Skip to main content

ଓସାକାରେ ଜି-20 ଶିଖର ସମ୍ମିଳନୀ


 ଜାପାନ ଓସାକାରେ ଜି-20 ଶିଖର ସମ୍ମିଳନୀର ଆୟୋଜନ କରିଥିଲା | ବୈଶ୍ଵିକ ଆର୍ଥିକ ଉତ୍ପାଦନର ଶତକଡା 80 ଭାଗ ପ୍ରତିନିଧିତ୍ଵ କରୁଥିବା ଜି-20 ରାଷ୍ଟ୍ର ସମୂହ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ପ୍ରଶାସନ ଉପରେ ତର୍କ ବିତର୍କ କରିବାର ଏକ ପ୍ରମୁଖ ମଞ୍ଚ | ଜି-20 ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଓସାକାରେ ଏକତ୍ରିତ ହୋଇଥିବା ବେଳେ ଏକ ବହୁପକ୍ଷୀୟ ବାଣିଜ୍ୟ ପ୍ରଣାଳୀରେ ପୁନଃ ଆସ୍ଥା ସୃଷ୍ଟି କରିବା ମୁଖ୍ୟ ଆଲୋଚ୍ୟ  ବିଷୟ ଥିଲା କାରଣ ଆନ୍ତର୍ଜାତୀୟ ବିକାଶର ସମ୍ଭାବନା ଉପରେ ଆମେରିକା-ଚୀନ ବାଣିଜ୍ୟ ବିବାଦର ପ୍ରଭାବ ପଡିବା ଆରମ୍ଭ ହୋଇସାରିଛି | ଏହି ଶିଖର ସମ୍ମିଳନୀରେ ବିକଶିତ ବିକାଶଶୀଳ ଅର୍ଥନୀତିର  ଶୀର୍ଷ ନେତା ମାନେ ଯୋଗ ଦେଇଥିଲେ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିନିଧିତ୍ଵ କରିଥିଲେ
ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ପରେ ଏକ ମୁକ୍ତ, ନିରପେକ୍ଷ, ଅଣ ଭେଦଭାବପୂର୍ଣ୍ଣ ,ପାରଦର୍ଶୀ, ପୂର୍ବାନୁମାନ ସ୍ଥିର ବାଣିଜ୍ୟ ତଥା ନିବେଶ ବାତାବରଣ  ସୃଷ୍ଟି କରିବାର ଉଦ୍ଦେଶ୍ୟ ସହ ଓସାକା ଘୋଷଣାପତ୍ର ଜାରି କରାଯାଇଥିଲା |ଏହି ସମ୍ମିଳନୀରେ ଯୋଗ ଦେଇଥିବା ନେତା ମାନେ ବିଶ୍ଵ ବାଣିଜ୍ୟ ସଂଗଠନ(ଡ଼ବଲଇଉଟିଓ), ସର୍ବବୃହତ ବହୁପକ୍ଷୀୟ ବାଣିଜ୍ୟ ସଂଗଠନ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଣାଳୀ ପ୍ରତିଷ୍ଠାରେ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ଆମେରିକା ଡ଼ବଲଇଉଟିଓ ଅପିଲିୟ ସଂସ୍ଥା ରେ ନୂତନ ନିଯୁକ୍ତି କୁ ଅବରୋଧ କରିବା ଜାରି ରଖିଥିବାରୁ ଏହାର ପରିଣାମ ସ୍ୱରୂପ ମୁଖ୍ୟ ବିବାଦ ବ୍ୟବସ୍ଥା  ଦୁର୍ବଳ ହେବାରେ ଲାଗିଛି | ଓସାକା ଘୋଷଣା ପତ୍ରରେ କୁହାଯାଇଛି ଯେ ଡ଼ବଲଇଉଟିଓ ସଦସ୍ୟ ମାନଙ୍କ ସହ କଥାବାର୍ତ୍ତା ଜରିଆରେ ନିୟମାନୁଯାୟୀ ବିବାଦ ସମାଧାନ ବ୍ୟବସ୍ଥାର କାର୍ଯ୍ୟକାରିତା ଲାଗି ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ |
ଜି-20 ଶିଖର ବୈଠକର ଆୟୋଜନ କରିଥିବା ଜାପାନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି |ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ  ଆବେ ଡାଟା ବ୍ୟବସ୍ଥାପନା ଆସ୍ଥା ସହ ଡାଟା ଆଦାନ ପ୍ରଦାନ ଉପରେ ଏକ ନୂତନ ବ୍ୟବସ୍ଥାର ଗଠନ ଲାଗିଓସାକା ଟ୍ରାକ ଶୁଭାରମ୍ଭ କରିଛନ୍ତି | ଯଦିଓ ଜି20 ଅଧିକାଂଶ ସଦସ୍ୟ ରାଷ୍ଟ୍ର ଏହାର ସମର୍ଥନ କରିଛନ୍ତି କିନ୍ତୁ ଭାରତ ଏହାକୁ ଖୋଲା ଖୋଲି ଭାବେ ସମର୍ଥନ କରିନାହିଁ  | ଡାଟା ସୂଚନାର ସୀମା ପାରି ପ୍ରବାହ ଉତ୍ପାଦକତା ନବାଚାରକୁ ଯଦିଓ ବୃଦ୍ଧି କରିଥାଏ ତେବେ ଏଥିରେ ଗୋପନୀୟତା, ଡାଟା ସଂରକ୍ଷଣ, ବୌଦ୍ଧିକ ସମ୍ପତ୍ତି ଅଧିକାର ତଥା  ସୁରକ୍ଷା ସଙ୍କ୍ରାନ୍ତୀୟ ଆଦି ଅନେକ ଚାଲେଞ୍ଜ ରହିଛି | ଭାରତ କହିବାନୁଯାୟୀୟ ଡାଟାସମ୍ପତ୍ତିର ଏକ ନୂଆ ରୂପଏବଂ 2018ରେ ଭାରତୀୟ ରିଜର୍ବ ବ୍ଯାଙ୍କ ନିର୍ଦ୍ଦେଶାନୁଯାୟୀ ଏହା ଡାଟା ସ୍ଥାନିୟକରଣ  ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ |
 ଓସାକା ଶିଖର ସମ୍ମିଳନୀରେ ଅନ୍ୟ ଏକ ବିବାଦମୂଳକ ପ୍ରସଙ୍ଗ ଜଳବାୟୁ  ପରିବର୍ତ୍ତନ ଥିଲା କାରଣ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ପ୍ୟାରିସ ରାଜିନାମାରୁ ନିଜକୁ ଦୂରରେ ରଖିଥିଲେ | କିନ୍ତୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସମେତ ବହୁ ନେତାଙ୍କ ପ୍ରତିରୋଧ ଯୋଗୁଁ ଓସାକା ଘୋଷଣାନାମାରେ ପ୍ୟାରିସ ରାଜିନାମାର ପୂର୍ଣ୍ଣ କାର୍ଯ୍ୟକାରିତା ଲାଗି ଏଥିରେ  ସ୍ବାକ୍ଷରିତ ନେତା ମାନେ  ପୁନଃ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି | ପ୍ୟାରିସ ରାଜିନାମାକୁ ଆମେରିକୀୟ କର୍ମଚାରୀ କରଦାତା ମାନଙ୍କ ଲାଗି ହାନିକାରକ ବୋଲି ଆମେରିକା ଦୋହୋରାଇଛି | ଏହି ଅବସରରେ ଉଚ୍ଚମାନର ମୌଳିକଢାଞ୍ଚା ନିବେଶକୁ ଜି 20 ସଦସ୍ୟ ମାନଙ୍କ  ସାଧାରଣ ରଣନୀତିକ ଦିଶା ଭାବେ  ସହମତି ଦିଆଯାଇଥିବା ସହ ସାର୍ବଜନୀକ ବିତ୍ତୀୟ ସ୍ଥିରତା, ଆର୍ଥିକ ଦକ୍ଷତା ବୃଦ୍ଧି, ପରିବେଶ ମହିଳା ଆର୍ଥିକ ସଶକ୍ତିକରଣ ସମେତ ସାମାଜିକ ବିଚାରଧାରା ଗୁଡିକର ଏକୀକୃତ କରିବା,ପ୍ରାକୃତିକ ଦୁର୍ବିପାକ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ ତଥା ଭିତ୍ତିଭୂମି ପ୍ରଶାସନ ବ୍ୟବସ୍ଥା କୁ ଆହୁରି ମଜବୁତ କରିବା ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଥିଲା |
ଓସାକା ଘୋଷଣାନାମାରେ ଅର୍ଥ ହେରଫେର ରୋକିବା   ଆତଙ୍କବାଦୀ ମାନଙ୍କୁ ଆର୍ଥିକ ସହାୟତା ବନ୍ଦ କରିବା ବିରୁଦ୍ଧରେ ସଂଗ୍ରାମ ଲାଗି  ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ (ଏଫଏଟିଏଫ) ମାନକର କାର୍ଯ୍ୟକାରିତା ଲାଗି ପ୍ରୟାସ  ତ୍ୱରାନ୍ୱିତ କରିବା ଉପରେ ଜୋର ଦିଆଯାଇଛି |ଏଥିସହିତ ଦୁର୍ନୀତିର ମୂକାବିଲା କରିବା ଲାଗି ଏହାର ପ୍ରୟାସରେ ଜି20 ନେତା ମାନେ ଦୁର୍ନୀତିର ମୂଳୋପୋଛ ଲାଗି ନିଜର ପ୍ରତିଶ୍ରୁତିବଦ୍ଧତା ଜାହିର କରି ଏହାର ମୁକାବିଲା କରିବା ଲାଗି ସହଯୋଗ ଜାରି ରଖିବା ଉପରେ ଏକମତ ହୋଇଛନ୍ତି | ଏଥିରେ ଗମ୍ଭୀର ଅର୍ଥନୈତିକ ପଳାତକ ମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ  କରିବା  ଦୁର୍ନୀତି ସଙ୍କ୍ରାନ୍ତୀୟ ଚୋରୀ ସମ୍ପତ୍ତି ଆଦାୟ  କରିବାରେ ଆନ୍ତର୍ଜାତୀୟ ସହଯୋଗ ପାଇଁ ନିବେଦନ କରାଯାଇଛି
ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା  ଆର୍ଥିକ କାର୍ଯ୍ୟସୂଚୀ ସମ୍ମୁଖୀନ ହେଉଥିବା ପ୍ରାଥମିକ  ଚାଲେଞ୍ଜ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଜି-20 ଗୋଷ୍ଠୀ ସମୂହ ହେଉଛି ଏକ ପ୍ରମୁଖ ଫୋରମ |ଏହି ଶିଖର ସମ୍ମିଳନୀ ବିଶ୍ଵର ତୁଙ୍ଗ ନେତା ମାନଙ୍କୁ  ଅଣଆନୁଷ୍ଠାନିକ ଦ୍ଵିପକ୍ଷୀୟ ତ୍ରିପକ୍ଷୀୟ ବୈଠକ କରି ବହୁ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିବାଲାଗି ମଧ୍ୟ ସୁଯୋଗ ପ୍ରଦାନ କରିଥାଏ | ଏହି ଅବସରରେ ବୃଦ୍ଧି ପାଉଥିବା ବାଣିଜ୍ୟ ବିବାଦର ସମାଧାନ ଲାଗି ବହୁ ପ୍ରତିକ୍ଷିତ ଆମେରିକା-ଚୀନ ବୈଠକ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦ୍ଵିପକ୍ଷୀୟ ବୈଠକର ଆୟୋଜନ କରାଯାଇଥିଲା  | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଜାପାନ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦ୍ଵିପକ୍ଷୀୟ ବୈଠକରେ ବାଣିଜ୍ୟ, ପ୍ରତିରକ୍ଷା ନିରାପତ୍ତା ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରି ଭାରତର ରଣନୀତିକ ଆର୍ଥିକ ପ୍ରସଙ୍ଗ ଗୁଡିକ ଉପରେ ଆଲୋକପାତ  କରିଥିଲେ | ଏହି ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ  ଜାପାନ-ଆମେରିକା-ଭାରତ ରଣନୀତିକ ସହଯୋଗ ଉପରେ ଆଲୋଚନା କରିବା ସହ ବ୍ରିକ୍ସ ବୈଠକରେ ବହୁପକ୍ଷବାଦ, ବିକାଶାତ୍ମକ ସହଯୋଗ ଆତଙ୍କବାଦର ମୁକାବିଲା  ପ୍ରତି ସଙ୍କଳ୍ପବଦ୍ଧତା ଉପରେ ରୁଷ-ଭାରତ-ଚୀନ ବୈଠକରେ ବିସ୍ତୃତ ଭାବେ  ଆଲୋଚନା ହୋଇଥିଲା | ଭାରତର ପ୍ରଧାନମନ୍ତ୍ରୀ ଦୁର୍ବିପାକ ନିରୋଧୀ ଅବସଂରଚନା ଲାଗି  ଆନ୍ତର୍ଜାତୀୟ ମେଣ୍ଟରେ ସାମିଲ ହେବା ପାଇଁ ଜି20 ସଦସ୍ୟ ରାଷ୍ଟ୍ର ନେତା ମାନଙ୍କୁ ଆମନ୍ତ୍ରଣ କରିଥିଲେ | ଭାରତ 2022 ରେ ଜି-20  ଶିଖର ସମ୍ମିଳନୀର ଆୟୋଜନ କରିବାର ସ୍ଥିରୀକୃତ୍ୟ ହୋଇଛି  | 
ମୂଳ ଲେଖା :ଡଃ ତିତଲୀ ବାସୁ,ପୂର୍ବ ଦକ୍ଷିଣ-ପୂର୍ବ ଏସିଆ ଉପରେ ସାମରିକ ବିଶ୍ଳେଷକ 

ଅନୁବାଦ :ରୀତା ଯୋଶୀ 


Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...