Skip to main content

ପ୍ରଧାନମନ୍ତ୍ରୀଙ୍କ ବିକାଶ କାର୍ଯ୍ୟସୂଚୀ ଉପରେ ଗୁରୁତ୍ଵପ୍ରଦାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ସମଗ୍ର ବିଶ୍ଵକୁ ଏହି ସନ୍ଦେଶ ଦେଇଛନ୍ତି ଯେ ଗରିବ ମାନଙ୍କ କଲ୍ୟାଣ ଓ ଅତ୍ୟାଧୁନିକ ମୌଳିକଢାଞ୍ଚାର ବିକାଶ ତାଙ୍କ ସରକାରଙ୍କ ଦୁଇଟି ପ୍ରମୁଖ କାର୍ଯ୍ୟସୂଚୀ ହେବ |ପାର୍ଲିଆମେଣ୍ଟ ସଦନର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଏକଥା କହିଥିଲେ | ଦେଶ ତଥା ଲୋକମାନଙ୍କ ସ୍ଵାର୍ଥକୁ ସୁହାଇଲା ଭଳି ସବୁ ପ୍ରସଙ୍ଗ ନେଇ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି |

କେନ୍ଦ୍ରସରକାରଙ୍କ ଦୃଷ୍ଟିକୋଣ ଉପରେ ରେଖାଙ୍କିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନ କଲ୍ୟାଣ ଓ ଆଧୁନିକ ମୌଳିକଢାଞ୍ଚା ଉପରେ ବିଶ୍ଵାସ କରନ୍ତି |ସେ କହିଛନ୍ତି ସରକାର କେବେବି ବିକାଶ ପଥରୁ ବିଚ୍ୟୁତ ହୋଇନାହିଁ କି ବିକାଶ ଏଜେଣ୍ଡାରୁ ଓହରି ନାହିଁ | ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା ମହତ୍ବପୂର୍ଣ୍ଣ ଯେ ଦେଶ ର ପ୍ରଗତି ହେଉ, ପ୍ରତୀଟି ଭାରତୀୟ ସଶକ୍ତ ହୁଅନ୍ତୁ ଓ ଆମ ଦେଶରେ ଆଧୁନିକ ମୌଳିକ ଢାଞ୍ଚାର ବିକାଶ ହେଉ”|

ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷକ ତଥା ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କ ଲାଗି ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି ଓ ସରକାର ଭାରତକୁ ଆଧୂନିକୀକରଣ ପଥରେ ମଧ୍ୟ ଆଗେଇ ନେଇଛନ୍ତି |ଅଖିଳ ଭାରତ ଭେଷଜ ସଂସ୍ଥା ବା ଏମ୍ସ ର ସଂଖ୍ୟା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 6 ରୁ 20କୁ ବୃଦ୍ଧି କରିବା ଲାଗି ଯୋଜନା କରାଯାଉଥିବା ବେଳେ 150ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ବା ହସ୍ପିଟାଲର ପାହ୍ୟା ବୃଦ୍ଧି ଲାଗି ମଧ୍ୟ ପ୍ରସ୍ତୁତି ଚାଲିଛି |

ସେହିପରି 7ଟି ନୂଆଁ ଆଇଆଇଟି,14ଟି ଆଇଆଇଆଇଟି,ଗୋଟିଏ ଏନଆଇଟି ଓ 4ଟି ଏନଆଇଡ଼ି ସ୍ଥାପିତ କରାଯାଉଥିବା ବେଳେ 7ଟି ନୂଆଁ ଆଇଆଇଏମ ପ୍ରତିଷ୍ଠାନ ମଧ୍ୟ ଖୋଲା ଯିବାର ଯୋଜନା ରହିଛି | ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠି ଆଧୁନୀକିକରଣ କରାଯାଇନାହିଁ |ପ୍ରାରମ୍ଭିକ ସୁନାମୀ ଚେତାବନୀ ଦେବାରେ ଭାରତ ବିଶ୍ଵର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପାଣିପାଗ ପୂର୍ବାନୁମାନ କରିବା ଅଗ୍ରଣୀ ଦେଶ ଗୁଡିକ ମଧ୍ୟରେ ଅନ୍ୟତମ ରାଷ୍ଟ୍ର ଭାବେ ସ୍ଥାନ ହାସଲ କରିଛି |ଭାରତ 2022 ସୁଦ୍ଧା ଏକ ମାନବ ରହିତ ମହାକାଶଯାନ ପ୍ରେରଣ କରିବା ଲାଗି ପ୍ରୟାସ ଚଳେଇଛି | ଏହା କାର୍ଯ୍ୟକାରୀ ହେଲେ ଆମେରିକା,ରୁଷ ଓ ଚୀନ ପରେ ମହାକାଶକୁ ଏକ ମାନବ ରହିତ ମିଶନ ପ୍ରେରଣ କରିବାରେ ଭାରତ ଚତୁର୍ଥ ଦେଶ ଭାବେ ଗୌରବ ଅର୍ଜନ କରିବ| ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରତିଷ୍ଠିତ ମହାକାଶ ସଂସ୍ଥା ଇସ୍ରୋ ଏହାର ନିଜର ମହାକାଶ ଷ୍ଟେସନ ସ୍ଥାପନା ଲାଗି ପ୍ରସ୍ତୁତି ଚଳେଇଛି |

ଭାରତ ଏହାର ମୌଳିକଢାଞ୍ଚାକୁ ମଜବୁତ କରିବା ଓ ଆଧୂନିକୀକରଣ ଲାଗି ଏହାର ଶକ୍ତିର ସମାନ ଭାବେ ବିନିଯୋଗ ଲାଗି ଇଚ୍ଛା ଜାହିର କରିଛି |ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେବା ବେଳେ ପ୍ରଧାନମନ୍ତ୍ରୀ ରାଜପଥ, ଜଳପଥ,ରେଳବାଇ, ସଡକପଥ, ବିମାନ ଚଳାଚଳ, ଷ୍ଟାର୍ଟ ଅପ ଓ ଅଭିନବ ଭଳି କ୍ଷେତ୍ର ର ଆଧୂନିକୀକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ଏହା ହୃଦୟଙ୍ଗମ କରିବା ଜରୁରୀ ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧୁନିକ ଓ ଦ୍ରୁତ ପରିବହନ ପ୍ରଣାଳୀର ଅତ୍ୟନ୍ତ ଆବଶ୍ୟକତା ରହିଛି | ଯେଉଁ ଦେଶ ଗୁଡିକ ସମୟର ତାଳ ଦେଇ ଚାଲି ନାହାନ୍ତି ସେମାନେ ଆର୍ଥିକ ଭାବେ ବିଫଳ ହୋଇଛନ୍ତି କିମ୍ବା ଅନାବଶ୍ୟକ ଓ ନିରର୍ଥକ ଭାବେ ଘୋଷିତ ହେବାକୁ ଯାଉଛନ୍ତି |

ପ୍ରଧାନମନ୍ତ୍ରୀ 2024 ସୁଦ୍ଧା ଭାରତକୁ ଏକ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଆହ୍ଵାନ ଜଣାଇଛନ୍ତି|ବର୍ତ୍ତମାନ ଭାରତ ବିଶ୍ବର ଷଷ୍ଠ ଶକ୍ତିଶାଳୀ ଅର୍ଥନୀତି ରାଷ୍ଟ୍ର ଭାବେ ସ୍ଥାନିତ ଅଛି |ଏହାର 2.8 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ଦ୍ରୁତ ପ୍ରଗତିଶୀଳ ରହିଛି | 2024 ସୁଦ୍ଧା ଏକ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ ହାସଲ କରିବାକୁ ହେଲେ ଭାରତକୁ 2024 ପର୍ଯ୍ୟନ୍ତ ଆଗାମୀ ପାଞ୍ଚ ବର୍ଷର ଅବଧିରେ ବର୍ତ୍ତମାନ ର ଅଭିବୃଦ୍ଧି ହାର ଶତକଡା 6.7 ଭାଗରୁ ଶତକଡା 10-11 ଭାଗ କରିବାକୁ ପଡିବ |ଏହି ଲକ୍ଷ ପ୍ରାପ୍ତି ଲାଗି ଅନେକ ଚାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ଭରାତ ଏହାର ମୁକାବିଲା କରିବା ଲାଗି ବେଶ ସକ୍ଷମ |

ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଓ ଦେଶ ସ୍ଵାଧୀନର 75 ବର୍ଷ ପୂର୍ତ୍ତି ହେବା ଅବସରକୁ ଭାରତ ଇତିହାସର ଐତିହାସିକ ଅବସର ବୋଲି ବର୍ଣ୍ଣନା କରି ଏହାକୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ପାଳିତ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି |ସେ କହିଛନ୍ତି ଯେ ଏକଦା ଆମ ସ୍ଵାଧୀନତା ସଂଗ୍ରାମୀ ମାନେ ଯେଉଁ ସୁନାର ଭାରତ ଗଠନ ଲାଗି ସ୍ଵପ୍ନ ଦେଖିଥିଲେ ତାହା ସାକାର କରିବା ପାଇଁ ଦେଶର ନାଗରିକ ମାନେ କଠିଣ ପରିଶ୍ରମ କରିବା ଉଚିତ ଓ ଦେଶ ପାଇଁ ହିଁ ନିଜ ଜୀବନ ଉତ୍ସର୍ଗୀକୃତ କରିବା ଉଚିତ |

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ରସରକାର ଦାୟିତ୍ଵ ଗ୍ରହଣ କରିବାର କିଛି ସପ୍ତାହ ମଧ୍ୟରେ ଲୋକମାନଙ୍କ ହିତସାଧନ ନିମନ୍ତେ ଅନେକ ନିଷ୍ପତ୍ତି ନେଇସାରିଛନ୍ତି | ସେ କହିଛନ୍ତି ଯେ ତାଙ୍କ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଯୋଗୁଁ କୃଷକ, ବ୍ୟବସାୟୀ, ଯୁବାପିଢି ତଥା ସମାଜର ବିଭିନ୍ନ ବର୍ଗର ଲୋକ ମାନେ ବହୁ ମାତ୍ରାରେ ଉପକୃତ ହେବେ | ସରକାର ଦେଶବାସୀ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡିକ ପୂରଣ କରିବା ଆରମ୍ଭ କରିଦେଇଛନ୍ତି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି |

ଦେଶର ଅନେକ ଭାଗ ଘୋର ଜଳ ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ଜଳ ସଂରକ୍ଷଣ ଉପରେ ଅତ୍ୟଧିକ ମହତ୍ଵ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ଵାନ ଜଣାଇଛନ୍ତି |”ଜଳ ଶକ୍ତି ମନ୍ତ୍ରଣାଳୟ” ସ୍ଥାପିତ କରିବା ପଦକ୍ଷେପ ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ଲାଗି ସରକାରଙ୍କ ପ୍ରତିଶୃତିବଦ୍ଧତା ଦର୍ଶାଇଥାଏ | ସଂସଦର ଉଭୟ ସଦନରେ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ବେଳେ 2022 ସୁଦ୍ଧା ‘ନବ ଭାରତ’ ଗଠନର ସ୍ଵପ୍ନ କୁ ସାକାର କରିବା ଲାଗି ସବୁ ରାଜନୈତିକ ପାର୍ଟି ମିଳିମିଶି କାମ କରିବା ଉଚିତ ବୋଲି ଜୋର ଦେଇ କହିଛନ୍ତି |

ମୂଳ ଲେଖା : ଶଙ୍କର କୁମାର, ସାମ୍ବାଦିକ
ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...