Skip to main content

ଏ ସପ୍ତାହରେ ପାର୍ଲାମେଣ୍ଟ

ଏହି ସପ୍ତାହରେ ପାର୍ଲାମେଣ୍ଟରେ ଅନେକ ବିଲ ପାସ ହୋଇଛି | ରାଜ୍ୟ ସଭାରେ କମପାନି ସଂଶୋଧନ ବିଲ ପାସ ହେବା ପରେ ପାର୍ଲାମେଣ୍ଟ ସେ ସବୁ ଅଧ୍ୟାଦେଶକୁ ପରିବର୍ତ୍ତନ କରିଛି ଯାହା ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବଳବତ୍ତର ଥିଲା | ଏହା ଏନଡିଏ ସରକାରଙ୍କ ଏକବଡ ସଫଳତା | ଗତ ଲୋକସଭାବେ ଏନଡିଏ ସରକାର ଯେଉଁ ବିଲ ପାସ କରିପାରି ନଥିଲା ସେଥିପାଇଁ ପ୍ରାୟ ଦଶଟି ଅଧ୍ୟାଦେଶ ଲାଗୁ କରାଯାଇଥିଲା ଯେଉଁଥିରେ ଟ୍ରିପଲ ତଲାକ ଏବଂ ଜମ୍ମୁ କଶ୍ମୀର ସଂଶୋଧନ ବିଲ ଅନ୍ତର୍ଭୁକ୍ତ |

ତିନି ତଲାକ ବିଲ ଉପରେ ଦୀର୍ଘ ବିତର୍କ ପରେ ସଂପାନୀ ଆଇନ ସଂଶୋଧନ ବିଲ ଉପସ୍ଥାପନ କରାଗଲା ଏବଂ ପାସ କରାଗଲା | ଏହି ବିଲ ଅନୁଯାୟୀ ସାମାଜିକ ଉତ୍ତରଦାୟିତ୍ବ ବାବଦୀୟ ଅର୍ଥ ବଳିଗଲେ ତାହାକୁ ଅନ୍ୟ ଏକ ଖାତାରେ ରଖାଯିବ | ଚଳିତ ସପ୍ତାହରେ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ ରାଜ୍ୟ ସଭାରେ ପାସ ହେବା ସବୁଠୁ ବଡ ଉପଲବ୍ଧି ଥିଲା | ସୁପ୍ରିମ କୋର୍ଟ ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ କହିବାର ପ୍ରାୟ ଦୁଇ ବର୍ଷ ପରେ ଏହି ବିଲ ପାସ ହୋଇଛି | ଲୋକସଭାରେ ପାସ ହେବାର ପାଞ୍ଚ ଦିନ ପରେ ଏହା ରାଜ୍ୟ ସଭାରେ ପାସ ହୋଇ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ହୋଇଛି |

ରାଜ୍ୟ ସଭାରେ ଶାସକ ଦଳର ସଦସ୍ୟ କମ ଥିବା ସତ୍ତ୍ବେ ଏହି ବିଲ ପାସ ହେବା ପରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟରରେ ଲେଖିଛନ୍ତି ଯେ ଏକ ପ୍ରାଚିନ ଏବଂ ମଧ୍ୟଯୁଗୀୟ ପ୍ରଥା ଏବେ ଇତିହାସ ହେଇଗଲା | ପାର୍ଲାମେଣ୍ଟ ତିନି ତଲାକକୁ ଶେଷ କରିବା ସହିତ ମୁସଲମାନ ମହିଳାଙ୍କ ସହିତ ଚାଲିଆସୁଥିବା ଅନ୍ୟାୟକୁ ଶେଷ କରିଦେଇଛି ଯାହା ଦ୍ବାରା ସମାଜରେ ସମାନତା ଆସିବ | ଏବେ ପତ୍ନୀକୁ ତିନି ତଲାକ କହି ତଲାକ ଦେବା ଆଇନତଃ ଅପରାଧ ଧରାଯିବ|

ରାଜ୍ୟ ସଭାରେ ଦେବାଳିଆପଣ କୋର୍ଡ ବିଲ, ମେଡିକାଲ କମିଶନ ବିଲ 2019, ଅନିୟନ୍ତ୍ରୀତ ଜମା ଯୋଜନା ବିଲ 2019, କଂପାନୀ ସଂଶୋଧନ ବିଲ ଏବଂ ମୋଟର ବାହନ ସଂଶୋଧନ ବିଲ ମଧ୍ୟ ପାସ ହୋଇଛି | ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବଜେଟରେ ଟିକସରେ ସଂଶୋଧନ ଦ୍ବାରା ବ୍ୟବସାୟ ସହଜ ହେବ ଏବଂ ମେକ ଇନ ଇଣ୍ତିଆ ଯୋଜନାକୁ ପ୍ରାଧାନ୍ୟ ମିଳିବ|

ଏ ସପ୍ତାହରେ ଲୋକସଭା ରାଷ୍ଟ୍ରୀୟ ମେଡିକାଲ କମିଶନ ବିଲ 2019 ପାସ କରିଛି ଯାହା ଭାରତୀୟ ମେଡିକାଲ ପରିଷଦ ଆଇନ 1956କୁ ଖଣ୍ତନ କରୁଛି | ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଆମେ କଲେଜରେ ପାରଦର୍ଶିତା ଆଣିବା ଏବଂ ଉତ୍ତମ ମେଡିକାଲ ଛାତ୍ରଙ୍କ ହିତରେ ଏହି ବିଲ ଆଣୁଛୁ |

ଲୋକ ସଭାରେ ଉପଭୋକ୍ତା ସଂରକ୍ଷଣ ବିଲ ମଧ୍ୟ ପାସ କରିଛି ଯାହା ଉପଭୋକ୍ତା ଅଧିକାରକୁ ଲାଗୁ କରିବା ଏବଂ ଏହାର ରକ୍ଷା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ସ୍ଥାପନ କରିବା ପାଇଁ ଅଭିପ୍ରେତ| ଯଦି କେହି ଉପଭୋକ୍ତା ଅଭିଯୋଗ କରେ ତେବେ ପ୍ରାଧିକରଣ ଏହା ଉପରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବ ଏବଂ ଆବଶ୍ୟକସ୍ଥଳେ ନିଜେ ମକଦ୍ଧମା ଦାୟର କରିପାରିବ| ଏହି ବିଲ ଉପଭୋକ୍ତା ସଂରକ୍ଷଣ ଆଇନ 1986ର ସ୍ଥାନ ନେଇପାରିବ|




ଆଲେଖ୍ୟ: ଯୋଗେଶ ସୁଦ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...