ଟ୍ରମ୍ଫ ପ୍ରଶାସନ ଦ୍ଵାରା ଭାରତକୁ ଜେନେରାଲାଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସ (ଜିଏସପି) ବା ଅଗ୍ରାଧିକାର ବ୍ୟବସ୍ଥା ଅଧୀନରେ ଦିଆଯାଉଥିବା ମାନ୍ୟତାକୁ ପ୍ରତ୍ୟାହାର କରିନେବା ଓ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ଆମେରିକାରୁ ଆମଦାନୀ କରାଯାଉଥିବା 28ଟି ଉତ୍ପାଦ ଉପରେ ଟିକସ ବୃଦ୍ଧି କରିବା ନିଷ୍ପତି ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି | ତେବେ “ରଣନୀତିକ ସହଭାଗିତା” ନେଇ ଦୁଇ ପକ୍ଷର ସମାନ ଆଭିମୁଖ୍ୟ ରହିଛି | ଜାପାନ ର ଓସାକାରେ ଜି20 ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ ଆର ପୋମ୍ପିଓ ଆସନ୍ତା 25 ରୁ 27 ଜୁନ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ |
ଭାରତରେ ସାଧାରଣ ନିର୍ବାଚନ ହେବା ପରେ ଆମେରିକା ସହ ଏହା ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ ହେବ | ତାଙ୍କ ଗସ୍ତ କାଳରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ମଧ୍ୟ ଆଳାପ ଆଲୋଚନା କରିବେ | ଶ୍ରୀ ପୋମ୍ପିଓ ଙ୍କ ଗସ୍ତ ଭାରତ-ଆମେରିକା ମଧ୍ୟରେ ସାମରିକ ଭାଗିଦାରୀତା ସମ୍ପର୍କକୁ ଆହୁରି ଦୃଢୀଭୂତ କରିବା ତଥା ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ସମେତ ଆପୋଷ ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଉଚ୍ଚ-ସ୍ତରୀୟ କଥାବାର୍ତ୍ତା ଜାରି ରଖିବା ଲାଗି ଉପାୟ ବାହାର କରିବା ସକାଶେ ଏକ ମହତ୍ବପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ |
ଆମେରିକା ବୈଦେଶିକ ମନ୍ତ୍ରୀ ଭାରତର ନବ ନିଯୁକ୍ତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଥିବା ବିଷୟ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି | ଏଥିରେ କୁହାଯାଇଛି ଯେ ଶ୍ରୀ ପୋମ୍ପିଓ, ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ଲାଗି ଭାରତର ନୂତନ ସରକାରଙ୍କ ସହ ମିଳିମିଶି କାମ କରିବା ନେଇ ଆମେରିକାର ଦୃଢ ପ୍ରତିଶୃତିବଦ୍ଧତା ବିଷୟରେ ଜୋର ଦେଇ କହିଛନ୍ତି | ଆମେରିକା ର ବୈଦେଶିକ ମନ୍ତ୍ରୀ ପୋମ୍ପିଓ ଓ ଭାରତୀୟ ବୈଦେଶିକ ମନ୍ତ୍ରୀ, ଏହି ଟେଲିଫୋନ କଥାବାର୍ତ୍ତା ସମୟରେ ଉଭୟ ଦେଶର ମୂଳ ଉଦ୍ଦେଶ୍ୟ ଗୁଡିକ ବିଷୟରେ ଚର୍ଚ୍ଚା କରି, ଏକ ସ୍ଵତନ୍ତ୍ର ଏବଂ ମୁକ୍ତ ଭାରତ–ପ୍ରଶାନ୍ତ ଅଞ୍ଚଳ, ଆମେରିକା-ଭାରତ ସୁରକ୍ଷା ସହଯୋଗ ଓ ଆମେରିକା-ଭାରତ ଅର୍ଥନୈତିକ ଭାଗିଦାରିତା ନେଇ ବ୍ୟାପକ ଆଲୋଚନା କରିଥିଲେ ବୋଲି ବୈଦେଶିକ ବିଭାଗ ଜଣାଇଛି |
ଓସାକାରେ ଜି20 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମଧ୍ୟରେ ଏକ ବୈଠକର ପୃଷ୍ଠଭୂମି ପ୍ରସ୍ତୁତ କରିବା ପାଇଁ ଶ୍ରୀ ପୋମ୍ପିଓ ତାଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଟେଲିଫୋନ କରିଥିଲେ | ଏହା ଆଶା କରାଯାଉଛି ଯେ ଶ୍ରୀ ମୋଦୀ ଓ ଶ୍ରୀ ଟ୍ରମ୍ଫ, ଭାରତ-ପ୍ରଶାନ୍ତ ରଣକୌଶଳ ଉପରେ ଆଲୋଚନା କରିବା ପାଇଁ ଏକ ଭାରତ-ଆମେରିକା-ଜାପାନ ତ୍ରିପକ୍ଷୀୟ ସହଯୋଗ ଲାଗି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ମିଳିତ ଭାବେ ସାକ୍ଷାତ କରିବେ |
ଭାରତ-ଆମେରିକା ଦ୍ଵିପକ୍ଷୀୟ ସମ୍ପର୍କ ଅତ୍ୟନ୍ତ ସକାରାତ୍ମକ ଅଛି ବୋଲି ଭାରତ କହିଛି। ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର କିଛି ବର୍ଷରେ ପ୍ରାୟ 150 ବିଲିୟନ ଡଲାର ବୃଦ୍ଧି ପାଇଥିବା ବିଷୟରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି | ତେଣୁ ଉଭୟ ନୂଆଦିଲ୍ଲୀ ଓ ୱାଶିଙ୍ଗଟନ ର ସୁବିଧା ନିମନ୍ତେ ବାଣିଜ୍ୟ ସମ୍ପର୍କରେ ସୃଷ୍ଟି ହେଉଥିବା କୌଣସି ପ୍ରକାରର ବାଧାବିଘ୍ନ ର ଦୂରୀକରଣ କରିବା ଉଚିତ | ଏହା ମଧ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆଇଟି ପେଷାଦାର ମାନଙ୍କ ସକାଶେ H1B ଭିସା (ଉଚ୍ଚ ପ୍ରଶିକ୍ଷିତ ବିଦେଶୀ ନାଗରିକ ମାନଙ୍କ ଲଗି ଆମେରିକା ପେଷାଦାର ଭିସା) ସମ୍ବନ୍ଧରେ ଆନୁଷ୍ଠାନିକ ଭାବେ ଆମେରିକା ଭାରତକୁ କୌଣସି ଯୋଜନା ବିଷୟରେ ସୂଚିତ କରିନାହିଁ | ଟ୍ରମ୍ଫ-ମୋଦୀ ଦ୍ଵିପକ୍ଷୀୟ ବୈଠକ ସମୟରେ ଇରାନ କଟକଣା ପ୍ରସଙ୍ଗ ଆଲୋଚ୍ୟ ବିଷୟ ହେବାର ସମ୍ଭାବନା ଥିବା ବେଳେ ଶ୍ରୀ ପୋମ୍ପିଓଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଶକ୍ତି ସୁରକ୍ଷା ନେଇ ଭାରତର ଉଦବେଗ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି |
ଏହି ବୈଠକ ସମୟରେ ଶ୍ରୀ ପୋମ୍ପିଓ ଓ ଶ୍ରୀ ଜୟଶଙ୍କର ଭବିଷ୍ୟତ ରଣକୌଶଳ ମଧ୍ୟ ପ୍ରସ୍ତୁତ କରିବେ | ଉଭୟ ସରକାର ଚଳିତ ବର୍ଷ ସେପ୍ଟେମ୍ବର ରେ ଜାତିସଂଘ ସାଧାରଣ ସଭାରେ ଶ୍ରୀ ଟ୍ରମ୍ଫ ଓ ଶ୍ରୀ ମୋଦୀ ଙ୍କ ମଧ୍ୟରେ ଆଉ ଏକ ବୈଠକ କରାଇବା ଲାଗି ଯୋଜନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଠିକ ଏହି ସମୟରେ ଶ୍ରୀ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାର୍ଷିକୀ 2+2 ଶିଖର ବୈଠକରେ ଯୋଗ ଦେବା ଲାଗି ୱାଶିଙ୍ଗଟନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି | ଭାବିଷ୍ୟତରେ ଆମେରିକା ରାଷ୍ଟ୍ରପତି ନୂଆଦିଲ୍ଲୀ ଗସ୍ତ କରିବେ ବୋଲି ମଧ୍ୟ ଭାରତ ଆଶା କରୁଛି।
ଭାରତରେ 5ଜି ରୋଲ-ଆଉଟ ରେ ଚୀନ ଦୁରସଞ୍ଚାର କମ୍ପାନୀ ହୁଆୱେ ର ଅଂଶଗ୍ରହଣ ବିଷୟ ନେଇ ଆମେରିକାର ଉଦବେଗ ପ୍ରତି ଭାରତ ସରକାର କହିଛନ୍ତି ଯେ ଏହା ଉପରେ ଆଭ୍ୟନ୍ତରୀଣ ଆଲୋଚନା ଚାଲିଛି । ଏହି ଚର୍ଚ୍ଚାରେ ଅର୍ଥନୈତିକ ଓ ସୁରକ୍ଷା ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି ଓ ଏଭଳି ଚର୍ଚ୍ଚା ସାଧାରଣତଃ ଅତିଶୀଘ୍ର ସମାପ୍ତ ହୁଏ ନାହିଁ | ଏହି ପ୍ରକ୍ରିୟାରେ ସୁରକ୍ଷା ଓ ଅର୍ଥନୈତିକ ମଧ୍ୟରୁ କଣ ପ୍ରମୁଖ କାରକ ହେବ ତାହା, ଏହି ମାମଲା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ଭାରତକୁ ଅବଲୋକନ କରିବାକୁ ପଡିବ | ଭାରତ ଠିକ ସମୟରେ ଏହି ପ୍ରସଙ୍ଗ ଉପରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବ |
ଡାଟା ଲୋକାଲାଇଜେସନ, ସୀମା ପାରି ଇ-କମର୍ଶ ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ସଙ୍କ୍ରାନ୍ତୀୟ ପ୍ରସଙ୍ଗ ମଧ୍ୟ କଥାବାର୍ତ୍ତା ର ମୁଖ୍ୟ ଆଲୋଚ୍ୟ ବିଷୟ ହେବାର ଆଶା କରାଯାଉଛି | ଉଭୟ ପକ୍ଷ ହୃଦବୋଧ କରନ୍ତି ଯେ ମଜବୁତ ଦ୍ଵିପକ୍ଷୀୟ ସମ୍ପର୍କକୁ କଠୋର ପରିଶ୍ରମରେ ଦୃଢୀଭୂତ କରାଯାଇଛି ଓ ସାମାନ୍ୟ କ୍ଷଣିକ ବାଧା ଏହି ସୌହାର୍ଦ୍ୟ ସମ୍ପର୍କରେ ବାଧା ପହଞ୍ଚାଇବ ନାହିଁ | ମୋଦୀ ସରକାର ଦ୍ଵିତୀୟ ଥର କାର୍ଯ୍ୟ ଭାର ଗ୍ରହଣ କରିବା ପରେ ପରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ୱାଶିଙ୍ଗଟନର ଭାରତସହ ସ୍ଵତନ୍ତ୍ର ସମ୍ପର୍କ ଥିବା ବିଷୟ ବେଶ ପ୍ରତିଫଳିତ ହେଉଛି । ଏକବିଂଶ ଶତାବ୍ଦୀରେ ବିଶ୍ଵର ଏହି ଦୁଇଟି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର “ସ୍ଥାୟୀ ବିଶ୍ୱବ୍ୟାପି ସହଯୋଗୀ” ଭାବେ ଉଭା ହୋଇଛନ୍ତି।
ମୂଳ ଲେଖା :ସତ୍ୟଜିତ ମହାନ୍ତି, ଆଇଇଏସ, ବରିଷ୍ଠ ଅର୍ଥନୈତିକ ବିଶ୍ଳେଷକ
ଅନୁବାଦ :ରୀତା ଯୋଶୀ

Comments
Post a Comment