Skip to main content

ଆଫ୍ରିକୀୟ ଦେଶ ଗୁଡିକ ସହ ଭାରତ ଏହାର ସମ୍ପର୍କ ସୁଦୃଢ କରିବାରେ ଲାଗିଛି

ଭାରତ ଆଫ୍ରିକା ସହ ଏହାର ସମ୍ପର୍କ ସୁଦୃଢ କରିବାରେ ଲାଗିଛି | ମୋଦି ସରକାର ଦ୍ଵିତୀୟ ଥର ପାଇଁ ଦାୟିତ୍ଵ ଗ୍ରହଣ କରିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କୁ 3-ଦିନିଆ ନାଇଜେରିଆ ଗସ୍ତରେ ପଠାଇବା ନିଷ୍ପତି ଏହା ଦ୍ଵାରା ସ୍ପଷ୍ଟ ପ୍ରତୀୟମାନ ହୋଇପାରିଛି | ‘ଗଣତନ୍ତ୍ର ଦିବସ’ ପାଳନରେ ଯୋଗ ଦେବା ସହ ଶ୍ରୀ ମୁରଲୀଧରନ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ବୁହାରୀ, ଉପରାଷ୍ଟ୍ରପତି ୟେମି ଓସିନବାଜୋଙ୍କ ସମେତ ନାଇଜେରିଆ ନେତୃବୃନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି | ଏହି ସମାରୋହରେ ଯୋଗ ଦେଇଥିବା କିଛି ଆଫ୍ରିକୀୟ ନେତା ମାନଙ୍କ ସମେତ ଭାରତର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ, ଦକ୍ଷିଣ ଆଫ୍ରିକା, ନାଇଜର, ଇଥିଓପିଆ ଏବଂ ଇଜିପ୍ଟର ବୈଦେଶିକ ମନ୍ତ୍ରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି |

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ନିବିଡ ଓ ସୁଦୃଢ ସମ୍ପର୍କ ଥିବା ପ୍ରତିଫଳନ କରିଛି | 2007 ମସିହାରେ ଭାରତ-ନାଇଜେରିଆ ସମ୍ପର୍କ ଏକ ଭାଗୀଦାରୀ ସମ୍ପର୍କକୁ ଉନ୍ନୀତ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦୃଢ ପ୍ରତିରକ୍ଷା ସହଯୋଗ ସ୍ଥାପିତ ହୋଇଛି | 2017-18 ରେ ଦ୍ଵିପକ୍ଷୀୟ ବାଣିଜ୍ୟ 11.76 ବିଲିୟନ ଡଲାର ହୋଇଛି ଏବଂ ବହୁ ସଂଖ୍ଯାରେ ଭାରତୀୟ ବସବାସ କରୁଥିବା ରାଷ୍ଟ୍ର ନାଇଜେରିଆ, ଆଫ୍ରିକାରେ ଆମର ସର୍ବବୃହତ ବାଣିଜ୍ୟ ସହଭାଗୀ ରାଷ୍ଟ୍ର ହୋଇଛି |

ବିଶ୍ଵ ସ୍ତରରେ ଭାରତ ମଧ୍ୟ ନାଇଜେରିଆର ସର୍ବବୃହତ ବାଣିଜ୍ୟ ସହଭାଗୀ ରାଷ୍ଟ୍ର ହୋଇଛି ଏବଂ ଏହି ଆଫ୍ରିକୀୟ ଦେଶ ଭାରତକୁ ଅଶୌଧିତ ତୈଳ ଯୋଗାଣରେ ପଞ୍ଚମ ସର୍ବବୃହତ ରାଷ୍ଟ୍ର ଓ ଏଲଏନଜି ଯୋଗାଣରେ ଦ୍ଵିତୀୟ ସର୍ବବୃହତ ରାଷ୍ଟ୍ର ଭାବେ ରହିଛି | ବାସ୍ତବରେ ଭାରତର ଶକ୍ତି ସୁରକ୍ଷା କ୍ଷେତ୍ରରେ ନାଇଜେରିଆର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି | ଭାରତ ଏହାର ଅଶୌଧିତ ତୈଳ ଆବଶ୍ୟକତାର ଶତକଡା 12 ଭାଗ ନାଇଜେରିଆରୁ ଆମଦାନୀ କରିଥାଏ | 2016-17 ମସିହାରେ ମୋଟ 65 ବିଲିୟନ ଆମେରିକୀୟ ଡଲାର ପରିମାଣ ମୂଲ୍ୟର ଆମଦାନୀରୁ କେବଳ ପେଟ୍ରୋଲିୟମ ପଦାର୍ଥ ଆମଦାନୀ ପରିମାଣ ମୂଲ୍ୟ 7.46 ବିଲିୟନ ଆମେରିକୀୟ ଡଲାର ଥିଲା | ଶ୍ରୀ ମୁରଲୀଧରନଙ୍କ ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ମାସରେ ପଶ୍ଚିମ ଆଫ୍ରିକା ଗସ୍ତରେ ଯିବାର ଆଶା କରାଯାଉଛି |

ଭାରତ ଏବଂ ଆଫ୍ରିକୀୟ ଦେଶ ଗୁଡିକ ମଧ୍ୟରେ ସମ୍ପର୍କ ସୁଦୃଢ କରିବା ନିମନ୍ତେ, ବିଗତ ପାଞ୍ଚ ବର୍ଷରେ ନୂଆଦିଲ୍ଲୀ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଛି | 2014 ଏବଂ 2018 ମସିହା ମଧ୍ୟରେ ଭାରତରୁ ଆଫ୍ରିକା ମହାଦେଶକୁ 25 ଟି ଉଚ୍ଚ ସ୍ତରୀୟ ଦ୍ବିପକ୍ଷୀୟ ଗସ୍ତ ହୋଇଥିଲା |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଆଫ୍ରିକା ସହ ବିଭିନ୍ନ କ୍ଷେତ୍ରରେ ଭାରତର ସମ୍ପର୍କ ବୃଦ୍ଧି କରିବାକୁ ପ୍ରାଧାନ୍ୟ ଦେଉଛନ୍ତି | ଚଳିତ ବର୍ଷର ଶେଷାର୍ଦ୍ଧରେ ପରବର୍ତ୍ତୀ 'ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ' ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ | ଏହି ସମ୍ମିଳନୀରେ ପ୍ରାୟ 40ଟି ଦେଶର ରାଷ୍ଟ୍ର ମୁଖ୍ୟ ଓ ସରକାରଙ୍କ ମୁଖ୍ୟ ଯୋଗ ଦେବାର ଆଶା କରାଯାଉଛି |

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, NDA ସରକାରଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଆଫ୍ରିକୀୟ ରାଷ୍ଟ୍ର ଗୁଡିକୁ ବିଭିନ୍ନ ପର୍ଯ୍ୟାୟରେ ଗସ୍ତ କରିଛନ୍ତି | 2015 ମସିହାରେ ଭାରତ ଦ୍ୱାରା ଆୟୋଜିତ ଆଫ୍ରିକା ଫୋରମ ସମ୍ମିଳନୀରେ 41 ଟି ଦେଶର ରାଷ୍ଟ୍ର ମୁଖ୍ୟ ଓ ସରକାରଙ୍କ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ | ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ସକାଶେ ଆଫ୍ରିକାର 55 ଟି ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥିବା ବିଷୟ ପର୍ଯ୍ୟବେକ୍ଷକ ମାନେ ମତାମତ ଦେଇଛନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ 2015 ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ-ଆଫ୍ରିକା ଫୋରମ ସମ୍ମିଳନୀରେ 10 ବିଲିୟନ ଆମେରିକୀୟ ଡଲାର ଋଣ ରିହାତି ହାରରେ ଏବଂ 600 ମିଲିୟନ ଆମେରିକୀୟ ଡଲାର ସହାୟତା ପାଣ୍ଠି ଯୋଗାଇଦେବାକୁ ନୂଆଦିଲ୍ଲୀ ପ୍ରତିଶୃତି ଦେଇଥିଲା | ଏ ପର୍ଯ୍ୟନ୍ତ ଭାରତୀୟ କମ୍ପାନୀ ଗୁଡିକ ଆଫ୍ରିକାରେ 54 ବିଲିୟନ ଆମେରିକୀୟ ଡଲାରରୁ ଉର୍ଦ୍ଧ୍ୱ ପୁଞ୍ଜି ନିବେଶ କରିସାରିଛନ୍ତି | ଏହି ମହାଦେଶ ସହିତ ଆମର ବାଣିଜ୍ୟ କାରବାର ମଧ୍ୟ ବର୍ତ୍ତମାନ 62 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି | ଭାରତକୁ ଆଫ୍ରିକାର ରପ୍ତାନୀ ମଧ୍ୟ ବୃଦ୍ଧି ପାଇଛି | 2018 ରୁ 2021 ମସିହା ମଧ୍ୟରେ ଆଫ୍ରିକା ମହାଦେଶରେ 18 ଟି ନୂଆ ଦୂତାବାସ ଖୋଲାଯିବା ବିଷୟ ଗତବର୍ଷ ସରକାର ଘୋଷଣା କରିଛନ୍ତି |

ଅନେକ ଉପକୂଳବର୍ତ୍ତୀ ରାଷ୍ଟ୍ର ଗୁଡିକ ସମେତ ଭାରତ-ଆଫ୍ରିକା ମଧ୍ୟରେ ସମ୍ପର୍କକୁ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ପ୍ରାଧାନ୍ୟ ଦିଆଯାଉଛି | ଅନ୍ୟାନ୍ୟ ଆପୋଷ ସ୍ୱାର୍ଥ ସମ୍ବଳିତ କ୍ଷେତ୍ର ଗୁଡିକ ସମେତ ପ୍ରମୁଖ ଗୋଷ୍ଠୀ ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା (BRICS), ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (IBSA)ରେ, ଜାତିସଙ୍ଘ ନିରାପତ୍ତା ପରିଷଦ ଆସନ, ଜଳବାୟୁ ପରିବର୍ତ୍ତନ କଥାବାର୍ତ୍ତା ଏବଂ ବିଶ୍ବ ବାଣିଜ୍ୟ ସଙ୍ଗଠନ (WTO) ଆଦି ବୁଝାମଣା କ୍ଷେତ୍ରରେ ଆଫ୍ରିକା ସହ ସହଯୋଗର ଉଲ୍ଲେଖନୀୟ ମହତ୍ତ୍ୱ ରହିଛି | ଭାରତ ଏବଂ ଆଫ୍ରିକୀୟ ରାଷ୍ଟ୍ର ଗୁଡିକ ସହ ବର୍ତ୍ତମାନ ସାମୁଦ୍ରିକ ସହଯୋଗ କ୍ଷେତ୍ରର ପୂର୍ଣ୍ଣ ଦକ୍ଷତା ଉପରେ ପ୍ରାଧାନ୍ୟ ଦିଆଯାଉଥିବା କୁହାଯାଇଛି |

ମୂଳ ଲେଖା : ବିନୀତ ୱାହି, ସାମ୍ବାଦିକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...