Skip to main content

ଭାରତୀୟ ଅର୍ଥନୀତି ନୂଆ ଉଚ୍ଚତା ଦିଗରେ ଅଗ୍ରସର

ଭାରତ ଚଳିତ ବର୍ଷ ବ୍ରିଟେନକୁ ପଛରେ ପକାଇ ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥନୀତିରେ ପହଞ୍ଚିବାର ଅନୁମାନ କରାଯାଉଛି ଏବଂ 2025 ସୁଦ୍ଧା ଜାପାନକୁ ପଛରେ ପକାଇ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ପହଞ୍ଚିବାର ଆଶା କରାଯାଉଛି | ଲଣ୍ତନ ଭିତ୍ତିକ ସଂସ୍ଥା ‘IHS Markit’s’ ଭାରତର ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ଏବଂ ତାଙ୍କ ପାର୍ଟିର ବିପୁଳ ବିଜୟ ଉପରେ ଯେଉଁ ଅନୁଧ୍ୟାନ ରିପୋର୍ଟ ଦେଇଛି ସେଥିରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ 2019-2023ରେ ମୋଟ ଘରୋଇ ଉତ୍ପାଦନ ଶତକଡା 7 ଭାଗରେ ପହଞ୍ଚିବାର ପୂର୍ବାନୁମାନ କରିଛି |

ଭାରତ 2019ରେ ବ୍ରିଟେନକୁ ପଛରେ ପକାଇ ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥନୀତିରେ ପହଞ୍ଚିବ ଏବଂ ଏହାର ମୋଟ ଜିଡିପି 3 ଟ୍ରିଲିୟନ ଡଲାରକୁ ଟପିଯିବ ଏବଂ 2025 ସୁଦ୍ଧା ଜାପାନକୁ ପଛରେ ପକାଇ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦ୍ବିତୀୟ ବୃହତ୍ତ ଅର୍ଥନୀତିରେ ପହଞ୍ଚିବାର ଅନୁମାନ ଏହି ରିପୋର୍ଟରେ କରାଯାଇଛି |

ଭାରତ ବିଶ୍ବର ବୃହତ୍ତ ଅର୍ଥନୀତି ଆଡକୁ ଅଗ୍ରସର ହେଉଥିବା ବେଳେ ବିଶ୍ବ ଜିଡିପିରେ ଏହାର ଭାଗିଦାରୀ ମଧ୍ୟ ବୃଦ୍ଧି ପାଇ ଚାଲିଛି | ଏସିଆରେ ବାଣିଜ୍ୟ ଏବଂ ପୁଞ୍ଜି ନିବେଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଭାରତ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଅର୍ଥନୀତିରେ ମଧ୍ୟ ଏହାର ଗୁରୁତ୍ହକୁ ବୃଦ୍ଧି କରିଚାଲିଛି |

ମୋଦିଙ୍କ ଦ୍ବିତୀୟ ପାଳିରେ ଅର୍ଥନୀତି କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାର ଆଶା କରାଯାଉଛି | ଭାରତ ସରକାରଙ୍କୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ପାଇଁ କେତେକ ସଂଶୋଧନ ଆଣିବାର ଆବଶ୍ୟକତା ରହିଛି ଯେପରିକି ପରିଶୋଧ ହୋଇପାରୁନଥିବା ଋଣ ବୋଝ କମ ହେବ |

ଜିଡିପିରେ ଉତ୍ପାଦନ କ୍ଷେତ୍ରର ଅଂଶ 25 ଭାଗ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଏବେ ମଧ୍ୟ ଶତକଡା 18 ଭାଗ ରହିଛି ଏବଂ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବର୍ଷକୁ ସାଡେ ସାତ ମିଲିୟନ କର୍ମନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଉଛି |

2015ରୁ 2050 ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ 350 ମିଲିୟନରେ ପହଞ୍ଚିବାର ଅନୁମାନ କରାଯାଉଛି ଯାହାଯୋଗୁଁ ସରକାରଙ୍କ ପାଇଁ ଲୋକଙ୍କୁ ବିଦ୍ୟୁତ, ପାଣି, ସୁଲଭ ଗୃହ, ସର୍ଭସାଧାରଣ ପରିବହନ ଆଦି ଯଥେଷ୍ଟ ଭିତ୍ତିଭୂମି ଯୋଗାଇବା ଚ୍ୟାଲେଞ୍ଜପୂର୍ଣ୍ଣ ହେବ |

କର୍ମନିଯୁକ୍ତି ବୃଦ୍ଧି ପାଇଁ ମେକ ଇନ ଇଣ୍ତିଆ ମାଧ୍ୟମରେ ଭାରତର ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ | 2014ରେ ଯେତେବେଳେ ମେକ ଇନ ଇଣ୍ତିଆ ଆରମ୍ଭ କରାଗଲା ସେତେବେଳେ ଲକ୍ଷ୍ୟ ଥିବା ଏହା ଜିଡିପିରେ ଉତ୍ପାଦନ କ୍ଷେତ୍ରରୁ ଶତକଡା 25 ଭାଗ ଅଂଶ ଗ୍ରହଣ କରିବ କିନ୍ତୁ 2018 ସୁଦ୍ଧା ଜିଡିପିରେ ଏହି ଭାଗିଦାରୀ ଶତକଡା 18 ଭାଗ ରହିଛି |

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ସରକାର କାଳରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯଦିଓ ଆଖିଦୃଶିଆ କାମ ହୋଇଛି କିନ୍ତୁ ପରିବହନ ଏବଂ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଭିତ୍ତି ଭୂମିର ଦ୍ରୃତ ବିକାଶ ଏବେ ମଧ୍ୟ ମୁଖ୍ୟ ପ୍ରାଥମିକତା ରହିଛି | ବିଶ୍ବ ବ୍ୟାଙ୍କର 2019ର ସୁଗମ ବାଣିଜ୍ୟ ସୂଚିରେ ଭାରତର ସ୍ଥାନ 190ଟି ଦେଶ ମଧ୍ୟରେ 77ତମ ସ୍ଥାନରେ ରହିଛି |

ଯେହେତୁ ବର୍ତ୍ତମାନର ସରକାର ବିପୁଳ ସଂଖ୍ୟାଗରିଷ୍ଠତା ପାଇଛନ୍ତି ଏଣୁ ମେଣ୍ଟ ଦଳର କୌଣସି ଚାପ ରହିବ ନାହିଁ ଏବଂ ସରକାର ବିନା କୌଣସି ଚାପରେ ଅର୍ଥନୀତିରେ ଅଧିକ ସଂସ୍କାର ଆଣିପାରିବେ |

ପ୍ରଧାନମନ୍ତ୍ରୀ ମୋଦି 2014ରୁ ଦାୟିତ୍ବ ଗ୍ରହଣ କରିବା ପରେ ଜିଡିପିରେ ବୃଦ୍ଧି ଘଟିଛି | 2014ରେ ଏହା 2 ଟ୍ରିଲିୟନ ଡଲାର ଥିବାବେଳେ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ 2019ରେ ଏହା 3 ଟ୍ରିଲିୟନ ଡଲାରରେ ପହଞ୍ଚିବାର ଅନୁମାନ କରାଯାଉଛି |

ମୋଦି ସରକାର 2017ରେ ସାମଗ୍ରୀ ଏବଂ ସେବା କର ପ୍ରଣୟନ କରି ଟିକସ ବ୍ୟବସ୍ଥାରେ ଯେଉଁ ସରଳିକରଣ କରିଛନ୍ତି ତାହାଦ୍ବାରା ଅର୍ଥନୀତି ସୁଦୃଢ ହୋଇଛି |

ମୂଳ ଲେଖା: ପଦମ ସିଂହ

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...