Skip to main content

ଭାରତ-ରୁଷ ଶକ୍ତି ସହଯୋଗ କ୍ଷେତ୍ରରେ ନୂତନ ଦିଗକୁ ଅଗ୍ରସର



ଭାରତ-ରୁଷ ମଧ୍ୟରେ ଦୀର୍ଘଦିନରୁ ବ୍ୟାପକ କ୍ଷେତ୍ରରେ ଘନିଷ୍ଠ ବନ୍ଧୁତ୍ବପୂର୍ଣ୍ଣ ଓ ସହଯୋଗ ର ସମ୍ପର୍କ ରହିଆସିଛି | ପୂର୍ବ ଅର୍ଥନୈତିକ ଫୋରମ ବୈଠକ ଓ ଭ୍ଲାଦିଭୋସ୍ତୋକରେ ଭାରତ-ରୁଷ ବାର୍ଷିକୀ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ରୁଷ ଗସ୍ତ ପୂର୍ବରୁ ଉଭୟ ଦେଶ ସେମାନଙ୍କ ଶକ୍ତି ସହଯୋଗ କୁ ଆହୁରି ମଜବୁତ କରି ଏକ ନୂତନ ଶିଖରରେ ପହଞ୍ଚାଇବା ଲାଗି ସ୍ଥିର କରିଛନ୍ତି | ରୁଷ କୁ ଗତ ସପ୍ତାହରେ ଭାରତର ପେଟ୍ରୋଲିୟ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଫଳ ଗସ୍ତ ଦ୍ଵାରା ଶ୍ରୀ ମୋଦୀ ଓ ବ୍ଳାଦିମିର ପୂତିନଙ୍କ ମଧ୍ୟରେ ଶିଖର ବୈଠକ କରିବା ନେଇ ସ୍ଥିରିକୃତ୍ୟ ହୋଇଛି | ଶୀତଳ ଯୁଦ୍ଧ ଯୁଗ ପୂର୍ବରୁ ଭାରତ-ରୁଷ ମଧ୍ୟରେ ପାରମ୍ପରିକ ଓ ପରମାଣୁ ଶକ୍ତି ସହଯୋଗ ସମ୍ପର୍କ ରହିଆସିଛି ଏବଂ ଉଭୟ ଦେଶ ଏହି ଐତିହାସିକ ସହଯୋଗ ସମ୍ପର୍କ କୁ ଏକ ନୂତନ ଗତି ଦେବାକୁ ସ୍ଥିର କରିଛନ୍ତି |

ଏକ ବାକ୍ୟାଂଶ ଯାହା ଭାରତ ଓ ରୁଷ ର ବର୍ତ୍ତମାନ ର ଶକ୍ତି ନୀତି ଗୁଡିକୁ ଗୁରୁତ୍ଵର ସହ ଦର୍ଶାଇଥାଏ ତାହା ହେଉଛି “ବ୍ୟାପକ-ଆଧାର” କାରଣ ଉଭୟ ଦେଶ ବଜାର ନେଟୱାର୍କ କୁ ପରିବ୍ୟାପ୍ତ କରିବା ଓ ବିପଦର ଦୂରୀକରଣ ଲାଗି ବିକଳ୍ପ ଗୁଡିକର ଅନୁସନ୍ଧାନ କରୁଛନ୍ତି | ଭାରତ ମୁଖ୍ଯତଃ ଅସ୍ଥିରତା ଜାରି ରହିଥିବା ଉପସାଗରୀୟ ଅଞ୍ଚଳରୁ ଏହାର ଶକ୍ତି ଚାହିଦା ପୂରଣ କରିବା ଲାଗି ନିର୍ଭରତା ହ୍ରାସ କରିବା ପାଇଁ ଚାହୁଁଛି | ବାରମ୍ବାର କଟକଣା ଓ ବିପଦ ର ସମ୍ମୁଖୀନ ହେଉଥିବା ରୁଷ “ସେଲ ଗ୍ୟାସ’ କ୍ରାନ୍ତି ପରେ ଏକ ‘ବହୁ-ଧୃବିୟତା’ ର ନୀତି ଆପଣେଇଛି ଓ ଏସିଆରେ ବିକଳ୍ପ ଶକ୍ତି ବଜାର ପାଇଁ ଉପାୟ ବାହାର କରିବା ଦିଗରେ କାମ କରୁଛି | ଶ୍ରୀ ପ୍ରଧାନଙ୍କ ରୁଷ ଗସ୍ତ ସମୟରେ ଆପୋଷ ତାଳମେଳ ରଖି ଶକ୍ତି ସମ୍ପର୍କ କୁ ଆହୁରି ମଜବୁତ କରିବା ଓ ପାରସ୍ପରିକ ନିର୍ଭରତା ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | ଭାରତୀୟ ପେଟ୍ରୋଲିୟ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ପ୍ରଧାନ ବରିଷ୍ଠ ଅଧିକାରୀ ତଥା ଉଦ୍ଯୋଗ କ୍ଷେତ୍ରର ପ୍ରତିନିଧି ମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇଥିଲେ ଓ ରୁଷ ର ସରକାରୀ ଅଧିକାରୀ ଓ ବେସରକାରୀ କ୍ଷେତ୍ରର ପ୍ରତିନିଧି ମାନଙ୍କ ସହ ଅନେକ ଗୁଡିଏ ବୈଠକ କରିଥିଲେ|

ରୁଷ ଉପ ପ୍ରଧାନମନ୍ତ୍ରୀ ୟୁରୀ ତୃଟନେଭ ଓ ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ ଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ନେଇ ବ୍ୟାପକ ସମୀକ୍ଷା ହୋଇଥିଲା ଓ ରୁଷ ର ବିଶେଷତଃ ସୁଦୂରତମ ପୂର୍ବ ଅଞ୍ଚଳରୁ ତୈଳ ଓ ଗ୍ୟାସ ତଥା ଧାତୁଯୁକ୍ତ କୋଇଲା ଆମଦାନୀ କରିବା ଓ ଆପୋଷ ଶକ୍ତି କ୍ଷେତ୍ର ପୁଞ୍ଜି ବିନିଯୋଗ କୁ ପ୍ରୋତ୍ସାହନ ଦେବା ନେଇ ଆମୂଳ ଚୂଳ କଥାବାର୍ତ୍ତା ହୋଇଥିଲା |

ଭାରତୀୟ ମନ୍ତ୍ରୀଙ୍କ ମସ୍କୋ ଗସ୍ତରୁ ପ୍ରମୁଖ ଉଲ୍ଲେଖନୀୟ ପରିଣାମ ମିଳିଛି | ରୁଷ ଏକ ଓପେକ ପ୍ଲସ (ପେଟ୍ରୋଲିୟ ରପ୍ତାନି ଦେଶର ସଂସ୍ଥା ) ସଦସ୍ୟ ଭାବେ ଅଶୌଧୀତ ତୈଳ ଯୋଗାଣ ନିଶ୍ଚିତ କରିବା ଓ ବଜାର ଅସ୍ଥିରତା ତଥା ତୈଳ ଦର ନିୟନ୍ତ୍ରଣ କରିବା ରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଭାରତ ଆଶା କରିଛି | ଗତ କିଛି ବର୍ଷ ଧରି ଏଭଳି ପରିସ୍ଥିତି ଉପୁଜିଥିବାରୁ ଉଭୟ ଦେଶର ଉତ୍ପାଦକ ଓ ଉପଭୋକ୍ତା ମାନଙ୍କ ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା | ଏହା ଉଲ୍ଲେଖ ଯୋଗ୍ୟ ଯେ ଭାରତ ଏହାର ଅଶୌଧିତ ତୈଳର ପାଞ୍ଚ ଭାଗରୁ ଚାରି ଭାଗ ଓପେକ ଦେଶ ଗୁଡିକରୁ ଆମଦାନୀ କରିଥାଏ ଓ ଉତ୍ପାଦନ ହ୍ରାସ ସହ ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ଭାରତର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି | ଉଭୟ ଭାରତ ଓ ରୁଷ ର ଶକ୍ତି ମନ୍ତ୍ରୀ ଭ୍ଲାଦିଭୋସ୍ତୋକ ରେ ମୋଦୀ-ପୂତିନ ଙ୍କ ମଧ୍ୟରେ ଶିଖର ବୈଠକ ସମୟରେ ଏକ ବ୍ୟାପକ ଶକ୍ତି ସହଯୋଗ ରାଜିନାମା ରେ ସ୍ବାକ୍ଷରିତ ଲାଗି ରୂପରେଖ ପ୍ରସ୍ତୁତ କରିଛନ୍ତି |

ଶକ୍ତି କୋରିଡର ରୁଷ ର ଶକ୍ତି ସମୃଦ୍ଧ ପୂର୍ବ ଅଞ୍ଚଳକୁ ଭାରତ ସହ ସଂଯୋଗ କରିବ ଓ ଶକ୍ତି କ୍ଷେତ୍ର ପ୍ରକଳ୍ପ ରେ ଆପୋଷ ପୁଞ୍ଜି ବିନିଯୋଗକୁ ଆହୁରି ପ୍ରୋତ୍ସାହନ କରିବ | ତୈଳ ଓ ଗ୍ୟାସ ନିବେଶ କ୍ଷେତ୍ରରେ ରୁଷ ହେଉଛି ଭାରତର ସବୁଠୁ ବଡ ଗନ୍ତବ୍ୟ ସ୍ଥଳୀ | ଭାରତୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଓଏନଜିସି ଓ ଆଇଓସିଏଲ ଭଳି ତୈଳ ଓ ଗ୍ୟାସ କମ୍ପାନୀ ରୁଷ ର ଶକ୍ତି ଫାର୍ମ ଓ ଶେଖଲିନ, ବେଙ୍କୋର ଓ ତାସ ୟୁରିଖ ରେ ପ୍ରକଳ୍ପ ଗୁଡିକରେ ବହୁ ପରିମାଣରେ ପୁଞ୍ଜି ବିନିଯୋଗ କରିଛନ୍ତି |

ରୁଷ ଦୃଷ୍ଟିକୋଣରେ ଦେଖିବାକୁ ଗଲେ ଏହା ସାଇବେରିଆ ଭଳି ଅଞ୍ଚଳରେ ଚୀନ ର ଶକ୍ତି ନିବେଶ ବିସ୍ତାରକୁ ମଧ୍ୟ ସନ୍ତୁଳିତ କରିଥାଏ | ଭାରତର ସରକାରୀ ଗ୍ୟାସ କମ୍ପାନୀ ଗେଲ ଇଣ୍ଡିଆ 2018 ରେ ରୁଷ ଗଜପ୍ରୋମ ଗୃପ ସହିତ ଏଲଏନଜି ର ଏକ ଦୀର୍ଘ ଅବଧି ଚୁକ୍ତି ଲାଗି ପୁନଃ ବୁଝାମଣା କରିଥିଲା | ଏହା ଉଲ୍ଲେଖଯୋଗ୍ୟ ଯେ ରୋଷନେଫ୍ଟ ଭଳି ରୁଷ ର କମ୍ପାନୀ ଏସାର ଅଏଲ ଭଳି ବଡ କମ୍ପାନୀଗୁଡିକ ରେ ଭାରି ନିବେଶ କରିଛି | ଭାରତ ମଧ୍ୟ ଏହାର ସିଟି ଗ୍ଯାସ ବଣ୍ଟନ ଓ ଏଲଏନଜି ପ୍ରକଳ୍ପରେ ନିବେଶ କରିବା ଓ ବିଭିନ୍ନ ଅନୁସନ୍ଧାନ, ଉତ୍ପାଦନ ଓ ପରିଶୋଧନ କାର୍ଯ୍ୟକଳାପରେ ଭାଗ ନେବା ଲାଗି ନୋଭାଟେକ ଭଳି ରୁଷୀୟ ଫାର୍ମ ଗୁଡିକୁ ପ୍ରସ୍ତାବ ଦେଇଛି |

ଶିଖର ସ୍ତରୀୟ ବୈଠକ ପୂର୍ବରୁ ଶ୍ରୀ ପ୍ରଧାନ ଙ୍କ ଗସ୍ତ ଶକ୍ତି ସହଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ କେତେ ନିବିଡ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି | ଭ୍ଲାଦିଭୋସ୍ତୋକ ରେ ବିଂଶତମ ବାର୍ଷିକୀ ଶିଖର ବୈଠକ ଦ୍ଵିପକ୍ଷୀୟ ଶକ୍ତି କୂଟନୈତିକ ସ୍ତରରେ ଏକ ଦୃଢ ପରିବର୍ତ୍ତନ ଆଣିବା ସହ ଆନ୍ତର୍ଜାତୀୟ ଶକ୍ତି ପରିଦୃଶ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି |



ମୂଳ ଲେଖା : ସତ୍ୟଜିତ ମହାନ୍ତି, IRS, ବରିଷ୍ଠ ଅର୍ଥନୈତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...