Skip to main content

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଭୂମିକାକୁ ଦର୍ଶାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଅବସରରେ ବିମଷ୍ଟେକ, ସାଂଘାଇ ସହଯୋଗ ସଂଗଠନ ଏବଂ ଭାରତ ମହାସାଗରୀୟ ଅଞ୍ଚଳର ଦେଶମାନଙ୍କର ନେତାମାନଙ୍କୁ ନିମନ୍ତ୍ରଣ କରି ଏହା ଦର୍ଶାଇଛନ୍ତି ଯେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ଭୂମିକା ଗ୍ରହଣ କରିବ |

ବାଙ୍ଗଲାଦେଶ ରାଷ୍ଟ୍ରପତି ଅବଦ୍ଦୁଲ ହମିଦ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ | ଭାରତ ସହିତ ବାଙ୍ଗଲାଦେଶର ମଧୁର ସଂପର୍କର ପରିଚାୟକ ଭାବେ ସେ ନିଜ ସହିତ ଏକ ପ୍ରତିନିଧିମଣ୍ତଳିକୁ ମଧ୍ୟ ଆଣିଥିଲେ | ବିମଷ୍ଟେକର ଅନ୍ୟ ଦେଶର ମୁଖ୍ୟମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେଇଥିଲେ ଏବଂ ଔପଚାରିକତା ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହି ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଅଧୁନା ରହିଥିବା ଦ୍ବିପକ୍ଷୀୟ ସଂପର୍କ ଉପରେ ସମୀକ୍ଷା କରିଥିଲେ |

ସମାରୋହରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ ଯୋଗଦେଇଥିବାବେଳେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଯୋଗଦେଇଥିଲେ | ଶ୍ରୀଲଙ୍କାରେ ଗତ ବର୍ଷ ଦେଖାଦେଇଥିବା ରାଜନୈତିକ ସଂକଟ ଏବଂ ଇଷ୍ଟରରେ ହୋଇଥିବା ଆକ୍ରମଣ ଭାରତକୁ ଚିନ୍ତିତ କରିଥିଲା | ପ୍ରଧାନମନ୍ତ୍ରୀ ମୋଦି ସିରିସେନାଙ୍କ ସହିତ ଅନ୍ୟ ପ୍ରସଙ୍ଗ ସମେତ ନିରାପତ୍ତା ଭାଗିଦାରୀ ଉପରେ ଅଧିକ ଗୁରୁତ୍ବ ଦେଇଥିଲେ | 2015ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ସିରିସେନା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ଉତ୍ତମ ସଂପର୍କ ରଖିଆସିଛନ୍ତି | ମ୍ୟାଁମାରର ରାଷ୍ଟ୍ରପତି ଉଇନ ମିଣ୍ଟ ମଧ୍ୟ ସମାରୋହରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଅନୌପଚାରିକ ଆଲୋଚନା କରିଛନ୍ତି |

ଥାଇଲ୍ୟାଣ୍ତର ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଏକାଦିନରେ ଶପଥ ନେଇଥିବାରୁ ସେ ତାଙ୍କର ଜଣେ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଭାରତ ପଠାଇଥିଲେ | ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବରରେ ଥାଇଲ୍ୟାଣ୍ତରେ ହେବାକୁ ଥିବା ଭାରତ-ଆସିଆନ ଏବଂ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବାକୁ ଯାଇପାରନ୍ତି | ପାକିସ୍ତାନର ବ୍ୟବହାରକୁ ଦେଖି ପ୍ରଧାନମନ୍ତ୍ରୀ ମୋଦି ବିମଷ୍ଟେକକୁ ଅଧିକ ଗୁରୁତ୍ବ ଦେଉଛନ୍ତି | 2016 ଅକ୍ଟୋବରରେ ଗୋଆରେ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିମଷ୍ଟେକର ଏକ ଅନୌପଚାରିକ ବୌଠକର ଆୟୋଜନ କରିଥିଲେ ଏବଂ 2017 ପରଠାରୁ ବିମଷ୍ଟେକର ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ନିୟମିତ ଭାବେ ଆନ୍ତଦେଶୀୟ ଅପରାଧ ଏବଂ ସନ୍ତ୍ରାସବାଦର ମୁକାବିଲା ପାଇଁ କରାଯାଉଛି | ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଆଞ୍ଚଳିକ ସଂଯୋଗ ଲକ୍ଷ୍ୟରେ ବିମଷ୍ଟେକ ମୋଟର ଯାନ ବୁଝାମଣା କରାଯାଇଛି |

ସୀମାପାର ସନ୍ତ୍ରାସବାଦ ବନ୍ଦ କରିବା ଏବଂ ସଂଯୋଗ ଯୋଜନାରେ ସାମିଲ ହେବାକୁ ମସହମତ କାରଣରୁ ସାର୍କ ସଂଗଠନ ନିଷ୍କ୍ରୀୟ ହେବାରୁ ମୋଦି ସରକାର ନିୟମିତ ଭାବେ ବିମଷ୍ଟେକକୁ ଗୁରୁତ୍ବ ଦେଇଆସିଛି | ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଚୀନର ସଡ଼କ ସଂଯୋଗକୁ ଦୃଷ୍ଟିରେ ରଖି ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ତଥା ବଙ୍ଗୋପସାଗରୀୟ ଦେଶମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ନିମନ୍ତେ ବିମଷ୍ଟକ ଭାରତ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି | ବାଣିଜ୍ୟ ପାଇଁ ବିମଷ୍ଟେକର ମଧ୍ୟ ଅନେକ ଗୁରୁତ୍ବ ରହିଛି | ଭବିଷ୍ୟତର ବାଣିଜ୍ୟ ପାଇଁ ଶତକଡା 25 ଭାଗ ବଙ୍ଗୋପସାଗରୀୟ ଅଞ୍ଚଳର ପଥଦେଇ ହେବ ଏଣୁ ସେ ଦୃଷ୍ଟିରୁବିମଷ୍ଟେକ ସଦସ୍ୟ ଦେଶମାନଙ୍କ ସହିତ ଭାରତର ସଂପର୍କରେ ମଧ୍ୟ ସୁଦୃଢତା ଆସିଛି |

ସେହିପରି ସାଂଘାଇ ସହଯୋଗ ସଂଗଠନର ବର୍ତ୍ତମାନର ଅଧ୍ୟକ୍ଷ କିରଗୀଜସ୍ଥାନକୁ ଆମନ୍ତ୍ରଣ କରି ଭାରତ ମଧ୍ୟ ଏସିଆ ଏବଂ ୟୁରେସିଆରେ ନିଜର ଉପସ୍ଥିତି ଜାହିର କରିବାର ଉଦ୍ଧେଶ୍ୟ ରଖିଛି ଯେଉଁଠି ପୂର୍ବରୁ ମଧ୍ୟ ଚୀନର ଉପସ୍ଥିତି ରହିଛି | ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଶପଥ ଗ୍ରହଣ ସମାରୋହରେ ଯୋଗଦେଇଥିଲେ | ଏହାମଧ୍ୟ ପଶ୍ଚିମ ଭାରତ ମହାସାଗରୀୟ ଅଞ୍ଚଳରେ ମରିସସ ସହିତ ଭାରତର ସୁ ସଂପର୍କକୁ ଦର୍ଶାଉଛି | ଏ ସମସ୍ତ କଥାକୁ ପର୍ଯ୍ୟାଲୋଚନା କଲେ ଜଣାପଡୁଛି ଯେ ଏହିସବୁ ଅଞ୍ଚଳରେ ଭାରତର ଦୃଢ ସ୍ଥିତି ସହିତ ନିରାପତ୍ତା ଗୁରୁତ୍ବପୂର୍ଣ୍ଣ ରହିଛି |

ମୂଳ ଲେଖା : ଦୀପଞ୍ଜନ ରାୟ ଚୌଧୁରୀ

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...