Skip to main content

ଇବସା (IBSA) ର ସୂଦୃଢୀକରଣ

କେରଳର କୋଚିରେ ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏକ ଗୋଷ୍ଠୀ, ଇବସା (IBSA) ଦେଶ ଗୁଡିକର ‘ସେରପା’ ବା ପ୍ରତିନିଧି ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି | ସେପ୍ଟେମ୍ବର 2018 ରେ ଜାତିସଂଘ ସାଧାରଣ ସଭା ଅବସରରେ ନ୍ୟୁୟର୍କ ଠାରେ ଅନୁଷ୍ଠିତ ନବମ ଇବସା ତ୍ରିପକ୍ଷୀୟ ମନ୍ତ୍ରୀସ୍ତରୀୟ କମିଶନ ବୈଠକର ପରବର୍ତ୍ତୀ ସ୍ଥିତିର ପ୍ରଗତି ନେଇ ସମୀକ୍ଷା ଲାଗି ଏହି ବୈଠକ ବସିଥିଲା | ଇବସା ହେଉଛି ଏକ ସ୍ଵତନ୍ତ୍ର ଫୋରମ ଯାହାକି ତିନୋଟି ଭିନ୍ନ ମହାଦେଶର ବୃହତ ଗଣତନ୍ତ୍ର ଓ ପ୍ରମୁଖ ରାଷ୍ଟ୍ର ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଆଦିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିଥାଏ |ଏହି ଦେଶ ଗୁଡିକ ସମାନ ଚାଲେଞ୍ଜ ଗୁଡିକର ସମ୍ମୁଖୀନ ହେଉଛନ୍ତି ଓ ସେମାନେ ବିକାଶଶୀଳ, ବହୁବାଦ, ବହୁ-ସାଂସ୍କୃତିକ, ବହୁ-ଜନଜାତି, ବହୁ-ଭାଷାଭାଷୀ ଓ ବହୁ-ଧର୍ମ ରାଷ୍ଟ୍ର ଅଟନ୍ତି | ଜୁନ 2003 ରେ ବ୍ରାସିଲିଆରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ସମୟରେ ଶୁଭାରମ୍ଭ ହୋଇଥିବା ଇବସାର ପଞ୍ଚଦଶ ବାର୍ଷିକୀ ପୂର୍ତ୍ତି ଗତ ବର୍ଷ ପାଳନ କରାଯାଇଥିଲା |

ସମଭାବାପର୍ଣ୍ଣ ଦେଶ ଗୁଡିକୁ ନେଇ ଗଠିତ ଇବସା, ବିକାଶଶୀଳ ବିଶ୍ଵ ତଥା ଏହାର ଲୋକମାନଙ୍କ ମଙ୍ଗଳ କାମନା ନିମନ୍ତେ ସମଷ୍ଟିଗତ ନିରନ୍ତର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ପ୍ରକାଶ କରିଛି | ଇବସା ଡାଇଲଗ ଫୋରମରେ ସହଭାଗିତାପୂର୍ଣ୍ଣ ଗଣତନ୍ତ୍ର, ମାନବାଧିକାର ଲାଗି ସମ୍ମାନ, ନିୟମ ପ୍ରଣାଳୀ ଓ ବହୁପାର୍ଶ୍ଵିକତାର ସୁଦୃଢୀକରଣ ଆଦି ମୁଖ୍ୟ ଆଲୋଚ୍ୟ ବିଷୟ ରହିଥିଲା | ଇବସା ପାଣ୍ଠି ଜରିଆରେ ବହୁ ପ୍ରକଳ୍ପ ଗୁଡିକ ହାତକୁ ନେଇ ଅନ୍ୟାନ୍ୟ ବିକାଶଶୀଳ ଦେଶ ଗୁଡିକୁ ସହାୟତା କରିବା ସହ ଏହି ତିନୋଟି ଦେଶର ସମଧରଣର ହିତସାଧନ ପାଇଁ ବଳିଷ୍ଠ କ୍ଷେତ୍ର ବା ପ୍ରକଳ୍ପ ଗୁଡିକ ଉପରେ ତ୍ରିପକ୍ଷୀୟ ସମନ୍ଵୟ ରକ୍ଷା କରିବା ସହିତ ଆପୋଷ ଉଦବେଗ ଗୁଡିକୁ ନେଇ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ପରସ୍ପର ସରକାରଙ୍କ ମଧ୍ୟରେ ପରାମର୍ଶ ଓ ସହଯୋଗ ସ୍ଥାପନ କରାଯାଉଛି | ଇବସାର ସଫଳତା ପାରମ୍ପରିକ କ୍ଷେତ୍ରରେ ବିଶେଷଜ୍ଞ ଓ ତାଲିମ ଆଦାନ ପ୍ରଦାନ ବ୍ୟତୀତ ଦକ୍ଷିଣ-ଦକ୍ଷିଣ ସହଯୋଗର ବାଞ୍ଛନୀୟତା ଓ ବ୍ୟବହାରିତାକୁ ପ୍ରତିଫଳିତ କରିଥାଏ |

ଅଦ୍ୟାବଧି ପାଞ୍ଚୋଟି ଇବସା ନେତୃତ୍ଵ ଶିଖର ବୈଠକ ଅନୁଷ୍ଠିତ ହୋଇସାରିଲାଣି | ଅକ୍ଟୋବର 2011 ରେ ପ୍ରେଟୋରିଆରେ ପଞ୍ଚମ ଇବସା ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା | ଇବସାର ଷଷ୍ଠ ଶିଖର ସମ୍ମିଳନୀ ଭାରତ ଆୟୋଜନ କରିବାର ସ୍ଥିରୀକୃତ୍ୟ ହୋଇଛି |ଏହି ତିନୋଟି ଦେଶର ନେତା ମାନଙ୍କୁ ସୁହାଇଲା ଭଳି ତାରିଖ ଧାର୍ଯ୍ୟ ହୋଇପାରୁନଥିବାରୁ ଏହି ଷଷ୍ଠ ବୈଠକ ବସିବାରେ ବିଳମ୍ବ ହୋଇଛି | ଏହି ତିନୋଟି ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଓ ସବୁ ନେତାଙ୍କ ସୁବିଧାନୁଯାୟୀ ଖୁବ ଶୀଘ୍ର ଏହି ବୈଠକ ଡକାଯିବ |ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମିଳିତ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପ ମାଧ୍ୟମରେ ସମ୍ପର୍କ ବୃଦ୍ଧି କରିବା ସହ ତିନି ଦେଶ ମଧ୍ୟରେ ସହଯୋଗ ପ୍ରୋତ୍ସାହନ କରିବା ପାଇଁ ମନ୍ତ୍ରୀସ୍ତରୀୟ ଓ ପରିଚାଳନା ସ୍ତରୀୟ ବୈଠକ ରୀତିମତ ଜାରି ରହିଛି |

2004 ରେ ତିନି ଦେଶ ଦ୍ଵାରା ଆରମ୍ଭ କରାଯାଇଥିବା କଲ୍ୟାଣକାରୀ ପ୍ରକଳ୍ପ ଗୁଡିକ ମଧ୍ୟରୁ ଇବସା ପାଣ୍ଠି ହେଉଛି ଅନ୍ୟତମ ଯାହାକି ଦାରିଦ୍ର୍ୟ ଓ କ୍ଷୁଧା ନିବାରଣ ପାଇଁ ଉଦ୍ଦିଷ୍ଟ ଥିଲା | ଏହି ସ୍ଵତନ୍ତ୍ର ପଦକ୍ଷେପ ଜରିଆରେ ବିକାଶଶୀଳ ଦେଶ ଗୁଡିକରେ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯାଇଥିଲା | ଇବସା ଏଯାବତ, ନିରନ୍ତର ବିକାଶ ଲକ୍ଷ ହାସଲ କରିବା ଉଦ୍ଦେଶ୍ୟରେ 20ଟି ସହଯୋଗୀ ବିକାଶଶୀଳ ରାଷ୍ଟ୍ରରେ ସ୍ବଚ୍ଛ ପାନୀୟ ଜଳ, କୃଷି ଓ ପଶୁ ସମ୍ପଦ, ସୌର ଶକ୍ତି, ବର୍ଜ୍ୟ ପରିଚାଳନା ଓ ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ 31 ଟି ପ୍ରକଳ୍ପକୁ ସାହାଯ୍ୟ ସମର୍ଥନ ଜଣାଇଛି |

ଇବସା ପାଣ୍ଠି ଦକ୍ଷିଣ-ଦକ୍ଷିଣ ସହଯୋଗିତା ଆଦି କାର୍ଯ୍ୟ ଯୋଗୁଁ ବହୁ ସମ୍ମାନର ଅଧିକାରୀ ହୋଇଛି | 2006 ରେ ହାଇତି ଓ ଗୁଇନିଆ-ବିସସାଉରେ ପ୍ରକଳ୍ପ ପାଇଁ ଜାତିସଂଘ ଦକ୍ଷିଣ-ଦକ୍ଷିଣ ସହଭାଗିତା ପୁରସ୍କାର, 2010 ରେ ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ଏକ ଏମଡ଼ିଜି ପୁରସ୍କାର ଏବଂ 2012 ରେ ବିଶ୍ଵର ଅନ୍ୟାନ୍ୟ ଭାଗରେ ବିକାଶମୂଳକ ଅନୁଭୂତି ଆଦାନ ପ୍ରଦାନ କରିବା ଲାଗି ଅଭିନବତା ଆଭିମୁଖ୍ୟ ଗ୍ରହଣ କରିବା କ୍ଷେତ୍ରରେ ତିନି ଦେଶର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଦକ୍ଷିଣ-ଦକ୍ଷିଣ ଚମ୍ପିୟାନ ପୁରସ୍କାର ସମେତ ବହୁ ସମ୍ମାନରେ ବିଭୂଷିତ ହୋଇଛି | ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ନୌବାହିନୀ ସମରାଭ୍ୟାସ ବା IBSAMAR ହେଉଛି ଇବସା ତ୍ରିପକ୍ଷୀୟ ସହଯୋଗର ଅନ୍ୟ ଏକ ଉଲ୍ଲେଖନୀୟ କାର୍ଯ୍ୟ | ଏହି ମିଳିତ ସମରାଭ୍ୟାସ ଆଜି ପର୍ଯ୍ୟନ୍ତ ଛ ଥର ଅନୁଷ୍ଠିତ ହୋଇସାରିଲାଣି | ଅକ୍ଟୋବର 2018ରେ ଦକ୍ଷିଣ ଆଫ୍ରିକା ଉପକୂଳରେ ଶେଷ ସମାରାଭ୍ୟାସ ଅନୁଷ୍ଠିତ ହୋଇଥିଲା |

କୋଚି ଠାରେ ଅନୁଷ୍ଠିତ ସେରପା ବୈଠକରେ, ବିଶେଷକରି ପର୍ଯ୍ୟଟନ ଓ ଦକ୍ଷିଣ-ଦକ୍ଷିଣ ସହଭାଗିତା କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ଉପାୟ ବାହାର କରିବା ନିମନ୍ତେ ବ୍ୟାପକ ଆଲୋଚନା କରିବା ସହ ସମ୍ପ୍ରତ୍ତି କାର୍ଯ୍ୟକଳାପ ଗୁଡିକର ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା | ମିଳିତ କ୍ରିୟାନ୍ଵୟନ ଗୋଷ୍ଠୀର କାର୍ଯ୍ୟକାରିତା ନେଇ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା | ଏହି ଶିଖର ବୈଠକରେ ଯୋଗ ଦେଇଥିବା ନେତୃବୃନ୍ଦ , ନୂଆଦିଲ୍ଲୀରେ ଜାନୁଆରୀ 2019 ରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଥମ ଗାନ୍ଧୀ-ମାଣ୍ଡେଲା ସ୍ମାରକୀ ସ୍ଵାଧୀନତା ବକ୍ତବ୍ୟ ପ୍ରଦାନ ପ୍ରତି ଆନନ୍ଦ ପ୍ରକଟ କରିଥିଲେ ଓ ଇବସାର ପଞ୍ଚଦଶ ବାର୍ଷିକୀ ପାଳନ ଉପଲକ୍ଷେ ଗତ ଏକ ବର୍ଷ ମଧ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ | ତିନି ଦେଶର ସେରପା ମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ଇବସା ସଦସ୍ୟ ରାଷ୍ଟ୍ର ଗୁଡିକ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢୀଭୂତ କରିଛି |

ମୂଳ ଲେଖା : ଅଶୋକ ସଜ୍ଜନହାର, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...