Skip to main content

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ଭାରତ ଓ ପଶ୍ଚିମ ଆଫ୍ରିକା ମଧ୍ୟରେ ସମ୍ପର୍କ ନିବିଡ କରିଛି

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେନିନ, ଗାମ୍ବିଆ ଓ ଗିନି ଆଦି ପଶ୍ଚିମ ଆଫ୍ରିକାର ତିନୋଟି ଫ୍ରାନ୍ସ ଭାଷାଭାଷୀ ରାଷ୍ଟ୍ରକୁ ଏକ ସାତଦିନିଆ ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି | ଭାରତ ଆଫ୍ରିକା ସହ ବିଶେଷକରି ଫ୍ରାନ୍ସ ଭାଷାଭାଷୀ ପଶ୍ଚିମ ଆଫ୍ରିକା ରାଷ୍ଟ୍ର ସହ ସମ୍ପର୍କ ନିବିଡ କରିବା ଉପରେ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ବିଷୟ ରାଷ୍ଟ୍ରପତିଙ୍କ ଏହି ଗସ୍ତରୁ ସ୍ପଷ୍ଟ ପ୍ରତୀତ ହେଉଛି |

ରାଷ୍ଟ୍ରପତି ଙ୍କ ଏହି ତ୍ରିରାଷ୍ଟ୍ରୀୟ ଗସ୍ତ ଐତିହାସିକ ଥିଲା କାରଣ ଭାରତର କୌଣସି ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ଥିଲା | ଏହା ଉଲ୍ଲେଖ ଯୋଗ୍ୟଯେ ପାରମ୍ପରିକ ଭାବେ ଫ୍ରାନ୍ସ ଭାଷାଭାଷୀ ପଶ୍ଚିମ ଆଫ୍ରିକୀୟ ଦେଶ ଗୁଡିକ ସହ ଭାରତର ସମ୍ପର୍କ ସେତେଟା ମଜବୁତ ନାହିଁ ଯେପରି ଇଂରାଜୀ ଭାଷାଭାଷୀ ଆଫ୍ରିକୀୟ ରାଷ୍ଟ୍ର ଗୁଡିକ ସହ ସମ୍ପର୍କ ରହିଛି | ଭାଷା ଅବରୋଧ ତଥା ଦୂରତା ଓ ଯୋଗାଯୋଗର ଅଭାବ ଯୋଗୁଁ ସମ୍ପର୍କ ସେତେଟା ସୁଦୃଢ ନଥିବାର ଜଣାପଡିଛି | ଉଭୟଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଲାଗି ଅନେକ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ୱେ ଏହି କ୍ଷେତ୍ରରେ ପ୍ରଗତି ଘଟିବାର ପରିଲକ୍ଷିତ ହୋଇନାହିଁ | ସମ୍ପ୍ରତ୍ତି ଭାରତ ଆଫ୍ରିକାରେ, ଅଧିକାଂଶ ଫ୍ରାନ୍ସ ଭାଷାଭାଷୀ ପଶ୍ଚିମ ଆଫ୍ରିକୀୟ ଦେଶରେ 18 ଟି ଦୂତାବାସ ଖୋଲିବା ପାଇଁ ଘୋଷଣା କରିଛି | ଅଞ୍ଚଳରେ ଏହାର କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧି ଲାଗି ସେଠାରେ ଅଧିକ ଦୂତାବାସ ଖୋଲିବା ଲାଗି ଘୋଷଣା କରାଯାଇଛି |

ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଗସ୍ତ କାଳରେ ସଙ୍କ୍ରାନ୍ତୀୟ ନେତା ମାନଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିଛନ୍ତି | ସେ ବେନିନ ଓ ଗାମ୍ବିଆରେ ନେସନାଲ ଏସେମ୍ବ୍ଲିରେ ଉଦବୋଧନ ଦେବା ସହ ଏହି ତିନି ଦେଶରେ ବସବାସ କରୁଥିବା ଭାରତୀୟ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ | ଏହି ବୈଠକ ସମୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ସୌର ଶକ୍ତି, କୃଷି, ଡିଜିଟାଲ ଜ୍ଞାନ କୌଶଳ , ଦକ୍ଷତା ବିକାଶ, ସାମୁଦ୍ରିକ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା | ଏଥି ସହିତ ଆନ୍ତର୍ଜାତୀୟ ସ୍ତରରେ ଉଦବେଗର କାରଣ ପାଲଟିଥିବା ପ୍ରସଙ୍ଗ ଗୁଡିକ ମଧ୍ୟ କଥାବାର୍ତ୍ତାର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା |

ବେନିନରେ ଆପୋଷ ପୁଞ୍ଜି ନିବେଶକୁ ସହାୟତା କରିବା ଓ ରପ୍ତାନି କ୍ଷେତ୍ରକୁ ବୃଦ୍ଧି କରିବା ଲାଗି ମିଳିତ ପ୍ରୟାସ କରିବା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି | ରାଷ୍ଟ୍ରପତି କୋବିନ୍ଦ ଇ-ଭିସା ସୁବିଧା ସମ୍ପ୍ରସାରଣ କରିବା ବିଷୟ ଘୋଷଣା କରି ଏହାଦ୍ୱାରା ବ୍ୟବସାୟ ସମ୍ପର୍କ କ୍ଷେତ୍ରରେ ପ୍ରଗତି ହେବ ବୋଲି ମତବ୍ୟକ୍ତ କରିଛନ୍ତି | ଗାମ୍ବିଆରେ ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ଉଦ୍ୟୋଗ ଓ ନିବେଶ ପାଇଁ ଗାମ୍ବିଆର ନିରନ୍ତର ସମର୍ଥନ ନେଇ ଭାରତର ଆଶା ଆକାଂକ୍ଷା ଉପରେ ଆଲୋକପାତ କରିଥିଲେ | ଭାରତୀୟ କମ୍ପାନୀ ଗୁଡିକ ଗିନିରେ ବିଶେଷକରି ଖଣି, ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟ ଓ ଔଷଧ ପତ୍ର କ୍ଷେତ୍ରରେ ନିବେଶ କରିବା ପାଇଁ ପ୍ରବଳ ଉତ୍ସୁକ ଥିବା ବିଷୟ ନେଇ ରାଷ୍ଟ୍ରପତି କୋବିନ୍ଦ ଗିନିରେ ଉଦବୋଧନ ଦେବା ସମୟରେ କହିଥିଲେ |

ସଙ୍କ୍ରାନ୍ତୀୟ ଦେଶ ଗୁଡିକର ପ୍ରାଥମିକତା ଅନୁଯାୟୀ ବିକାଶ ଭାଗୀଦାରୀ ବୃଦ୍ଧି କରିବା ଲାଗି ଭାରତୀୟ ରାଷ୍ଟ୍ରପତି ବିଭିନ୍ନ ଘୋଷଣାମାନ କରିଥିଲେ | ସେ ବେନିନକୁ ଏହାର ଜାତୀୟ ପ୍ରାଥମିକତା ପ୍ରକଳ୍ପ ଗୁଡିକ ପାଇଁ 100 ନିୟୁତ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ ଲାଗି ଘୋଷଣା କରିଥିଲେ | ଇଂରାଜୀ ଦକ୍ଷତା ରେ ଏକ ସ୍ଵତନ୍ତ୍ର ଆଇଟିଇସି ପାଠ୍ୟକ୍ରମ ଓ ବେନିନ ର ବିଦେଶୀ କୂଟନୈତିକ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପେଷାଗତ ପାଠ୍ୟକ୍ରମ ଲାଗି ସହାୟତା ପ୍ରଦାନ କରିବା ପାଇଁ ସେ ଘୋଷଣା କରିଥିଲେ | ସେହିପରି ଗାମ୍ବିଆକୁ କୌଶଳ ବିକାଶ ଓ କୁଟୀର ଉଦ୍ୟୋଗ ପ୍ରକଳ୍ପ ଲାଗି ସହାୟତା ପ୍ରଦାନ ନିମନ୍ତେ 500,000 ଆମେରିକୀୟ ଡଲାର ସହାୟତା ଦେବା ପାଇଁ ମଧ୍ୟ ଘୋଷଣା କରିଥିଲେ | ଗାମ୍ବିଆର ଅନୁରୋଧକ୍ରମେ ନ୍ୟାୟପାଳିକା, ପୋଲିସ, ପ୍ରଶାସନ ଓ ବୈଷୟିକ ଦକ୍ଷତା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା | ଗିନି କୁ କୋନକ୍ରି ଜଳ ଯୋଗାଣ ପ୍ରକଳ୍ପ ପାଇଁ 170 ନିୟୁତ ଆମେରିକୀୟ ଡଲାର ଋଣ ଆକାରରେ ସହାୟତା ପ୍ରଦାନ ଲାଗି ମଧ୍ୟ ସେ ଘୋଷଣା କରିଛନ୍ତି | ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଆନ୍ତର୍ଜାତୀୟ ସୌର ମେଣ୍ଟରେ ଅଂଶୀଦାର ଭାବେ ଭାରତ ସହ ହାତ ମିଳାଇଥିବାରୁ ବେନିନ, ଗାମ୍ବିଆ ଓ ଗିନିର ନେତୃତ୍ଵଙ୍କ ପ୍ରତି ଭୂୟସୀ ପ୍ରଶଂସା କରିଥିଲେ ଓ ଜଳବାୟୁ ପରିବର୍ତ୍ତନର ମୂକାବିଲା କରିବା ଲାଗି ସୌର ଶକ୍ତି କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ |

ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗକୁ ଆହୁରି ଦୃଢୀଭୂତ କରିବା ଉପରେ ମଧ୍ୟ ଭାରତ ପକ୍ଷରୁ ଜୋର ଦିଆଯାଇଥିଲା | ଗିନି ଉପସାଗରରେ ଜଳଦସ୍ୟୁ ମାନଙ୍କ ବୃଦ୍ଧି ପାଉଥିବା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଏହାର ଜଳଦସ୍ୟୁ ନିରୋଧୀ ଦକ୍ଷତା ସମ୍ପ୍ରସାରଣ ଲାଗି ବେନିନକୁ ପ୍ରଶିକ୍ଷଣ ସହାୟତା ଦେବା ନିମନ୍ତେ ଭାରତ ପ୍ରସ୍ତାବ ଦେଇଛି | ଉଭୟ ପକ୍ଷ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ ବୃଦ୍ଧି ପାଉଥିବା ସନ୍ତ୍ରାସବାଦ ଉପରେ ଗଭୀର ଉଦବେଗ ପ୍ରକାଶ କରାଯାଇଥିବା ବେଳେ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ଉପରେ ବ୍ୟାପକ ସମ୍ମିଳନୀ ର ଖୁବ ଶୀଘ୍ର ଆୟୋଜନ କରିବାର ଆବଶ୍ୟକତା ଉପରେ ଏକମତ ହୋଇଥିଲେ |

ରାଷ୍ଟ୍ରପତି ତାଙ୍କ ଏହି ତ୍ରିରାଷ୍ଟ୍ରୀୟ ଗସ୍ତ ସମୟରେ ସହଭାଗିତାକୁ ଆହୁରି ମଜବୁତ କରିବା ଲାଗି ବିଭିନ୍ନ ବୁଝାମଣା ପତ୍ରରେ ସ୍ଵାକ୍ଷରିତ କରିଛନ୍ତି | ବେନିନରେ ଉଭୟ ପକ୍ଷ ସାଂସ୍କୃତିକ ବିନିମୟ, ରପ୍ତାନି କ୍ରେଡିଟ ଓ ପୁଞ୍ଜିନିବେଶ ବୀମା କ୍ଷେତ୍ରରେ ସହଯୋଗ, ଇ-ଭିବିଏବି (ଇ- ବିଦ୍ୟା ଭାରତୀ ଓ ଇ-ଆରୋଗ୍ୟ ଭାରତୀ ) ନେଟୱର୍କ ପ୍ରକଳ୍ପ ତଥା ଭାରତୀୟ କୂଟନୈତିକ /ସରକାରୀ ପାସପୋର୍ଟ ପାଇଁ ଭିସା କୋହଳତା ଆଦି ଉପରେ ଚାରୋଟି ରାଜିନାମାରେ ସ୍ଵାକ୍ଷର କରିଛନ୍ତି | ସେହିଭଳି ଗାମ୍ବିଆରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି କ୍ଷେତ୍ରରେ ସହଯୋଗ ନେଇ ବିଭିନ୍ନ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି | ଗିନିରେ ମଧ୍ୟ ଦୁଇ ରାଷ୍ଟ୍ରପତି ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି କ୍ଷେତ୍ରରେ ସହଯୋଗ, ଇ-ଭିବିଏବି (ଇ- ବିଦ୍ୟା ଭାରତୀ ଓ ଇ-ଆରୋଗ୍ୟ ଭାରତୀ ) ନେଟୱର୍କ ପ୍ରକଳ୍ପ ଓ ପୁନଃବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ବୁଝାମଣା ପତ୍ର ଗୁଡିକରେ ସ୍ଵାକ୍ଷର କରିଛନ୍ତି |

ମୋଟାମୋଟି ଭାବେ କହିବାକୁ ଗଲେ ଏହି ଅଞ୍ଚଳ ସହ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ପ୍ରଗାଢ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତ ଅତ୍ୟନ୍ତ ସଫଳ ହୋଇଛି |

ମୂଳ ଲେଖା : ଡଃ ନିବେଦିତା ରାୟ , ଆଫ୍ରିକା ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...