Skip to main content

ବିକାଶର ଗତି ବଢାଇବା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ


ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡ଼ିଏ) ସରକାର ଲଗାତାର ଦ୍ଵିତୀୟ ଥର ପାଇଁ ବିପୁଳ ଜନସମର୍ଥନ ସହ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ନିଯୁକ୍ତି ସୃଷ୍ଟି ଓ ଲୋକମାନଙ୍କ ଜୀବନ ଶୈଳୀରେ ସୁଧାର ଆଣିବା ଆଦି ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ପୂରଣ କରି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଉଚ୍ଚ ବିକାଶ ପଥରେ ଆଗେଇ ନେବା ଲାଗି କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ବିକାଶର ଗତି ବଢେଇବା ଲାଗି ବ୍ୟାପକ ଅର୍ଥନୈତିକ କାର୍ଯ୍ୟକଳାପରେ ସଂସ୍କାର ଆଣିବା ଲାଗି ସଙ୍କଳ୍ପବଦ୍ଧ | ନୀତି ଆୟୋଗ ଦ୍ଵାରା ଆୟୋଜିତ ଆର୍ଥନୀତିଜ୍ଞ ଓ ବିଶେଷଜ୍ଞ ମାନଙ୍କ ଏକ ଗୋଷ୍ଠୀ ସହ ବାର୍ତ୍ତାଳାପ କରିବା ସମୟରେ ସେ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ(ଏଫଡ଼ିଆଇ) କୁ ଆକୃଷ୍ଟ କରିବା ଲାଗି ଭାରତୀୟ ଅର୍ଥନିତୀକୁ ପ୍ରତିଦ୍ବନ୍ଦିତାମୂଳକ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ |

ଏହି ବୈଠକରେ ଶ୍ରମ ଓ ନିଯୁକ୍ତି, କୃଷି କ୍ଷେତ୍ର, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରର ବିଶେଷଜ୍ଞ ମାନଙ୍କ ସହ ଆଳାପ ଆଲୋଚନା ହୋଇଥିଲା | ଆସନ୍ତା ମାସ 5 ତାରିଖରେ ନୂତନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି |

ଉଲ୍ଲେଖଯୋଗ୍ୟ ଯେ ନିଯୁକ୍ତି,କୃଷି ଓ ଜଳ ସମ୍ବଳ,ରପ୍ତାନି,ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ ଅଭିନବ ବିଚାରଧାରା ବ୍ୟକ୍ତ କରିବା ଲାଗି ଉପସ୍ଥିତ ବିଶେଷଜ୍ଞ ମାନଙ୍କୁ ପାଞ୍ଚୋଟି ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା | ଉଚ୍ଚ ବିକାଶର ଗତି ଓ ନିଯୁକ୍ତି ସୃଷ୍ଟି ପାଇଁ ଏକ ଫଳପ୍ରଦ ରୂପରେଖ ପ୍ରସ୍ତୁତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ | .

ମୋଦୀ ସରକାରଙ୍କୁ ପ୍ରଥମ କାର୍ଯ୍ୟକାଳ ସମୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହାନ ଲାଗି ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା | ସରକାର ବିକାଶର ଗତି ତ୍ୱରାନ୍ୱିତ କରିବା ପାଇଁ ଅନେକ ପଦକ୍ଷେପର ଶୁଭାରମ୍ଭ କରି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ଅର୍ଥନିତୀକୁ ବିଶ୍ଵର ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି ଭାବେ ପରିଣତ କରିବାରେ ସକ୍ଷମ ହେବାର ଗୌରବ ପ୍ରାପ୍ତ କରିଥିଲା |

ଏବେ ପୁଣିଥରେ ଏନଡ଼ିଏ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ମଧ୍ୟ ଅର୍ଥନିତୀକୁ ଏକ ସ୍ଥାୟୀ ବିକାଶ ପଥରେ ଅବସ୍ଥାପିତ କରିବାର ଚାଲେଞ୍ଜ ରହିଛି ଯାହାକି ବେରୋଜଗାର ଓ ଦାବି ଚକ୍ରର ପୁନରୁଦ୍ଧାର ଭଳି ସମସ୍ୟା ଗୁଡିକ ଲାଗି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ | ବିକାଶର ଅଭିବୃଦ୍ଧି ନେଇ ଏବେ ସରକାରଙ୍କ ଆଶା ଓ ଆକାଂକ୍ଷା ବଢି ଯାଇଛି | ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଆଗାମୀ ବଜେଟରେ ମୌଳିକ ଢାଞ୍ଚା ଭଳି କ୍ଷେତ୍ରରେ ନିବେଶ ବୃଦ୍ଧି ଲାଗି ସରକାରଙ୍କ ଯୋଜନା ଗୁଡିକ ଉନ୍ମୋଚିତ ହେବାର ଆଶା କରାଯାଉଛି |

ବ୍ୟାଙ୍କର ବିତ୍ତୀୟ ସ୍ଥିତି ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ରହିବ |ଏହି ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାର ତାଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ଅସ୍ବଚ୍ଛଳତା ଓ ଦେବାଳିଆ ଆଇନ (ଆଇବିସି) ଲାଗୁ କରିବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ଓ ଏହାର ପରିଣାମ ଉତ୍ସାହଜନକ ରହିଛି |ତେବେ ଆଶା କରାଯାଉଛି ଯେ ନୂତନ ଅର୍ଥମନ୍ତ୍ରୀ ଏହି ପ୍ରକ୍ରିୟାକୁ ଆହୁରି ମଜବୁତ କରିବେ ଯଦ୍ୱାରା ବ୍ୟାଙ୍କ ର ଋଣ ପ୍ରଦାନ କରିବାର କ୍ଷମତା ସୁଦୃଢ ହେବ |

ଦେଶର ଅର୍ଥନୀତି ଅଭିବୃଦ୍ଧି ହାର ଶତକଡା 7 ଭାଗ ରହିବ ଓ ଭାରତ ବିଶ୍ଵର ଦ୍ରୁତ ପ୍ରଗତିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତି ବଜାୟ ରଖିବ ବୋଲି ଆକଳନ କରାଯାଇଥିବା ବେଳେ ଭାରତ ସରକାର, ମାନ୍ଦାବସ୍ତା ଦେଇ ଗତି କରୁଥିବା ପ୍ରମୁଖ କ୍ଷେତ୍ର ଗୁଡିକର ବିକାଶ ର ପୁନର୍ଜୀବିତ କରିବା ଲାଗି ଦୃଢ ପଦକ୍ଷେପ ନେବାର ଆଶା କରାଯାଉଛି |
ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ଯେ ସରକାରଙ୍କୁ ପରବର୍ତ୍ତୀ ପିଢୀର ଆର୍ଥିକ ସଂସ୍କାର ଲାଗି ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ |ଏହାକୁ ସାର୍ବଜନୀନ କ୍ଷେତ୍ରରେ ବିନିବେଶ, ଜିଏସଟିର ପୁନଃ ସରଳୀକରଣ, ଉଦ୍ଯୋଗ ଗୁଡିକୁ ସହଜ ଋଣ ଉପଲବ୍ଧ କରାଇବା, ଆମଦାନୀ ଟିକସ ହ୍ରାସ କରିବା ଓ ଆମେରିକା ଚୀନ ବାଣିଜ୍ୟ ବିବାଦ ଦ୍ଵାରା ରପ୍ତାନି ସୁଯୋଗର ଫାଇଦା ଉଠାଇବା ଆଦି ଉପରେ ପ୍ରମୁଖତା ର ସହ କାର୍ଯ୍ୟ କରିବାକୁ ପଡିବ |

ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା କୁହାଯାଉଛି ଯେ ସରକାର ବିଶ୍ଵର ପାଞ୍ଚୋଟି ଶୀର୍ଷ ଅର୍ଥନୀତି ମଧ୍ୟରେ ଅନ୍ୟତମ ରାଷ୍ଟ୍ର ଭାବେ ପରିଗଣିତ ହେବା ଲାଗି ସବୁ ମନ୍ତେ ଉଦ୍ୟମ କରିବ |ଏଥିଯୋଗୁଁ ସରକାରଙ୍କୁ ଅଭିନବ ସଂସ୍କାର ଆଣିବାକୁ ପଡିବ |ଏହା ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥାରେ 1991 ରେ ଆର୍ଥିକ ସଂସ୍କାର ଅଣାଯାଇଥିଲା ଓ ବଜାରରେ ଉତ୍ପାଦ ଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତାକୁ ପ୍ରୋତ୍ସାହାନ ଦେବା ଥିଲା ଏହାର ମୂଳ ଉଦ୍ଦେଶ୍ୟ |ସେତେବେଳେ ବେସରକାରୀ କ୍ଷେତ୍ରକୁ ଏହି ସୁଯୋଗ ଦିଆଯାଇଥିଲା|

ଭୂମି,ଶ୍ରମ ଓ ପୁଞ୍ଜି ଭଳି କ୍ଷେତ୍ର ଗୁଡିକରେ ମଧ୍ୟ ସଂସ୍କାର ଆଣିବାର ଆବଶ୍ୟକତା ରହିଛି |ସରକାର ଏବିଷୟରେ ହୃଦବୋଧ କରିସାରିଛନ୍ତି ଯେ ଏହି କ୍ଷେତ୍ରରେ ସଂସ୍କାର ବିନା ଭାରତର ଉତ୍ପାଦନ ଓ ସେବା କ୍ଷେତ୍ର ଆନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦିତା ମୂଳକ ହୋଇପାରିବ ନାହିଁ |

ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ ଭୂମି ବଜାରକୁ ମୁକ୍ତ କରିବା ବିନା ଭାରତୀୟ ବିନିର୍ମାଣ କ୍ଷେତ୍ର ଆନ୍ତର୍ଜାତୀୟ ସ୍ତରୀୟ ହୋଇ ପାରିବ ନାହିଁ |ଏହି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଶ୍ରମ ବଜାରରେ ଉଦାରୀକରଣ ମଧ୍ୟ କରିବାକୁ ପଡିବ |ଏହାଦ୍ୱାରା ବିନିର୍ମାଣ କ୍ଷେତ୍ର ପାଇଁ ଅଧିକ ଶ୍ରମ ଉପଲବ୍ଧ ହେବା ସହ ରୋଜଗାର ବୃଦ୍ଧି ହେବ | ସେହିପରି ଏକ ବଜାର ଭିତ୍ତିକ ନୀତି ଲାଗି ଦାବିକରୁଥିବା କୃଷି କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବାର ଆବଶ୍ୟକତା ରହିଛି |
ଏହି କ୍ଷେତ୍ର ଗୁଡିକରେ ବ୍ୟାପକ ସଂସ୍କାର ଅଣାଗଲେ କେବଳ ଭାରତର ଅର୍ଥନୀତିର ବିକାଶ ବୃଦ୍ଧି ହେବ ନାହିଁ ବରଂ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ ବହୁ ସୁଯୋଗ ପ୍ରଦାନ କରିବ |

ମୂଳ ଲେଖା :ଆଦିତ୍ୟ ରାଜ ଦାସ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ

ଅନୁବାଦ :ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...