Skip to main content

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ

ଭାରତୀୟ ସଂସଦର ବଜେଟ ଅଧିବେଶନ ଚଳିତ ମାସ 17 ତାରିଖରୁ ଆରମ୍ଭ ହେଉଛି | ଗତମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ତ୍ୱରେ NDA ସରକାର ପୁଣିଥରେ କ୍ଷମତା ହାସଲ କରିବା ପରେ ଗଠିତ ସପ୍ତଦଶ ଲୋକସଭାର ଏହା ହେଉଛି ପ୍ରଥମ ଅଧିବେଶନ | ' ସବ କା ସାଥ-ସବ କା ବିକାଶ - ସବ କା ବିଶ୍ୱାସ' ସ୍ଲୋଗାନ ସହ ସାଧାରଣ ନିର୍ବାଚନରେ NDA ବିପୁଳ ବିଜୟ ହାସଲ କରିଥିଲା | ପ୍ରଚଣ୍ଡ ଗ୍ରୀଷ୍ମ ଓ ରୌଦ୍ର ତାପରେ ସମଗ୍ର ଦେଶରେ ନିର୍ବାଚନ ପ୍ରଚାର ସମୟରେ ତାରକା ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ଆହୁରି ଅଧିକ କଲ୍ୟାଣମୂଳକ ଯୋଜନା ଉପଲବ୍ଧ କରାଇବା ନେଇ ପ୍ରତିଶୃତି ଦେଇଛନ୍ତି | 

ନୂତନ ଲୋକ ସଭା (ଜନ ପ୍ରତିନିଧିଙ୍କ ସଭାଗୃହ)ର ବାଚସ୍ପତିଙ୍କ ନିର୍ବାଚନ ଜୁନ 19 ତାରିଖରେ ଅନୁଷ୍ଠିତ ହେବ | ନୂଆ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ, ଅସ୍ଥାୟୀ ବାଚସ୍ପତି ସଭାଗୃହର କାର୍ଯ୍ୟଧାରାକୁ ପରିଚାଳନା କରିବେ | ଲୋକ ସଭାର ନବନିର୍ବାଚିତ ସଦସ୍ୟ ମାନେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବା ପରେ ଜୁନ 20 ତାରିଖରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଭୟ ସଭାଗୃହ - ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେବେ |

2019-20 ବର୍ଷ ପାଇଁ କେନ୍ଦ୍ର ବଜେଟ ଲୋକସଭାରେ ଜୁଲାଇ 5 ତାରିଖରେ ଉପସ୍ଥାପନ କରାଯିବ | ପରେ ସଭାଗୃହରେ ରାଷ୍ଟ୍ରପତିଙ୍କ ମିଳିତ ଅଧିବେଶନର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ | ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଚାଲିବାକୁ ଥିବା ବଜେଟ ଅଧିବେଶନ ଜୁଲାଇ 26 ତାରିଖରେ ଶେଷ ହେବ | ଗରିବ ଲୋକମାନଙ୍କ ମଧ୍ୟର ଆସ୍ଥା ସ୍ଥାପନ, ଶ୍ରୀ ମୋଦିଙ୍କ ବିଜୟର ଏକ ମୂଳ କାରଣ ରହିଛି | ଗରିବ ଲୋକମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଣ ଏବଂ ବିଦ୍ୟୁତ ସଂଯୋଗ ପ୍ରଦାନ, ସ୍ୱାସ୍ଥ୍ୟ ବୀମା, ବ୍ୟାଙ୍କ ଜମା ଖାତା ଖୋଲିବା ଓ କୃଷକ ମାନଙ୍କ ପାଇଁ ଆୟ ସହାୟତା ପ୍ରଭୃତି କଲ୍ୟାଣମୂଳକ ଯୋଜନା ଯୋଗୁଁ ବିଜେପି ନିର୍ବାଚନରେ ବିଜୟ ହାସଲ କରିଛି | ଭାରତୀୟ ଜନତା ପାର୍ଟି ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ନେତା ଓ ଜାତୀୟ ନିରାପତ୍ତା ସକାଶେ ଦୃଢ ନେତୃତ୍ୱ ଭାବେ ଉପସ୍ଥାପନ କରିଥିଲା ଓ ପୁଲୱାମା ଏବଂ ବାଲାକୋଟ ଘଟଣା ପରେ ଏହା ଅଧିକ ଭାବେ ପ୍ରତିଫଳିତ ହୋଇଥିଲା | ପାର୍ଲାମେଣ୍ଟରେ ମହିଳା ସାଂସଦ ମାନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି |

ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ଜାତୀୟ ସ୍ତରରେ ଏକ ସ୍ପଷ୍ଟ ଜନମତ ମିଳିଛି ଏବଂ ମେଣ୍ଟ ପ୍ରତି ସମର୍ଥନ ହ୍ରାସ ପାଇଛି | ମତଦାତା ମାନେ ଏକ ଅସ୍ଥିର ସରକାରରେ ପ୍ରଶାସନ ଏବଂ ଅର୍ଥନୀତିରେ ବିପଦ ରହିଥିବା ସ୍ପଷ୍ଟ ଭାବେ ପରିକଳ୍ପନା କରିଛନ୍ତି ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଏବଂ ଜଣେ ଦକ୍ଷ ନେତା ପ୍ରତି ବିପୁଳ ଜନମତ ଦେଇଛନ୍ତି | ଆଞ୍ଚଳିକ ଦଳ ଗୁଡିକର କେନ୍ଦ୍ର ସ୍ତରରେ ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ, ସମ୍ବନ୍ଧୀୟ ରାଜ୍ୟ ନିର୍ବାଚନ ଗୁଡିକରେ ସେମାନଙ୍କର ପ୍ରାଧାନ୍ୟ ଜାରି ରହିଛି | ସାତଟି ପର୍ଯ୍ୟାୟରେ 542 ଟି ଲୋକ ସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି 303 ଟି ଆସନରେ ବିଜୟୀ ହୋଇଛି | କଂଗ୍ରେସ 52 ଟି ଆସନରେ, ଡିଏମକେ 23 ଟି, ତୃଣମୂଳ କଂଗ୍ରେସ ଏବଂ YSR କଂଗ୍ରେସ 22ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି |

ସପ୍ତଦଶ ଲୋକସଭାରେ 267 ଜଣ ନୂଆ ସଦସ୍ୟ ନିର୍ବାଚିତ ହୋଇଆସିଛନ୍ତି | ନୂତନ ଲୋକସଭାରେ ରେକର୍ଡ ସଂଖ୍ୟକ 78 ଜଣ ମହିଳା ସାଂସଦଙ୍କ ମଧ୍ୟରୁ 46 ଜଣ ମହିଳା ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଯାହାକି ଏକ ରେକର୍ଡ ହୋଇପାରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ତାଙ୍କର ଶ୍ରୀଲଙ୍କା ଗସ୍ତ ସମୟରେ ଏକ ଜନସଭାରେ ଉଦବୋଧନ ଦେଇ କହିଥିଲେ ଯେ ଭାରତରେ 2019 ଲୋକ ସଭା ନିର୍ବାଚନରେ ବହୁ ସଂଖ୍ୟାରେ ମହିଳା ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଯାହାକି ନିମ୍ନ ସଦନର ମୋଟ ଆସନର ଶତକଡା 14.6 ଭାଗ | ଲୋକସଭାରେ ଏ ଥର ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି |

ବିଜୁ ଜନତା ଦଳର 25 ବର୍ଷ ବୟସ୍କା ଚନ୍ଦ୍ରାଣୀ ମୁର୍ମୁ ନୂଆ ଲୋକସଭାର ସର୍ବକନିଷ୍ଠ ସଦସ୍ୟ ହୋଇଛନ୍ତି | ଚନ୍ଦ୍ରାଣୀ ମୁର୍ମୁ କେଉଁଝର (ଅନୁସୂଚିତ ଜନଜାତି) ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି | ତାଙ୍କ ପରେ (ବେଙ୍ଗାଲୁରୁ ଦକ୍ଷିଣ) ରୁ ବିଜେପିର 28 ବର୍ଷ ବୟସ୍କ ତେଜସ୍ୱୀ ସୂର୍ଯ୍ୟ ସପ୍ତଦଶ ଲୋକସଭାର ଦ୍ଵିତୀୟ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି | ଜାନୁଆରୀ 2015 ରୁ ଜାନୁଆରୀ 2018 ପର୍ଯ୍ୟନ୍ତ ବୈଦେଶିକ ଶଚିବ ଥିବା ଏସ. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରାଇ ପ୍ରଧାନମନ୍ତ୍ରୀ ସମଗ୍ର ରାଜନୈତିକ ଜଗତକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି | ଟିମ ମୋଦି, ପ୍ରଶାସନକୁ ନୂତନ ରୂପ ଦେବାର ସଂକେତ ମଧ୍ୟ ଦେଇଛନ୍ତି |
ରାଜ୍ୟ ସଭା ପାଇଁ ସମ୍ପ୍ରତି ଅନୁଷ୍ଠିତ ଦ୍ୱିବାର୍ଷିକ ନିର୍ବାଚନରେ ନିର୍ବାଚିତ ଦୁଇ ଜଣ ସଦସ୍ୟ, ପାର୍ଲାମେଣ୍ଟର ମିଳିତ ଅଧିବେଶନ ପରେ ଜୁନ 20 ତାରିଖରେ ଶପଥ ଗ୍ରହଣ କରିବାର ଆଶା କରାଯାଉଛି |

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...