Skip to main content

ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କିରଗିଜସ୍ଥାନ ଗସ୍ତ

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ନିର୍ବାଚିତ ହେବା ପରେ ଚଳିତ ମାସ 13 ଓ 14 ତାରିଖରେ କିରଗିଜସ୍ଥାନର ବିଶକେକ ଗସ୍ତ କରିଥିଲେ | ଏହି ଗସ୍ତ ସମୟରେ ସେ ଏକ ଦ୍ଵିପକ୍ଷୀୟ ବୈଠକରେ କିରଗିଜସ୍ଥାନ ରାଷ୍ଟ୍ରପତି ସୋରୋନବେ ଜିନବେକୋଭଙ୍କ ସହ ସାକ୍ଷାତ ଆଲୋଚନା  କରିଥିଲେ |
ରାଷ୍ଟ୍ରପତି ଜିନବେକୋଭଙ୍କ ସହ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ   ବୈଠକକୁ ସ୍ଵତନ୍ତ୍ର ଓ ଏକ କୂଟନୈତିକ ବୈଠକ ଭାବେ ବିଚେଚନା କରାଯାଉଛି |ଗତ ମାସ 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ  ବହୁ ପ୍ରତିଷ୍ଠିତ ଅତିଥି ମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଜିନବେକୋଭ ମଧ୍ୟ ଉପସ୍ଥିତ ଥିଲେ |
ବିଶକେକରେ ଅନୁଷ୍ଠିତ ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଜିନବେକୋଭଙ୍କ ସହ ମିଳିତ ଭାବେ ପ୍ରଥମ ଭାରତ-କିରଗିଜସ୍ଥାନ ବ୍ୟବସାୟ ଫୋରମ ବୈଠକରେ ଉଦବୋଧନ ଦେଇଥିଲେ |ଏହି ବୈଠକ ଅତ୍ୟନ୍ତ ସଫଳ ଓ ଉଲ୍ଲେଖନୀୟ ହୋଇଥିବା ଦର୍ଶାଯାଇଛି |
ଭାରତ ଓ କିରଗିଜସ୍ଥାନ ଦ୍ଵେତ ଟିକସ ଫାଙ୍କି ରାଜିନାମା (ଡ଼ିଟିଏଏ) ଓ ଦ୍ଵିପକ୍ଷୀୟ ପୁଞ୍ଜିବିନିଯୋଗ ଚୁକ୍ତିର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରୁଛନ୍ତି |ଏହା ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ |ଏହି ଦ୍ଵିପକ୍ଷୀୟ ପୂଞ୍ଜିନିବେଶ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଲାଗି ଏକ ପଞ୍ଚ ବାର୍ଷିକୀ ରୂପରେଖ ପ୍ରସ୍ତୁତ ଲାଗି ସହାୟକ ହେବ |2016-17 ରେ ଭାରତ ଓ କିରଗିଜସ୍ଥାନ ମଧ୍ୟରେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର 24.98 ନିୟୁତ ଆମେରିକୀୟ ଡଲାର ରହିଥିଲା | କିରଗିଜସ୍ଥାନକୁ ଭାରତର ରପ୍ତାନୀ 22.66 ନିୟୁତ ଆମେରିକୀୟ ଡଲାର ତୁଳନାରେ କିରଗିଜସ୍ଥାନ ଭାରତକୁ ରପ୍ତାନୀ ପାଖାପାଖି 2.32 ନିୟୁତ ଆମେରିକୀୟ ଡଲାର କରୁଛି |ତେବେ ଉଭୟ ଦେଶ ଏହି ରପ୍ତାନୀ ପରିମାଣ ବୃଦ୍ଧି କରିବାଲାଗି ମନସ୍ଥ କରିଛନ୍ତି |
ଦୁଇ ନେତା ଆଶା ବ୍ୟକ୍ତ କରିଛନ୍ତି ଯେ ଇରାନରେ ଚାବାହାର ବନ୍ଦର ନୂଆଦିଲ୍ଲୀ ଓ ବିଶକେକ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବାରେ ବହୁ  ସୁବିଧା ପ୍ରଦାନ କରିବ | ଉଭୟ ଦେଶ ମଧ୍ୟ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ କୋରିଡର (ଆଇଏନଏସଟିସି) ଉପରେ କାର୍ଯ୍ୟ କରୁଛନ୍ତି ଯାହାକି ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏକ ଗେମ ଚେଞ୍ଜର ଭାବେ ଭୂମିକା ନିଭାଇ ପାରିବ |
ଭାରତ-କିରଗିଜସ୍ଥାନ ମିଳିତ ଫୋରମ ବୈଠକରେ ଶ୍ରୀ ମୋଦୀ ଭାରତରେ କାରବାର ଲାଗି କିରଗିଜସ୍ଥାନର ଉଦ୍ଯୋଗୀ ମାନଙ୍କୁ ଆହ୍ଵାନ ଜଣାଇଥିଲେ| ଭାରତରେ ଅନୁକୂଳ ପରିବେଶ, ଯୋଗାଯୋଗ ଓ ବାଣିଜ୍ୟ କ୍ଷେତ୍ରରେ ଆଦାନ ପ୍ରଦାନ ଆଦି ତିନୋଟି ଊତପ୍ରେରକ ରହିଛି ଯାହାକି ଦ୍ଵିପକ୍ଷୀୟ ବାଣିଜ୍ୟ ବୃଦ୍ଧି କ୍ଷେତ୍ରରେ ମୁଖ୍ୟ ପରିଚାୟକ ବୋଲି ଶ୍ରୀ ମୋଦୀ ବ୍ୟାଖ୍ୟା କରିଛନ୍ତି|                   
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଜୈବିକ ଉତ୍ପାଦ କ୍ଷେତ୍ର, ପାର୍ବତୀୟ ମହୁ,ଅଖରୋଡ, ଦୁଗ୍ଧଜାତ ସାମଗ୍ରୀ,ବସ୍ତ୍ର,ରେଳବାଇ,ଜଳ ବିଦ୍ୟୁତ,ଖଣି ଓ ଖଣିଜ ଅନୁସନ୍ଧାନରେ କିରଗିଜସ୍ଥାନରେ ନିବେଶ କରିପାରେ |ଭାରତୀୟ ପ୍ରଧାନମନ୍ତ୍ରୀ ଭାରତରେ ନିବେଶ କରିବା ଲାଗି କିରଗିଜସ୍ଥାନ ବ୍ୟବସାୟୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ଯାହାକି ମଧ୍ୟ ଏସିୟ ଦେଶ ପାଇଁ ଏକ ପ୍ରଗତିଶୀଳ ବଜାର ଭାବେ ଉଭା ହୋଇଛି | ଭାରତ ଏକ କୁଶଳ କାର୍ଯ୍ୟ ବଳ,ବ୍ୟବସାୟ ସୁଗମତା ଓ ଦ୍ଵେତ ଟିକସ ଫାଙ୍କି ବ୍ଯତୀତ ବାଣିଜ୍ୟ ଓ ନିବେଶକୁ ସମୃଦ୍ଧ କରିବା ପାଇଁ ଉପଯୁକ୍ତ ଯୋଗାଯୋଗ ପ୍ରଦାନ କରିଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି  |ଶ୍ରୀ ମୋଦୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ନେଇ ବିଶ୍ଵାସ ବ୍ୟକ୍ତ କରିଛନ୍ତି |ଯୁବ ପିଢୀ ଓ ନିବେଶକ ମାନଙ୍କ ଉପରେ ଦିଆଯାଉଥିବା ପ୍ରାଥମିକତା ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ ହାସଲ କରିବାରେ ସହାୟତା କରିବ ବୋଲି ମଧ୍ୟ ସେ ଜଣାଇଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବାନୁଯାୟୀ ଭାରତରେ ଅର୍ଥନୈତିକ ସ୍ଥିତିରେ ବୃଦ୍ଧି ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ପ୍ରଗତି ହେଲେ କିରଗିଜସ୍ଥାନର ବିକାଶରେ ମଧ୍ୟ ଏହା ସହାୟତା କରିବ | ତେଣୁ କିରଗିଜସ୍ଥାନ ସହ ଭାରତର ପାଞ୍ଚ ବାର୍ଷିକୀ ଯୋଜନା ମଧ୍ୟ ଭାରତ ର ପାଞ୍ଚ ଟ୍ରିଲିୟନ ଡଲାର  ଅର୍ଥନୀତିର ଏକ ଅଂଶ ବିଶେଷ ହେବ ଓ ଉଭୟ ଦେଶ ପାଇଁ ଆପୋଷ ବୃଦ୍ଧି ଓ ହିତକାରୀ ହେବାରେ ସହାୟକ ହେବ |
ଭାରତ ସମସ୍ତ ପାଞ୍ଚଟି ଯାକ ମଧ୍ୟ ଏସିୟ  ଦେଶ ଗୁଡିକ ସହ ଉତ୍ତମ ସମ୍ପର୍କ ଆଦାନ ପ୍ରଦାନ  କରେ ଓ ଦ୍ଵିପକ୍ଷୀୟ ବାଣିଜ୍ୟ ଓ ନିବେଶ ଜରିଆରେ ଏହାର ଅଭିବୃଦ୍ଧିରେ ଏହି ଦେଶ ଗୁଡିକୁ ସାମିଲ କରିବାକୁ ଚାହେଁ | ଭାରତ ପାଇଁ ମଧ୍ୟ ଏସିଆର ମହତ୍ଵ ସେତେବେଳେ ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ‘ନମସ୍କାର ୟୂରାସିଆ’ ବାଣିଜ୍ୟ ମେଳା ବିଷୟ ଉଲ୍ଲେଖ କରିଥିଲେ | ଚଳିତ ବର୍ଷ ବିଶକେକ ରେ ଏହି ମେଳାର ଆୟୋଜନ କରାଯିବ | ଏହି ମେଳା ଭାରତ ଓ ମଧ୍ୟ ଏସିଆ ଦେଶ ଗୁଡିକ  ମଧ୍ୟରେ ବ୍ୟବସାୟ କ୍ଷେତ୍ରରେ ରୀତିମତ ବୈଠକ କରିବାରେ ସହାୟକ ହେବ |ୟୂରାସୀୟ ଅର୍ଥନୈତିକ ସଂଘ ରେ କିରଗିଜସ୍ଥାନ ସମେତ ଏହି ପାଞ୍ଚୋଟି ଦେଶର ସଦସ୍ଯତା ଭାରତ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ |
ଭାରତ ଓ କିରଗିଜସ୍ଥାନ ମଧ୍ୟରେ ପ୍ରତିରକ୍ଷା,ବାଣିଜ୍ୟ ଓ ପୁଞ୍ଜି ନିବେଶ ତଥା  ସ୍ୱାସ୍ଥ୍ୟ କ୍ଷେତ୍ରରେ 15ଟି ରାଜିନାମା ସ୍ଵାକ୍ଷରିତ ହୋଇଛି | ଏଥି ସହିତ ସାମରିକ ଭାଗିଦାରୀତା ଉପରେ ଦୁଈ ଦେଶ ମଧ୍ୟରେ ଏକ ମିଳିତ ଘୋଷଣାନାମାରେ  ମଧ୍ୟ ସ୍ବାକ୍ଷରିତ ହୋଇଛି | ଭାରତ କିରଗିଜସ୍ଥାନର ଉନ୍ନୟନ ପ୍ରକଳ୍ପ ଗୁଡିକ ପାଇଁ 200 ନିୟୁତ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ ଲାଗି ମଧ୍ୟ ଘୋଷଣା କରିଛି | ଉଭୟ ଦେଶ 2021 ବର୍ଷକୁ ସାଂସ୍କୃତିକ ଓ ବନ୍ଧୁତ୍ଵ ର ବର୍ଷ ଭାବେ ପାଳନ କରିବାକୁ ସହମତି ପ୍ରକାଶ କରିଛନ୍ତି|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିରଗିଜସ୍ଥାନ ଗସ୍ତ ଅତ୍ୟନ୍ତ ସଫଳ ଓ ଫଳପ୍ରଦ ରହିଛି |ତାଙ୍କର ଏହି ଗସ୍ତ କାଳରେ ସ୍ବାକ୍ଷରିତ ସବୁ ରାଜିନାମା ଗୁଡିକୁ କାର୍ଯ୍ୟକାରୀ କରିବା ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
ମୂଳ ଲେଖା : ଡଃ ଇନ୍ଦ୍ରାଣୀ ତାଲୁକଦାର, ରୁଷ ଓ ସିଆଇଏସ ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...