Skip to main content

ସଂସଦରେ ଚଳିତ ସପ୍ତାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଏକ ନୂତନ ଶିଖରରେ ତାଙ୍କ ସରକାର ପହଞ୍ଚାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଏକ ରାଷ୍ଟ୍ର-ଏକ ନିର୍ବାଚନ ଲାଗି ବିରୋଧୀ ପାର୍ଟି ଗୁଡିକର ସହଯୋଗ ଲୋଡିଛନ୍ତି | ଉଭୟ ସଦନର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ସମୟରେ ଉତ୍ତର ଦେବା ବେଳେ ଶ୍ରୀ ମୋଦୀ ଏକଥା କହିଛନ୍ତି | ପାର୍ଲିଆମେଣ୍ଟର କାର୍ଯ୍ୟଧାରାକୁ ସୁରୁଖୁରୁରେ ଚଳାଇବା ଲାଗି ସେ ବିରୋଧୀ ପାର୍ଟି ଗୁଡିକୁ ନିବେଦନ କରିଥିଲେ | ସେ କହିଛନ୍ତି ଯେ ଭାରତ ଏହାର ପ୍ରଗତି ଓ ସମୃଦ୍ଧି ନିଶ୍ଚିତ କରିବା ଲାଗି କୌଣସି ସୁଯୋଗ ହାତ ଛଡା କରିବା ଉଚିତ ନୁହେଁ | ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଉଭୟ ସରକାର ଓ ବିରୋଧୀ ପକ୍ଷ ଦେଶ ସମ୍ମୁଖୀନ ହେଉଥିବା ସବୁ ଚାଲେଞ୍ଜ ଗୁଡିକୁ ଐକ୍ୟବଦ୍ଧ ହୋଇ ମୁକାବିଲା କରିପାରିବେ | ସେ ଏକ ଦୃଢ, ନିରାପଦ ଓ ସମଷ୍ଟିଗତ ଭାରତ ଗଠନ ଲାଗି ଆହ୍ଵାନ ଜଣାଇଛନ୍ତି | ଦୁର୍ନୀତି, କୃଷକ ଓ ନିଯୁକ୍ତି ଭଳି ଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରି ଦେଶରେ ଦୁର୍ନୀତି ର କୌଣସି ସ୍ଥାନ ନାହିଁ ଓ ତାଙ୍କ ସରକାର ଏହା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଛନ୍ତି | ଦେଶରେ ଦେଖାଦେଇଥିବା ଜଳ ସଙ୍କଟ ଉପରେ ସଦସ୍ୟ ମାନଙ୍କୁ ଅବଗତ କରିବାକୁ ଯାଇ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ହେଉଛି ତାଙ୍କ ସରକାରଙ୍କ ମୂଳ ମନ୍ତ୍ର ।

ରାଜ୍ୟସଭାରେ ବିତର୍କ ସମୟରେ ଉତ୍ତର ଦେବା ବେଳେ ଶ୍ରୀ ମୋଦୀ, ନିର୍ବାଚନ ସଙ୍କ୍ରାନ୍ତୀୟ ସଂସ୍କାର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାଇ ନବ ଭାରତ ଗଠନ ଲାଗି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି | ଦେଶର ପ୍ରତିଟି ନାଗରିକ ଙ୍କ ଜୀବନ ମାନରେ ସୁଧାର ଆଣିବା ଲାଗି ସରକାର ପ୍ରତିଶୃତିବଦ୍ଧ ବୋଲି ଦର୍ଶାଇ ଏକ ନୂତନ ଭାରତ ଗଠନ ଲାଗି କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି | ଭାରତକୁ ଏକ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏକ ସାମୁହିକ ପ୍ରୟାସ କରିବା ସକାଶେ ଶ୍ରୀ ମୋଦୀ ଆହ୍ଵାନ ଜଣାଇଛନ୍ତି |

ଦେଶରେ ଏକକାଳୀନ ନିର୍ବାଚନ କରାଇବା ପ୍ରସ୍ତାବ ସମେତ ନବ ଭାରତ ଗଠନ ଲାଗି ବିଜେପିର ବିଚାରଧାରାକୁ ତାଚ୍ଛଲ୍ୟ କରୁଥିବା ବିରୋଧୀ ପାର୍ଟି ପ୍ରତି ଶ୍ରୀ ମୋଦୀ କଡା ସମାଲୋଚନା କରିଛନ୍ତି | ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ଏକ ଉତ୍ତମ ପୁରାତନ ଭାରତ ଚାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ପାର୍ଟି ସେହି ପୁରୁଣା ଭାରତ ଚାହେଁ ଯେଉଁ ସମୟରେ କ୍ୟାବିନେଟର ନିଷ୍ପତ୍ତି ସଙ୍କ୍ରାତୀୟ ନଥିପତ୍ର ଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ନଷ୍ଟ କରିଦିଆଯାଉଥିଲା ଓ ନୌବାହିନୀ ଜାହାଜ ଗୁଡିକୁ ବ୍ୟକ୍ତିଗତ ଯାତ୍ରା ପାଇଁ ନିୟୋଜିତ କରାଯାଉଥିଲା | ଶ୍ରୀ ମୋଦୀ ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିନର ବ୍ୟବହାରକୁ ଯୁକ୍ତିଯୁକ୍ତ ବୋଲି ବ୍ୟାଖ୍ୟା କରି ଏହା ଉପରେ ପ୍ରଶ୍ନବାଚୀ ଉଠାଇଥିବା ବିରୋଧୀ ମାନଙ୍କ ପ୍ରତି ତୀବ୍ର ସମାଲୋଚନା କରିଛନ୍ତି |

ଲୋକସଭାରେ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ସଂଶୋଧନ ବିଲ (SEZs) 2019 ପାସ ହୋଇଯାଇଛି | ଏହି ବିଲ ଅଧୀନରେ ଟ୍ରଷ୍ଟ ଓ ଅନ୍ୟାନ୍ୟ ସଂସ୍ଥା ଗୁଡିକୁ SEZsରେ ସେମାନଙ୍କ ଶାଖା ସ୍ଥାପିତ କରିବାକୁ ଅନୁମତି ମିଳିପାରିବ | ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଧାର ଓ ଅନ୍ୟାନ୍ୟ ଆଇନଗତ ସଂଶୋଧନ ବିଲ, 2019 ଆଗତ କରିଥିଲେ | ଏହି ବିଲ, ନିୟମ ଲଙ୍ଘନ ପାଇଁ ପ୍ରସ୍ତାବିତ କଡା ଜୋରିମାନା ଲାଗୁ ସଙ୍କ୍ରାନ୍ତୀୟ ମାର୍ଚ୍ଚ ମାସରେ ଜାରି ଅଧ୍ୟାଦେଶର ସ୍ଥାନ ନେବ | 18 ବର୍ଷ ବୟସରେ ପଦାର୍ପଣ ହେଲେ ବାଇଓମେଟ୍ରିକ ପରିଚୟ କାର୍ଯ୍ୟକ୍ରମରୁ ଓହରି ଯିବା ଲାଗି ପିଲା ମାନଙ୍କୁ ଏକ ବିକଳ୍ପ ଦେବା ଲାଗି ମଧ୍ୟ ଏଥିରେ ପ୍ରସ୍ତାବ ରହିଛି |

ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, 2019 ଆଗତ କରିଥିଲେ ଯେଉଁଥିରେ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ, 2004ର ପୁନଃ ସଂଶୋଧନ ଲାଗି ପ୍ରସ୍ତାବ ରହିଛି | ଜାମ୍ମୁର ଆନ୍ତର୍ଜାତୀୟ ସୀମାରେଖାର 10 କିଲୋମିଟର ପରିଧିରେ ବସବାସ କରୁଥିବା ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ଦେବାଲାଗି ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଛି |

ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନ, ଲୋକସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ ନୂଆଦିଲ୍ଲୀ ଲଗାତାର ସୀମାପାରି ସନ୍ତ୍ରାସବାଦ ପ୍ରସଙ୍ଗ ଉତଥାପନ କରୁଛି ଓ ଦ୍ଵିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଫୋରମ ସମେତ ସନ୍ତ୍ରାସବାଦ ର ମୂଳୋତ୍ପାଟନ ଲାଗି ସଂଗ୍ରାମରେ ଆନ୍ତର୍ଜାତୀୟ ସହଯୋଗ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛି | ସେ କହିଥିଲେ ଯେ ସରକାରଙ୍କ ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ ଆନ୍ତର୍ଜାତୀୟ ସ୍ତରରେ ନାମିତ ସନ୍ତ୍ରାସବାଦୀ ଗୋଷ୍ଠୀ ତଥା ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକଳାପ ସମେତ ପାକିସ୍ତାନର ସନ୍ତ୍ରାସବାଦୀ ଗୋଷ୍ଠୀ ଉପରେ ଆନ୍ତର୍ଜାତୀୟ ସମୁଦାୟ ରେ ଉଦବେଗ ବୃଦ୍ଧି ପାଇଛି | ମନ୍ତ୍ରୀ ମହୋଦୟ କହିଥିଲେ ଯେ କୌଣସି ପ୍ରକାର ସନ୍ତ୍ରାସବାଦ କାର୍ଯ୍ୟକଳାପ ନିଜ ଦେଶ ମାଟିରୁ ଅନୁମତି ନଦେବାକୁ ଅନେକ ଦେଶ ପାକିସ୍ତାନକୁ ଆହ୍ଵାନ ଜଣାଇଛନ୍ତି | ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ ଏହି ଭୀରୁତାପୂର୍ଣ୍ଣ ଜଘନ୍ୟ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦରେ ତୀବ୍ର ନିନ୍ଦା କରାଯାଇଥିଲା |

ଦେଶର ଅନେକ ଭାଗରେ ଘୋର ଜଳ ସଙ୍କଟ ଦେଖା ଦେଇଥିବା ପରିପ୍ରେକ୍ଷୀରେ ଏକ ସ୍ୱଳ୍ପ କାଳୀନ ଆଲୋଚନାରେ ଭାଗ ନେଇ ରାଜ୍ୟସଭାର ସଦସ୍ୟ ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ | ଏହି ବିତର୍କ ସମୟରେ ଉତ୍ତର ଦେଇ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଭୂତଳ ଜଳ ସ୍ତରର ସଂରକ୍ଷଣ ଲାଗି ସରକାର ସବୁ ପ୍ରକାରର ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...