Skip to main content

ପାକିସ୍ତାନର ଗୁରୁତର ଆର୍ଥିକ ସଙ୍କଟ

ପାକିସ୍ତାନରେ ଅହେତୁକ ମୁଦ୍ରାସ୍ଫୀତି ହାର ବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ ତେଜିଛି | ସନ୍ତ୍ରାସବାଦର କୁପ୍ରଭାବ ସହ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି | ମୁଦ୍ରାସ୍ଫୀତି ହାର ଖୁବ ଶୀଘ୍ର ଦୁଇ ଅଙ୍କକୁ ବୃଦ୍ଧି ପାଇବା ଅନୁମାନ କରାଯାଉଛି | ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ସାମଗ୍ରୀ ଏବଂ ଶକ୍ତି ଦରରେ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯାହାର ପ୍ରଭାବ ଅନ୍ୟାନ୍ୟ ସାମଗ୍ରୀ ଉପରେ ପଡିଛି | ପାକିସ୍ତାନର ଆମଦାନୀ ବୃଦ୍ଧି ପାଉଛି ଏବଂ ବୈଦେଶିକ ମୁଦ୍ରା ମହଜୁଦ ପରିମାଣ 8 ବିଲିୟନ ଡଲାରକୁ ହ୍ରାସ ପାଇଛି | ଏହି ପରିମାଣ ଦ୍ଵାରା କେବଳ ଦୁଇ ମାସ ପାଇଁ ବିଭିନ୍ନ ଦେୟ ପଇଠ କରିହେବ | ପାକିସ୍ତାନୀ ଟଙ୍କାର ବିନିମୟ ମୂଲ୍ୟ ଗୋଟିଏ ଆମେରିକୀୟ ଡଲାର ତୁଳନାରେ 150 ହୋଇଯାଇଛି | ବିଗତ ତିନି ବର୍ଷ ମଧ୍ୟରେ ଏହାର ମୂଲ୍ୟ ପ୍ରାୟ 20 ଥର ହ୍ରାସ ପାଇ ଶତକଡା ପ୍ରାୟ 20 ଭାଗ ହ୍ରାସ ପାଇଥିବା କୁହାଯାଇଛି |

ଯେହେତୁ ପାକିସ୍ତାନ ଏହାର ତୈଳ ଆବଶ୍ୟକତାର ଅଧିକାଂଶ ଭାଗ ଏବଂ ଅନ୍ୟାନ୍ୟ ବହୁ ଦୈନନ୍ଦିନ ସାମଗ୍ରୀ ଆମଦାନୀ କରୁଛି, ମୁଦ୍ରାସ୍ଫୀତି ହାର ବୃଦ୍ଧି ଯୋଗୁଁ ଲୋକ ମାନଙ୍କ ଆୟ ପ୍ରାୟ ଅଧା ହୋଇଯାଇଛି | ଏଥି ଯୋଗୁଁ ପାକିସ୍ତାନରେ ବ୍ୟାପକ ଗଣ ଆନ୍ଦୋଳନ ଦେଖାଦେଇଛି | ପେଶାୱାର ଏବଂ ଅନ୍ୟାନ୍ୟ ସ୍ଥାନରେ ଜମାତ-ଏ-ଇସ୍ଲାମି ନେତୃତ୍ବରେ ଇମ୍ରାନ ଖାନ ସରକାରଙ୍କ ବିରୁଦ୍ଧରେ ସଡକରେ ଆନ୍ଦୋଳନ ଚାଲିଛି | ଇମ୍ରାନ ଖାନ ସରକାର କ୍ଷମତାକୁ ଆସିବା ପରେ ଚାକିରୀ ଦେବା, ଦାରିଦ୍ର୍ଯ ଦୂରୀକରଣ ଏବଂ ଏକ ଇସ୍ଲାମିକ କଲ୍ଯାଣ ଦେଶ ପ୍ରତିଷ୍ଠା କରିବା ପ୍ରତିଶୃତି ଦେଇଥିଲେ |

ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ପାକିସ୍ତାନ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ଏବଂ ଦୃଢ ନୁହେଁ | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ଏକ ଋଣ ସହାୟତା ପାଇବା ପରେ ଗୁରୁତର ଆର୍ଥିକ ସଙ୍କଟ ବିଷୟ ଦେଶବାସୀଙ୍କୁ ଅବଗତ କରାଯାଇଛି | IMF ଋଣ ପରିଶୋଧ ଏବଂ ପରିସ୍ଥିତିର ମୁକାବିଲା ସକାଶେ ପାକିସ୍ତାନ ପରବର୍ତ୍ତୀ ବଜେଟରେ ଏହାର ନିଜ ରାଜସ୍ବ ପରିମାଣକୁ ଶତକଡା 40 ଭାଗ ବୃଦ୍ଧି କରିବାକୁ ପଡିବ | ଅର୍ଥାତ ଏଥି ପାଇଁ ଟିକସ ଦର ଏବଂ ଟିକସ ଆଦାୟ ବଢାଇବାକୁ ପଡିବ ଯାହା ଲୋକମାନଙ୍କ ପାଇଁ ଆଉ ଏକ କଠିନ ସମସ୍ୟା ସୃଷ୍ଟି କରିବ ଏବଂ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ | ପାକିସ୍ତାନର ଚିରାଚରିତ ବନ୍ଧୁ ରାଷ୍ଟ୍ର ଉପସାଗରୀୟ ଦେଶ, ସାଉଦି ଆରବ ଏବଂ ଚୀନ ମଧ୍ୟ ଏହି ଆର୍ଥିକ ସଙ୍କଟ ଦୂର କରିବାରେ ସମର୍ଥ ହୋଇପାରିନାହାଁନ୍ତି |

ପାକିସ୍ତାନକୁ IMFର ଋଣ ପ୍ରଦାନକୁ ଆମେରିକା ବିରୋଧ କରୁଥିବାରୁ ପାକିସ୍ତାନ ପାଇଁ ଆର୍ଥିକ ସମସ୍ୟା ଆହୁରି ଗୁରୁତର ହୋଇପଡିଛି | ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (CPEC) ପ୍ରକଳ୍ପ ପାଇଁ ପାକିସ୍ତାନ IMFରୁ ଋଣ ନେଇ ଚୀନର ଋଣ ପରିଶୋଧ କରିବାକୁ ଚାହୁଁଥିବା ୱାଶିଂଗଟନ ବିବେଚନା କରିଛି |

ପ୍ୟାରିସ ଭିତ୍ତିକ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (FATF) ଏହାର ତାଲିକାରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଛି | ପାକିସ୍ତାନରେ ବିଭିନ୍ନ ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ଆର୍ଥକ ସହାୟତା ପ୍ରଦାନ ରୋକିବା ଦିଗରେ ପାକିସ୍ତାନ ବିଫଳ ହୋଇଥିବାରୁ FATF ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଏହା ଦ୍ୱାରା ଅନ୍ୟ ଦେଶ କିମ୍ବା ଆନ୍ତର୍ଜାତୀୟ ଅନୁଷ୍ଠାନ ଗୁଡିକ ଠାରୁ ଆର୍ଥିକ ସାହାଯ୍ୟ ପ୍ରାପ୍ତ ନିଷିଦ୍ଧ ହୋଇଯିବ |

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF), 6 ବିଲିୟନ ଆମେରିକୀୟ ଡଲାର ଋଣ ସହାୟତା ଦେବାକୁ ରାଜି ହେବା ପରେ ଚଳିତ ବର୍ଷ ପାକିସ୍ତାନର ଅଭିବୃଦ୍ଧି ହାର ଶତକଡା 2.8 ଭାଗ ହେବା ଆକଳନ କରିଛି | ନେପାଳର ଅଭିବୃଦ୍ଧି ହାର ଶତକଡା 7.5 ଭାଗ, ବାଙ୍ଗଲାଦେଶର ଅଭିବୃଦ୍ଧି ହାର ଶତକଡା 7.5 ଭାଗ ତୁଳନାରେ ଚଳିତ ବର୍ଷ ପାକିସ୍ତାନର ଅଭିବୃଦ୍ଧି ହାର ଶତକଡା 2.8 ଭାଗ ହେବା IMF ଆକଳନ କରିଛି | ଇମ୍ରାନ ଖାନ ସରକାର ଗୁରୁତର ସମସ୍ୟାର ସମୁଖୀନ ହୋଇଛନ୍ତି ଏବଂ ଅର୍ଥନୀତିକୁ ସଠିକ ସ୍ତରକୁ ଆଣିବା ସକାଶେ କଠୋର ମୁକାବିଲାର ସାମନ୍ନା କରିବାକୁ ପଡ଼ିବ | ଥାର ଅଞ୍ଚଳରେ ମଧ୍ୟ କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ମରୁଡି ଦେଖାଦେଇଛି | ଏହାର ଫଳସ୍ୱରୂପ ସିନ୍ଧ ପ୍ରଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ହ୍ରାସ ପାଇଛି |

ପାକିସ୍ତାନର ଲେଖକ ତଥା ସାମ୍ବାଦିକ ଇମଦାଦ ଜାଫର କହିଛନ୍ତି, ଏହା ଦେଶ ପାଇଁ ସ୍ୱୟଂ-ସୃଷ୍ଟିକାରୀ ସମସ୍ୟା | ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶକୁ ସୁରକ୍ଷିତ ରଖିବାକୁ ସମଗ୍ର ବିଶ୍ବ ବର୍ଷ ବର୍ଷ ଧରି ପାକିସ୍ତାନକୁ କହିଆସିଛି | ଦେଶର କୃଷି, ଶିଳ୍ପ, ଶିକ୍ଷା ଏବଂ ବୈଜ୍ଞାନିକ ବିକାଶର ଅବନ୍ନତି ଘଟୁଥିବାବେଳେ ପାକିସ୍ତାନ ସନ୍ତ୍ରାସବାଦକୁ ଗୁରୁତ୍ତ୍ଵ ଦେଉଛି | ଏହାର ଫଳସ୍ୱରୂପ ଆଜି ଏହି ଦୁର୍ଦ୍ଦଶା ଘଟିଛି |


ମୂଳ ଲେଖା : ଅଶୋକ ହାଣ୍ଡୁ, ରାଜନୈତିକ ଭାଷ୍ୟକାର

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...