ପାକିସ୍ତାନ, ଲସ୍କରେ ତଇବା (LeT) ଏବଂ ଏହାର ମୁଖ୍ୟ ସଙ୍ଗଠନ ଜମାତ-ଉଦ-ଦାୱା (JuD) ତଥା ଏହାର ମୁଖ୍ୟ ହାଫିଜ ସୟିଦ ବିରୁଦ୍ଧରେ 1997 ମସିହା ସନ୍ତ୍ରାସବାଦୀ ବିରୋଧୀ ଆଇନ ଲାଗୁ କରିବା ସହ ଚଳିତ ସପ୍ତାହରେ 23 ଟି ଏଫଆଇଆର ଦାଖଲ କରିଛି | ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକୁ ଆର୍ଥକ ସହାୟତା ଯୋଗାଇଦେବା ଅଭିଯୋଗରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ହାଫିଜ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ରେହମାନ ମକ୍କି ବିରୁଦ୍ଧରେ ମଧ୍ୟ ମକଦ୍ଦମା ଦାଏର ହୋଇଛି | ପାକିସ୍ତାନର ପଞ୍ଜାବ ସରକାରଙ୍କ ସନ୍ତ୍ରାସବାଦ ବିରୁଦ୍ଧରେ ମୁକାବିଲା ବିଭାଗ ଦ୍ୱାରା ଏହି ସବୁ ମାମଲା ଦାଏର ହୋଇଛି | ସବିସ୍ତୃତ ତଦନ୍ତ ପରେ ସନ୍ତ୍ରସବାଦୀ କାର୍ଯ୍ୟକଳାପର ଲିପ୍ତ ତଥା ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକୁ ଆର୍ଥକ ସହାୟତା ଯୋଗାଇଦେବା ଅଭିଯୋଗରେ ଏହି ମାମଲା ଦାଏର କରାଯାଇଛି | ସେହି ସବୁ ସଙ୍ଗଠନ ଗୁଡିକ ସ୍ଵେଚ୍ଛା ସେବା ନାମରେ ବହୁପରିମାଣରେ ସମ୍ପତ୍ତି ଏବଂ ଅର୍ଥ ଗ୍ରହଣ କରିଛନ୍ତି |
ହାଫିଜ ସୟିଦ 2008 ମସିହା ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା | ସେହି ସନ୍ତ୍ରାସବାଦୀ ଆକ୍ରମଣରେ 164 ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା | ଭାରତରେ ଅନ୍ୟାନ୍ୟ ଅନେକ ସନ୍ତ୍ରାସବାଦୀ ଆକ୍ରମଣର ମଧ୍ୟ ହାଫିଜ ସୟିଦ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା |
ଏହି କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ ଥିଲେ ସୁଦ୍ଧା, କେତୋଟି ପ୍ରଶ୍ନ ଉତଥାପାନ ହେଉଛି | ହାଫିଜ ସୟିଦ ଏବଂ ଏହାର ସହଯୋଗୀ ସଙ୍ଗଠନ ଗୁଡିକ ଗତ ତିନି ଦଶନ୍ଧି ଧରି ଏଭଳି ଧରଣର କାର୍ଯ୍ୟନୁଷ୍ଠାନରେ ଲିପ୍ତ ଅଛନ୍ତି | ତେବେ ବର୍ତ୍ତମାନ ଏହା ସ୍ୱୀକାର କରିବା କଣ କୌଣସି ବଡ କଥା ? ଏତେ ବର୍ଷ ବିତିଯିବା ପରେ କଣ ପାକିସ୍ତାନ ଏହି ସବୁ କାର୍ଯ୍ୟକଳାପ ପାଇଁ ପ୍ରକୃତରେ ବିସ୍ତୃତ ତଦନ୍ତର ଆବଶ୍ୟକ କରୁଛି ? ସଠିକ ପଦକ୍ଷେପ କରାଯାଇଥିବା କହୁଥିବା ପାକିସ୍ତାନ ସରକାରଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତେ ସମୟ କାହିଁକି ଲାଗିଲା ?
ଏହି ସବୁ ପ୍ରଶ୍ନ ଗୁଡିକର ସ୍ପଷ୍ଟ ଉତ୍ତର ରହିଛି | ପାକିସ୍ତାନ ଏହାର ନିଜ ସ୍ଥାନରୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସିଛି | ଅନ୍ୟ ଦେଶ ଗୁଡିକ ବିରୁଦ୍ଧରେ ଆକ୍ରମଣ ସକାଶେ ସନ୍ତ୍ରାସବାଦୀ ଏବଂ ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକୁ ପାକିସ୍ତାନ ସହାୟତା କରିଆସୁଛି | ବାସ୍ତବରେ ପାକିସ୍ତାନର ପୂର୍ବତ୍ତନ ରାଷ୍ଟ୍ରପତି ଜେନେରାଲ ମୁସାରଫ ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିଜ ଦେଶ ପାଇଁ ସନ୍ତ୍ରାସବାଦୀ ମାନଙ୍କୁ ସମସ୍ତ ସହାୟତା ଦେବା ସହ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସିଛି | କାଶ୍ମୀର ଏବଂ ଭାରତର ଅନ୍ୟାନ୍ୟ ସ୍ଥାନ ଓ ଅନ୍ୟ ଦେଶ ଗୁଡିକରେ ଆକ୍ରମଣ କରିବାକୁ ପାକିସ୍ତାନ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସିଥିବା ସେ କହିଥିଲେ | ତେଣୁ ଏଭଳି ସଙ୍ଗଠନ ଗୁଡିକ ବିରୁଦ୍ଧରେ ମାମଲା ଦାଖଲ କରିବାକୁ ଏତେ ଦୀର୍ଘ ସମୟ ନେବା ଏଥିରୁ ଅନୁମେୟ ହେଉଛି |
ପ୍ରକୃତ କଥା ହେଲା, ଏଭଳି ଧରଣର କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିସ୍ଥିତିରେ ଉଭୟ ଆଭ୍ୟନ୍ତରୀଣ ଭାବେ ଏବଂ ବାହ୍ୟଭାବେ ଧରାପଡ଼ିଯାଇଛି | ପାକିସ୍ତାନ ଉପରେ ପ୍ରବଳ ଭାବେ ଆନ୍ତର୍ଜାତୀୟ ସ୍ତରୀୟ ଚାପ ପଡୁଛି | ପୁଣି ପାକିସ୍ତାନର ଅର୍ଥନୈତିକ ସ୍ଥିତି ମଧ୍ୟ ଅତି ସଙ୍କଟଜନକ ସ୍ଥିତିରେ ରହିଛି ଏଭଳିକି ଦେଶର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି | ଏହାର ଫଳସ୍ୱରୂପ ଅତ୍ୟାବଶକୀୟ ସାମଗ୍ରୀ ଗୁଡିକର ଅହେତୁକ ଭାବେ ମୂଲ୍ୟ ବୃଦ୍ଧି ଘଟିଛି ଏବଂ ଦେଶରେ ପ୍ରବଳ ଜନ ଅସନ୍ତୋଷ ଦେଖାଦଇଛି | ପାକିସ୍ତାନ ଯଦି ସନ୍ତ୍ରାସବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ବିଶ୍ବର ରାଷ୍ଟ୍ର ସମୂହ ଏହାକୁ ସହାୟତା କରିବେ ନାହିଁ ବୋଲି ସମ୍ପ୍ରତି ଜାପାନର ଓସାକାରେ ଅନୁଷ୍ଠିତ G20 ବୈଠକରେ ସ୍ପଷ୍ଟ ହୋଇଥିଲା |
ସନ୍ତ୍ରାସବାଦକୁ ଆର୍ଥିକ ସହାୟତା ବିରୁଦ୍ଧରେ ପ୍ରତିଷ୍ଠିତ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କ ଫୋର୍ସ (FATF) ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିବା ସହ ଏହାକୁ ଚେତାବନୀ ଦେବା ଜାରି ରଖିଛି | ସନ୍ତ୍ରାସବାଦକୁ ଆର୍ଥିକ ସହାୟତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସକାଶେ ଏହା ପାକିସ୍ତାନକୁ କହିଛି | ଜୁନ 21 ତାରିଖରେ ଆମେରିକାର ଓର୍ଲାଣ୍ଡୋରେ ଏହାର ଅଧିବେଶନରେ ଏହି ଚେତାବନୀ ଦିଆଯାଇଛି |
ତେବେ ପାକିସ୍ତାନ ସରକାର ସନ୍ତ୍ରାସବାଦ ଏବଂ ସନ୍ତ୍ରାସବାଦୀ ସଙ୍ଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଭଳି ମନୋଭାବ ଉପସ୍ଥାପନ କରିବା ଏହା ପ୍ରଥମ ଥର ନୁହେଁ | ପୂର୍ବରୁ ମଧ୍ୟ ଅନେକ ଥର ପାକିସ୍ତାନ ଏଭଳି କରିଆସିଛି ଏବଂ କଦାପି ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ତେବେ ଏହି ଥର ଦେଶର ସରକାର ଏବଂ ସେନାବାହିନୀ ମିଳିତ ଭାବେ ସନ୍ତ୍ରାସବାଦୀ ସଙ୍ଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି | ବିଶ୍ବ ଶାନ୍ତି ପ୍ରତିଷ୍ଠା ପାଇଁ ତଥା ନିଜ ଦେଶର ସ୍ୱାର୍ଥ ସକାଶେ ପାକିସ୍ତାନ ସନ୍ତ୍ରାସବାଦ ଏବଂ ସନ୍ତ୍ରାସବାଦୀ ସଙ୍ଗଠନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସଭ୍ୟ ବିଶ୍ୱ ସମାଜ ଆଶାପୋଷଣ କରିଛି |
ତେବେ ହାଫିଜ ସୟିଦ ବିରୁଦ୍ଧରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନକୁ ଏକ ଲୋକଦେଖାଣିଆ ପଦକ୍ଷେପ ଭାବେ ନୂଆଦିଲ୍ଲୀ କହିଛି | ଆନ୍ତର୍ଜାତୀୟ ସମୁଦାୟକୁ ସନ୍ତୁଷ୍ଟ କରିବା ସକାଶେ ଏହା ଏକ ପଦକ୍ଷେପ ଥିବା କୁହାଯାଇଛି | ପାକିସ୍ତାନରୁ ପରିଚାଳିତ ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକ ବିରୁଦ୍ଧରେ ଦୃଢ, ଉପଯୁକ୍ତ, କ୍ଷମତାପୂର୍ଣ୍ଣ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଗଲେ ପାକିସ୍ତାନର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବିବେଚନା କରାଯିବ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି |
ମୂଳ ଲେଖା : ଅଶୋକ ହାଂଡୁ, ରାଜନୈତିକ ଭାଷ୍ୟକାର
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments
Post a Comment