Skip to main content

ଭାରତ-ରୁଷ ରଣନୀତିକ ଭାଗିଦାରୀତା

ଭାରତ ଓ ରୁଷ ମଧ୍ୟରେ 20 ତମ ବାର୍ଷିକ ଶିଖର ବୈଠକ ପରିବର୍ତ୍ତିତ ବିଶ୍ଵ ବ୍ୟବସ୍ଥାର ଗତିଶୀଳତାରେ ‘ଏକ ସ୍ଵତନ୍ତ୍ର, ଚିରସ୍ଥାୟୀ ତଥା ବିଶେଷାଧିକାର ପ୍ରାପ୍ତ ଭାଗିଦାରୀତାର ନିଦର୍ଶନ ଅଟେ | ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଦୂରତମ ପୂର୍ବ ଅଞ୍ଚଳ ବ୍ଳାଦିବୋସ୍ତୋକ ଠାରେ ପଞ୍ଚମ ପୂର୍ବ ଆର୍ଥିକ ମଞ୍ଚ ବୈଠକ ରେ ଯୋଗ ଦେବା ଲାଗି ଦୁଇଦିନିଆ ରୁଷ ଗସ୍ତରେ ଯାଇଥିଲେ | ଏହି ଅବସରରେ ସେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୂତିନ ଙ୍କ ସହ ବାର୍ଷିକ ଶିଖର ବୈଠକରେ ମଧ୍ୟ ଯୋଗ ଦେଇଥିଲେ |

ଅର୍ଥନୈତିକ ଫୋରମ ବୈଠକ ସମୟରେ ଭାରତ ଏହାର ଅର୍ଥନୈତିକ କୂଟନୀତି ଜାରି ରଖିବା ପାଇଁ ସୁଦୂର ପୁର୍ବରେ କାର୍ଯ୍ୟ କର ବା ‘ଆକ୍ଟ ଫାର ଇଷ୍ଟ’ ନୀତି ଉପସ୍ଥାପିତ କରିଛି | ପ୍ରଧାନମନ୍ତ୍ରୀ ରୁଷ ର ସୁଦୂର ପୂର୍ବ ସମ୍ବଳ-ସମୃଦ୍ଧ ଅଞ୍ଚଳର ବିକାଶ ପାଇଁ 1 ବିଲିୟନ ଡଲାର ଋଣ ପ୍ରଦାନ ବିଷୟ ଘୋଷଣା କରିଛନ୍ତି | ଏହି ନୀତି ସେହି ଅଞ୍ଚଳରେ ଅଧିକ ନିବେଶ ତଥା ସହଯୋଗ ଲାଗି ନୂଆଦିଲ୍ଲୀ କୁ ସହାୟତା କରିବ | ଭାରତ ହୀରା, କୋଇଲା ଓ ସୁନା ଖଣି କ୍ଷେତ୍ରରେ ନିବେଶ କରୁଛି |

ଦୁଇ ଦେଶ ମଧ୍ୟରେ ସବୁ ସମ୍ଭାବ୍ୟ କ୍ଷେତ୍ରରେ ଦୃଢ ସହଯୋଗ ରହିଥିବା ସହ ପରସ୍ପର ମଧ୍ୟରେ ଅଦ୍ଵିତୀୟ, ଗୋପନୀୟ ତଥା ପାରସ୍ପରିକ ହିତସାଧନ କ୍ଷେତ୍ରରେ ଅତୁଟ ସମ୍ପର୍କ ରହିଥିବା ପ୍ରତିଫଳିତ ହୋଇଛି | ଏହା ବ୍ୟତୀତ ସମାନ ସଭ୍ୟତାଗତ ମୂଲ୍ଯବୋଧ, ଘନିଷ୍ଠ ବନ୍ଧୁତା, ଆପୋଷ ବୁଝାମଣା, ବିଶ୍ଵାସ, ସମ ଧରଣର ରୁଚି ଏବଂ ଅର୍ଥନୈତିକ ପ୍ରଗତି ଓ ବିକାଶ ର ମୌଳିକ ପ୍ରସଙ୍ଗ ସଙ୍କ୍ରାନ୍ତୀୟ ଦୃଷ୍ଟିକୋଣ ଭାରତ ଓ ରୁଷ କୁ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ନିକଟତର କରିବାରେ ସହାୟତା କରିଛି| ଦୁଇ ନେତା ଙ୍କ ମଧ୍ୟରେ ଆଲୋଚନା କାଳରେ ସାଙ୍ଘାଇ ସହଯୋଗ ପରିଷଦ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା |

ଦେଶ ର ଏକ ଆଭ୍ୟନ୍ତରୀଣ ମାମଲାକୁ ନେଇ ଭାରତ ଏହାର ନିକଟ ପଡୋଶୀ ଠାରୁ ଚାଲେଞ୍ଜ ର ସମ୍ମୁଖୀନ ହେବା ସମେତ ଦୁଇ ଦେଶ ଅନେକ ଚାଲେଞ୍ଜ ସମ୍ମୁଖୀନ ହେଉଥିବା ବେଳେ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଦୁଇ ନେତା ରାଜନୈତିକ ଦୁରଦୃଷ୍ଟି ପ୍ରଦର୍ଶନ କରିଥିଲେ | ତେବେ ଜାତିସଂଘ ସୁରକ୍ଷା ପରିଷଦ ରେ ରୁଷ ଭାରତକୁ ସମର୍ଥନ ଜଣାଇ ସମ୍ବିଧାନର ଧାରା 370 ର ଉଚ୍ଛେଦ ଭାରତର ଆଭ୍ଯନ୍ତରୀଣ ମାମଲା ବୋଲି ସ୍ପଷ୍ଟ କରିସାରିଛି |

20 ତମ ବାର୍ଷିକ ଶିଖର ବୈଠକରେ ଉଭୟ ନେତା ବାଣିଜ୍ୟ, ପ୍ରତିରକ୍ଷା, ମହାକାଶ, ଶକ୍ତି ଓ ସାମୁଦ୍ରିକ ସଂଯୋଗୀକରଣ ଆଦି କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗ ନେଇ ପ୍ରମୁଖତା ର ସହ ଆଲୋଚନା କରିଛନ୍ତି |

ଅର୍ଥନୈତିକ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ପୂତିନ ବାର୍ଷିକୀ ବାଣିଜ୍ୟ କାରବାର ପରିମାଣ 17 ପ୍ରତିଶତ ବୃଦ୍ଧି ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି | ଏହି କାରବାର 2018 ରେ 11 ବିଲିୟନ ଡଲାର ରେ ପହଞ୍ଚିଛି | ବୈଠକ କାଳରେ ଦୁଇ ନେତା ଆର୍ଥିକ ଓ ବାଣିଜ୍ୟ କାରବାର ଆହୁରି ବୃଦ୍ଧି କରିବା ପାଇଁ ଆଧାର ଭାବେ ଏକ ଦୃଢ, ବହୁପକ୍ଷୀୟ ବ୍ୟାପର ତଥା ଅର୍ଥନୈତିକ ସହଯୋଗ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ | “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମରେ ରୁଷ ର ଭାଗିଦାରୀ ଓ ରୁଷରେ ନିବେଶ ପ୍ରକଳ୍ପ ଗୁଡିକରେ ଭାରତୀୟ ଭାଗିଦାରୀ ଉପରେ ମଧ୍ୟ ଆମୂଳ ଚୁଳ ଆଲୋଚନା କରିଥିଲେ |

ଶକ୍ତି କ୍ଷେତ୍ରରେ ପ୍ରଚଳିତ ଶକ୍ତି ବ୍ୟବସ୍ଥାକୁ ପ୍ରଶଂସା କରି ଭାରତ ଓ ରୁଷ ଉପକୂଳ କ୍ଷେତ୍ର ସମେତ ଦୁଇ ଦେଶରେ ତୈଳ ଓ ଗ୍ଯାସ କ୍ଷେତ୍ରର ଭୂ ବୈଜ୍ଞାନିକ ଅନ୍ଵେଷଣ ଓ ମିଳିତ ବିକାଶରେ ସହଯୋଗ କରିବା ଲାଗି ପ୍ରତିଶୃତିବଦ୍ଧତା ଜାହିର କରିଛନ୍ତି | ସେମାନେ ସୁମେରୁ ଅଞ୍ଚଳ ରେ ଉତ୍ତରାଞ୍ଚଳ ସମୁଦ୍ର ପଥ ସମେତ ରୁଷ ରୁ ଭାରତକୁ ଶକ୍ତି ର ଦୀର୍ଘକାଳୀନ ପ୍ରବାହ ଉପରେ ସହମତି ପ୍ରକାଶ କରିଛନ୍ତି | ଭାରତ ସୁମେରୁ ଅଞ୍ଚଳରେ ରୁଷ ସହ ସହଯୋଗ କରିବା ଲାଗି ଇଚ୍ଛା ପ୍ରକଟ କରିଛି | 2019-24 ପାଇଁ ଉଭୟ ପକ୍ଷ ହାଇଡ୍ରୋକାର୍ବନରେ ସହଯୋଗ ପାଇଁ ଏକ ରୂପରେଖରେ ସ୍ଵାକ୍ଷର କରିଛନ୍ତି | ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଶକ୍ତି କ୍ଷେତ୍ର ଏକ ନୂତନ ଶିଖରକୁ ଛୁଇଁବ ବୋଲି ଆଶା କରାଯାଉଛି | ପରମାଣୁ କ୍ଷେତ୍ରରେ ଆଗାମୀ 20 ବର୍ଷ ମଧ୍ୟରେ ରୁଷ ଦ୍ଵାରା ଡିଜାଇନ ଯୁକ୍ତ ଆଉ 12 ଟି ବିଦ୍ୟୁତ ଶାଖା ର ନିର୍ମାଣ କରାଯିବ |

ଏହି ବୈଠକ ସମୟରେ ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କୋରିଡର (ଆଇଏନଏସଟିସି) ଉପରେ ମଧ୍ୟ ବିଚାର ବିମର୍ଶ ହୋଇଛି | ପରିବହନ ପ୍ରକ୍ରିୟାରେ ଡିଜିଟାଲ ଜ୍ଞାନ କୌଶଳ ଓ ଉପଗ୍ରହ ନେଭିଗେସନକୁ ସାମିଲ କରିବା ସମେତ ଇଲେକ୍ଟ୍ରୋନିକ ଦସ୍ତାବେଜ କାର୍ଯ୍ୟ ପ୍ରବାହ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରାଯାଇଛି | ଚେନ୍ନାଇ ଓ ବ୍ଳାଦିବୋସ୍ତୋକ ମଧ୍ୟରେ ଏକ ନୂତନ ଯୋଗାଯୋଗ ମାର୍ଗ ଆରମ୍ଭ କରାଯାଇଛି | ଆର୍ଥିକ ଓ ବାଣିଜ୍ୟ ନିବେଶ କ୍ଷେତ୍ର ଲାଗି ଏହା ପ୍ରତିଶ୍ରୁତି ସ୍ୱରୂପ ବୋଲି କୁହାଯାଉଛି|

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଜ୍ଞାନକୌଶଳ ର ହସ୍ତାନ୍ତରଣ ଓ ମିଳିତ ଉଦ୍ଯୋଗ ସ୍ଥାପନ ଅନ୍ତର୍ଗତ ରୁଷ ସାମରିକ ଉପକରଣ ଲାଗି ସ୍ପେଆର ପାର୍ଟ୍ସ ଓ ଉପାଦାନ ଗୁଡିକର ନିର୍ମାଣ କରିବ | ସେମାନେ ମଧ୍ୟ ଅନ୍ୟାନ୍ୟ ସାମରିକ ସଙ୍କ୍ରାନ୍ତୀୟ ଉପକରଣ କ୍ଷେତ୍ରରେ ସହଯୋଗ ଲାଗି ଏକ ରୂପରେଖ ପ୍ରସ୍ତୁତ କରିବା ଲାଗି ରାଜି ହୋଇଛନ୍ତି |ମହାକାଶ ଉପରେ ଭାରତ ଘୋଷଣା କରିଛି ଯେ ଗଗନଯାନ ମାନବ ମିଶନ ପାଇଁ ଭାରତୀୟ ମହାକାଶଚାରୀ ମାନଙ୍କୁ ରୁଷ ରେ ତାଲିମ ଦିଆଯିବ | .

ସାଂସ୍କୃତିକ ଓ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ମହାତ୍ମା ଗାନ୍ଧୀ ଙ୍କ 150 ତମ ଜୟନ୍ତୀ ଅବସରରେ ରୁଷ ରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରାଯାଇଥିଲା |

ମୋଟାମୋଟି ଭାବେ କହିବାକୁ ଗଲେ ବାର୍ଷିକ ଶିଖର ସମ୍ମିଳନୀ ଓ ପଞ୍ଚମ ପୂର୍ବ ଆର୍ଥିକ ମଞ୍ଚ ବୈଠକ ଅତ୍ୟନ୍ତ ସଫଳ ହୋଇଛି|ଏହା ନୂତନ ‘ଆକ୍ଟ ଫାର ଇଷ୍ଟ’ ନୀତିର ଶୁଭାରମ୍ଭ ସମେତ ସବୁ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି |



ମୂଳ ଲେଖା : ଡଃ ଇନ୍ଦ୍ରାଣୀ ତାଲୁକଦାର , ରୁଷ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...