Skip to main content

ଓସାକାରେ ଭାରତ-ଆମେରିକା କଥାବାର୍ତ୍ତା

ଓସାକାରେ ଅନୁଷ୍ଠିତ G20 ଶୀଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଅଟି ଦ୍ଵିପକ୍ଷୀୟ ବୈଠକ କରିଥିଲେ | ଅଷ୍ଟ୍ରେଲିଆ, ବ୍ରାଜିଲ, ଜର୍ମାନୀ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ସାଉଦି ଆରବ, ତୁର୍କୀ ଏବଂ ଆମେରିକାର ଶୀଖର ନେତୃବୃନ୍ଦଙ୍କ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା କରିଥିବାବେଳେ ଦୁଇଟି ତ୍ରିପକ୍ଷୀୟ (ଜାପାନ, ଭାରତ, ଆମେରିକା ଏବଂ ରୁଷ, ଭାରତ, ଚୀନ) କଥାବାର୍ତ୍ତା କରିଛନ୍ତି | ତିନି ଦିନ ମଧ୍ୟରେ ସେ BRICS ସଦସ୍ୟ ରାଷ୍ଟ୍ରର ଶୀଖର ନେତୃବୃନ୍ଦଙ୍କ ସହ ମଧ୍ୟ ଏକ ଅଣ-ଆନୁଷ୍ଠାନିକ ବୈଠକରେ କଥାବାର୍ତ୍ତା କରିଥିଲେ | 
ବିଶ୍ଵ ସ୍ତରୀୟ ଅର୍ଥନୀତି ଏବଂ ବାଣିଜ୍ୟ ଓ ଏହାର ଆନ୍ତଃ ସମ୍ପର୍କ ବିଷୟରେ ଆଲୋଚନା, G20 ଶୀଖର ସମ୍ମିଳନୀର ମୁଖ୍ୟ କାର୍ଯ୍ୟସୂଚୀ ରହିଥିଲା | ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପାର ଏକ ମୁଖ୍ୟ ଉଦବେଗର ବିଷୟ ବସ୍ତୁ ରହିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ଵିପକ୍ଷୀୟ ବୈଠକରେ ବ୍ୟାପାର ସମ୍ବନ୍ଧୀୟ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହୋଇଛି |
G20 ଶୀଖର ସମ୍ମିଳନୀର ଏକ ମୁଖ୍ୟ ପରିଣାମ ହେଉଛି ଚୀନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦର ସମାଧାନ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା | ଉଭୟ ଦେଶ ମଧ୍ୟରେ ବୁଝାମଣା ଉପରେ ଭାରତ ତୀକ୍ଷଣ ଦ୍ରୁଷ୍ଟି ରଖିଥିବା ସହ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ଶୁଳ୍କ ପ୍ରସଙ୍ଗ ଉପରେ ଉପଜିଥିବା ମତଭେଦ ସମାଧାନ କରିବାକୁ ମଧ୍ୟ ଭାରତ ଉଦ୍ୟମ ଜାରି ରଖିଛି | 
ଭାରତର ଅଧିକ ଶୁଳ୍କ ଲାଗୁ ବିଷୟ ଉପରେ ରାଷ୍ଟ୍ରପତି ଟ୍ରମ୍ପ ଏହି ନିଷ୍ପତିର ସମାଲୋଚନା କରିଛନ୍ତି ଏବଂ ନୂଆଦିଲ୍ଲୀ ଏହାର ବାଣିଜ୍ୟ ଭାର ହ୍ରାସ କରିବାକୁ ଚାହିଁଛନ୍ତି | ଭାରତ 28 ଟି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛି ଏବଂ ଏହାର ପ୍ରତ୍ୟୁତ୍ତରରେ ଆମେରିକା ମଧ୍ୟ ସେଠାରୁ ରପ୍ତାନି ହେଉଥିବା ଅନେକ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛି | G20 ସମ୍ମିଳନୀ ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା | ଏହି ପ୍ରସଙ୍ଗର ସମାଧାନ ସକାଶେ ଉଭୟ ଦେଶର ବାଣିଜ୍ୟ ମନ୍ତ୍ରୀ ଯଥାଶୀଘ୍ର ବୈଠକ କରି ଆଲୋଚନା କରିବେ ବୋଲି ଦୁଇଦେଶ ନିଷ୍ପତି ନେଇଛନ୍ତି |
ବାଣିଜ୍ୟ ବ୍ୟତୀତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ 5-G ଟେକ୍ନୋଲୋଜି, ପ୍ରତିରକ୍ଷା ସମ୍ପର୍କ ଏବଂ ଇରାନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି | ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଭାରତର ପ୍ରାଧାନ୍ୟ ରହିଛି | ଭାରତକୁ ତୈଳ ଯୋଗାଣ ବ୍ୟବସ୍ଥା ଯେଭଳି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରାଇବାକୁ ପ୍ରତି ଆମେରିକା ପ୍ରତିଶୃତି ଦେଇଛି | 
5-G ଟେକ୍ନୋଲୋଜି ସକାଶେ ହୁଏଇ ସହିତ ବ୍ୟବସାୟ କରିବାକୁ ଆମେରିକୀୟ କମ୍ପାନୀ ଗୁଡିକୁ ଆମେରିକା ଅନୁମତି ଦେଇଥିବାରୁ ଏହାକୁ ଉଲ୍ଲେଖନୀୟ ବିବେଚନା କରାଯାଉଛି ଭାରତର ମେକ ଇନ ଇଣ୍ଡିଆ ଅଭିଯାନରେ ମଧ୍ୟ 5-G ଟେକ୍ନୋଲୋଜି ଏବଂ ଏହାର ବିକଶିତ ବିଭିନ୍ନ ପ୍ରକ୍ରିୟା ସାମିଲ କରିବା ଆଗ୍ରହ ପ୍ରକାଶ ପାଇଛି | ଏହା ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବା ସହ ବ୍ୟବସାୟ ବୃଦ୍ଧି କରିବାରେ ସହାୟକ ହେବ |
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ମଧ୍ୟ ଦୁଇ ଦେଶ ମଧ୍ୟରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି | ଭାରତ, ଆମେରିକା ସହ ଏହାର ପ୍ରତିରକ୍ଷା ସମ୍ପର୍କ ସୁଦୃଢ କରିବା ବିଭିନ୍ନ ପଦକ୍ଷେପ ଜାରିରଖିଛି  | ଓସାକାରେ ଭାରତୀୟ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ JAI (ଜାପାନ-ଆମେରିକା-ଭାରତ) ତ୍ରିପକ୍ଷୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି | ତ୍ରିପକ୍ଷୀୟ କଥାବାର୍ତ୍ତାରେ ତିନୋଟି ଯାକ ଦେଶ ସାମୁଦ୍ରିକ କ୍ଷେତ୍ରରେ ଏବଂ ଭାରତୀୟ ମହାସାଗର ଅଞ୍ଚଳରେ ଆପୋଷ ସହଯୋଗ ବୃଦ୍ଧି କରିବାକୁ ଏକ ବାର୍ଷିକ ସମ୍ମିଳନୀ କରାଇବାକୁ ସହମତ ହୋଇଛନ୍ତି |
ମୂଳ ଲେଖା :  ଡକ୍ଟର ସ୍ତୁତି ବାନାର୍ଜୀ, ଆମେରିକୀୟ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ  

ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...