Skip to main content

ପାକିସ୍ତାନରେ ବିରୋଧୀ ପକ୍ଷର କଣ୍ଠରୋଧ

ପାକିସ୍ତାନ ଏକ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି କାରଣ ପାକିସ୍ତାନର ତେହେରିକ-ଇ-ଇନସାଫ (ପିଟିଆଇ) ସରକାର, ସରକାର ବିରୋଧୀ ସ୍ଵର ଉପରେ ଲଗାମ ଲଗାଇବା ଆରମ୍ଭ କରିଦେଇଛନ୍ତି | ପାକିସ୍ତାନ ପିପୁଲ୍ସ ପାର୍ଟିର ଆସିଫ ଅଲି ଜର୍ଦାରୀ ଓ ପାକିସ୍ତାନ ମୁସଲିମ ଲିଗ-ନୱାଜ ର ହମଜା ଶାହାବାଜଙ୍କୁ ଗିରଫ କରିବା ସହ ପଶତୁନ ତାହାଫୁଜ ମୁଭମେଣ୍ଟ (ପିଟିଏମ) ଭଳି ଗୋଷ୍ଠୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇମ୍ରାନ ଖାଁ ସରକାର ରଣନୀତିକ ଭାବେ ବିରୋଧାଭାସ ଗୁଡିକୁ କାବୁ କରିବା ପାଇଁ ପ୍ରୟାସ ଚଳେଇଛନ୍ତି| ବ୍ରିଟିଶ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଵନିର୍ବାସିତ ପାକିସ୍ତାନୀ ରାଜନେତା ତଥା ମୁତ୍ତାହିଦା କାଉମୀ ମୁଭମେଣ୍ଟ (ଏମକିଉଏମ)ନେତା ଅଲତାଫ ହୁସେନଙ୍କୁ ଗିରଫ କରିବା ବିଷୟରୁ ଏହା ପ୍ରତୀତ ହେଉଛି ଯେ ଏହା ପଛରେ ମଧ୍ୟ ପାକିସ୍ତାନ ସରକାରଙ୍କ ହିଁ ହାତ ରହିଛି |ବିଭିନ୍ନ ପକ୍ଷର ସମାଲୋଚନାକୁ ରୋକିବା ନିମନ୍ତେ ଇସଲାମାବାଦ,ପାକିସ୍ତାନ ସେନା ଅନୁସାରେ କାର୍ଯ୍ୟ କରୁଛି |ତେବେ ବିରୋଧୀ ପକ୍ଷର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା କଡା ନୀତି ସରକାରଙ୍କୁ ଭାରି ପଡିପାରେ |

ଜାତୀୟ ଉତ୍ତରଦାୟୀ ବ୍ୟୁରୋ (ଏନଏବି)ର ଆଳରେ ଦୁର୍ନୀତି ମାମଲାରେ ବିରୋଧୀ ନେତା ମାନଙ୍କୁ ଅତ୍ୟନ୍ତ ଚତୁରତାର ସହ ପାକିସ୍ତାନୀ ସଂସଦର ବଜେଟ ଅଧିବେଶନ ସମୟରେ ଗିରଫ କରାଯାଇଥିଲା ଯଦ୍ୱାରା ଅଧିବେଶନ ସମୟରେ ବିରୋଧୀ ପକ୍ଷର ଧ୍ୟାନ ହଟିଯିବ ଓ ବଜେଟକୁ ସୁରୁଖୁରୁରେ ପାସ କରାଯାଇପାରିବ |ବିଶ୍ଳେଷକ ମାନଙ୍କ କହିବାନୁଯାୟୀ ଏନଏବି, ପିଏମଏଲ-ଏନ ର ଦୁଇଜଣ ପ୍ରଭାବଶାଳୀ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖାକାନ ଅବ୍ବାସି ଓ ପୂର୍ବତନ ଜଳ ଓ ବିଦ୍ୟୁତ ମନ୍ତ୍ରୀ କ୍ଷ୍ୱାଜା ମହମ୍ମଦ ଆସିଫଙ୍କ ଉପରେ କଡା ନଜର ରଖିଛନ୍ତି |ଏହା ଉଲ୍ଲେଖ କରାଯାଇପାରେ ଯେ ପିପିପି ନେତା ବିଲାୱାଲ ଭୁଟ୍ଟୋ ଜର୍ଦାରୀ ଓ ପିଏମଏଲ-ଏନ ର ମାରିୟମ ନୱାଜ ସରିଫ ସ୍ଥିତିର ତର୍ଜମା କରିବା ପାଇଁ ଦୁଇ ଥର ବୈଠକ କରିଥିଲେ ଓ ମିଳିତ ଭାବେ ସମସ୍ଵରରେ ବଜେଟକୁ ଜନବିରୋଧୀ ଓ ଆଇଏମଏଫ ନିର୍ଦ୍ଦେଶିତ ଏକ ଆର୍ଥିକ ଦସ୍ତବେଜ ବୋଲି ବର୍ଣ୍ଣନା କରିଥିଲେ |

ଏହି ବୈଠକ ଏପରି ସମୟରେ ହୋଇଥିଲା ଯେତେବେଳେ ଏନଏବି ଏହି ଦୁଇ ଦଳର ପ୍ରମୁଖ ନେତାଙ୍କ ବିରୁଦ୍ଧରେ ତଦନ୍ତ କରୁଛି ଓ ପିପିପି ର ସହ ଅଧ୍ୟକ୍ଷ ଆସିଫ ଅଲି ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫରିୟାଲ ତାଲପୁର ତଥା ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପିଏମଏଲ-ଏନର ହମଜା ଶାହାବାଜ ଙ୍କୁ ଗିରଫ କରାଯାଇଛି | ପିଟିଆଇ ଏହାକୁ ଏକ ସୁବିଧାବାଦୀ ବୈଠକ ବୋଲି କହି ଖାରିଜ କରିଦେଇଛି | କିନ୍ତୁ ଯଦି ଏହି ଦୁଇ ପକ୍ଷ ବିରୋଧୀ ଦଳ ଗୁଡିକୁ ଏକଜୁଟ କରି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଦେବେ ତେବେ ଖାଁ ସରକାରଙ୍କୁ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ପଡିପାରେ | ବିରୋଧୀ ପାର୍ଟି ଗୁଡିକ କହିଛନ୍ତି ଯେ ରାଜନୈତିକ ପ୍ରୋରଚିତରେ ନେତା ମାନଙ୍କୁ ଗିରଫ କରାଯାଇଛି ଓ ଇମ୍ରାନ ଖାଁ, ଦୁର୍ନୀତି ପ୍ରସଙ୍ଗକୁ ବିରୋଧୀ ମାନଙ୍କ ବିରୁଦ୍ଧରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଏବଂ ଏଥିସହିତ ପିଟିଏମ ଭଳି ଗୋଷ୍ଠୀକୁ ଶତ୍ରୁ ର ଏଜେଣ୍ଟ ବୋଲି ଆକ୍ଷେପ କରି ମୋହସିନ ଦାୱାର ଓ ଅଲି ୱାଜିର ଭଳି ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବା ନେତା ମାନଙ୍କୁ ଗିରଫ କରୁଛନ୍ତି |

ଉତ୍ତର ୱାଜିରୀସ୍ତାନରେ ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ପିଟିଏମ ର ଦୁଇଜଣ ନେତାଙ୍କୁ ଗିରଫ କରିବା ଓ ସେନା ଦ୍ଵାରା ପିଟିଏମ କର୍ମୀ ମାନଙ୍କୁ ହତ୍ୟା କରିବା ପରେ ଏହି ଅଞ୍ଚଳ ପାକିସ୍ତାନ ସେନା ଅଧିକୃତ ରହିଛି | ସାମାଜିକ ଗଣମାଧ୍ୟମ ଜରିଆରେ ପିଟିଏମ ନେତା ମଞ୍ଜୁର ପାସଥେନ କହିଛନ୍ତି ଯେ “ସ୍ଥାନୀୟ ଲୋକମାନଙ୍କ ପ୍ରତି ଯୁଦ୍ଧ ବନ୍ଦୀ ଭଳି ଦୁର୍ବ୍ୟବହାର କରାଯାଉଛି ଓ କେବଳ ବନ୍ଧୁକ ଧରି ଲୋକମାନେ ସହରରେ ବିଚରଣ କରୁଛନ୍ତି” | କର୍ମୀ ମାନେ ଏକଥା ମଧ୍ୟ କହିଛନ୍ତି ଯେ ସେନା ଦ୍ଵାରା ହିଂସାତ୍ମକ ଘଟଣାରେ ପ୍ରାଣ ହରେଇଥିବା ପ୍ରଦର୍ଶନକାରୀ ମାନଙ୍କୁ ସହାନୁଭୂତିକ କ୍ଷତିପୂରଣ ମଧ୍ୟ ଦିଆଯାଇ ନାହିଁ ଓ ପୀଡିତ ପରିବାର ଗୁଡିକୁ କୁହାଯାଇଛି ଯେ ଏହି ଅନୁକମ୍ପାମୁଳକ ରାଶି ସେତେବେଳେ ଯାଇଁ ପ୍ରଦାନ କରାଯିବ ଯେତେବେଳେ ସେମାନେ ପାକିସ୍ତାନ ସେନାକୁ ଦୋଷ ମୁକ୍ତ କରି ହତ୍ୟା ଘଟଣା ପାଇଁ ପିଟିଏମ ର ଗିରଫ ସଦସ୍ୟ ମାନଙ୍କୁ ଦାୟୀ କରିବେ |

ସମ୍ପ୍ରତ୍ତି ପିଟିଏମ ର ଜଣେ ମହିଳା ନେତା ଗୁଲାଲାଇ ଇସମାଇଲ ଙ୍କୁ ରାଷ୍ଟ୍ର ବିରୋଧୀ ଭାଷଣ ଦେଇଥିବା ଯୋଗୁଁ ପେଶାୱାରରୁ ଗିରଫ କରାଯାଇଥିଲା | ଗୁଲାଲାଇଙ୍କ ବିରୁଦ୍ଧରେ ଆତଙ୍କବାଦ ଅଧିନିୟମ ଅନ୍ତର୍ଗତ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି |ଏହା ପୂର୍ବରୁ ମଧ୍ୟ ମିଥ୍ୟା ଅଭିଯୋଗରେ ଗୁଲାଲାଇ ଇସମାଇଲଙ୍କ ନାମ କଳାତାଳିକା ଭୁକ୍ତ କରାଯାଇଥିଲା |ଏହା ପାକିସ୍ତାନୀ ରାଷ୍ଟ୍ର ଦ୍ଵାରା ପଶତୁନ ନରସଂହାରକୁ ଘଣ୍ଟ ଘୋଡାଇବା ଲାଗି ମାନବାଧିକାରର ଲଙ୍ଘନ ଓ ଦେଶରେ ନାଗରିକ ଅଧିକାର ଆନ୍ଦୋଳନର ହନନ ଅଟେ |

ଏନଏବି, ଖାକାନ ଅବ୍ବାସିଙ୍କ ବିରୁଦ୍ଧରେ ଏହାର ତଦନ୍ତ ତ୍ୱରାନ୍ୱିତ କରିଛି ଓ ଏହା ପ୍ରମାଣ କରିବାକୁ ଚାହୁଁଛି ଯେ ପିଟିଏମ ର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ନେତା ମାନଙ୍କୁ ସରକାରୀ ବିରୋଧୀ କାର୍ଯ୍ୟକଳାପ ଲାଗି ବାହ୍ୟ ସଂସ୍ଥା ଗୁଡିକ ପାଣ୍ଠି ପ୍ରଦାନ କରୁଛନ୍ତି | ଏହାକୁ ଦୃଷ୍ଟିରେ ରଖି ପିଟିଆଇ ପଶତୁନ ନେତା ମାନଙ୍କର ସଦସ୍ଯତା ଖାରିଜ କରିବା ଲାଗି ଉଦ୍ୟମ ଚଳେଇଛି |ଏହି ପରିପ୍ରେକ୍ଷୀରେ ବିରୋଧୀ ନେତା ମରିୟମ ନୱାଜ ସରିଫ ଓ ବିଲାୱାଲ ଭୁଟ୍ଟୋ-ଜର୍ଦାରୀ ଏକାଠି ହେବା ତଥା ‘ଚାର୍ଟର ଅଫ ଡେମୋକ୍ରାସି’ ବା ‘ଗଣତନ୍ତ୍ର ର ସନନ୍ଦ’ ବୋଲି କୁହାଯାଉଥିବା ଦସ୍ତାବେଜରେ ସ୍ବାକ୍ଷରିତ କରିବା ଦୀର୍ଘକାଳୀନ ପାକିସ୍ତାନୀ ରାଜନୀତିର ସନ୍ଦର୍ଭରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ , ବିଶେଷକରି ଏଭଳି ସ୍ଥିତିରେ ଯେତେବେଳେ ବିରୋଧୀ ଦଳ ଗୁଡିକ ଇମ୍ରାନ ଖାଁ ସରକାରଙ୍କ ନୀତି ଗୁଡିକ ବିରୁଦ୍ଧରେ ସ୍ବରଉତ୍ତୋଳନ ର ଗତି ବଢେଇବାକୁ ପ୍ରୟାସ କରୁଛନ୍ତି |


ମୂଳ ଲେଖା : ଡଃ ଜାଇନାବ ଅଖତର, ପାକିସ୍ତାନ ଉପରେ ବିଶ୍ଳେଷକ 
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...