Skip to main content

G20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ଯାଙ୍କ ଗଭର୍ଣ୍ଣର ମାନଙ୍କର ବୈଠକ

G20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ଯାଙ୍କ ଗଭର୍ଣ୍ଣର ମାନଙ୍କର ଦୁଇ ଦିନିଆ ବୈଠକ ଜାପାନର ଫୁକୁଓକାରେ ଅନୁଷ୍ଠିତ ହୋଇଯାଇଛି | ବିଶ୍ଵ ସ୍ତରରେ ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟର ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ G20 ସଦସ୍ୟ ରାଷ୍ଟ୍ର ମାନଙ୍କର ବିଭିନ୍ନ ବାଣିଜ୍ୟିକ ଏବଂ ଶୁଳ୍କ ସଙ୍କ୍ରାନ୍ତିୟ ପ୍ରସଙ୍ଗ ଉପରେ ବିଚାରବିମର୍ଶ ଏବଂ ଏହାର ସମାଧାନ ଉପରେ ଆଲୋଚନା ହେବା ସହ ଚଳିତ ମାସର ଶେଷାର୍ଦ୍ଧରେ ଓସାକାରେ ଅନୁଷ୍ଠିତ ହେବାକୁ ଥିବା G20 ସମ୍ମିଳନୀର ପ୍ରସ୍ତୁତି କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା ହୋଇଛି | ଆମେରିକା ଏବଂ ଚୀନ ଭଳି ଦୁଇଟି ବୃହତ ଅର୍ଥନୈତିକ ସ୍ତରରେ ଉନ୍ନତ ରାଷ୍ଟ୍ର ଦ୍ଵାରା ଗୃହୀତ ସଂରକ୍ଷଣବାଦ ନୀତିର ପୁନର୍ବିଚାର ସକାସେ ମଧ୍ୟ ଏହି ବୈଠକ ମାଧ୍ୟମରେ ଏହାର ପଥ ପରିଷ୍କାର ହୋଇପାରିଛି | ଏତଦ ବ୍ଯତୀତ ଏହି ବୈଠକରେ, ଫେସ୍ବୁକ ଏବଂ ଗୁଗୁଲ ଭଳି ବହୁଦେଶୀୟ ବୈଷୟିକ ଏବଂ ଡିଜିଟାଲ କମ୍ପାନୀ ଗୁଡିକ ପାଇଁ ନୂଆ ଟିକସ ନୀତି ପ୍ରଣୟନ ସକାସେ ମଧ୍ୟ ଆଲୋକପାତ କରାଯାଇଛି | ସମଗ୍ର ବିଶ୍ବରେ ଘଟୁଥିବା ଅର୍ଥ ହେରଫେର ମାମଲା, ବ୍ଯାଙ୍କ ଠକେଇ, ଆର୍ଥିକ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଗୁଡିକୁ ନିୟନ୍ତ୍ରଣ କରିବା ପଦକ୍ଷେପ ଗୁଡିକ ଉପରେ ମଧ୍ୟ ଏହି ବୈଠକରେ ବିଚାର ଆଲୋଚନା ହୋଇଛି |

G20 ସଦସ୍ୟ ରାଷ୍ଟ୍ର ଗୁଡିକର ଅର୍ଥମନ୍ତ୍ରୀ ମାନଙ୍କର ଫୁକୁଓକାରେ ଅନୁଷ୍ଠିତ ବୈଠକରେ ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ଉପରେ ମଧ୍ୟ ଗୁରୁତ୍ତ୍ଵ ପ୍ରଦାନ କରାଯାଇଛି | ଏହି ବାଣିଜ୍ୟ ବିବାଦ ଦୁଇ ଦେଶର ଦ୍ଵିପକ୍ଷୀୟ ବାଣିଜ୍ୟ ସମ୍ପର୍କକୁ ବିପଦରେ ପକାଇବା ସହ ବିଶ୍ଵ ସ୍ତରୀୟ ବାଣିଜ୍ୟରେ ମଧ୍ୟ ଅଧିକ ପ୍ରଭାବ ପକାଉଛି | ଏଠାରେ ସୂଚିତ କରାଯିବା ଉଚିତ ଯେ, ଚୀନ ସହ 379 ବିଲିୟନ ଡଲାର ବାଣିଜ୍ୟ ନିଅଣ୍ଟର ମୁକାବିଲା ସକାସେ, ଆମେରିକା ଚୀନ ଆମଦାନୀ ଉପରେ 250 ବିଲିୟନ ଡଲାର ମୂଲ୍ୟର ଅର୍ଥାତ ଶତକଡା 25 ଭାଗ ଅତିରିକ୍ତ ଶୁକ୍ଳ ଲାଗୁ କରିଛି | ଚୀନ ମଧ୍ୟ ଏହାର ପ୍ରତ୍ୟୁତ୍ତରରେ ଆମେରିକାର ଆମଦାନୀ ଉପରେ ପ୍ରାୟ 110 ବିଲିୟନ ଡଲାରରୁ ଉର୍ଦ୍ଧ ମୂଲ୍ୟର ଶୁଳ୍କ ଲାଗୁ କରିଛି |

ଉଭୟ ଦେଶ ମଧ୍ୟରେ ଜାରି ବାଣିଜ୍ୟ ବିବାଦର ପ୍ରଭାବରେ ବିଶ୍ଵ ବାଣିଜ୍ୟ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ଅଭିବୃଦ୍ଧି ହାରରେ ମଧ୍ୟ ଶତକଡା ଅଧା ଭାଗ ହ୍ରାସ ଘଟିଛି | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି – IMF 2019 ବର୍ଷ ପାଇଁ ବିଶ୍ଵ ସ୍ତରୀୟ ଅଭିବୃଦ୍ଧି ହାର ଶତକଡା 3.6 ଭାଗରୁ 3.3 ଭାଗ ମଧ୍ୟରେ ରହିବା ଆକଳନ କରିଛି | ଓସାକାରେ ଆଗାମୀ G20 ସମ୍ମିଳନୀରେ ଉଭୟ ଆମେରିକା ଏବଂ ଚୀନ ସେମାନଙ୍କ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ଉପରେ ଯଦି ଦ୍ଵିପକ୍ଷୀୟ ଭାବେ ଆଲୋଚନା ନକରନ୍ତି ତେବେ ଏହି ସମସ୍ଯାର ସମାଧାନ ହୋଇପାରିବ ନାହିଁ |

ତେବେ ଫୁକୁଓକା ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ ମୁଚିନ ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ପ୍ରସଙ୍ଗ ଉପରେ ଆଦୌ ବ୍ୟାକୁଳ ନଥିଲେ | ବରଂ ସେ ମତ ଦେଇଥିଲେ ଯେ ଆମେରିକା ଏବଂ ଚୀନ ଯଦି ସେମାନଙ୍କର ବାଣିଜ୍ୟ ସମ୍ବନ୍ଧୀୟ ସମସ୍ୟା ସମାଧାନ କରିବାରେ ସକ୍ଷମ ହେଉନାହାଁନ୍ତି ତେବେ ଆମେରିକା, ଚୀନର ଅନ୍ୟାନ୍ୟ ଆମଦାନୀ ସାମଗ୍ରୀ ଉପରେ ଆହୁରି 300 ବିଲିୟନ ଡଲାର ମୂଲ୍ୟର ଶୁଳ୍କ ଲାଗୁ କରିବ | ଅଧିକାଂଶ ୟୁରୋପୀୟ ଦେଶରେ ଅର୍ଥନୈତିକ ସ୍ଥିତି ମାନ୍ଦା ଥିବା ସମୟରେ ଆମେରିକା ଅର୍ଥମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି | ଆମେରିକା ଏବଂ ଚୀନ ପରେ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ଜାପାନ ପ୍ରଥମ ଥର ପାଇଁ 1999 ମସିହାରେ ଗଠିତ ଏହି ଗୋଷ୍ଠୀ G20 ସମ୍ମିଳନୀର ଆୟୋଜନ କରୁଛି |

G20 ଅର୍ଥମନ୍ତ୍ରୀ ମାନଙ୍କ ବୈଠକର ଭାରତର ଦୃଷ୍ଟିକୋଣ ଅନୁସାରେ ଦ୍ବିପକ୍ଷୀୟ ଅର୍ଥନୈତିକ ସହଯୋଗ ଅଧୀନରେ ଏକ ନୂତନ ଆନ୍ତର୍ଜାତୀୟ ଟିକସ ନୀତି ଉପରେ ପ୍ରାଧାନ୍ୟ ରହିଛି | ଭାରତର ନବନିଯୁକ୍ତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୁକୁଓକା ବୈଠକରେ ଯୋଗ ଦେବା ପୂର୍ବରୁ ତାଙ୍କର କାର୍ଯ୍ୟସୂଚୀ ପ୍ରସ୍ତୁତ କରିସାରିଥିଲେ |

ଏହି ସବୁ ପଦକ୍ଷେପ ଗୁଡିକର କାର୍ଯ୍ୟକାରୀତା ବିନା ସଦସ୍ୟ ରାଷ୍ଟ୍ର ଗୁଡିକର ରାଜସ୍ବ ଦକ୍ଷତାରେ ବାଧା ଉପୁଜିବ ବୋଲି ଭାରତ ଅନୁଭବ କରୁଛି | ଆମେରିକା-ଚୀନ ବାଣିଜ୍ୟ ବିବାଦ, ଆମେରିକା ସହ ଭାରତର ବାଣିଜ୍ୟ ସମ୍ପର୍କରେ ମଧ୍ୟ ପ୍ରଭାବ ପକାଇଛି |
G20 ସଦସ୍ୟ ରାଷ୍ଟ୍ରରେ ବିଶ୍ବ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଜନସଂଖ୍ୟା ରହିଛି ଏବଂ ମୋଟ ବିଶ୍ବ ବାଣିଜ୍ୟର ଶତକଡା 85 ଭାଗରୁ ଅଧିକ ବାଣିଜ୍ୟ କାରବାର ସେଠାରେ ହେଉଛି | ଫୁକୁଓକା ବୈଠକ ସହ ବିଶ୍ବର 50 ଟି ଦେଶର ବାଣିଜ୍ୟ ଓ ବ୍ୟାପାର ମନ୍ତ୍ରୀ ମାନଙ୍କ ଅନ୍ୟ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା | G20 ଅର୍ଥମନ୍ତ୍ରୀ ମାନେ ଫୁକୁଓକା ବୈଠକରେ, G20 ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ଆଗାମୀ ଓସାକା ଶିଖର ସମ୍ମିଳନୀର ରୂପରେଖ ପ୍ରସ୍ତୁତ କରିବା ପାଇଁ ଏକ ନୂତନ ମଞ୍ଚ ମଧ୍ୟ ସୃଷ୍ଟି କରିବା ଉଦ୍ୟମ କରିଛନ୍ତି |


ମୂଳ ଲେଖା : ମନୋହର ମନୋଜ, ସାମ୍ବାଦିକ


ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...