Skip to main content

ଭାରତର ପୁଞ୍ଜି ନିବେଶକାରୀଙ୍କ ପାଇଁ ଅନୁକୂଳ ବଜେଟ

ଶାସନକୁ ଦ୍ବିତୀୟ ଥର ଆସିଥିବା ମୋଦି ସରକାରଙ୍କ ପ୍ରଥମ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି | ବାଣିଜ୍ୟ ଏବଂ ଶିଳ୍ପର ସୁଗମତା ପାଇଁ ପ୍ରକ୍ରିୟାକୁ ସରଳ କରିବା ଏବଂ ଝିଂଝଟମୁକ୍ତ କରିବା ଉପରେ ବଜେଟରେ ଗୁରୁତ୍ବ ଦିଆଯାଇଛି | ଏହା ବ୍ୟତିତ ଅର୍ଥନୀତିର ଡିଜିଟାଲକରଣକୁ ବୃଦ୍ଧି କରାଇ ଲୋକମାନଙ୍କ ଜୀବନଚର୍ଯ୍ୟାକୁ ସରଳ କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି | ଚଳିତ ବର୍ଷ ଭାରତ ତିନି ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତିରେ ପହଞ୍ଚିବାକୁ ଯାଉଥିବାବେଳେ ଆଗାମି କିଛି ବର୍ଷରେ ଭାରତର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ବଡେଟରେ ପୁଞ୍ଜି ନିବେଶ ଉପରେ ଯେଉଁ ଗୁରୁତ୍ବ ପ୍ରଦାନ କରାଯାଇଛି ତାହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ | ଦେଶର ସମସ୍ତ ନାଗରିକଙ୍କ ଜୀବନ ଧାରଣର ମାନ ଯେପରି ଉନ୍ନତ ହୋଇପାରିବ ଏବଂ ଦେଶର ବିକାଶ ହୋଇପାରିବ ସେ ଦିଗରେ ସରକାର ଦୃଷ୍ଟି ଦେଇଛନ୍ତି |

ଦୃତ ଅଭିବୃଦ୍ଧି ହାସଲ ଏବଂ ଗରିବାମାନଙ୍କ ଉତ୍ଥାନକୁ ଗୁରୁତ୍ବ ଦେଉଥିବା ସରକାର ଏହି ବଜେଟରେ ସମସ୍ତଙ୍କ ସହଯୋଗରେ ଏବଂ ଭାଗିଦାରୀରେ ରାଜସ୍ବ ବୃଦ୍ଧି ଉପରେ ପ୍ରାଧାନ୍ୟ ଦେଇଚନ୍ତି | ଯଦି ଅର୍ଥ ଉପାର୍ଜନ ନହେବ ତେବେ ଲୋକମାନଙ୍କର ପ୍ରକୃତ ଉନ୍ନତି ହୋଇପାରିବ ନାହିଁ ଏଣୁ ଏହାକୁ ଦୃଷ୍ଟିରେ ରଖି ବର୍ଷକୁ 400 କୋଟି ଟଙ୍କାର ଟର୍ଣ୍ଣଓଭର ଥିବା ସମସ୍ତ କଂପାନିମାନଙ୍କ ଉପରେ 25 ଭାଗ କର୍ପୋରେଟ ଆୟକର ଦେବାକୁ ଘୋଷଣା ହୋଇଛି ବଜେଟରେ | ଏହା ଦେଶର 99.3 ଭାଗ କଂପାନି ଉପରେ ଲାଗୁ ହେବ ଯାହାଦ୍ବାରାପୁନର୍ବାର ପୁଞ୍ଜିନିବେଶକୁ ଆକର୍ଷିତ କରିବ ଏହା ଘରୋଇ ପୁଞ୍ଜିନିବେଶକୁ ଅଗ୍ରାଧିକାର ଦେବ ଏବଂ ଉତ୍ପାଦନ ତଥା ଶ୍ରମିକମାନଙ୍କୁ ଲାଭ ଦେବ |

ବଜେଟରେ ଭିତ୍ତିଭୂମି ଏବଂ ଯୋଗାଯୋଗ ସଂଯୋଗକୁ ଗୁରୁତ୍ବ ଦିଆଯାଇଛି ଯାହାଦ୍ବାରା ସମୁଦ୍ର ପଥ, ରେଳପଥ, ସଡକ ପଥ ଏବଂ ବିମାନ ବନ୍ଦରର ଭିତ୍ତିଭୂମି ଉନ୍ନତ ହେବ | ଏହାକୁ ଦୃଷ୍ଟିରେ ରଖି ବଜେଟରେ ଭିତ୍ତିଭୂମି କ୍ଷେତ୍ରରେ ବିଦେଶି ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ତଥା ବିଦେଶରେ ରହୁଥିବା ଭାରତୀୟମାନଙ୍କ ପକ୍ଷରୁ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟଯୋଜନାର ବ୍ୟବସ୍ଥା ଘୋଷଣା କରାଯାଇଛି |

ଋଣ ପରିଶୋଧ କରାଯାଇ ନଥିବା ଘରୋଇ ବ୍ୟଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବଜେଟରେ 70 ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ପ୍ରଦାନ ପାଇଁ ଘୋଷଣା କରାଯାଇଛି | ଏହାଦ୍ବାରା ସେହିସବୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆସିବ ଏବଂ ନଗଦି ଚଳଣି ଉଦଯିବୀତ ହେବ | ରାଷ୍ଟ୍ରାୟତ ଉଦୌଗରୁ ପୁଞ୍ଜି ପ୍ରତ୍ୟାହାର କରି 1 ଲକ୍ଷ 50 ହଜାର କୋଟି ଟଙ୍କା ହାସଲ କରାଯିବା ପାଇଁ ବଜେଟରେ ଲକ୍ଷ୍ୟ ରଖାଯାଇଛି |

ପ୍ରତ୍ୟେକ୍ଷ ବିଦେଶି ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ଘରୋଇ ବେସାମରିକ ବିମାନ ଚଳାଚଳ ଏବଂ ଗଣମାଧ୍ୟମ କ୍ଷେତ୍ରରେ ନିବେଶ ନିମନ୍ତେ ପରାମର୍ଶଗୁଡିକୁ ସମୀକ୍ଷା କରିବେ | ବିମା କ୍ଷେତ୍ରରେ ଶତକଡା ଶହେ ଭାଗ ବିଦେଶି ପୁଞ୍ଜିନିବେଶ ପାଇଁ ପ୍ରସ୍ଥାବ ରହିଛି ଯାହାଦ୍ବାରା ଉଚ୍ଚାଭିଳାଶୀ ଭାରତୀୟମାନଙ୍କ ପାଇଁ ଏହି କ୍ଷେତ୍ରରେ ଉପଯୁକ୍ତ ଚୟନର ସୁଯୋଗ ମିଳିବ | ବଜେଟରେ ଅଣ ବ୍ୟାଙ୍କିଙ୍ଗ କଂପାନି ମାନଙ୍କ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି |

ଭାରତ ବାହ୍ୟ ଋଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବା ପ୍ରତି ନିଜ ଇଛା ଜାହିର କରିଛି | କାରଣ ଜିଡିପି ଅନୁପାତ ମାମଲାରେ ଭାରତର ବାହ୍ୟ ଋଣ ପାଞ୍ଚ ପ୍ରତିଶତରୁ ମଧ୍ୟ କମ ଅଛି ଏବଂ ବିଶ୍ବର ସବୁଠୁ ନିମ୍ନ ସ୍ତରରେ ରହିଛି | ଅପରପକ୍ଷେ ରାଜସ୍ବ ପାଇଁ ସରକାର ଅଶୌଧିତ ତେଲ ଏବଂ ସୁନା ଆଦି ଉଦୌଗିକ ଉତ୍ପାଦ ସହିତ ଆହୁରି କେତେକ ଜିନିଷ ଉପରେ ଆମଦାନି ଶୁଳ୍କ ବଢାଇବା ବ୍ୟତିତ ଅଧିକ ଧନୀ ଲୋକମାନଙ୍କର ଆୟକର ବୃଦ୍ଧି କରିଛନ୍ତି | ମୋଟ ଉପରେ କହିବାକୁ ଗଲେ ଏହି ବଜେଟ ବିକାଶକୁ ପ୍ରାଧାନ୍ୟ ଦେବା ପାଇଁ ଜରୁରି ଉପାୟକୁ ଗ୍ରହଣ କରିବ | ଏହି ବଜେଟରେ ରାଜକୋଷୀୟ ସ୍ତରରେ ସନ୍ତୁଳନକୁ ବଜାୟ ରଖିବା ପାଇଁ ପ୍ରଚେଷ୍ଟା କରାଯାଇଛି ଯାହାକୁ ପ୍ରଶଂସନୀୟ |

ମୂଳ ଲେଖା: ଜି. ଶ୍ରୀନିବାସନ

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...