ଜୀବନ ପାଇଁ ଜଳ ନିହାତି ଆବଶ୍ୟକ, ତଥାପି ବିଶ୍ବରେ 844 ମିଲିୟନ ଲୋକ ପାଣିର ଅଭାବରେ କାଳାତିପାତ କରୁଛନ୍ତି | ବିଶ୍ବ ଅର୍ଥନୈତିକ ଫୋରମର ଏକ ରିପୋର୍ଟ ଅନୁଯାୟୀ ସମାଜରେ ପ୍ରଭାବ ପକାଉଥିବା ଚାରୋଟି ବିଷୟ ମଧ୍ୟରୁ ସମଗ୍ର ବିଶ୍ବରେ ଜଳ ଅଭାବ ଚତୁର୍ଥ ବିଷୟ ରହିଛି |
ଭାରତରେ ମଧ୍ୟ ପରିସ୍ଥିତି ଏତେଟା ଭଲ ନୁହେଁ | ତେବେ ଜଳ ଉପଲବ୍ଧତା ଏବଂ ପୌର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ବିଗତ ଦଶନ୍ଧି ଗୁଡିକରେ ଯଦିଓ ଭାରତ ଉଲ୍ଲେଖନୀୟ ଉନ୍ନତି କରିଛି, ଏହାର ବିଶାଳ ଜନସଂଖ୍ୟା ଯୋଗୁଁ ଯୋଜନାବଦ୍ଧ ଜଳ ସମ୍ପଦ ଏବଂ ଗ୍ରାମାଞ୍ଚଳର ସମସ୍ତ ଆବଶ୍ୟକତା ପୂରଣ ହେବାରୁ କିଛିଟା ବଞ୍ଚିତ ହେଉଛି | ଏହା ସମେତ ଭାରତର ସହରାଞ୍ଚଳର ଦ୍ରୁତ ବିକାଶ ମଧ୍ୟ ସରକାରୀ ସମାଧାନ ବ୍ୟବସ୍ଥାକୁ ବଢ଼ାଇଦେଇଛି |
ପାନୀୟ ଜଳ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଥିଲେ ସୁଦ୍ଧା, ଅନ୍ୟାନ୍ୟ ଅନେକ ଜଳ ଉତ୍ସ ଜୈବିକ ଏବଂ ରାସାୟନିକ ପ୍ରଦୂଷିତ ପଦାର୍ଥ ଦ୍ୱାରା ସଂକ୍ରମିତ ହୋଇରହିଛି | ଦେଶରେ ଶତକଡା 21 ଭାଗରୁ ଅଧିକ ରୋଗ ଗୁଡିକ ପାଣି-ସମ୍ବନ୍ଧୀୟ ହେଉଥିବା ଜଣାପଡିଛି | ପରିମଳ ବ୍ୟବସ୍ଥାରେ ଉନ୍ନତି ହୋଇଥିଲେ ସୁଦ୍ଧା ଦେଶର ଶତକଡା 33 ଭାଗ, ପାରମ୍ପରିକ ପରିମଳ ବ୍ୟବସ୍ଥାର ସୁବିଧା ପାଉଛନ୍ତି |
ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଏଠାରେ ଶସ୍ୟ ଅମଳ ପ୍ରଚୁର ପରିମାଣର ହେଉଥିବାରୁ ପାଣିର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହୁଛି | ଖାଦ୍ୟ ଉତ୍ପାଦନ ହାର ଅଧିକ ହେଉଥିବାରୁ ପାଣିର ଖର୍ଚ୍ଚ ମଧ୍ୟ ଅଧିକ ପରିମାଣ ହେଉଛି |
NITI ଆୟୋଗର କହିବା ଅନୁଯାୟୀ, ପ୍ରାୟ 600 ନିୟୁତ ଭାରତୀୟ ଅଧିକରୁ ଅତ୍ୟଧିକ ପାଣି ଅଭାବର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ ଜଳାଭାବର ଦୁର୍ଦ୍ଦଶା ଭୋଗିବାକୁ ପଡୁଛି | ସରକାରଙ୍କର ବୁଦ୍ଧିଜୀବି ଓ ଗବେଷଣାମୂଳକ ସଂସ୍ଥା ଅନୁସାରେ ଶତକଡା 75 ଭାଗ ପରିବାରବର୍ଗଙ୍କର ସେମାନଙ୍କର ବାସଗୃହ ପରିସରରେ ପାନୀୟ ଜଳ ଉପଲବ୍ଧ ନାହିଁ | ଯଥେଷ୍ଟ ପରିମାଣରେ ସ୍ୱଚ୍ଛ ପାଣିର ଅଭାବରେ ପ୍ରାୟ 2 ଲକ୍ଷ ଲୋକଙ୍କର ପ୍ରତିବର୍ଷ ମୃତ୍ୟୁ ଘଟୁଛି | ପ୍ରତିବର୍ଷ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ ଦେଶରେ ଅତିକମରେ ଆଠଟି ରାଜ୍ୟରେ ଉତ୍କଟ ଜଳାଭାବ ଦେଖାଦେଉଛି | ଜଳବାୟୁ ପରିବର୍ତ୍ତନ ଏବଂ ଭୂମଣ୍ଡଳୀୟ ଉଷ୍ମତା ପରିସ୍ଥିତିକୁ ଆହୁରି ଖରାପ କରିଦେଉଛି |
ଏହି ବର୍ଦ୍ଧିତ ସଙ୍କଟର ମୁକାବିଲା ସକାଶେ ସରକାର 'ଜଳ ଶକ୍ତି' ନାମିତ ଏକ ନୂଆ ମନ୍ତ୍ରଣାଳୟ ଆରମ୍ଭ କରିଛନ୍ତି | ଭାରତର ଜଳ ସମସ୍ୟାର ଦୂରୀକରଣ ଏବଂ ଦେଶବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଏହି ମନ୍ତ୍ରଣାଳୟ ଖୋଲାଯାଇଛି | ପୂର୍ବରୁ ଥିବା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟ ଏବଂ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟକୁ ସମ୍ମିଶ୍ରଣ କରି ଏହି ନୂଆ ମନ୍ତ୍ରଣାଳୟ ଆରମ୍ଭ କରାଯାଇଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିର୍ବାଚନ ପ୍ରଚାର ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ଦ୍ଵିତୀୟ ଥରର NDA ସରକାରଙ୍କର ମୂଳ ଉଦ୍ଦେଶ୍ୟ ଥିବା ପ୍ରତିଶୃତି ଦେଇଥିଲେ | ଏହି ପ୍ରତିଜ୍ଞାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି | ଲୋକମାନଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଣ ଏବଂ କୃଷକ ମାନଙ୍କୁ ଉଚ୍ଚ-କୋଟୀର ଜଳ ସେଚନ ବ୍ୟବସ୍ଥା ଯୋଗାଇଦେବାକୁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ପରିଚାଳନା କରାଯିବା ବିଷୟରେ ମଧ୍ୟ ସେ କହିଥିଲେ |
ପାଣି ସଂକ୍ରାନ୍ତୀୟ ମାମଲା ପାଇଁ ବର୍ତ୍ତମାନ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ କାର୍ଯ୍ୟରତ ଅଛନ୍ତି | ଉଦାହରଣ ସ୍ୱରୂପ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ଦେଶର ଅଧିକାଂଶ ନଦୀର ସଂରକ୍ଷଣ ସୁନିଶ୍ଚିତ ସଂକ୍ରାନ୍ତୀୟ ବିଷୟ ତଦାରଖ କରୁଛନ୍ତି | ଆବାସିକ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟ ମଧ୍ୟ ଜଳ ସମ୍ପର୍କିତ ବିଷୟ ଉପରେ କାର୍ଯ୍ୟ କରିଥାଆନ୍ତି |
ଭାରତୀୟ ସରକାରଙ୍କ ଅନୁସାରେ, ନୂତନ ଭାବେ ଗଠିତ ଜଳ ଶକ୍ତି ମନ୍ତ୍ରଣାଳୟ ପୂର୍ବରୁ ଥିବା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟ ଏବଂ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଠାରୁ ଅଧିକ ଫଳପ୍ରଦ ଭାବେ କାମ କରି ଏହାର କାର୍ଯ୍ୟ ସମ୍ପାଦନ କରିବ | ଦେଶରେ ପାଣିର ଆବଶ୍ୟକତା, ଯୋଗାଣ, ସ୍ୱଚ୍ଛ ପାନୀୟ ଜଳ ଇତ୍ୟାଦି ବିଷୟକୁ ସଠିକ ଭାବେ ତଦାରଖ କରି ଏଥି ଜନିତ ସଙ୍କଟର ସମାଧାନ ପାଇଁ ନୂଆ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉଦ୍ୟମ କରିବ | କୃଷି ମନ୍ତ୍ରଣାଳୟ ଦେଶର ଶତକଡା 80 ଭାଗ ଜଳର ଆବଶ୍ୟକତା କରିଥାଏ; ଏହି ମନ୍ତ୍ରଣାଳୟ ସହ ସହଯୋଗ କରି ନୂଆ ଜଳ ଶକ୍ତି ମନ୍ତ୍ରଣାଳୟ ଏହାର କାର୍ଯ୍ୟ ସମ୍ପାଦନରେ ଅଗ୍ରସର ହେବ | କୃଷି ମନ୍ତ୍ରଣାଳୟ ଦେଶରେ ବିଭିନ୍ନ ଜଳବାୟୁରେ ବିଭିନ୍ନ ଶସ୍ୟ ଅମଳ, ଜଳ ସଂରକ୍ଷଣ ବୈଷୟିକ ଜ୍ଞାନ ପ୍ରଭୃତି ବିଷୟରେ ମାର୍ଗ ଦର୍ଶକ ଭାବେ ମଧ୍ୟ ଭୂମିକା ନିଭାଇପାରିବ |
ମୂଳ ଲେଖା : ବିମାନ ବାସୁ, ବରିଷ୍ଠ ବିଜ୍ଞାନ ଭାଷ୍ୟକାର
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments
Post a Comment