Skip to main content

ମୌଳିକଢାଞ୍ଚାକୁ ପ୍ରାଧାନ୍ୟ ଦେଇଛି ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ନରେନ୍ଦ୍ର ମୋଦୀ ନେତୃତ୍ଵାଧୀନ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି | ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଅର୍ଥମନ୍ତ୍ରୀ ଦୃଢ ମତପୋଷଣ କରିଛନ୍ତି | ଏହି ବଜେଟରେ ମୌଳିକଢାଞ୍ଚାରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 100 ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ଲାଗି ଅର୍ଥମନ୍ତ୍ରୀ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ସଡକ,ଗ୍ଯାସ,ଜଳ ତଥା ବିମାନବନ୍ଦର ଗ୍ରୀଡର ପରିକଳ୍ପନା କରିବା ନେଇ ଏକ ରାଷ୍ଟ୍ର ଓ ଏକ ଗ୍ରୀଡ ବ୍ୟବସ୍ଥା ଉପରେ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି ଯାହାକି ଅର୍ଥନୀତିର ରୂପାନ୍ତରଣ କରିବାରେ ସହାୟକ ହେବ |

ଭାରତର ପ୍ରଥମ ପୂର୍ଣ୍ଣ କାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ଦ୍ଵାରା ଉପସ୍ଥାପିତ ପ୍ରଥମ ବଜେଟରେ ମୌଳିକଢାଞ୍ଚା କ୍ଷେତ୍ରରେ ବ୍ୟାପକ ନିବେଶ ଲାଗି ପ୍ରସ୍ତାବ ରହିଛି | ବାସ୍ତବରେ ନରେନ୍ଦ୍ର ମୋଦୀ ନେତୃତ୍ଵାଧୀନ କେନ୍ଦ୍ରସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ ମୌଳିକଢାଞ୍ଚାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା | ତାଙ୍କ କାର୍ଯ୍ୟକାଳ ସମୟରେ ସଡକ, ବନ୍ଦର ଓ ରେଳବାଇ କ୍ଷେତ୍ରରେ ଅନେକ ସମ୍ପ୍ରସାରଣ କରାଯାଇଥିଲା | ଏଥିସହିତ ସରକାର ଭିତ୍ତିଭୂମି କ୍ଷେତ୍ରରେ ଦେଖାଦେଇଥିବା ଅନେକ ସମସ୍ୟାର ଦୂରୀକରଣ କରିଥିଲେ ଓ ସରକାର ପଡିରହିଥିବା ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରିବା ଲାଗି ନିଜ ହାତକୁ ନେଇଥିଲେ | ବର୍ତ୍ତମାନ ମୌଳିକଢାଞ୍ଚା କ୍ଷେତ୍ର ଏକ ଉତ୍ତମ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାକୁ ଆହୁରି ଆଗକୁ ବଢାଇବା ଲାଗି ସରକାର ଲକ୍ଷ ରଖିଛନ୍ତି |

ବଜେଟରେ 2018 ଓ 2030 ମଧ୍ୟରେ ରେଳବାଇ କ୍ଷେତ୍ରରେ 50 ଲକ୍ଷ କୋଟି ଟଙ୍କା ନିବେଶ ଲାଗି ପ୍ରସ୍ତାବ ରହିଛି | ଏହି ପଦକ୍ଷେପ ପ୍ରଶଂସନୀୟ କାରଣ ରେଳବାଇ କେବଳ ଏକ ଜାତୀୟ ପରିବାହକ ନୁହେଁ ବରଂ ଏହା ହେଉଛି ଭାରତର ଜୀବନରେଖା | ଏହା ଅତ୍ୟନ୍ତ ପରିତାପର ବିଷୟଯେ ଅତୀତରେ ସଡକ ସେକ୍ଟର ତୁଳନାରେ ରେଳବାଇ କ୍ଷେତ୍ରରେ ନିବେଶର ଅଭାବ ରହିଥିଲା | ରେଳବାଇ ସୁଲଭ ମୂଲ୍ୟ ଓ ପରିବେଶ ଅନୁକୂଳ ପରିବହନର ମାଧ୍ୟମ ହୋଇଥିବାରୁ ଏହି କ୍ଷେତ୍ରରେ ବ୍ୟାପକ ନିବେଶ କରିବାର ଆବଶ୍ୟକତା ଉପରେ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି | ରେଳବାଇରେ ସରକାରୀ-ବେସରକାରୀ ଭାଗୀଦାରୀତାରେ ବାକି ରହିଥିବା ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ |ଏହା ବ୍ୟତୀତ ବଜେଟରେ ଦ୍ରୁତ ସହରିକରଣକୁ ଦୃଷ୍ଟିରେ ରଖି ଦିଲ୍ଲୀ-ମେରଠ ଦ୍ରୁତ ଆଞ୍ଚଳିକ ପରିବହନ ବ୍ୟବସ୍ଥା ଲାଇନରେ ଉପ-ସହରୀ ରେଳବାଇ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି | ବର୍ତ୍ତମାନ ଚଳାଚଳ କରୁଥିବା 657 କିଲୋମିଟର ପର୍ଯ୍ୟନ୍ତ ମେଟ୍ରୋ ରେଳ ଯୋଗୁଁ ସହରାଞ୍ଚଳ ଲୋକ ମାନେ ଆଶ୍ବସ୍ତିକର ଅନୁଭବ କରୁଛନ୍ତି କାରଣ ଏହାଦ୍ବାରା ଲୋକମାନେ ବିନା ଟ୍ରାଫିକରେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଅତି ସୁବିଧାରେ ପହଞ୍ଚିପାରୁଛନ୍ତି |

ବଜେଟରେ ଦୋହୋରାଯାଇଛି ଯେ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଆଦି ଦ୍ଵେତ ମାଲ ପରିବହନ କୋରିଡର ର କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଯାତ୍ରୀ ସେବା ସମ୍ପ୍ରସାରଣ କ୍ଷମତା ବୃଦ୍ଧି ହେବ | ଅବଶ୍ୟ ଏହି ବଜେଟରେ ରେଳଷ୍ଟେସନ ଗୁଡିକୁ ଦ୍ରୁତ ଗତିରେ ଆଧୂନିକୀକରଣ କରିବା ଉପରେ ଜୋର ଦିଆଯାଇଛି | ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମୌଳିକଢାଞ୍ଚାର ବିକାଶ ପାଇଁ 100 ଲକ୍ଷ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବା ଲାଗି ସବୁ ବିକଳ୍ପ ନେଇ ବିଚାର କରାଯିବ | କ୍ରେଡିଟ ଗ୍ୟାରେଣ୍ଟି ସମ୍ବର୍ଦ୍ଧନ ନିଗମ ଗଠନ କରିବା ଲାଗି ଏକ ଯୋଜନା ଏଦିଗରେ ଏକ ଉଚିତ ପଦକ୍ଷେପ ବୋଲି କୁହାଯାଇଛି |

ଶିଳ୍ପ କୋରିଡର, ଭାରତମାଳା, ସାଗରମାଳା, ଜଳ ମାର୍ଗ ବିକାଶ ଓ ଉଡାଣ ଯୋଜନା ଆଦି ଅଧିନରେ ଜାରି ରହିଥିବା ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କରିବା ଉପରେ ଏହି ବଜେଟରେ ଗୁରୁତ୍ଵ ଦିଆଯାଇଛି | ବଜେଟରେ ସଡକ, ଜଳମାର୍ଗ, ରେଳବାଇ, ତାପଜ ଓ ବିମାନ ଚଳାଚଳ ପାଇଁ ଏକ ରାଷ୍ଟ୍ର, ଏକ ଗ୍ରୀଡ ନେଇ ସରକାରଙ୍କ ଆଭିମୁଖ୍ଯ ସ୍ପଷ୍ଟ କରାଯାଇଛି | ବାରାଣାଶୀ-ହଳଦିଆ ଜଳମାର୍ଗ କମ ମୂଲ୍ଯରେ ମାଳ ପରିବହନ ପାଇଁ ଭାରତର ସମୃଦ୍ଧ ନଦୀ ଗୁଡିକର ସମ୍ଭାବନା ପ୍ରଦର୍ଶିତ କରିଥାଏ | ସରକାର ଅର୍ଥବ୍ୟବସ୍ଥା କୁ ଆହୁରି ମଜବୁତ କରିବା ଲାଗି ସାଗରମାଳା ଭଳି ପ୍ରକଳ୍ପକୁ ଆହୁରି ଗୁରୁତ୍ଵ ଦେଉଛନ୍ତି | ନୂଆ ବନ୍ଦରର ବିକାଶ ଓ ପୁରୁଣା ବନ୍ଦର ଗୁଡିକର କ୍ଷମତା ର ସମ୍ପ୍ରସାରଣ ଯୋଗୁଁ ସାଗରମାଳା ପ୍ରକଳ୍ପ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ହୋଇଯାଇଛି ଓ ଏହା ଦ୍ଵାରା ବିଶ୍ଵ ବ୍ୟାପାରରେ ଭାରତର ଭାଗୀଦାରୀତା ବୃଦ୍ଧି କରିବାରେ ସହାୟତା ମଧ୍ୟ ମିଳୁଛି |

ଏହା ବ୍ୟତୀତ ବଜେଟରେ ବିମାନର ରକ୍ଷଣାବେକ୍ଷଣ, ମରାମତି ଓ ପରୀକ୍ଷଣ କ୍ଷମତା ବୃଦ୍ଧି କରି ଭାରତକୁ ଏକ ବିମାନଚଳାଚଳ ର ପେଣ୍ଠସ୍ଥଳୀ ଭାବେ ପରିଣତ କରିବା ଲାଗି ଏକ ନୀତି ନିର୍ଦ୍ଦେଶ ଦେବା ଲାଗି ଦର୍ଶାଯାଇଛି | ଭାରତମାଳା ପରିଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ଦେଶବ୍ୟାପୀ 48,000 କିଲୋମିଟର ସଡକ ନିର୍ମାଣ ଲାଗି ପରିକଳ୍ପନା କରାଯାଇଛି | ବଜେଟରେ ଭାରତମାଳା ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ଜମି ଅଧିଗ୍ରହଣ ଲାଗି ରାଜ୍ୟ ସରକାର ମାନଙ୍କୁ ସମର୍ଥନ ଦେବାର ପ୍ରସ୍ତାବ ରହିଛି | ଏହି ପଦକ୍ଷେପ ନିଶ୍ଚିତ ରୂପରେ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବ | ବାସ୍ତବରେ ଏହା ଅତ୍ୟନ୍ତ ପ୍ରଶଂସନୀୟ ଯେ ଦେଶରେ 97 ଭାଗ ଲୋକ ଏବେ ସବୁ ଦିନିଆ ସଡକ ନେଟୱର୍କ ସହ ସଂଯୋଗ ହୋଇଛନ୍ତି | ପ୍ରଧାନମନ୍ତ୍ରୀ ସଡକ ଯୋଜନା ଦେଶର ଗ୍ରାମୀଣ ଭାଗକୁ ସହରୀ କେନ୍ଦ୍ରର ନିକଟତର କରିଦେଇଛି | ଏହି ବଜେଟରେ କୃଷକ ମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଗ୍ରାମୀଣ ସଡକ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି | କାରଣ ଏହାଦ୍ବାରା ଚାଷୀ ମାନେ ଅତି ସୁବିଧାରେ ନିଜ କାରବାର ଲାଗି ଗମନା ଗମନ କରିପାରିବେ | ମୌଳିକଢାଞ୍ଚା ନିବେଶ ନିଶ୍ଚିତ ରୂପରେ ଏକ ଅର୍ଥବ୍ୟବସ୍ଥା ପାଇଁ ଅତ୍ୟନ୍ତ ଜରୁରୀ | ବଜେଟରେ 20 ଲକ୍ଷ କୋଟି ଟଙ୍କା ପ୍ରତି ବର୍ଷ ମୌଳିକଢାଞ୍ଚା ଉପରେ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି ଯାହା ଏହି ବିଷୟକୁ ସଂକେତ ଦେଇଥାଏ ଯେ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକାଶ ଦିଗରେ ଆଗେଇଛି |

ମୂଳ ଲେଖା : ମନୀଷ ଆନନ୍ଦ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍



ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...