Skip to main content

ଚାନସେଲର ମାର୍କେଲଙ୍କ ଭାରତ ଯାତ୍ରା ଦ୍ଵାରା ପରସ୍ପର ସଂପର୍କ ସୁଦୃଢ

ଜର୍ମାନ ଚାନସେଲର ଏଞ୍ଜଲା ମାର୍କେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପଞ୍ଚମ ଅନ୍ତଃ ସରକାରୀ ଆଲୋଚନା ବିନିମୟ ବୈଠକରେ ସହଅଧ୍ୟକ୍ଷତା କରିଛନ୍ତି | କେତେକ ବଛାବଛା ଦେଶମାନଙ୍କ ସହିତ ଜର୍ମାନୀ ଏପରି ଆଲୋଚନା କରିଥାଏ ଯେଉଁଥିରେ ଭାରତ ଅନ୍ୟତମ | ମାର୍କଲଙ୍କ ଏହା ଚତୁର୍ଥ ଭାରତ ଗସ୍ତ | ତାଙ୍କ ସହିତ 12 ଜଣ ମନ୍ତ୍ରୀ ଏବଂ ଏକ ବଡ ଶିଳ୍ପପତି ମାନଙ୍କ ପ୍ରତିନିଧିମଣ୍ତଳି ଆସିଛନ୍ତି | ମାର୍କେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି | ସାକ୍ଷାତ ପରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଜର୍ମାନୀ ସହିତ ଯେପରି ବାଣିଜ୍ୟିକ ସଂପର୍କ ରଖିଛି ଏହାକୁ ଦେଖି ୟୁରୋପୀୟ ସଂଘ ସହିତ ନିଜର ବାଣିଜ୍ୟିକ କାରବାର ବଢାଇବାକୁ ଚାହୁଁଛି | ଏଥିରୁ ଲାଗୁଛି ଯେ ଭାରତ ଖୁବ ଶିଘ୍ର ଏସଂପର୍କରେ ଆଲୋଚନା ଆରମ୍ଭ କରିବ | ରାଷ୍ଟ୍ରପତି କୋବିନ୍ଦ ଏହା ମଧ୍ୟ କହିଛନ୍ତି ଯେ ଉଭୟ ଦେଶକୁ ଏକ ବହୁ ପକ୍ଷୀୟ ଏବଂ ବହୁ ଧ୍ରୁବୀୟ ବିଶ୍ଵ ବ୍ୟବସ୍ଥାରେ ଦୃଢତା ଆଣିବାରେ ମିଳିମିଶି କାମ କରିବା ଦରକାର ଏବଂ ସନ୍ତ୍ରାସବାଦର ମୁକାବିଲା ପାଇଁ କାମ କରିବା ଦରକାର |

ଆଇଜିସି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାନସେଲର ମାର୍କେଲ, ଭାରତ ଜର୍ମାନୀ ମଧ୍ୟରେ କୌଶଳଗତ ଭାଗିଦାରୀ, ପରସ୍ପର ମୂଲ୍ୟବୋଧ ଏବଂ ଗଣତାନ୍ତ୍ରୀକ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦୋହରାଇବା ସହିତ ଉଭୟ ଦେଶ ମୁକ୍ତ ଏବଂ ନିରପେକ୍ଷ ବ୍ୟାପାର, ନିୟମ ଉପରେ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ପରସ୍ପର ବିଶ୍ଵାସ ଉପରେ ସମାନ ଆଭିମୁଖ୍ୟ ରଖିଥିବା କହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାର୍କେଲ କେବଳ ଜଣେ ବଂଧୁ ନୁହଁନ୍ତି ବରଂ ଜଣେ ବିଶ୍ଵ ନେତା ଉଭୟ ନେତା | ଦୁଇ ବର୍ଷ ପୂର୍ବରୁ ଉଠାଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହିତ 11ଟି ବୁଝାମଣା କରିଛନ୍ତି | ଆଇଜିସି ବୈଠକ ଶେଷରେ ଜାରି ମିଳିତ ବିବୃତ୍ତିରେ 73ଟି ଦିଗ ଉପରେ ଉଭୟ ଦେଶ ମଧ୍ୟରେ ପାଞ୍ଚଟି କ୍ଷେତ୍ରରେ ଭାଗିଦାରୀ କ୍ଷେତ୍ର କରାଯିବାକୁ ନିର୍ଣ୍ଣୟ ନିଆଯାଇଛି | ଉଭୟ ପକ୍ଷ ସ୍ଵାସ୍ଥ୍ୟ, ପରିବହନ, ପରିବେଶ ଏବଂ କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରିବାକୁ ରାଜି ହୋଇଛନ୍ତି | ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଭୟ ନେତା ଆନ୍ତର୍ଜାତୀୟ ବ୍ଯାପାର ପ୍ରଣାଳି ଏବଂ ବିଶ୍ଵ ବାଣିଜ୍ୟ ସଂଗଠନର ନିୟମ ଆଧାରିତ | ଆନ୍ତ୍ରର୍ଜାତୀଯ ବ୍ୟବସ୍ଥା ପାଇଁ ସହଯୋଗ ଉପରେ ସହମତ ହୋଇଛନ୍ତି | ଉଭୟ ନେତା ଶକ୍ତିର କୁଶଳ ଉପଯୋଗ, ଇ-ମୋବିଲିଟି କାର୍ଯ୍ୟକ୍ରମ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗର ଆଦାନ ପ୍ରଦାନ ଉପରେ ମଧ୍ଯ ଗୁରୁତ୍ଵ ଦେଇଛନ୍ତି | ସହଯୋଗର ଅନ୍ଯ କ୍ଷେତ୍ର ଯେପରିକି ଦ୍ରୁତଗାମୀ ରେଳ ପରିଯୋଜନା, ବେସାମରିକ ବିମାନ ଚଳାଚଳ ଏବଂ ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ମୌଳିକ ଢାଞ୍ଚା ସଂପର୍କରେ ସହଯୋଗକୁ ସ୍ଵାଗତ କରିଛନ୍ତି |

ଉଭୟ ଦେଶ ପ୍ୟାରିସ ରାଜିନାମା ଅନ୍ତର୍ଗତ ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ କାମ କରୁଛନ୍ତି | ଶକ୍ତି କ୍ଷେତ୍ରରେ ଭାରତ ଜର୍ମାନୀ ଶକ୍ତି ମଞ୍ଚ, ଭାରତ ଜର୍ମାନୀ ସୌର ଭାଗିଦାରୀ 2015 ଏବଂ ସବୁଜ ଶକ୍ତି 2013 ଉପରେ ମଧ୍ୟ ଆଲୋଚନା କରିଛନ୍ତି | 2020ରେ ଦୁଇ ଦେଶ ମଧ୍ୟରେ ରହିଥିବା କୌଶଳଗତ ସଂପର୍କର ଦୁଇ ଦଶନ୍ଧି ପୂରା ହେବାକୁ ଯାଉଛି | ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବିଦେଶ ମନ୍ତ୍ରଣାଳୟ ସ୍ତରରେ ଆଲୋଚନାର ଆଦାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି | ଉଭୟେ ଆଫଗାନିସ୍ଥାନର ଶାନ୍ତିପୂର୍ଣ୍ଣ ବିକାଶକୁ ସ୍ଵୀକୃତି ଦେବାକୁ ଯାଇ ଇରାନ ସହିତ ପରମାଣୁ ରାଜିନାମାକୁ ମଧ୍ୟ ନିଜର ପୂର୍ଣ୍ଣ ସମର୍ଥନ ଦେଇଛନ୍ତି | ଉଭୟ ନେତା ଶାନ୍ତି ସ୍ଥିରତା ଏବଂ ସୁଖଶାନ୍ତି ପାଇଁ ବହୁପକ୍ଷୀୟ ସହଯୋଗ ଅତି ଆବଶ୍ଯକ ବୋଲି ଦୋହରାଇଛନ୍ତି |




ଆଲେଖ : ଉମୁ ସଲମା ବାଵା

ଭାବାନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...