Skip to main content

ଏଫଏଟିଏଫ ରେ ପାକିସ୍ତାନର ଅବମାନନା ଜାରି

ଆମେରିକାର ଓରଲାଣ୍ଡୋରେ ଛ-ଦିନ-ବ୍ୟାପୀ ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଅଧିବେଶନ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି | ଏହି ଅଧିବେଶନରେ, ପାକିସ୍ତାନ ଅକ୍ଟୋବର ସୁଦ୍ଧା ଆନ୍ତର୍ଜାତୀୟ ଆର୍ଥିକ ସଂସ୍ଥାକୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ପାଳନ କରିବାକୁ ପଡିବ ନଚେତ ଏହାକୁ ପ୍ରଚଳିତ ‘ଗ୍ରେ ତାଲିକା’ ରୁ ‘କଳା ତାଲିକାଭୁକ୍ତ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି  |
ପାକିସ୍ତାନ, ଅର୍ଥ ବିରୋଧୀ ହେରଫେର (ଏଏମଟି) ଓ ସନ୍ତ୍ରାସବାଦ ବିରୋଧୀ ଅର୍ଥ ଯୋଗାଣ (ସିଟିଏଫ) ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ଏହାର ରଣନୀତିକ ସନ୍ତ୍ରାସବାଦ ବିରୋଧୀ ଆର୍ଥିକ ସହାୟତା ଜନିତ ଅନିୟମିତତା ଗୁଡିକୁ ମୁକାବିଲା କରିବା ଲାଗି ଏଫଏଟିଏଫ ଓ ଏସିଆ ପ୍ରଶାନ୍ତ ଗୋଷ୍ଠୀ (ଏପିଜି) ସହ କାମ କରିବା ପାଇଁ ବର୍ଷେ ପୂର୍ବରୁ ପ୍ରତିଶ୍ରୁତିବଦ୍ଧତା ଜାହିର କରିଥିଲା|ଏସଂକ୍ରାନ୍ତରେ ଇସଲାମାବାଦ ର ପଦକ୍ଷେପ ନିରାଶଜନକ ରହିଛି |ମାତ୍ର କେତୋଟି ଲୋକ ଦେଖାଣିଆ ପଦକ୍ଷେପ ଗ୍ରହଣ କରିବା ଛଡା ଏହାର ଦେଶ ମାଟିରୁ ଚଲାଯାଉଥିବା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏଯାଏଁ  କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିନାହିଁ|
ଉଲ୍ଲେଖ ଯୋଗ୍ୟ ଯେ ଏଫଏଟିଏଫ ଏହାର ପ୍ରତିଷ୍ଠାର 30 ତମ ବାର୍ଷିକୀ ପାଳନ କରିଛି ଓ ଏକ ନୂତନ, ଖୋଲା ମନୋଭାବାପନ୍ନ ତଥା ଜନାଦେଶ ସହ ଏକ ସମୟାନୁଯାୟୀ, ଲକ୍ଷାଭିମୁଖୀ ଓ ଫଳପ୍ରଦ ପ୍ରଣାଳୀରେ କାମ କରିବା ଲାଗି ପ୍ରତିବଦ୍ଧତା, ଅର୍ଥ ହେରେଫର ଓ ସନ୍ତ୍ରାସବାଦୀକୁ ଅର୍ଥ ଯୋଗାଣ ବିରୁଦ୍ଧରେ ଆନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଏକ ଅଗ୍ରଣୀ ଗୋଷ୍ଠୀ ଭାବେ ଏହାର ପ୍ରାସଙ୍ଗିକତା ବୃଦ୍ଧି ପାଇଛି  |
ଏଟିଏଫ କହିବାନୁଯାୟୀ କୌଣସି ନିୟମ ପାଳନ କରୁନଥିବା ପାକିସ୍ତାନକୁ ଆଗାମୀ ଦିନରେ ଅର୍ଥ ହେରଫେର ବିରୋଧୀ ଓ ସନ୍ତ୍ରାସବାଦ ବିରୋଧୀ ଅର୍ଥଯୋଗାଣ (ଏଏମଏଲ/ସିଟିଏଫ) ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏହାର ସୀମିତ ବନ୍ଧୁ ରାଷ୍ଟ୍ର ଓ ହିତାକାଙ୍ଖୀ ମାନେ ମଧ୍ୟ ଏହା ଉପରେ  ଭରସା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିବ | କାରଣ ସନ୍ତ୍ରାସବାଦ ବିରୋଧୀ ବିତ୍ତୀୟ ଯୋଗାଣ (ଏଏମଏଲ/ସିଟିଏଫ)କୁ ବିଶ୍ୱବ୍ୟାପି ଆତଙ୍କବାଦୀ ଆକ୍ରମଣ ର ସବୁଠୁ ମହତ୍ଵପୂର୍ଣ୍ଣ ଉତପ୍ରେରକ ବୋଲି କୁହାଯାଇଥାଏ |
ଫେବୃୟାରୀ 2019ରେ ପୁଲୱାମା ଆକ୍ରମଣ ଘଟଣା  ପରେ ଆନ୍ତର୍ଜାତୀୟ ସଂସ୍ଥା କେବଳ ଏହି ଜଘନ୍ୟ ସନ୍ତ୍ରାସବାଦୀ ଆକ୍ରମଣର ତୀବ୍ର  ନିନ୍ଦା କରିନଥିଲେ ବରଂ ଏଭଳି ଘୃଣ୍ୟ ଆକ୍ରମଣ ଆର୍ଥିକ ସହାୟତା ବିନା ସମ୍ଭବ ନୁହେଁ ବୋଲି ମଧ୍ୟ ଦୃଢ ସ୍ଵରରେ କହିବା ସହ  ସନ୍ତ୍ରାସବାଦୀ ସମର୍ଥକ ମାନେ ଏହି ଅର୍ଥ ଯୋଗାଉଛନ୍ତି ବୋଲି ମଧ୍ୟ କହିଥିଲେ |
ଜୁନ 2019ର ସବିଶେଷ ଅନୁପାଳନ ରିପୋର୍ଟରେ ଏଫଏଟିଏଫ ସ୍ପଷ୍ଟ ଭାବେ କହିଛି ଯେ ଗତ ବର୍ଷ ଏଫଟିଏଫ ସହ ଏକ କ୍ରିୟାନ୍ଵୟନ ଯୋଜନା ବିକଶିତ କରିବା ସତ୍ତ୍ୱେ ପାକିସ୍ତାନ ରଣନୀତିକ ଏଏମଏଲ/ସିଏଫଟି ମାମଲା ନେଇ କୌଣସି ପଦକ୍ଷେପ ନେଇନାହିଁ | ପ୍ରତ୍ୟକ୍ଷ ଭାବେ ଏହାର ସମାଲୋଚନା କରି ଏଫଏଟିଏଫ ଉଲ୍ଲେଖ କରିଛି ଯେ ଯଦିଓ ପାକିସ୍ତାନ ଏହାର ଏଏମଏଲ/ସିଏଫଟି ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କେତୋଟି ପଦକ୍ଷେପ ନେଇଛି ତେବେ ମଧ୍ୟ ଏହାର  ମୁକାବିଲା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହିଁ |
                                                                                                              
ଏଫଏଟିଏଫ ସହ ପ୍ରସ୍ତୁତ କରାଯାଇଥିବା ଏହାର ଦଶ ସୂତ୍ରୀ କ୍ରିୟାନ୍ଵୟନ ଯୋଜନାକୁ  ଜାନୁଆରୀ ଓ ମେ 2019 ଆଦି ଦୁଇଟି ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାରେ ପାକିସ୍ତାନ ର ବିଫଳତା ପାଇଁ ଏଫଏଟିଏଫ ଉଦବେଗ ପ୍ରକାଶ କରିଛି |ସେ  ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ସେ ସ୍ଵନିର୍ଦ୍ଧାରିତ ଅକ୍ଟୋବର 2019 ସମୟ ସୀମା ସୁଦ୍ଧା ଏହାର ପ୍ରତିଶ୍ରୁତି ଗୁଡିକୁ ପାଳନ ନକରେ ତେବେ ଏହା ବିରୁଦ୍ଧରେ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ନିଆଯିବ | ଆନ୍ତର୍ଜାତୀୟ ସଂସ୍ଥା ଏହାର ରିପୋର୍ଟ ରେ ଦର୍ଶାଇଛି ଯେ ଏହି ସମୟ ସୀମା ମଧ୍ୟରେ ଏକ୍ଷେତ୍ରରେ କୌଣସି ପ୍ରଗତି ନହେଲେ ଏଫଏଟିଏଫ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ |
ତେଣେ ପାକିସ୍ତାନ ସରକାର ନିଜ ତରଫରୁ ପ୍ରେସ ଇସ୍ତାହାର ଜାରି କରି ନିଜ ଲୋକଙ୍କ ସହ ସମଗ୍ର ବିଶ୍ଵର ଲୋକଙ୍କୁ ମଧ୍ୟ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରିଛନ୍ତି|  ପାକିସ୍ତାନର ପ୍ରେସ ବିବୃତ୍ତିରେ ଏହା ଅବଗତ କରାଇବାକୁ ଉଦ୍ୟମ କରାଯାଇଛି ଯେ ଏହାର ଏଏମଏଲ/ସିଏଫଟି ବ୍ୟବସ୍ଥାରେ ସୁଧାର ଆଣିବା ଓ  କାର୍ଯ୍ୟକାରୀ ଯୋଜନାର କାର୍ଯ୍ୟକାରିତା ଦିଗରେ  ପ୍ରଗତି ପାଇଁ ଏଫଏଟିଏଫ ସେମାନଙ୍କୁ ପ୍ରଶଂସା କରିଛି ଓ ଆଗାମୀ ଦିନରେ ଏକ୍ଷେତ୍ରରେ ଆହୁରି ପଦକ୍ଷେପ ନେବା ଲାଗି ପ୍ରୋତ୍ସାହନ କରିଛି |
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଠାରୁ ଏହା ଆଶା କରାଯାଉଛି ଯେ ସେ  ଏଫଏଟିଏଫ ପ୍ରତି ଏହାର ପ୍ରତିଶ୍ରୁତିବଦ୍ଧତା ପାଳନ କରୁ ଓ ନିଜ ନିୟନ୍ତ୍ରଣାଧୀନ କୌଣସି ଅଞ୍ଚଳରୁ ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀ ମାନଙ୍କୁ ଅର୍ଥ ସହାୟତା ପ୍ରଦାନ କରିବା ସଙ୍କ୍ରାନ୍ତୀୟ ଆନ୍ତର୍ଜାତୀୟ ଉଦବେଗ ଗୁଡିକର  ଦୂରୀକରଣ ଲାଗି ଏକ ବିଶ୍ଵସନୀୟ,ସଠିକ, ଅପରିବର୍ତ୍ତନୀୟ ତଥା ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁ |
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ କେତୋଟି ପାରମ୍ପରିକ ବନ୍ଧୁ ରାଷ୍ଟ୍ର, ଯେଉଁମାନେ କି ଏଫଏଟିଏଫ ର ସଦସ୍ୟ ମଧ୍ୟ ଅଛନ୍ତି, ସେମାନଙ୍କ ଠାରୁ  ପ୍ରାୟ ତିନି ମାସ ଲାଗି ସହାୟତା ନେବା ପାଇଁ ପ୍ରୟାସ କରିଥାଇପାରେ |ତେବେ ଇସଲାମାବାଦ ନିୟମ ପ୍ରଣେତା ମାନଙ୍କ ପାଖରେ ବହୁତ କମ ବିକଳ୍ପ ରହିଛି ଓ ସେମାନଙ୍କୁ ସନ୍ତ୍ରାସବାଦ  ଅର୍ଥ ଯୋଗାଣ ଓ ଅର୍ଥ ହେରେଫର ବିରୁଦ୍ଧରେ କଡା ପଦକ୍ଷେପ ନିହାତି ଗ୍ରହଣ କରିବାକୁ ପଡିବ ବୋଲି ଏଫଏଟିଏଫ କହିଛି| ପାକିସ୍ତାନ ଏବେ ପର୍ଯ୍ୟନ୍ତ ଦକ୍ଷିଣ ଏସୀୟ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ଲାଗି ସକ୍ରିୟ ସନ୍ତ୍ରାସବାଦୀ ଗୋଷ୍ଠୀକୁ ସହାୟତା କରୁଛି|                                                                                              
ମୂଳ ଲେଖା : ଡଃ ଅଶୋକ ବେହୁରିଆ , ଆବାହକ, ଦକ୍ଷିଣ ଏସିଆ କେନ୍ଦ୍ର,ଆଇଡ଼ିଏସଏ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...