Skip to main content

କେନ୍ଦ୍ର ବଜେଟର ପ୍ରସଙ୍ଗ

କେନ୍ଦ୍ରୀୟ ବଜେଟ 2019ରେ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଆଯିବ | ବିକାଶର ଅଭିବୃଦ୍ଧି ଲାଗି ଆର୍ଥିକ ଦୃଢୀକରଣ ମାର୍ଗରୁ ଓହରିବାର ଆବଶ୍ୟକ ହୋଇପାରେ | ଯେହେତୁ ଅର୍ଥବ୍ୟବସ୍ଥାକୁ ପୂର୍ବର ବିକାଶ ପଥରେ ଫେରେଇଆଣିବା ଲାଗି ପୁଞ୍ଜିଗତ ମୌଳିକଢାଞ୍ଚାରେ ଅଧିକ ସାର୍ବଜନୀକ ନିବେଶ ର ଆବଶ୍ୟକତା ରହିଛି ତେଣୁ ଜିଡ଼ିପିର 3.5 ପ୍ରତିଶତର ଆର୍ଥିକ ନିଅଣ୍ଟର କଡା ଅନୁପାଳନ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ଭବ ହୋଇନପାରେ | ଏହା ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ପ୍ରଥମ ବଜେଟ ଅଭିଭାଷଣରେ ସବୁଠୁ ସାହସିକ ପଦକ୍ଷେପ ମଧ୍ୟରୁ ଅନ୍ୟତମ ହେବାର ଆଶା କରାଯାଉଛି |

ତେବେ ଖର୍ଚ୍ଚ କାଟ ଜରିଆରେ ଯଦି ଆର୍ଥିକ ଦୃଢୀକରଣ ପଥ ହାସଲ ହୋଇଯିବ ତେବେ ଏହାର ଦୀର୍ଘକାଳୀନ ପ୍ରତିକୂଳ ପରିଣାମ ହୋଇପାରେ | ଟିକସ ସୁଧାର ଉପଯୁକ୍ତ ଟିକସ ସଂସ୍କାର ମାଧ୍ୟମରେ ହିଁ ବୃଦ୍ଧି ହୋଇପାରିବ |ବିକାଶ ବୃଦ୍ଧି କରିବା ଲାଗି ବଜେଟରେ କର୍ପୋରେଟ ଟିକସ ର ଏକ ବ୍ୟବସ୍ଥା କରିବାର ଆଶା କରାଯାଉଛି |ଗତ ବଜେଟ ରେ କର୍ପୋରେଟ ଟେକ୍ସ ରେ 25 ପ୍ରତିଶତ ହ୍ରାସ କରାଯାଇଥିଲା କିନ୍ତୁ ଏହା କେବଳ ଛୋଟ ଓ ମଧ୍ୟ କମ୍ପାନୀ ଗୁଡିକ ଲାଗି ଘୋଷଣା କରାଯାଇଥିଲା | ବ୍ୟୟ କ୍ଷେତ୍ରରେ କୃଷକ ଓ ମହିଳା ମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ଯୋଜନା ଘୋଷଣା କରିବାର ସମ୍ଭାବନା ରହିଛି | ତେବେ ଏହିପରି ବଡ ଧରଣର ଘୋଷଣା ଲାଗି ଉପଯୁକ୍ତ ବଜେଟଯୁକ୍ତ ଆବଣ୍ଟନ ସହ ସବୁ ପକ୍ଷର ସମର୍ଥନ ମଧ୍ୟ ମହତ୍ବପୂର୍ଣ୍ଣ ହେବ |

କୃଷକ ମାନଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଙ୍କ୍ରାନ୍ତ କ୍ୟାବିନେଟ କମିଟି ଚଳିତ ଆର୍ଥିକ ବର୍ଷରେ ସବୁ ପ୍ରକାରର ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି |ସରାକାର ଚାଷୀ ମାନଙ୍କ ଆୟ ଦ୍ଵିଗୁଣିତ କରିବା ଲାଗି ପ୍ରତିଶୃତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଫଳରେ କୃଷି କ୍ଷେତ୍ରରେ ଉତ୍ପାଦନ ଲାଭଜନକ ହେବ ଏବଂ ଏହା ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି କରିବ | 2019-20 ର ଖରିଫ ଫସଲ ପାଇଁ ସରକାର ସୋୟାବିନ ର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କ୍ଵିଣ୍ଟାଲ ପିଛା 311 ଟଙ୍କା, ସୂର୍ଯ୍ୟମୁଖ୍ୟ 262 ଟଙ୍କା ଓ ଅଳସୀର ମୂଲ୍ୟ କ୍ଵିଣ୍ଟାଲ ପିଛା 236 ଟଙ୍କା ବୃଦ୍ଧି କରିଛନ୍ତି ଯାହାକି କୃଷକ ମାନଙ୍କ ଆୟ ବୃଦ୍ଧି କରିବା ଦିଗରେ ଏକ ବଡ ପଦକ୍ଷେପ |

ଆଗାମୀ ବଜେଟରେ ଭାରତର ନୂତନ ବୃହତଅର୍ଥନୀତି ରୂପରେଖ ସ୍ପଷ୍ଟ ହୋଇଯିବ | ନିଅଣ୍ଟିଆ ପରିସ୍ଥିତିରେ ସହାୟତା ଲାଗି ଅଣ-ଟିକସ ରାଜସ୍ୱ ଶ୍ରେଣୀ ଅନ୍ତର୍ଗତ ଭାରତୀୟ ରିଜର୍ବ ବ୍ୟାଙ୍କ ଠାରୁ ସରକାର କୁ ଅତିରିକ୍ତ ରିଜର୍ବ ହସ୍ତାନ୍ତରଣ ବିଷୟରେ ତନାଘନା ଆଲୋଚନା ଚାଲିଥିବା ବେଳେ ଆଗାମୀ ବଜେଟରେ ଏହି ପ୍ରସଙ୍ଗକୁ ମଧ୍ୟ ଅଧିକ ସ୍ପଷ୍ଟତା ମିଳିବ |

ଶ୍ରୀମତୀ ସିଥାରମଣଙ୍କ ଦ୍ଵାରା ଦେଶରେ ନୂତନ ଆର୍ଥିକ ନୀତିର କେଉଁ ସବୁ ଦିଗ ଗୁଡିକର ଅନୁସନ୍ଧାନ କରାଯିବ ତାହା ଦେଖିବାକୁ ଅଛି | ଆର୍ଥିକ ସମାବେଶନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ କରିବା ହେଉ ବା “ସର୍ବନିମ୍ନ ମୌଳିକ ଆୟ” ର ଗ୍ୟାରେଣ୍ଟି ହେଉ ଏନେଇ କଣ ସବୁ ଘୋଷଣା କରାଯିବ ସେଥିଲାଗି ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି |

ସାମାଜିକ ଭିତ୍ତିଭୂମି ବିଶେଷକରି ଜଳ ଓ ସ୍ବଚ୍ଛତା ଉପରେ ସରକାରଙ୍କ ନିରନ୍ତର ଧ୍ୟାନ କେନ୍ଦ୍ରିତ ଓ ସ୍ୱଳ୍ପ ଆୟ ପରିବାରର ମହିଳା ମାନଙ୍କୁ ସ୍ଵଚ୍ଛ ଇନ୍ଧନ ପ୍ରଦାନ କରିବା ସ୍ଵାଗତ ଯୋଗ୍ୟ ଅଟେ | ହେଲେ ବଜେଟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସାମାଜିକ କ୍ଷେତ୍ରର ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି କରିବାର ଆବଶ୍ୟକତା ରହିଛି | ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ନିହାତି ଆବଶ୍ୟକତା ରହିଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି | ଜାତୀୟ ପୋଷଣ ମିଶନକୁ ଆହୁରି ମଜବୁତ କରିବା ଲାଗି ମଧ୍ୟ ଏହି ବଜେଟ ରେ ଘୋଷଣା କରାଯିବାର ସମ୍ଭାବନା ରହିଛି |

ଜଳବାଯୁ ପରିବର୍ତ୍ତନ ପ୍ରସଙ୍ଗ ନେଇ ମଧ୍ୟ ଏହି ବଜେଟରେ ଆଲୋଚନା କରାଯିବାର ଆଶା ରହିଛି |ବ୍ୟବସାୟ ସୁଗମତା ଓ ବିକାଶ ର ପୁନର୍ଜୀବିତ କରିବା ପାଇଁ ଢାଞ୍ଚାଗତ ସଂସ୍କାର ର ଆବଶ୍ୟକତା ରହିଛି | ସରକାର ବିକାଶ ର ପୁନର୍ଜୀବିତ କରିବା ସକାଶେ ବହୁ ସଂସ୍କାରମୂଳକ ପଦକ୍ଷେପ ବିଷୟରେ ଘୋଷଣା କରିପାରନ୍ତି |ମୌଦ୍ରିକ ନୀତି କମିଟି ନୀତିଗତ ଦର ହ୍ରାସ କରିଥିବା ବେଳେ ବାଣିଜ୍ୟିକ ବ୍ଯାଙ୍କ ଗୁଡିକ ଦ୍ଵାରା ଏହି ଘୋଷଣାର ମୌଦ୍ରିକ ପ୍ରସାରଣକୁ ଅବଲୋକନ କରିବାର ଆବଶ୍ୟକତା ରହିଛି କାରଣ ଏହା ଦ୍ଵାରା ଅର୍ଥନୀତି ଆହୁରି ସୁଦୃଢ ହେବ |

ଆଗାମୀ ବଜେଟରେ ମୌଳିକଢାଞ୍ଚା କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବାର ଆଶା କରାଯାଉଛି କାରଣ ଏହା ନିଶ୍ଚିତ ରୂପରେ ବିକାଶର ଗତି ବଢାଇବ | “ଲିଭ ନୋ ୱାନ ବିହାଇଣ୍ଡ “ ଅର୍ଥାତ କେହିବି ପଛରେ ନରୁହନ୍ତୁ ସ୍ଲୋଗାନ ହେଉଛି ମୋଦୀ 2.0 ସରକାରଙ୍କ ମୂଳମନ୍ତ୍ର |

ଭାରତୀୟ ଅର୍ଥବ୍ୟବସ୍ଥାର ବୃହତ ଆର୍ଥିକ ଆଧାର ସୁଦୃଢ ହୋଇଥିବା ଦୃଷ୍ଟିରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣ ନିବେଶକାରୀ ମାନଙ୍କ ବେପରୁଆ ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବାର ଆଶା ରହିଛି | ବଜେଟ ଉପସ୍ଥାପନାର ପରବର୍ତ୍ତୀ ସମୟରେ ଆର୍ଥିକ ବହୁଳତାର ତର୍ଜମା କରାଯାଇପାରିବ |

ଆମେରିକା-ଚୀନ ବାଣିଜ୍ୟ ବିବାଦ ଏବଂ ତୈଳ ଦର ଓ ମୁଦ୍ରାସ୍ଫୀତିରେ ଉତଥାନ ପତନ ଭଳି ବିଶ୍ଵସ୍ତରରେ ଉଭା ହୋଇଥିବା ଅଶାନ୍ତି ପରିପ୍ରେକ୍ଷୀରେ ଦେଶୀୟ ଆର୍ଥିକ ଅଭିବୃଦ୍ଧିର ବିକାଶ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ମଧ୍ୟ ଆଗାମୀ ବଜେଟରେ ଭାରତୀୟ ଅର୍ଥମନ୍ତ୍ରୀ ଯଥେଷ୍ଟ ଧ୍ୟାନ ଦେବେ ବୋଲି ଆଶା ଉଜ୍ଜୀବିତ ହୋଇଛି |

ମୂଳ ଲେଖା :ଡଃ ଲେଖା ଏସ ଚକ୍ରବର୍ତ୍ତୀ,ପ୍ରଫେସର,NIPFP

ଅନୁବାଦ :ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...