Skip to main content

ଭାରତ କିରଗିଜସ୍ଥାନ ସଂପର୍କରେ ଅଗ୍ରଗତି

କିରଗିଜସ୍ଥାନ ରାଷ୍ଟ୍ରପତି ସୁରୋନବେ ଶାରିପୋବିଚ ଜିନବେକୋଭ ମେ 30 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ | ଏହି ସମାରୋହରେ ବିମଷ୍ଟେକ ଦେଶର ମୁଖ୍ୟ ଏବଂ ମରିସସର ପ୍ରଧାନମନ୍ତ୍ରୀଙ୍କ ସହିତ ଶ୍ରୀ ଜିନବେକୋଭ ବିଶ୍ବ ନେତା ଭାବେ ଯୋଗ ଦେଇଥିଲେ |

କିରଗିଜସ୍ଥାନ ହେଉଛି ସାଂଘାଇ ସହଯୋଗ ସଂଗଠନର ବର୍ତ୍ତମାନର ଅଧ୍ୟକ୍ଷ ରାଷ୍ଟ୍ର ଏବଂ ମଧ୍ୟ ଏସିଆରେ ଏହା ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଶ | ଶ୍ରୀ ଜିନବେକୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାର୍ଦ୍ଦିଖ ଶୁଭେଚ୍ଛା ଜଣାଇବା ସହିତ 2019 ଜୁନ 13-15ରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କିରଗିଜସ୍ଥାନକୁ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି|

ଭାରତ ଏବଂ କିରଗିଜସ୍ଥାନ ମଧ୍ୟରେ ସୌହାର୍ଦ୍ଧ୍ୟମୂଳକ ସଂପର୍କର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦି ବିଗତ ବର୍ଷ ମାନଙ୍କରେ ଦୁଇ ଦେଶ ମଧ୍ୟରେ ଯେପରି ଦ୍ବିପକ୍ଷୀୟ ସଂପର୍କ ବୃଦ୍ଧି ପାଇଛି ସେନେଇ ସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି | ଶ୍ରୀ ମୋଦି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଶ୍ରୀ ଜିନବେକୋଭଙ୍କୁ ଧନ୍ୟବାଦ ଜଣାଇବା ସହିତ କିରଗିଜସ୍ଥାନକୁ ଆମନ୍ତ୍ରଣ ପାଇଁ ଆଭାର ବ୍ୟକ୍ତ କରିଛନ୍ତି |

ଐତିହାସିକତା ଦୃଷ୍ଟିରୁ ଭାରତର ଦୃଢ ସଂପର୍କ ମଧ୍ୟ ଏସିଆ ବିଶେଷକରି କିରଗିଜସ୍ଥାନ ସମେତ ପ୍ରାଚିନ ସିଲ୍କ ପଥ ଦେଇ ଯାଇଥିବା ଦେଶମାନଙ୍କ ସହିତ ରହିଆସିଛି | ସୋଭିଏତ ସମୟରେ କିରଗିଜସ୍ଥାନ ସହିତ ଭାରତର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସଂପର୍କ ସିମୀତ ଥିଲା | ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି 1985ରେ ବିଶକେକ ଏବଂ ଇସ୍କ-କୁଲ ଲେକ ଗସ୍ତରେ ଯାଇଥିଲେ | 1991 ଅଗଷ୍ଟ 31 ତାରିଖରେ କିରଗିଜସ୍ଥାନ ସ୍ବାଧୀନ ହେବା ପରେ ଭାରତ ପ୍ରଥମେ 1992 ମାର୍ଚ୍ଚ 18 ତାରିଖରେ ସେ ଦେଶ ସହିତ କୂଟନୈତିକ ସଂପର୍କ ସ୍ଥାପନ କରିଥିଲା ଏବଂ 1994 ମେ 23 ତାରିଖରେ ଭାରତ ସେଠାରେ ଦୂତାବାସ ଖୋଲିଥିଲା |

କିରଗିଜସ୍ଥାନ ସହିତ ଭାରତର ରାଜନୈତିକ ସଂପର୍କ ପାରମ୍ପରିକ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଛି | କିରଗିଜସ୍ଥାନ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବା ସହିତ ସାଂଘାଇ ସହଯୋଗ ସଂଗଠନରେ ଭାରତର ପୂର୍ଣ୍ଣ ସଦସ୍ୟତାକୁ ମଧ୍ୟ ସମର୍ଥନ କରୁଛି | ଉଭୟ ଦେଶ ସନ୍ତ୍ରାସବାଦ, ମୌଳବାଦ ଏବଂ ନିଷା ଦ୍ରବ୍ୟ ଚୋରାକାରବାର ଉପରେ ସମାନ ଆଭିମୁଖ୍ୟ ପୋଷଣ କରନ୍ତି | 1992ରେ କୂଟନୈତିକ ସଂପର୍କ ସ୍ଥାପନ ପରେ ଦୁଇ ଦେଶ ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଏବଂ ଅର୍ଥନୀତି ସହଯୋଗ, ବେସାମରିକ ବିମାନ ଚଳାଚଳ, ପୁଞ୍ଜି ନିବେଶ,ଦୋହରା ଟିକସର ଉଚ୍ଛେଦ ଆଦି ସମେତ ଅନେକ ବୁଝାମଣାରେ ସ୍ବାକ୍ଷର କରିଛନ୍ତି |

2012 ଜୁୁନ 10-13ରେ ପ୍ରଥମ ଭାରତ ମଧ୍ୟ ଏସିଆ ଟ୍ରାକ-2 ଆଲୋଚନା କାଳରେ ଭାରତର ତତ୍କାଳିନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀଙ୍କ କିରଗିଜସ୍ଥାନ ଗସ୍ତ କାଳରେ ଭାରତ ମଧ୍ୟ ଏସିଆ ସଂଯୋଗ ନୀତିର ଘୋଷଣା କରିଥିଲା | ଭାରତ ଟେଲି ମେଡିସିନ ଏବଂ ଟେଲି ଶିକ୍ଷାର ପ୍ରସାର ପାଇଁ ମଧ୍ୟ ଏସିଆରେ ଇ-ନେଟଵର୍କ ସ୍ଥାପନ କରିଛି |

2013 ସେପ୍ଟେମ୍ବରରେ ଭାରତର ତତ୍କାଳିନ ବୈଦେଶିକ ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବା ପାଇଁ କିରଗିଜସ୍ଥାନ ଯାଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଜୁଲାଇରେ କିରଗିଜସ୍ଥାନ ଗସ୍ତ କରିଥିଲେ | 20 ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସେ ଦେଶକୁ ହୋଇଥିଲା | ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ କାଳରେ କିରଗିଜସ୍ଥାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ସେଠାରେ କେତେକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ଫିଲ୍ଡ ହସପିଟାଲକୁ ମେଡିକାଲ ଯନ୍ତ୍ରପାତି ଉପହାର ଦେଇଥିଲେ ଏବଂ ଟେଲି ମେଡିସିନ ସଂଯୋଗର ଉଦଘାଟନ କରିଥିଲେ ତଥା କିରଗିଜସ୍ଥାନରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଚାରୋଟି ବୁଢାମଣା ସ୍ମାରକୀ ପତ୍ର ସ୍ବାକ୍ଷରିତ ହୋଇଥିଲା | ଏହା ପରେ 2016 ଡିସେମ୍ବରରେ କିରଗିଜସ୍ଥାନର ତତ୍କାଳିନ ରାଷ୍ଟ୍ରପତି ଅଲମାଜବେକ ଅତମବେ ଭାରତ ଗସ୍ତରେ ଆସିଥିଲେ |

2016-17ରେ ଭାରତ ଏବଂ କିରଗିଜସ୍ଥାନ ମଧ୍ୟରେ ବାଣିଜ୍ୟ କାରବାର 24.98 ମିଲିୟନ ଡଲାର ଥିଲା | କିରଗିଜସ୍ଥାନକୁ ଭାରତର ରପ୍ତାନି 22.66 ମିଲିୟନ ଡଲାର ଥିଲା ଏବଂ ଆମଦାନୀ 2.32 ମିଲିୟନ ଡଲାର ଥିଲା | ଭାରତ କିରଗିଜସ୍ଥାନକୁ କପଡା, ଚମଡା ସାମଗ୍ରୀ, ଔଷଧ, ରସାୟନ, ଚା ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି କରିଥାଏ | ଏହା ବ୍ୟତିତ ଭାରତ କିରଗିଜସ୍ଥାନକୁ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗ କରିଥାଏ |

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ କିରଗିଜସ୍ଥାନ ରାଷ୍ଟ୍ରପତିଙ୍କ ଗସ୍ତ ଦୁଇ ଦେଶର ସଂପର୍କକୁ ଆହୁରି ସୁଦୃଢ କରରିବ ଏଥିରେ ଦ୍ବିମତ ନାହିଁ |


ମୂଳ ଲେଖା: ପଦମ ସିଂହ

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...