା ପୂର୍ବରୁ ଏହା ବ୍ଯବସାୟିକ ରୂପରେ ବ୍ୟବହାର୍ଜ୍ୟ ହୋଇପାରିନଥିଲା |ତେବେ 2019 ଶେଷ ଆଡକୁ ଦୁଇ ରାଜଧାନୀ ମଧ୍ୟରେ ପ୍ରତ୍ଯକ୍ଷ ବିମାନ ସେବା  ଆରମ୍ଭ କରିବା ଲାଗି ନିର୍ଣ୍ଣୟ ନେବାର ସମ୍ଭାବନା ରହିଛି କାରଣ  ଏହା ଦ୍ଵାରା ବ୍ୟାପାର ଓ ପର୍ଯ୍ୟଟନ ଆଦାନପ୍ରଦାନ  ଆହୁରି ବୃଦ୍ଧି ପାଇବ ବୋଲି ବିଶ୍ଵାସ କରାଯାଉଛି |
ମୂଳ ଲେଖା : ପ୍ରଫେସର ରାଜାରାମ ପଣ୍ଡା
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...