Skip to main content

ବିଶକେକରେ ଏସସିଓ ସମ୍ମିଳନୀ

ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିରଗିଜସ୍ଥାନ ରାଜଧାନୀ ବିଶକେକରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗ ଦେଇଛନ୍ତି | ସମ୍ମିଳନୀରେ ଉଦବୋଧନ ଦେଇ ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସନ୍ତ୍ରାସବାଦକୁ ସମର୍ଥନ, ପ୍ରୋତ୍ସାହନ ଏବଂ ଆର୍ଥିକ ସାହାର୍ଯ୍ୟ ଯୋଗାଉଥିବା ଦେଶମାନେ ଏସବୁ ବନ୍ଦ କରିବା ଦରକାର | ପ୍ରଧାନମନ୍ତ୍ରୀ ମୋଦି ସ୍ବାସ୍ଥ୍ୟ, ଶକ୍ତି, ବିକଳ୍ପ ଉର୍ଜା, ସାହିତ୍ୟ ଏବଂ ସଂସ୍କୃତି, ସନ୍ତ୍ରାସବାଦମୁକ୍ତ ସମାଜ ଏବଂ ମାନବିକତା ଆଦି କ୍ଷେତ୍ରରେ ସହଯୋଗ ପାଇଁ ଆହ୍ବାନ ଦେଇଛନ୍ତି | ଏହା ବ୍ୟତିତ ସେ ଆଞ୍ଚଳିକ ସଂଯୋଗ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି | ଆଫଗାନିସ୍ଥାନର ଶାନ୍ତି ଏବଂ ସ୍ଥିରତା ଉପରେ ମତବ୍ୟକ୍ତ କରି ଶ୍ରୀ ମୋଦି ଆଫଗାନିସ୍ଥାନ ନେତୃତ୍ବାଧିନ, ନିୟନ୍ତ୍ରୀତ ଏବଂ ଅଧିକାରଭୁକ୍ତତା ଉପରେ ଗୁରୁତ୍ବ ଦେଇଛନ୍ତି |

ଆଞ୍ଚଳିକ ସୁରକ୍ଷା ଏବଂ ବିଶ୍ବର ସୁରକ୍ଷା ପାଇଁ ଗୁରୁତ୍ବ ବହନ କରୁଥିବା ଏସସିଓ ସମ୍ମିଳନୀ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ମଧ୍ୟରେ ଦ୍ବିପକ୍ଷୀୟ ଆଲୋଚନା ଗଣମାଧ୍ୟମର ଆଲୋଚ୍ୟ ବିଷୟ ହୋଇଛି | ଏସସିଓରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କ ସହିତ କରିଥିବା ଦ୍ବିପକ୍ଷୀୟ ଆଲୋଚନା ସାମରିକ ଦୃଷ୍ଟିରୁ ଉଲ୍ଲେଖନୀୟ ବିଷୟ | ଜିନପିଙ୍ଗ ଏବଂ ପୁତିନ ଉଭୟେ ଶ୍ରୀ ମୋଦିଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇ ସାରିଛନ୍ତି |

ବିଗତ ବର୍ଷ ମଧ୍ୟରେ ଶ୍ରୀ ମୋଦି ଏହି ଦୁଇ ନେତାଙ୍କ ସହିତ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିଛନ୍ତି | ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଜିନପିଙ୍ଗଙ୍କ ସହିତ ପ୍ରାୟ ବାର ଥର ସାକ୍ଷାତ କରିଛନ୍ତି | ଲଗାତାର ସୀମାପାର ସନ୍ତ୍ରାସବାଦର ଶିକାର ହେଉଥିବା ଭାରତ ପାକିସ୍ତାନ ସହିତ ଶାନ୍ତି ପ୍ରୟାସ କରିଛି କିନ୍ତୁ ଏହା ବିଫଳ ହୋଇଛି ବୋଲି ଶ୍ରୀ ମୋଦି ଜିନପିଙ୍ଗଙ୍କୁ କହିଥିଲେ | ସେ ଏକଥା ମଧ୍ୟ କହିଛନ୍ତି ଯେ ସନ୍ତ୍ରାସବାଦ ମୁକ୍ତ ବାତାବରଣ ପାକିସ୍ତାନ ସୃଷ୍ଟି କରିବା ଆବଶ୍ୟକ |

ଏସସିଓ ପ୍ରତି ଭାରତର ସକାରତ୍ମକ ଆଭିମୁଖ୍ୟ ରହିଛି ଭାରତ ଏବଂ ମଧ୍ୟ ଏସିଆର ଅଧିକାଂଶ ଦେଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିବାରୁ ମିଳିତ ଭାବେ କାମ କରିବାକୁ ଭାରତ ସହମତ ହୋଇଛି | ଏସସିଓ ରାଷ୍ଟ୍ରମାନଙ୍କ ଚଳଚ୍ଚିତ୍ରକୁ ଚଳଚ୍ଚିତ୍ର ଉତ୍ସବ ମାଧ୍ୟମରେ ପ୍ରଦର୍ଶନ କରିବ ଭାରତ ଏବଂ ଭାରତର ଏହି ଆଭିମୁଖ୍ୟକୁ ଉଜବେକିସ୍ତାନ, ତାଜଗିସ୍ତାନ ଏବଂ କିରଗିଜସ୍ତାନ ଉଚ୍ଚ ପ୍ରଶଂସା କରିଛି| ମୋଟ ଉପରେ ଭାରତ ସାଂଘାଇ ସହଯୋଗ ସଂଗଠନର ଦେଶ ମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି |

ଏସସିଓ ସମ୍ମିଳନୀର କେତେକ ନିର୍ଯ୍ୟାସ ମଧ୍ୟରେ ଆଣ୍ଟି ନାର୍କୋଟିକ କୌଶଳ ଗ୍ରହଣ ଏବଂ ଏହାର କାର୍ଯ୍ୟକାରିତା ପାଇଁ ସର୍ବସମ୍ମତିରେ ପ୍ରସ୍ଥାବ ଗ୍ରହଣ କରାଯାଇଛି ଏବଂ ଏହା ବ୍ୟତିତ ସ୍ବାସ୍ଥ୍ୟ ସେବା, ପରିବେଶ ଏବଂ କ୍ରିଡା କ୍ଷେତ୍ରରେ ସହଯୋଗ ଉପରେ ତିନୋଟି ଚିଠା ପ୍ରସ୍ତୁତ କରାଯାଇ ଗୃହିତ ହୋଇଛି |ଏହି ସମ୍ମିଳନୀରେ ମୋଟ 14ଟି ନିଷ୍ପତ୍ତି ସ୍ବାକ୍ଷରିତ ହୋଇଛି |

ସନ୍ତ୍ରାସବାଦର ଭର୍ସନା ଏବଂ ଏହାର ମୁକାବିଲା ଦୃଢ ଭାବରେ କରାଯିବା ନେଇ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଦୃଢ ସହମତି ପ୍ରକାଶ ପାଇଛି | ପରବର୍ତ୍ତି ସମ୍ମିଳନୀ ପାଇଁ ମଧ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ପରବର୍ତ୍ତି ସମ୍ମିଳନୀ ରୁଷରେ ହେବ ଯେଉଁଠି ସମ୍ମିଳନୀ କାଳରେ 90ଟି କାର୍ଯ୍ୟକ୍ରମ ଗ୍ରହଣ କରାଯିବ | ରୁଷ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମସ୍କୋ ସାଇବର ସନ୍ତ୍ରାସବାଦ,ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଇଜେସନ ସମେତ ଦ୍ବିତୀୟ ବିଶ୍ବ ଯୁଦ୍ଧର 75 ବ୍ରଷ ପୂର୍ତ୍ତି ପାଳନ ଉପରେ ଗୁରୁତ୍ବ ଦେବ | ଭାରତ ଏକ ଶାନ୍ତି, ବିକଶିତ ଏବଂ ସନ୍ତ୍ରାସବାଦମୁକ୍ତ ବିଶ୍ବ ପାଇଁ ସଂକଳ୍ପବଦ୍ଧତା ଦୋହରାଇଛି ଯାହାକି ଏସସିଓର ମୂଳ ପିଣ୍ତ |

ଆଲେଖ୍ୟ : ରୂପନାରାୟଣ ଦାସ

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...