Skip to main content

ସଂପର୍କ ସୁଦୃଢ କରିଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ଜାପାନ ଗସ୍ତ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର 2ରୁ 3 ତାରିଖ ଯାଏଁ ଜାପାନ ଗସ୍ତରେ ଥିଲେ ଏବଂ ସେପ୍ଟେମ୍ବର 5ରୁ 6 ତାରିଖ କୋରିଆ ଗସ୍ତରେ ଯିବା ନିର୍ଦ୍ଧାରିତ ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଇଥିବା ପରିସ୍ଥିତି ଦୃଷ୍ଟିରୁ ଉଭୟ ଗସ୍ତର ଅତ୍ୟନ୍ତ ଗୁରୁତ୍ବ ରହିଛି। ଶ୍ରୀ ସିଂହ ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ବିପକ୍ଷୀୟ ଆଲୋଚନାରେ ବିଭିନ୍ନ ଦ୍ବିପକ୍ଷୀୟ, ଆଞ୍ଚଳିକ ଏବଂ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଉପରେ ଗୁରୁତ୍ବାରୋପ କରିଥିଲେ।

ଜାପାନରେ ଶ୍ରୀ ସିଂହ ତାଙ୍କ ପ୍ରତିପକ୍ଷ ତକେଶି ଇୱାୟାଙ୍କ ସହିତ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଭାରତ ଏବଂ ଜାପାନ ମଧ୍ୟରେ ସ୍ବତନ୍ତ୍ର କୌଶଳଗତ ତଥା ବିଶ୍ବସ୍ତରରେ ଭାଗିଦାରୀ ସଂପର୍କକୁ ସୁଦୃଢ କରିବା ହେଉଛି ଏହି ବୈଠକର ମୂଳ ଉଦ୍ଧେଶ୍ୟ। ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ପ୍ରତିରକ୍ଷା ଏବଂ ନିରାପତ୍ତା ସଂପର୍କକୁ ଅଧିକ ସଂପ୍ରସାରଣ କରିବା ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି। ଶ୍ରୀ ସିଂହ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଉଭୟ ଭାରତ ଏବଂ ଜାପାନ ସେମାନଙ୍କ ପ୍ରତିରକ୍ଷା ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ଶ୍ରୀ ସିଂହଙ୍କ ଗସ୍ତ କାଳରେ ମିଳିତ ଉଦୌଗ ସଂପର୍କରେ ମଧ୍ୟ ବିଶେଷ ଭାବେ ଆଲୋଚନା ହୋଇଛି।

ଶ୍ରୀ ସିଂହ ତାଙ୍କ ଗସ୍ତରେ ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନାରେ ଜାପାନ ଦ୍ବାରା ଭାରତକୁ ଦୀର୍ଘ ଦିନରୁ ଯୋଗାଇ ଦିଆଯିବାକୁ ଥିବା ୟୁଏସ-2 ଯୁଦ୍ଧବିମାନ ବିଷୟରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଉପରେ ବ୍ୟାପକ ସମୀକ୍ଷା କରାଯାଇଛି। ଚୀନ ନିଜର ସାମରିକ ଉପସ୍ଥିତିକୁ ବୃଦ୍ଧି କରୁଥିବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଛନ୍ତି। ଭାରତ, ଜାପାନ ଏବଂ ଆମେରିକା ବାର୍ଷିକ ମାଲାବାର ସାମୁଦ୍ରିକ ସମରାଭ୍ୟାସର ଅଂଶଗ୍ରହଣକାରୀ ଅଛନ୍ତି ଯାହାର ମୁଖ୍ୟ ଉଦ୍ଧେଶ୍ୟ ହେଉଚି ତିନି ଦେଶର ନୌବାହିନୀ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରିବା। ଚଳିତ ବର୍ଷ ଏହି ସମରାଭ୍ୟାସ ସେପ୍ଟେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇ ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ସିଂହ ତାଙ୍କ ଗସ୍ତ କାଳରେ କଶ୍ମୀରକୁ ନେଇ ପାକିସ୍ତାନ ଯେପରି ଅପପ୍ରଚାର ଚଳାଇଛି ଏବଂ ଏହାକୁ ଆନ୍ତର୍ଜାତୀୟକରଣ କରିବାକୁ ଚେଷ୍ଟା କରୁଛି ସେସଂପର୍କରେ ତାଙ୍କ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି। ଜମ୍ମୁ କଶ୍ମୀରରୁ ସ୍ବତନ୍ତ୍ର ଅଧିକାର ଉଚ୍ଛେଦ କରାଯିବା ପରେ ଚୀନ ପାକିସ୍ତାନକୁ କିପରି ଉସକାଉଛି ସେ ସଂପର୍କରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ତାଙ୍କ ଜାପାନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି। କଶ୍ମୀର ଉପରେ ଆଭିମୁଖ୍ୟ ସଂପର୍କରେ ଭାରତ ଏହାର ମିତ୍ର ଦେଶମାନଙ୍କୁ ଅବଗତ କରାଇ ଆସୁଛି। ଭାରତ ପ୍ରଶାନ୍ତ ମହାସଗରୀୟ ଜୋନରେ ନାଭିଗେସନାଲ ସ୍ବତନ୍ତ୍ରତା ଉପରେ ଭାରତ ଚୀନ ଉପରେ କୂଟନୈତିକ ଚାପ ପକାଇଆସୁଛି।

ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଧାରା 370 ଉଚ୍ଛେଦ ବିପକ୍ଷରେ ନିଜର ଅଭିଯାନ ଚଳାଇବାକୁ ଯାଇ ଚୀନ ବିବାଦୀୟ ଦକ୍ଷୀଣ ଚୀନ ସାଗରରେ ଯେପରି ନିଜର ଶକ୍ତି ପ୍ରଦର୍ଶନ କରୁଛି ସେନେଇ ଭାରତ ଆପତ୍ତି କରିବାର ଦିନକ ପରେ ଭାରତ ଜାପାନର ମିଳିତ ବିବୃତ୍ତି ସାମ୍ନାକୁ ଆସିଛି। ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଭାରତ ଏବଂ ପ୍ରଶାନ୍ତ ମହାସାଗ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଗୁରୁତ୍ବପୂର୍ଣ୍ଣ ଏବଂ ଏହି ଅଞ୍ଚଳର ସମୃଦ୍ଧି ତଥା ସମଗ୍ର ବିଶ୍ବ ପାଇଁ ଅଭିପ୍ରେତ। ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ଶ୍ରୀ ସିଂହ କଶ୍ମୀର ସଂପର୍କରେ ଅବଗତ କରିଥିଲେ ଏବଂ ଜମ୍ମୁ କଶ୍ମୀର ବାରତର ଅବିଚ୍ଛେଦ ଅଂଗ ବୋଲି ଜଣାଇଥିଲେ ତଥା ଜମ୍ମୁ କଶ୍ମୀର ଉପରେ ପାକିସ୍ତାନ କହିବାର କୌଣସି ଅଧିକାର ନାହିଁ ବୋଲି ସେ ଜଣାଇଥିଲେ। ଚଳିତ ମାସ ଜାତିସଂଘ ସାଧାରଣ ପରିଷଦର ବୈଠକ କାଳରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ଶ୍ରୀ ଅବେଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଦୃଷ୍ଟିରୁ ଶ୍ରୀ ସିଂହଙ୍କ ଆଲୋଚନାର ପ୍ରାସଙ୍ଗିକତା ରହିଛି।

ଆଲେଖ୍ୟ: ରାଜାରାମ ପଣ୍ତା
ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...