Skip to main content

ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ଦୁର୍ନୀତି ନିବାରଣ ଅଭିଯାନ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲି ଜର୍ଦାରୀ ଜାଲି ବ୍ୟାଙ୍କ ଖାତା ରହିଥିବା ମାମଲାରେ ଜାତୀୟ ଉତ୍ତରଦାୟିତ୍ବ ବ୍ୟୁରୋ(ଏନଏବି) ଦ୍ବାରା ଗିରଫ ହୋଇଛନ୍ତି। ଶ୍ରୀ ଜର୍ଦାରୀ ହେଉଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲୱାଲ ଭୁଟୋ ଜର୍ଦାରୀଙ୍କ ବାପା ଏବଂ ପାକିସ୍ତାନ ଜାତୀୟ ଆସେମ୍ବ୍ଲିର ମଧ୍ୟ ବର୍ତ୍ତମାନର ସଦସ୍ୟ। ଇସଲାମାବାଦ ହାଇକୋର୍ଟ ଜର୍ଦାରୀ ଏବଂ ତାଙ୍କ ଭଉଣୀ ଫରୟାଲ ତଲପୁରଙ୍କ ଗିରଫ ପୂର୍ବର ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି।

2015ରେ ପାକିସ୍ତାନର ସଂଘୀୟ ତଦନ୍ତ ସଂସ୍ଥା(ଏଫଆଇଏ) ଯେତେବେଳେ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ସୁମିତ ବ୍ୟାଙ୍କ, ସିନ୍ଧ୍ ବ୍ୟାଙ୍କ ଏବଂ ୟୁବିଏଲରେ 29ଟି ଜାଲି ବ୍ୟାଙ୍କ ଖାତା ତଥା ରହସ୍ୟମୟ କାରବାର ଉପରେ ତଦନ୍ତ ଆରମ୍ଭ କଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା । ପ୍ରାଥମିକ ସ୍ତରରେ ଜର୍ଦାରୀ ଏବଂ ତାଙ୍କ ଭଉଣୀଙ୍କ ସମେତ ସାତ ଜଣ ବ୍ୟକ୍ତି ଏହି ଜାଲି ଖାତା ମାଧ୍ୟମରେ ସନ୍ଦେହ ଜନକ କାରବାର କରିଥିବା ଜାଣିବାକୁ ପାଇଲା। ଏହି ଖାତା ଲାଞ୍ଚ ଅର୍ଥକୁ ଗ୍ରହଣ କରିବା ପାଇଁ ବ୍ୟବହାର କରାଯାଉଥିଲା। ପରେ ଏହି ମାମଲର ତଦନ୍ତରେ ବିଳମ୍ବ ପାଇଁ ପାକିସ୍ତାନର ସୁପ୍ରିମ କୋର୍ଟ ନୋଟିସ ପଠାଇବା ସହିତ ତଦନ୍ତ ପାଇଁ ଏକ ମିଳିତ ତଦନ୍ତକାରୀ ଦଳ ଗଠନ କଲେ।

ତଦନ୍ତ ସମୟରେ ମିଳିତ ତଦନ୍ତ ଦଳ ଏହି ମାମଲାରେ ଅନ୍ୟ 33ଟି ଜାଲି ଖାତାକୁ ଠାବ କଲେ ଏବଂ ଏହି ମାମଲାରେ ପ୍ରାୟ 170 ଜଣ ବ୍ୟକ୍ତି ସଂପୃକ୍ତ ଥିବାର ଜଣା ପଡିଲା। ଏନଏବି ଏବଂ ଏଫଆଇଏ ଏକ ଅଦୃଶ୍ୟ କଂପାନିର ଏକ ଜାଲି ଖାତାରେ 4.4 ବିଲିୟନ ପାକିସ୍ତାନି ଟଙ୍କା ଗ୍ରହଣ କରିଥିବା ଏବଂ ଯେଉଁଥିରୁ 30 ମିଲିୟନ ଟଙ୍କା ଦୁଇଥର ଜର୍ଦାରୀ ଗୃପକୁ ପଇଠ କରାଯାଇଥିଲା।

ଏହାପରେ ଏଇଆଇଏ କରାଚିରେ ବ୍ୟାଙ୍କିଙ୍କ କୋର୍ଟରେ ମାମଲା ଦାୟର କଲା ଏବଂ ଏହା ଆଧାରରେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଜର୍ଦାରୀଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଗଲା। ଏହାପରେ ଜର୍ଦାରୀ 2018 ଅଗଷ୍ଟରେ ଇସଲାମାବାଦ ହାଇକୋର୍ଟରେ ଜାମିନ ଆବେଦନ କଲେ। ପରେ ଏହି ମାମଲା କରାଚିସ୍ଥିତ ଉତ୍ତରଦାୟିତ୍ବ ବ୍ୟୁରୋକୁ ହସ୍ତାନ୍ତର ହେଲା। ତଦନ୍ତ କାଳରେ ଦୁୱଇ ଜଣ ଅଭିଯୁକ୍ତ ଜର୍ଦାରୀ ଏବଂ ତଲପୁରଙ୍କ ବିରୁଦ୍ଧରେ ରାଜସାକ୍ଷୀ ହୋଇଗଲେ।

ଜର୍ଦାରୀଙ୍କ ଅନେକ ବଂଧୁ ଏହି ମାମଲାରେ ଗିରଫ ହେଲେ ଏବଂ ଜର୍ଦାରୀ ତଥା ତାଙ୍କ ଭଉଣୀଙ୍କୁ ମିଳିଥିବା ଆଗୁଆ ଜାମିନ ବାରମ୍ବାର ଘୁଞ୍ଚା ଯାଇଥିଲେ ମଧ୍ୟ ସୋମବାର ଏହା ଖାରଜ ହୋଇଥିଲା। ଜର୍ଦାରୀ ଏହି ମାମଲା ବ୍ୟତିତ ଅନ୍ୟ ପ୍ରାୟ ସାତଟି ଦୁର୍ନୀତି ମାମଲାରେ ଜାମିନ ପାଇଛନ୍ତି।

ପାକିସ୍ତାନରେ ଏବେ ରାଜନୈତିକ ଉତ୍ଥାନ ପତ୍ତନ ଚାଲିଥିବାବେଳେ ଇମରାନ ଖାନ ସରକାର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମସ୍ୟାରୁ ଲୋକମାନଙ୍କର ଧ୍ୟାନ ହଟେଇବା ପାଇଁ ଦୁର୍ନୀତି ମାମଲାକୁ ଆଗକୁ ଆଣିବାକୁ ଚେଷ୍ଟା କରିଛି। ଜର୍ଦାରୀଙ୍କ ଗିରଫ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦୁର୍ନୀତି ମାମଲାକୁ ଜୋରସୋରରେ ଉଠାଉଛନ୍ତି। ପାକିସ୍ତାନରେ ବଜେଟ ଉପସ୍ଥାପନ ସମୟରେ ଇମରାନ ଖାନ ଦେଶ ଉଦ୍ଧେଶ୍ୟରେ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ ସେ ଦୁର୍ନୀତି ମୁକ୍ତ ପାକିସ୍ତାନ ଗଢିବେ। ସେ ଏକଥା ମଧ୍ୟ କହିଛନ୍ତି ଯେ ପ୍ରାୟ 25 ବର୍ଷ ହେଲା ଦେଶରେ ଅଧିକ ସ୍କୁଲ ଏବଂ ହସପିଟାଲ ସ୍ଥାପନ କରାଯାଇ ନାହିଁ । ସେ ଏକ ନୂଆ ପାକିସ୍ତାନ ଗଢିବେ ଯେଉଁଠି ଆଧୁନିକ ଇସଲାମିକ ଜନକଲ୍ୟାଣକାରୀ ଦେଶ ଭାବେ ପରିଗଣିତ ହେବ। କିନ୍ତୁ ପ୍ରଧାନମନ୍ତ୍ରୀ ସନ୍ତ୍ରାସବାଦମୁକ୍ତ ପାକିସ୍ତାନ ମାମଲାରେ ନିରବତା ଗ୍ରହଣ କରିଛନ୍ତି।

ଶ୍ରୀ ଖାନଙ୍କ ବକ୍ତବ୍ୟ ନିଶ୍ଚିତ ଭାବେ ସାହସୀକତାର କଥା କିନ୍ତୁ ସେ ଭୁଲିଯିବା ଉଚିତ ନୁହେଁ ଯେ ତାଙ୍କ ଦେଶ ଏବଂ ଉତ୍କଟ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବେଲଆଉଟ ପ୍ୟାକେଜ ଅନେକ ସର୍ତ୍ତ ସହ ସ୍ବଳ୍ପ ଅର୍ଥ ଦେବାକୁ ଚାହୁଁଛି। ପ୍ୟାକେଜ 6 ବିଲିୟନ ଡଲାର ଥିବାବେଳେ ପାକିସ୍ତାନର ଚଳିତ ଆର୍ଥିକ ବର୍ଷରେ ବଜେଟ ଶତକଡା 2.4 ଭାଗକୁ ବୃଦ୍ଧି ପାଇବାର ଆଶା କରାଯାଉଛି। ମୁଦ୍ରାସ୍ଫିତି 11ରୁ 13 ଭାଗ ବୃଦ୍ଧି ପାଇବ ଏବଂ ମୁଦ୍ରା ପାଣ୍ଠିର ସର୍ତ୍ତ ଅନୁଯାଇ ଟିକସ ବୃଦ୍ଧି, ଇନ୍ଧନ ମୂଲ୍ୟରେ ବୃଦ୍ଧି ଆଦି ହୋଇସାରିଛି। ଦେଶର ବଜେଟ ଖର୍ଚ୍ଚ ପାକିସ୍ତାନ ଟଙ୍କା 7 ଟ୍ରିଲିୟନ ହେବାର ଆଶା କରାଯାଉଥିବାବେଳେ ରାଜସ୍ବ ମାତ୍ର 3.5 ଟ୍ରିଲିୟ ଟଙ୍କା ରହିବ। ଅବଶିଷ୍ଟ ଟଙ୍କା କେଉଁଠୁ ଆସିବ ତାହା ପାକିସ୍ତାନର ଅର୍ଥ ମନ୍ତ୍ରୀଙ୍କ ନିକଟରେ ଉତ୍ତର ନାହିଁ।




ମୂଳ ଲେଖା: କୌଶିକ ରାୟ

ଅନୁବାଦ: ରାମଚଂଦ୍ର ନାଥ




Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...