Skip to main content

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତର ଭର୍ତ୍ସନା

ଆମେରିକା, ଧାର୍ମିକ ସ୍ୱାଧୀନତା ଉପରେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରି ପୁଣି ଥରେ ଏହାର କପଟ ମନୋଭାବ ଏବଂ ମିଥ୍ୟାଚାରର ପରଦାଫାସ କରିଛି | ଆମେରିକା କିଭଳି ଭାବେ ଅନ୍ୟ ଦେଶ ଗୁଡିକର ଧାର୍ମିକ ସ୍ୱାଧୀନତା ବିଷୟବସ୍ତୁ ଉପରେ ହସ୍ତକ୍ଷେପ କରିବା ନୀତି ଆପଣାଇଥାଏ ତାହା ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ ସରକାରଙ୍କର ବାର୍ଷିକ ରିପୋର୍ଟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି | 2018 ମସିହା ଯାକ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଚରମପନ୍ଥୀ ଗୋଷ୍ଠୀଙ୍କର ହିଂସାତ୍ମକ ଆକ୍ରମଣ କରାଯାଇଥିଲା ବୋଲି ସେହି ରିପୋର୍ଟରେ ଉଲ୍ଲେଖ କରାଯାଇଛି | ଭାରତ ସରକାର ଏହି ରିପୋର୍ଟକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ଏବଂ ଆମ ନାଗରିକ ମାନଙ୍କ ସ୍ଥିତି ଉପରେ ମତବ୍ୟକ୍ତ ପାଇଁ ଆମେରିକାର କୌଣସି ହସ୍ତକ୍ଷେପ କରିବା ଅଧିକାର ନଥିବା କହିଛନ୍ତି | ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ "ଭାରତ ଏକ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଏହାର ଧର୍ମନିରପେକ୍ଷ ପରିଚୟ ପାଇଁ ତଥା ଏକ ବହୁଳବାଦୀ ସମାଜ ପାଇଁ ଏବଂ ଏହାର ସହନଶୀଳତା ଓ ସମଷ୍ଟିଗତ ପ୍ରତିଶୃତି ପାଇଁ ସର୍ବଦା ଗୌରବାନ୍ୱିତ |

ବିଚିତ୍ର କଥା ଏହା ଯେ, ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ କମିଶନ ଅଧ୍ୟକ୍ଷ ତେଞ୍ଜିନ ଦୋର୍ଜି ଏକ ଅସହମତ ବିଚାରଧାରା ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି "ଭାରତ ଏକ ଦୃଢ ଗଣତନ୍ତ୍ର ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଏକ ଉନ୍ମୁକ୍ତ ସମାଜ" | ଏହି କମିଶନ ଧାର୍ମିକ ସ୍ୱାଧୀନତାର ଘୋର ଲଂଘନ ପାଇଁ ବିଭିନ୍ନ ଦେଶ ଉପରେ ନିୟମିତ ଭାବେ ଏହାର ରିପୋର୍ଟ ପ୍ରସ୍ତୁତ କରିଆସୁଛି | ଧାର୍ମିକ ସ୍ୱାଧୀନତା ଟ୍ରମ୍ପ ପ୍ରଶାସନଙ୍କର ଏକ ଅନ୍ୟତମ ପ୍ରାଥମିକତା ଥିବା ବିଷୟ ଗତବର୍ଷ ୱାଶିଙ୍ଗଟନ ଡିସି ରେ ଆମେରିକାର ଉପ ରାଷ୍ଟ୍ରପତି ମାଇକ ପେନ୍ସ ଏକ ଉଦବୋଧନରେ କହିଥିଲେ |

ମାନବାଧିକାର ହେଉ କିମ୍ବା ଧାର୍ମିକ ସ୍ୱାଧୀନତା ହେଉ କିମ୍ବା ଗଣମାଧ୍ୟମର ସ୍ୱାଧୀନତା ହେଉ, ଖଳ ପ୍ରକୃତିଗତଙ୍କୁ ଧମକାଇବା ଏବଂ ନିଜର ସମର୍ଥକ ମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ବିଷୟ ଉପରେ ଆମେରିକା ବେଶ ଜଣାଶୁଣା | ଏହି ସବୁ ବିଷୟ ଗୁଡିକୁ ନେଇ ଆମେରିକା ଏହାର ବିରୋଧୀ ମାନଙ୍କ ପ୍ରତି କଟୁ ମନୋବୃତି ପୋଷଣ କରୁଥିବାବେଳେ ଯେତେବେଳ ଆମେରିକା କିମ୍ବା ଏହାର ସହଯୋଗୀ ମାନେ ଅପରାଧ କରୁଛନ୍ତି ସେତେବେଳେ ଏହା ନୀରବ ରହୁଛି | ଫ୍ରିଡମ ହାଉସ ନାମକ ଆମେରିକାର ଏକ ସ୍ବେଛାସେବୀ ଅନୁଷ୍ଠାନ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକଳନ କରି ଭାରତକୁ ଅନ୍ୟ କିଛି ଦେଶଗୁଡିକ ସହ ଅନ୍ତର୍ଭୁକ୍ତ କରିଛି ଯେଉଁଠାରେ ଗଣମାଧ୍ୟମର ସ୍ୱାଧୀନତା ସଠିକ ନଥିବା କୁହାଯାଇଛି | ତେବେ ଏଭଳି ରିପୋର୍ଟକୁ ଭିତ୍ତିହୀନ ଏବଂ ଭୂଲ ଭାବେ ବର୍ଣ୍ଣନା କରି ଏହାକୁ ଗୁରୁତର ମନେ ନକରିବାକୁ କୁହାଯାଇଛି |

ଆଗ୍ରହର ବିଷୟ ଏହା ଯେ, ଟ୍ରମ୍ପ ପ୍ରଶାସନ, ଯାହା ଅନ୍ୟ ଦେଶ ଗୁଡିକର ମାନବାଧିକାର ଏବଂ ଗଣତାନ୍ତ୍ରିକ ରେକର୍ଡର ବିଚାରବ୍ୟକ୍ତ କରୁଛି, ତାହା ବର୍ତ୍ତମାନ ସ୍ୱୟଂ ଆମେରିକାର ଫ୍ରିଡମ ହାଉସ ସଂସ୍ଥା ଦ୍ୱାରା ସମାଲୋଚିତ ହୋଇଛି ଏବଂ ଏହାର ରିପୋର୍ଟ ପ୍ରସ୍ତୁତ କରିଛି | ରିପୋର୍ଟରେ କୁହାଯାଇଛି ଆମେରିକାର ଗଣତନ୍ତ୍ର ସୁଦୃଢ ଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନ କାଳରେ ସାମ୍ବାଦିକତା ବିରୁଦ୍ଧରେ ଆଭିମୁଖ୍ୟ ଏବଂ ସାମ୍ବାଦିକତା ବିରୁଦ୍ଧରେ ଅନ୍ୟାନ୍ୟ ନୀତି ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ଏହାର ମାନ ହ୍ରାସ ପାଇଛି | ଆମେରିକାର ଏଭଳି ମନୋଭାବ ଏବଂ ଆଚରଣ ଗ୍ରହଣଯୋଗ୍ୟ ନୁହେଁ ବୋଲି ମଧ୍ୟ ଫ୍ରିଡମ ହାଉସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି |

ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ କମିଶନ ଭାରତ ଉପରେ 2009 ମସିହାରୁ ନଜର ରଖିଆସିଛି | ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ବେକାର କହିଛି | 2015 ଏବଂ 2016 ମସିହାରେ ସମସ୍ତ ଅଭିଯୋଗକୁ ଏହା ଖଣ୍ଡନ କରିଛି | ରାଷ୍ଟ୍ରପତି ଓବାମା ମଧ୍ୟ ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ସେ ଭାରତର ଧାର୍ମିକ ସହନଶୀଳତା ରେକର୍ଡକୁ ଚ୍ୟାଲେଞ୍ଜ କରିଥିଲେ |

କିନ୍ତୁ ଭାରତର, ଏକ ମଜବୁତ ନ୍ୟାୟିକ ବ୍ୟବସ୍ଥା, ମାନବାଧିକାର କମିଶନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଜାତୀୟ କମିଶନ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସହିତ ଏକ ଦୃଢ ଗଣତନ୍ତ୍ର ରହିଛି | ସେଥି ମଧ୍ୟରୁ ଅଧିକାଂଶ ସଂସ୍ଥା ଗୁଡିକର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା କ୍ଷମତା ରହିଛି |

ମୋଟାମୋଟି ଭାବେ କହିବାକୁ ଗଲେ, ଭାରତରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗକୁ ଆମେରିକାରେ ଭୁଲ ଭାବେ ବୁଝାଯାଇଛି | ଏଭଳି ଧରଣର ଅନାବଶ୍ୟକ ରିପୋର୍ଟ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ପ୍ରଭାବ ପକାଇବ ନାହିଁ କିମ୍ବା ହସ୍ତକ୍ଷେପ କରିପାରିବ ନାହିଁ | ଭାରତରେ ଧର୍ମନିରପେକ୍ଷତା ସୁଦୃଢ ରହିଛି | ଭାରତୀୟ ସମ୍ବିଧାନ ଅନୁଯାୟୀ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି | ଅଧିକାଂଶ ଦେଶ ଏହି ଅଧିକାର ସେମାନଙ୍କ ନାଗରିକ ମାନଙ୍କୁ ଦେଇନାହାଁନ୍ତି | "ଭାରତର ଧର୍ମନିରପେକ୍ଷତାକୁ କେହି ବି ଚ୍ୟାଲେଞ୍ଜ କରିପାରିବେ ନାହିଁ" ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା କହିଥିଲେ |

ମୂଳ ଲେଖା : ଡକ୍ଟର ଆଶ ନାରାୟଣ ରୟ, ନିର୍ଦ୍ଦେଶକ, ଆଇ.ଏସ.ଏସ., ଦିଲ୍ଲୀ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...