Skip to main content

5G ଜ୍ଞାନକୌଶଳ ଆଡ଼କୁ ଭାରତ

ବାରତ ଆଗାମୀ ଶହେ ଦିନ ମଧ୍ୟରେ ପଞ୍ଚମ ପିଢି ଅର୍ଥାତ 5G ମୋବାଇଲ ଯୋଗାଯୋଗ ଜ୍ଞାନକୌଶଳର ଅଭ୍ୟାସ କରିବାକୁ ଯାଉଛି | ଏହି 5G ଜ୍ଞାନକୌଶଳ ବର୍ତ୍ତମାନର 4G ନେଟୱର୍କ ଠାରୁ ଅଧିକ ଗତିଶୀଳ, ନିର୍ଭରଯୋଗ୍ୟ ଏବଂ କମୟ ଉପଯୋଗୀ |
ନୂଆ ଯୁଗର 5G ଜ୍ଞାନକୌଶଳ ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସକ୍ଷମ ତଥା ଏହା ଦେଶ ଉପରେ ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବ | ବର୍ତ୍ତମାନର 2G, 3G ଏବଂ 4G ପରିବର୍ତ୍ତେ 5G ପ୍ରଚଳନ ହେବାର ଆଶା କରାଯାଉଛି |  ଡିଜିଟାଲ କ୍ଷେତ୍ରରେ ଏହି ସୁପରଫାଷ୍ଟ 5G ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଦେଶର ସାମାଜିକ ଜୀବନରେ ବଡ ପରିବର୍ତ୍ତନ ଆଣିବ |
ଭାରତର ଟେଲିଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଜୁନ 3ରେ ଦାୟିତ୍ବଗ୍ରହଣ କରିବା ପରେ କହିଛନ୍ତି ଯେ 5G ଜ୍ଞାନକୌଶଳସମାଜର ଆବହେଳିତ ବର୍ଗ ପାଇଁ ମଧ୍ୟ ବ୍ୟବହାର କରାଯିବ ତଥା ଏହା ସାମାଜିକ, ଶାକ୍ଷା, ସ୍ବାସ୍ଥ୍ୟ ଗ୍ରାମୀଣ ଲୋକମାନଙ୍କ ପାଇଁ ବ୍ୟବହାର କରାଯିବ |
5G ପରୀକ୍ଷଣ ଛଅ ମାସ ଏବଂ ତାଠାରୁ ଅଧିକ ସମୟ ଯାଏଁ ଚାଲିବ | ଆସନ୍ତା ବର୍ଷ ବେଳକୁ 5G ଧିରେ ଧିରେ କାର୍ଯ୍ୟକାରୀ ହେବ ଏବଂ 2024 ବେଳକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି |  ପୂର୍ବ ପିଢିର ମୋବାଇଲ ନେଟୱର୍କ ସେବା କେବଳ ବ୍ୟକ୍ତିଗତ ଫୋନ ପାଇଁ ବ୍ୟବହାର ହେଉଥିଲା  | 1G ଫୋନ ଆନାଲଗ ଥିଲା ଯେଉଁଥିରେ କେବଳ ସେଲୁଲାର ଫୋନ ବ୍ୟବହାର ହେଉଥିଲା |  ଯଦିଓ ସେ ସମୟରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା କିନ୍ତୁ ଏହାର ସ୍ପେକ୍ଟମ ଦକ୍ଷତା ବହୁତ କମ ଥିଲା |
ଏହା ପରେ ଆସିଥିବା 2G ଡିଜିଟାଲ ଜ୍ଞାନକୌଶଳ ଉପରେ ଆଧାରିତ ଥିଲା ଯାହା 1G ଠାରୁ ଅଧିକ ଦକ୍ଷତାପୂର୍ଣ୍ଣ ଥିଲା | ଏହାପରେ ଆସିଥିବା 3G ଅଧିକ ବେଗବାନ ଡାଟା ସ୍ପିଡ ପ୍ରଦାନ କରୁଥିଲା | ସମୟକ୍ରମେ ଆସିଥିବା ଚତୁର୍ଥ ପିଢିର ଜ୍ଞାନକୌଶଳ 4G ପୂର୍ବର ସମସ୍ତ ଜ୍ଞାନକୌଶଳ ତୁଳନାରେ ବହୁ ଅଧିକ ଦକ୍ଷ ଏବଂ ଉପଯୋଗୀ ରହିଛି |
5G ସେବା ଏସବୁକୁ ବଳିଯିବ 5G ବ୍ୟବହାର ମେସିନ, ସେନସର, ଗାଡ଼ି, ରୋବୋଟ ଏବଂ ଡ୍ରୋନ ଆଦି କ୍ଷେତ୍ରରେ ସେବା ପ୍ରଦାନ କରିବ | ଏସବୁ ନୂଆ ଆର୍ଥିକ ସୁଯୋଗକୁ ଜନ୍ମ ଦେବା ସହିତ ଭାରତୀୟ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ |
5ଜି ଜ୍ଞାନକୌଶଳ ମାଧ୍ୟମରେ ଭାରତରେ ଅନେକ ସୁବିଧାର ସୃଜନ କରାଯାଇ ପାରିବ | ସେ ଦୃଷ୍ଟିରୁ ଏହି ଜ୍ଞାନକୌଶଳ ବିକଶିତ ଦେଶ ଗୁଡିକ ତୁଳନାରେ ଭାରତ ପାଇଁ ଅଧିକ ଉପଯୋଗୀ ହେବ |ଟେଲିଫୋନ ସୁବିଧା ଏହାର ଏକ ଉଦାହରଣ  | 1990 ଦଶନ୍ଧିରେ ତାର ଆଧାରିତ ଭୂମିଗତ ଟେଲିଫୋନ ସୁବିଧା ଥିଲା ଯାହା ମହଙ୍ଗା ହେବା ସହିତ ଅନେକ ସମସ୍ୟା ସହ ଲଢୁଥିଲା କିନ୍ତୁ 2ଜି ସେବାର ଆରମ୍ଭ ହେବା ପରେ ସଂଚାର ସୁବିଧାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା |  4ଜି ଆସିବା ମାତ୍ରେ ସଂଚାର ଟେକନିକ ସନ୍ଦେଶର ଆଦାନପ୍ରଦାନରୁ ଆଗକୁ ବଢି ଅର୍ଥବ୍ୟବସ୍ଥାର ସଂବାହକ ହୋଇଗଲା |
5ଜି ଯେତେବେଳେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ମାନବ ରହିତ ରୋବୋଟ ସୁରକ୍ଷା କ୍ଷେତ୍ରରେ ସଫଳତା ଆଣିଦେବ  | ଯେଉଁଠି ମଣିଷ କାମ କରିନପାରିବ ସେଠାରେ ରୋବୋଟ ସାହାର୍ଯ୍ୟରେ କୁଶଳ କାର୍ଯ୍ୟ କରାଯାଇ ପାରିବ | ଏହାଦ୍ବାରା ଉତ୍ପାଦନ, ଯୋଗାଣ ଏବଂ ନିରିକ୍ଷଣ କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିବ ଏବଂ ଅର୍ଥବ୍ୟବସ୍ଥା ସୁଦୃଢ ହୋଇଯିବ | କୃଷି ଦୃଷ୍ଟିରୁ ମାଟି ପ୍ରସ୍ତୁତ, ରୁଆପୋତା, ସେଚନ ଠାରୁ ନେଇ ପଶୁପାଳନ କାମରେ ମଧ୍ୟ ସହାୟକ ହେବ | ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦୂର ଚିକିତ୍ସା, ରୋବୋଟିକ ସର୍ଜରୀ ପରି ସେବା ମିଳି ପାରିବ |

ଆଲେଖ୍ୟ:  କେ. ଭି. ଭେଙ୍କଟସୁବ୍ରମଣ୍ୟମ
ଅନୁବାଦ:   ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...